Posted inଖେଳ

ଫ୍ରେଞ୍ଚ୍‌ ଓପନ୍‌: ନାଡ଼ାଲ, ଜୋକୋଭିଚ୍‌ଙ୍କ ଅଗ୍ରଗତି

ପ୍ୟାରିସ୍‌,୨୮।୫ (ଏଏଫ୍‌ପି)- ଗତଥରର ଚାମ୍ପିୟନ ସ୍ପେନ୍‌ର ରାଫାଲ ନାଡ଼ାଲ ଓ ସର୍ବିଆ ତାରକା ନୋଭାକ ଜୋକୋଭିଚ୍‌ ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୧୭ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ନାଡ଼ାଲ ୬-୨, ୬-୧, ୬-୩ ସେଟ୍‌ରେ ଜର୍ମାନ କ୍ୱାଲିଫାୟର ତଥା ବିଶ୍ୱର ୧୧୪ ନମ୍ବର ଖେଳାଳି ୟାନିକ୍‌ ହାନଫମ୍ୟାନଙ୍କୁ ପରାସ୍ତ କରି ଅଗ୍ରଗତି କରିଛନ୍ତି। ଏଥି ସହିତ ନାଡ଼ାଲ ଦ୍ୱାଦଶ ଫ୍ରେଞ୍ଚ ଓପନ ଟାଇଟଲ ହାସଲ ପାଇଁ ଗୋଟିଏ ପାଦ ଆଗକୁ ବଢିଛନ୍ତି। ସେହିପରି ବିଶ୍ୱର ୧ ନମ୍ବର ଖେଳାଳି ଜୋକୋଭିଚ୍‌ ୬-୪, ୬-୨, ୬-୨ ସେଟରେ ପୋଲାଣ୍ଡର ହୁବର୍ଟ ହୁର୍କାଜଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ନାଡ଼ାଲ ଚଳିତ କ୍ଲେ- କୋର୍ଟ ସିଜନରେ କ୍ରମାଗତ ୩ଟି ଟୁର୍ନାମେଣ୍ଟର ସେମିଫାଇନଲରେ ପରାସ୍ତ ହୋଇଥିଲେ। ତେବେ ଇଟାଲିଆନ ଓପନ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ସେ ଟାଇଟଲ ଜିତିଥିଲେ। ଜୋକୋଭିଚ୍‌ଙ୍କୁ ହରାଇ ସେ ଏହି ସଫଳତା ପାଇଥିଲେ। କ୍ଲେ-କୋର୍ଟର ରାଜା କୁହାଯାଉଥିବା ନାଡ଼ାଲ ପ୍ରେଞ୍ଚ୍‌ ଓପନରେ ଏପର୍ଯ୍ୟନ୍ତ ୮୭ଟି ମ୍ୟାଚ୍‌ ଜିତିଥିବା ବେଳେ ମାତ୍ର ୨ଟି ମ୍ୟାଚ୍‌ରେ ପରାସ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗତ ୮ ଇନିଂସରେ କରିଛନ୍ତି ମାତ୍ର ୮୬ ରନ୍‌

ନୂଆଦିଲ୍ଲୀ,୨୫।୧୧: ଅନ୍ତର୍ଜାତୀୟ କ୍ରିକେଟରେ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ଦିନିକିଆ ମୁକାବିଳାରେ ପନ୍ତ...

୧୯ ବର୍ଷରୁ କମ୍‌ କ୍ରିକେଟ, ପ୍ରିୟମଙ୍କ ଶତକ: ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ

ଡର୍ବାନ, ୪ା୧ (ପି.ଟି.)-ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଦିନିକିଆ ସିରିଜରେ ଭାରତର ୧୯ବର୍ଷରୁ କମ୍‌ କ୍ରିକେଟ ଦଳ ବିଜୟ ସହ ଏହାର ଅଭିଯାନ ଆରମ୍ଭ କରିଛି। ଅଧିନାୟକ...

ଭାରତୀୟ ପେସରଙ୍କ ନାମରେ ପ୍ରଥମ ସେସନ

ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲର ୫ମ ଦିନରେ ପ୍ରଥମ ସେସନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ପେସରଙ୍କ ନାମରେ ରହିଛି। ଖେଳ ଆରମ୍ଭ ହେବାର...

ଆଇପିଏଲ୍‌ ଉତ୍କଣ୍ଠା

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ପରବର୍ତ୍ତୀ ସଂସ୍କରଣ ମାର୍ଚ୍ଚ ୩୧ ତାରିଖରେ ଆରମ୍ଭ ହେବାକୁ ଯାଉଛି। ମୋଟ ୧୦ଟି ଟିମ୍‌ ମଧ୍ୟରେ ଏଥର ୭୪ ମ୍ୟାଚ ଖେଳାଯିବ।...

ମହିଳା ରେସ୍‌ଲିଂ କୋଚ୍‌ ସ୍ବଦେଶ ଫେରିଲେ

ନୂଆଦିଲ୍ଲୀ, ୨୧ା୩ (ପି.ଟି.)-କୋଭିଡ୍‌-୧୯ ଆଶଙ୍କା ଯୋଗୁ ଲକ୍ଷ୍ନୌ ଓ ସୋନେପତ୍‌ଠାରେ ଚାଲିଥିବା ଜାତୀୟ କ୍ୟାମ୍ପ୍‌କୁ ବର୍ତ୍ତମାନ ପାଇଁ ବନ୍ଦ କରିଦେବା ଲାଗି ଜାତୀୟ ମହାସଂଘ ନିଷ୍ପତ୍ତି...

ଲକ୍ଷ୍ୟ ପଥରେ ହର୍ଡଲ୍ସ ପ୍ରତିଭା

ଭୁବନେଶ୍ୱର, ୨୧।୧୧(କ୍ରୀଡ଼ା ପ୍ରତିନିଧି)- ବୟସ ମାତ୍ର ୧୫ ହୋଇଥିଲେ ହେଁ ସ୍ଥାନୀୟ ରିଲିଆନ୍ସ ଫାଉଣ୍ଡେଶନ ଓଡ଼ିଶା ଆଥଲେଟିକ୍ସ ଆଇ ପରଫର୍ମାନ୍ସ ସେଣ୍ଟର (ଏଚପିସି)ର ସବିତା ଟପ୍ପୋ...

୭୧ ଶତକ କରିଥିଲେ ବି ହରଭଜନଙ୍କ ବଲ୍‌କୁ ଖେଳିବାକୁ ଡର ଲାଗୁଥିଲା: ପଣ୍ଟିଂ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ରିକି ପଣ୍ଟିଂ ନିଜର ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ୭୧ଟି ଶତକ କରିଛନ୍ତି। ତାଙ୍କ ନେତୃତ୍ୱରେ ଦଳ ଦୁଇଥର ଦିନିକିଆ ବିଶ୍ୱକପ୍‌ ଚମ୍ପିଆନ୍‌...

ସାଇକ୍ଲିଷ୍ଟ ଗାଭିରିଆଙ୍କୁ କରୋନା

ମିଲାନ, ୨୧ା୧୦ (ଏପି)- କରୋନା ଟେଷ୍ଟରେ କଲମ୍ବିଆନ ସାଇକ୍ଲିଷ୍ଟ ଫର୍ନାଣ୍ଡୋ ଗାଭିରିଆଙ୍କର ପଜିଟିଭ ଆସିଛି। ସେ ତୁରନ୍ତ ଗିରୋ ଡି’ଇଟାଲିଆ ସାଇକ୍ଲିଂ ରେସ୍‌ରୁ ଓହରିଯାଇଛନ୍ତି। ରବିବାର...

Advertisement
Archives

Model This Week