Posted inଖେଳ

ଫ୍ରେଞ୍ଚ୍‌ ଓପନ୍‌: ବିଶ୍ୱ ଚାମ୍ପିୟନଙ୍କୁ ହରାଇଲେ ସାତ୍ତ୍ୱିକ-ଚିରାଗ

ପ୍ୟାରିସ, ୨୫।୧୦ (ପି.ଟି.)- ଭାରତର ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡ଼ି ଏଠାରେ ଚାଲିଥିବା ୭ ଲକ୍ଷ ୫୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଫ୍ରେଞ୍ଚ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପୁରୁଷ ଡବଲ୍ସରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ନିକଟରେ ଥାଇଲାଣ୍ଡ ଓପନ୍‌ ଜିତିଥିବା ସାତ୍ତ୍ୱିକ-ଚିରାଗ ଯୋଡ଼ି ୨୧-୧୮, ୧୮-୨୧, ୨୧-୧୩ ଗେମ୍‌ରେ ଡିଫେଣ୍ଡିଂ ବିଶ୍ୱ ଚାମ୍ପିୟନ ମହମ୍ମଦ ଏହଶାନ ଓ ହେଣ୍ଡ୍ରା ସେଥିଓ୍ବାନ ଯୋଡ଼ିଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେହିଭଳି ଦୁଇ ମହିଳା ଷ୍ଟାର୍‌ ଖେଳାଳି ପି.ଭି. ସିନ୍ଧୁ ଓ ସାଇନା ନେହ୍ବାଲ ମଧ୍ୟ ଅନ୍ତିମ-୮ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ମହିଳା ସିଙ୍ଗଲ୍ସ ପ୍ରି-କ୍ୱାର୍ଟର ଫାଇନାଲରେ ବିଶ୍ୱ ଚାମ୍ପିୟନ ସିନ୍ଧୁ ୨୧-୧୦, ୨୧-୧୩ ସିଧାସଳଖ ଗେମ୍‌ରେ ସିଙ୍ଗାପୁରର ୟେଓ ଜିଆ ମିନ୍‌ଙ୍କୁ ମାତ୍‌ ଦେଇଛନ୍ତି। ସିନ୍ଧୁ ନିକଟରେ ଚାଇନା, କୋରିଆ ଓ ଡେନମାର୍କ ଓପନ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଥିଲେ। ତେଣୁ ସେ ଏଠାରେ ସଫଳ ହେବା ଲକ୍ଷ୍ୟରେ ରହିଛନ୍ତି। ସେହିଭଳି ୮ମ ସିଡ୍‌ ସାଇନା୨୧-୧୦, ୨୧-୧୧ ଗେମ୍‌ରେ ଡେନମାର୍କର ଲିନେ ହୋଜମାର୍କ ଜାଏର୍ସଫେଲ୍ଡଟ୍‌ଙ୍କୁ ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଫଗାନିସ୍ତାନ-ଭାରତ ପ୍ରଥମ ମ୍ୟାଚ୍‌କୁ ନେଇ ହଟିଲା ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ,୧୦ା୯: ରାଜଧାନୀରେ ବ୍ରିକ୍ସ ସମିଟ କାରଣରୁ ଆସନ୍ତା ୧୩ରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ଦିନକ ପାଇଁ ସ୍ଥଗିତ ରଖାଯିବାର…

ମୁହଁ ଖୋଲିଲେ ରୋହିତ ଶର୍ମା, ଦିନିକିଆ ବିଶ୍ୱକପ ଖେଳିବା ନେଇ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୯: ୨୦୨୭ ଦିନିକିଆ ବିଶ୍ୱକପରେ ଖେଳିବା ସମ୍ପର୍କରେ ପଚରାଯିବାରୁ ରୋହିତ ଶର୍ମା ସ୍ପଷ୍ଟ ଭାବେ କହିଥିଲେ ଯେ ଏ ବିଷୟରେ ମତାମତ ଦେବା ପାଇଁ ଏହା ବହୁତ…

