ଫ୍ଲାଟ୍‌ ଦେବା ନାଁରେ ନାଭି ଅଫିସରଙ୍କଠାରୁ ୭୧ଲକ୍ଷ ଠକେଇ

ଭୁବନେଶ୍ୱର, ୨୬ା୬(ବ୍ୟୁରୋ): ଫ୍ଲାଟ ଦେବାକୁ କହି ଏକ ବିଲ୍ଡର ସଂସ୍ଥା ଜଣେ ମର୍ଚ୍ଚାଣ୍ଟ ନାଭି ଅଫିସରଙ୍କଠାରୁ ୭୧ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ‘ଓଡିଶା ହୋମ୍‌ ଆଣ୍ଡ କମର୍ସିଆଲ ନାମକ ଏକ ବିଲ୍ଡର ସଂସ୍ଥା ନାମରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ବାରମ୍ବାର ଅଭିଯୋଗସତ୍ତ୍ୱେ ପୋଲିସ ମାମଲା ରୁଜୁ କରୁ ନ ଥିଲା। ଅଭିଯୋଗକାରୀ ପ୍ରଫୁଲ୍ଲ କୁମାର ବେହେରା ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କୁ ଭେଟିବା ପରେ ଥାନା ପୋଲିସ ସଂସ୍ଥାର ଏମ୍‌ଡି ମନୋଜ କୁମାର ପଣ୍ଡା, ସରୋଜ କୁମାର ପଣ୍ଡା ଓ ଅରବିନ୍ଦ ସାନ୍ତରାଙ୍କ ନାମରେ ଆଇପିସି ଦଫା ୪୨୦ ଓ ୩୪ ଅନୁଯାୟୀ ଏକ ମାମଲା (ନଂ.୨୭୯/୧୯) ରୁଜୁ କରି ତଦନ୍ତ ଚଳାଇଛି। ଗତ ୧୩ ତାରିଖରୁ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ ନ କରିବାରୁ ଅଭିଯୁକ୍ତମାନେ ଫେରାର ହେବା ସହ ହାଇକୋର୍ଟରୁ ଆଗୁଆ ଜାମିନ ପାଇଁ ଯୋଜନା କରୁଥିବା ପ୍ରଫୁଲ୍ଲ କହିଛନ୍ତି।
ମିିଳିଥିବା ସୂଚନାନୁସାରେ, ନୟାପଲ୍ଲୀ ଥାନା ଆଇଆର୍‌ସି ଭିଲେଜ ଭିଆଇପି କଲୋନୀସ୍ଥିତ ପ୍ଲଟ ନଂ-୧୫୬ରେ ରହିଛି ଉକ୍ତ ବିଲ୍ଡର ସଂସ୍ଥା। ଜୟଦେବ ବିହାର ନିକଟରେ ରୁହନ୍ତି ଅଭିଯୋଗକାରୀ ପ୍ରଫୁଲ୍ଲ କୁମାର ବେହେରା। ତାଙ୍କ ପୁଅ ସିଙ୍ଗାପୁରରେ ମର୍ଚ୍ଚାଣ୍ଟ ନାଭିରେ ଚାକିରି କରନ୍ତି। ପୁଅ ପ୍ରଶାନ୍ତ ଫ୍ଲାଟ୍‌ କିଣିବାକୁ ସଂସ୍ଥା ସହ ଯୋଗାଯୋଗ କରିଥିଲେ। ୨୦୧୪ରେ ସଂସ୍ଥା ତାଙ୍କୁ କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ହେଉଥିବା ଏକ ପ୍ରୋଜେକ୍ଟରେ ଫ୍ଲାଟ ଦେବାକୁ କହି ୫୭ ଲକ୍ଷ ଟଙ୍କା ନେଇଥିଲା। ୨୦୧୫ ଶେଷ ହୋଇଯାଇଥିଲେ ମଧ୍ୟ ସଂସ୍ଥା ତାଙ୍କୁ ଫ୍ଲାଟ ଦେଇପାରି ନ ଥିଲା। ଟଙ୍କା ଫେରାଇବାକୁ ପ୍ରଶାନ୍ତ କହିବାରୁ ରସୁଲଗଡରେ ହେଉଥିବା ଆଉ ଏକ ପ୍ରୋଜେକ୍ଟରେ ଘର ଦେବ ବୋଲି ସଂସ୍ଥା କହିଥିଲା। ଏଥିପାଇଁ ଆହୁରି ୧୪ ଲକ୍ଷ ଟଙ୍କା ନେଇଥିଲେ ମଧ୍ୟ ଘର ଦେଇପାରି ନ ଥିଲେ। ସଂସ୍ଥାର ନିର୍ଦ୍ଦେଶକ ଓ ଅନ୍ୟମାନେ ଧରାଛୁଆଁ ନ ଦେବାରୁ ଗତ ୪ ମାସ ତଳେ ଥାନାରେ ଅଭିଯୋଗ କରିଥିଲେ। ତତ୍‌କାଳୀନ ଥାନାଧିକାରୀ ଉମାକାନ୍ତ ପ୍ରଧାନ ବିଲ୍ଡରଙ୍କୁ ଥାନାକୁ ଡାକିଥିଲେ। ହେଲେ ସେ ନିଜେ ନ ଆସି ଅନ୍ୟ ଜଣଙ୍କୁ ପଠାଇ ଟଙ୍କା ଫେରାଇବାକୁ କହି ଚେକ୍‌ ଧରାଇ ସମୟ ନେଇଥିଲେ। ପରେ ଉକ୍ତ ଚେକ୍‌ ବାଉନ୍ସ ହୋଇଯାଇଥିଲା। ଏହାପରେ ପୁଣି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କିଛି ଶୁଣି ନ ଥିଲା। ପ୍ରଶାନ୍ତ ଚାକିରି କରୁଥିବାରୁ ବାପା ପ୍ରଫୁଲ୍ଲ ଥାନାକୁ ଦୌଡିବା ପରେ ଶେଷରେ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତିଙ୍କୁ ଭେଟି ଜଣାଇଥିଲେ। ପୋଲିସ କମିଶନରଙ୍କ ନିର୍ଦ୍ଦେଶ ପରେ ନୟାପଲୀ ଥାନା ଅଧିକାରୀ ସଂପୃକ୍ତ ବିଲ୍ଡରଙ୍କ ନାମରେ ମାମଲା ରୁଜୁ କରିଛନ୍ତି। ଏନେଇ ଥାନା ଅଧିକାରୀ ଅରୁଣ କୁୁମାର ସ୍ବାଇଁ କହିଛନ୍ତି,ଏନେଇ ଆମେ ଏକ ମାମଲା ରୁଜୁ କରି ତଦନ୍ତ କରୁଛୁ। ଏ ସଂକ୍ରାନ୍ତ କାଗଜପତ୍ର ଯାଞ୍ଚ କରାଯାଉଛି। ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟ ବଜେଟ: ଓଡ଼ିଶାର ମୁଣ୍ଡ ପିଛା ଆୟ ୯.୨% ବୃଦ୍ଧି

ଭୁବନେଶ୍ୱର,୨୦ା୨(ରବିନାରାୟଣ ଜେନା): ଓଡ଼ିଶାର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହେଉଛି। ଏଥିଯୋଗୁ ୨୦୨୫-୨୬ (ଅଗ୍ରୀମ ଆକଳନ)ରେ ଓଡ଼ିଶାର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧,୮୬,୭୬୧ ଟଙ୍କାରେ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ପୁରୁଣା ସୁନାକୁ ନୂଆ ଭଳି କରିବା ବାହାନାରେ ସୁନା ଚୋରି, ୬ ମହିଳାଙ୍କୁ କୋର୍ଟ ଚାଲାଣ କଲା…

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ଅଞ୍ଚଳରେ ସୁନା ଚୋରି ମାମଲାରେ ବୁଧବାର ବିଶ୍ୱନାଥପୁର ଥାନା ପୋଲିସ ୬ ମହିଳାଙ୍କୁ ଗିରଫ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri