Posted inଜାତୀୟ

ଫ୍ରିରେ ମିଳିବ କେଜରିଓ୍ବାଲଙ୍କ ଭଲପାଇବା

ନୂଆଦିଲ୍ଲୀ,୧୬।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ତୃତୀୟଥର ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାମଲୀଳା ମଇଦାନରେ ଆୟୋଜିତ ଏହି ଶପଥ ଗ୍ରହଣ ସମାରୋହରେ ହଜାର ହଜାର ଜନତା ରୁଣ୍ଡ ହୋଇଥିବା ଦେଖାଯାଇଥିଲା। ଶପଥ ନେବା ପରେ କେଜରିଓ୍ବାଲ କହିଥିଲେ ଲୋକେ କହୁଛନ୍ତି କେଜରିଓ୍ବାଲ ସବୁ ମାଗଣାରେ ଦେଉଛନ୍ତି। ହେଲେ ପ୍ରକୃତି ତ ସବୁଠାରୁ ମୂଲ୍ୟବାନ୍‌ ଉପହାର ବିଶ୍ୱାବାସୀଙ୍କୁ ମାଗଣାରେ ଦେଇଛି। ତାହା ମା’ଙ୍କ ଭଲପାଇବା, ବାପାଙ୍କ ଆଶୀର୍ବାଦ ପୁଣି ଶ୍ରବଣ କୁମାରଙ୍କ ସମର୍ପଣ। ତେଣୁ କେଜରିଓ୍ବାଲ ଜନତାଙ୍କୁ ଭଲପାଆନ୍ତି ଆଉ ଏହି ଭଲପାଇବା ହିଁ ଫ୍ରିରେ ଦେଇପାରିବେ ବୋଲି କେଜରିଓ୍ବାଲ କହିଛନ୍ତି। ସୂଚନାଯୋଗ୍ୟ, କେଜରିଓ୍ବାଲଙ୍କ ଏଏପି ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୋଟ ୭୦ ଆସନରୁ ୬୨ରେ ବିଜୟ ଲାଭ କରି ସରକାର ଗଠନ କରିବାକୁ ଯାଉଛନ୍ତି। ରବିବାର ତାଙ୍କ ସହ ଆଉ ୫ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃଷକ ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ବିରାଟ କୋହଲି

ନୂଆଦିଲ୍ଲୀ,୪।୨: କୃଷକ ଆନ୍ଦୋଳନ ଉପରେ ସୋସିଆଲ ମିଡିଆରେ ପପ ଷ୍ଟାର ରିହାନାଙ୍କ ଟୁଇଟକୁ ନେଇ ଏକ ବିତର୍କ ଚାଲିଛି। ବହୁ ବିଦେଶୀ ସେଲିବ୍ରିଟି କୃଷକ ଆନ୍ଦୋଳନକୁ...

୨୨ ବର୍ଷ ପରେ ଘର ବାହୁଡ଼ିବେ ଭଗବାନ ମହାଦେବ…

ଜୟପୁର, ୩୦।୭: ରାଜସ୍ଥାନରେ ୨୨ ବର୍ଷ ପରେ ଭଗବାନ ମହାଦେବ ଘରକୁ ବାହୁଡ଼ିବେ। ୧୯୯୮ରେ ରାଜ୍ୟର ଚିତୋରଗଡ଼ସ୍ଥିତ ବରୋଲିର ଘାଟଶ୍ୱର ମନ୍ଦିରରୁ ମହାଦେବଙ୍କ ନବମ ଶତାବ୍ଦୀର...

ଜୋକ ଦ୍ୱାରା ରୋଗ ଚିକିତ୍ସା ୧୦ ବର୍ଷରେ ୧୩ ଗୁଣା ମହଙ୍ଗା: ବର୍ଷକୁ ୧୨ କୋଟି ଟଙ୍କାର ଜୋକ ବିକ୍ରି

ନାଗପୁର,୧୬।୬: ଆଧୁନିକ ଚିକିତ୍ସା ସତ୍ତ୍ୱେ କେତେକ ଜୋକ ଦ୍ୱାରା ରୋଗ ଚିକିତ୍ସା ପଦ୍ଧତି ପ୍ରତି ବେଶ୍‌ ଆକର୍ଷିତ ହେଉଛନ୍ତି। ଏହି ପଦ୍ଧତି ସମ୍ପର୍କରେ ଆୟୁର୍ବେଦରେ ମଧ୍ୟ...

ବଳାତ୍କାର, ପୋକ୍ସୋ ମାମଲା ତଦନ୍ତ ୨ ମାସରେ ସାର

ପାଟନା,୯ା୧୨(ପି.ଟି.): ବଳାତ୍କାର ମାମଲା ଏବଂ ପୋକ୍ସୋ ଆଇନରେ ରୁଜୁ ହୋଇଥିବା ମାମଲାଗୁଡ଼ିକର ତଦନ୍ତ ୨ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବା ଆବଶ୍ୟକ। ଏଥିପାଇଁ କେନ୍ଦ୍ର ଆଇନମନ୍ତ୍ରୀ...

ଜେଡିୟୁର ଗୁରୁତ୍ୱପୂର୍ଣ୍ଣ ବୈଠକ: ନୀତୀଶଙ୍କ ସହ ଅଛନ୍ତି ପ୍ରଶାନ୍ତ କିଶୋର

ପାଟନା,୯।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ରବିବାର ପାଟନାରେ ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ...

ଜମ୍ମୁ-କଶ୍ମୀର ଆଇପିଏସ୍‌ ଅଫିସର ବସନ୍ତ ରଥ ନିଲମ୍ବିତ

ଶ୍ରୀନଗର,୮।୭: ଦୁର୍ବବ୍ୟହାର ଓ ଅସଦାଚରଣ ଅଭିଯୋଗରେ ଜମ୍ମୁ- କଶ୍ମୀରର ବରିଷ୍ଠ ଓଡ଼ିଆ ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ବୁଧବାର ନିଲମ୍ବିତ କରାଯାଇଛି। ଏନେଇ କେନ୍ଦ୍ର ସ୍ବରାଷ୍ଟ୍ର...

ସଂଖ୍ୟାଲଘୁଙ୍କ ସ୍ବୀକାର୍ଯ୍ୟ ନେତା ପାଲଟିଛନ୍ତି ମୋଦି: ନକ୍‌ଭୀ

ନୂଆଦିଲ୍ଲୀ,୧୭।୧୨: ଦେଶର ସର୍ବାଧିକ ସଂଖ୍ୟାଲଘୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରୁଛନ୍ତି। ମୋଦି ଦେଶର ଅଳ୍ପସଂଖ୍ୟକଙ୍କର ସ୍ବୀକାର୍ଯ୍ୟ ନେତା ପାଲଟିଛନ୍ତି। ଏସମ୍ପର୍କରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ...

ସରକାରୀ ହସ୍ପିଟାଲରୁ ଉଦ୍ଧାର ହେଲା ୩ଫୁଟର ଝିଟିପିଟି

ଫତେହବାଦ,୨୫।୬: ହରିୟାଣାର ଫତେହବାଦର ତୋହାନା ନିକଟସ୍ଥ ସରକାରୀ ହସ୍ପିଟାଲର ଏମାରଜେନ୍ସୀ ଓ୍ବାର୍ଡରୁ ଏକ ବିଶାଳକାୟ ଝିଟିପିଟିକୁ ଉଦ୍ଧାର କରାଯାଇଛି। ଏହି ଝିଟିପିଟିର ଲମ୍ବ ପ୍ରାୟ ୩ଫୁଟ...

Advertisement

BGU

Archives

Model This Week

Why Dharitri