ଭାରତୀୟ ଟିମ୍‌ ପାଇଁ ଖୁସି ଖବର, ଆଫଗାନିସ୍ତାନ ସିରିଜରେ…

ନୂଆଦିଲ୍ଲୀ,୧୦।୯: ଭାରତୀୟ କ୍ରିକେଟ୍ ଦଳ ପାଇଁ ଏକ ବଡ଼ ଖୁସି ଖବର। ଦଳର ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମରା ସମ୍ପୂର୍ଣ୍ଣ ଫିଟ୍ ଘୋଷିତ ହୋଇଛନ୍ତି। ଆସନ୍ତା…

ପାକିସ୍ତାନକୁ ହରାଇଲା ସେମିରେ ପହଞ୍ଚିଲା ଭାରତ

ମାକ୍ୱି,୧୦ା୯: ପାକିସ୍ତାନକୁ ୧୯-୦ ଗୋଲ୍‌ରେ ପରାସ୍ତ କରି ଭାରତ ଜୁନିୟର ମହିଳା ଏସିଆ କପ୍‌ ହକି ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଅନୁଷ୍ଠିତ କ୍ୱାର୍ଟରଫାଇନାଲରେ ଭାରତ…

୬୫ ବର୍ଷର ରେକର୍ଡ ଭାଙ୍ଗିଲେ ଇଶାନ କିଶାନ: ହାସଲ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୦।୯:ଅଧିନାୟକ ଇଶାନ କିଶନଙ୍କ ନେତୃତ୍ୱରେ ଇଷ୍ଟ ଜୋନ ଦଳ ୨୦୨୬ ଦୁଲିପ ଟ୍ରଫି (Duleep Trophy) ବିଜୟୀ ହୋଇଛି। ୧୩ ବର୍ଷର ଦୀର୍ଘ ଅପେକ୍ଷା ପରେ ଦଳ…

୧୩ ବର୍ଷର ଅପେକ୍ଷାର ଅନ୍ତ ଘଟାଇଲେ ଇଶାନ କିଶାନ: ଫାଇନାଲ୍‌ରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୧୦।୯: ଶେଷରେ ୧୩ ବର୍ଷର ଅପେକ୍ଷାର ଅନ୍ତ ଘଟାଇଛନ୍ତି ଇଶାନ କିଶାନ। ଫାଇନାଲ ମ୍ୟାଚ୍‌ରେ ସାଉଥ ଜୋନକୁ ପରାସ୍ତ କରି ଇଷ୍ଟ ଜୋନ ଦଳ ଦୁଲିପ ଟ୍ରଫି…

Watch: ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଭାଙ୍ଗଡ଼ା ନାଚିଲେ ଈଶାନ କିଶନ, କିନ୍ତୁ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୯: ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଦୁଲିପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଡ୍ର’ରେ ଶେଷ ହେବା ପରେ ‘ଇଷ୍ଟ ଜୋନ’ (East Zone) ଚାମ୍ପିୟନ…

ହିଟ୍‌ମ୍ୟାନ୍‌ଙ୍କ ଟି-ଶର୍ଟକୁ ନେଇ ବଢୁଛି ଚର୍ଚ୍ଚା: କାହାକୁ ନେଇ କଲେ ଏମିତି କଟାକ୍ଷ, ଜାଣନ୍ତୁ

ନୂଆଦିଲ୍ଲୀ,୧୦।୮: ଆଜିକାଲି ସୋସିଆଲ ମିଡିଆରେ ରୋହିତ ଶର୍ମାଙ୍କ ଏକ ଟି-ଶର୍ଟ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଲୋକମାନେ ଏହାକୁ ଅଜିତ ଅଗରକରଙ୍କ ସହ ଯୋଡ଼ି ଦେଖୁଛନ୍ତି। ସୋନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri