ଫ୍ରେଞ୍ଚ୍‌ ପାଇଁ ୟୁଏସ୍‌ ଓପନ ନ ଖେଳିବାକୁ ଜୋକୋଭିଚ୍‌ ଚିନ୍ତା କରୁଛନ୍ତି

ବେଲଗ୍ରେଡ,୧୦।୬(ଏ.ପି.): ଅଭିଜ୍ଞ ସର୍ବିୟା ଟେନିସ ତାରକା ନୋଭାକ ଜୋକୋଭିଚ୍‌ ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ ନ ଖେଳିବାକୁ ଚିନ୍ତା କରୁଛନ୍ତି। ଯଦି ୟୁଏସ୍‌ ଓପନ ଆୟୋଜନ ହୁଏ ତେବେ ସେ ଫ୍ରେଞ୍ଚ୍‌ ଓପନ ଖେଳିବାକୁ ଅଧିକ ପସନ୍ଦ କରିବେ। କୋଭିଡ-୧୯ ମହାମାରୀ ପାଇଁ ନ୍ୟୁୟର୍କରେ ଅତ୍ୟଧିକ କଟକଣା ଜାରି କରାଯିବ। ଫଳରେ ସ୍ବାଧୀନ ଭାବେ ୟୁଏସ୍‌ ଓପନ୍‌ ଖେଳିବା ଅସମ୍ଭବ ହୋଇପଡିବ ବୋଲି ଜୋକୋଭିଚ୍‌ ସାର୍ବିୟାର ଷ୍ଟେଟ୍‌ ବ୍ରୋଡକାଷ୍ଟର ଆରଟିଏସ୍‌କୁ ସାକ୍ଷାତ୍‌କାର ଦେବା ଅବସରରେ କହିଛନ୍ତି। ୟୁଏସ୍‌ ଓପନ୍‌ ଖେଳିବାକୁ ପ୍ରାୟ ସବୁ ଖେଳାଳି ଅରାଜି ହେବେ। ଏ ସଂକ୍ରାନ୍ତରେ ସେ ସବୁ ଖେଳାଳିଙ୍କ ସହ କଥା ହୋଇଛନ୍ତି ବୋଲି ସେ କହିଛନ୍ତି।
ସେପ୍ଟେମ୍ବରରୁ କ୍ଲେକୋର୍ଟରେ ସେସନ ଆରମ୍ଭ ହେବ ବୋଲି ସେ ଅନୁମାନ କରିଛନ୍ତି। ଅନ୍ୟସବୁ କ୍ରୀଡ଼ାଭଳି ଟେନିସ ମଧ୍ୟ କୋଭିଡ-୧୯ ମହାମାରୀ କାରଣରୁ ବାଧାପ୍ରାପ୍ତ ହୋଇଛି। ଜୁଲାଇ ଅନ୍ତିମ ଭାଗ ପର୍ଯ୍ୟନ୍ତ ସବୁ ଟୁର୍ନାମେଣ୍ଟକୁ ବାତିଲ କରାଯାଇଛି। ଏଥିରେ ମଧ୍ୟ ଫ୍ରେଞ୍ଚ୍‌ ଓପନ୍‌ ସାମିଲ ରହିଛି। ଏହି ଟୁର୍ନାମେଣ୍ଟକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଅନ୍ୟପଟେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଅର୍ଥାତ ୧୯୪୫ ପରେ ପ୍ରଥମଥର ପାଇଁ ଓ୍ବିମ୍ବେଲଡନକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଅଗଷ୍ଟ ୩୧ରେ ୟୁଏସ୍‌ ଓପନ୍‌ ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁସାରେ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଫଳରେ ଆସନ୍ତା ସପ୍ତାହରେ ୟୁଏସ୍‌ ଟେନିସ ଆସୋସିଏଶନ ଟୁର୍ନାମେଣ୍ଟ ଆୟୋଜନ ନେଇ ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି। ଯଦି ୟୁଏସ୍‌ ଓପନ୍‌ ଆୟୋଜନ ହୁଏ ତେବେ ଜୋକୋଭିଚ୍‌ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବାକୁ ଚାହିଁବେନି। କାରଣ ଆମେରିକାର ବାହାର ଖେଳାଳିଙ୍କୁ ଏହି ନିୟମ ମାନିବାକୁ ହେବ। ଆମେରିକା ତଥା ନ୍ୟୁୟର୍କରେ କଟକଣା କଡ଼ାକଡ଼ି ହେବା ନିଶ୍ଚିତ। ତେଣୁ ୟୁଏସ୍‌ ଓପନରୁ ଓହରିବାକୁ ଚିନ୍ତା କରୁଛି ବୋଲି ଜୋକେଭିଚ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri