ଫେଷ୍ଟିଭ୍‌ ସେଲ୍‌

ଆରମ୍ଭ ହୋଇଗଲାଣି ପାର୍ବଣ ଋତୁ। ମାର୍କେଟ୍‌କୁ ବାହାରିବା ମାତ୍ରେ ଛୋଟ ବଡ଼ ଦୋକାନରୁ ଶପିଂ ମଲ୍‌ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ଫେଷ୍ଟିଭ୍‌ ସେଲ୍‌। କେବଳ ଏତିକି ନୁହେଁ, ନାମୀଦାମୀ ଅନ୍‌ଲାଇନ ଶପିଂ ସାଇଟ୍‌ଗୁଡ଼ିକରେ ମଧ୍ୟ ସେଲ୍‌ରେ ପ୍ରତିଟି ଆଇଟମରେ ମିଳୁଛି ସ୍ପେଶାଲ ଅଫର, ଯାହାକି ସଭିଙ୍କୁ ବିଶେଷକରି ମହିଳାଙ୍କୁ କରୁଛି ଅଧିକ ଆକୃଷ୍ଟ…

ଘର ପାଇଁ ଆବଶ୍ୟକ ସାମଗ୍ରୀଠାରୁ ଆରମ୍ଭକରି ପିଲାଠୁ ବଡ଼ ପରିବାରର ସବୁ ସଦସ୍ୟଙ୍କ ପାଇଁ ପୋଷାକ ହେଉ ଅବା ନିଜର ଡ୍ରେସ୍‌, କସ୍‌ମେଟିକ୍ସ ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣିବା ଲାଗି ମହିଳାମାନେ ସର୍ବଦା ଆଗଭର। ଏମିତିରେ ଯଦି ସେମାନଙ୍କୁ ମିଳିଯାଏ କିଛି ସ୍ପେଶାଲ ଅଫର ବା ଡିସ୍‌କାଉଣ୍ଟ ତେବେ ଶପିଂରେ ଯେମିତି ଅଧିକ ମଜା ଆସିଯାଏ। ଆଉ ଏହି ସୁବିଧା ପାଇବା ଲାଗି ଅଧିକାଂଶ ମହିଳା ଚାତକ ପରି ଚାହିଁ ରହିଥାନ୍ତି ଫେଷ୍ଟିଭ୍‌ ସେଲ୍‌କୁ। ତେବେ ଏହି ସମୟରେ ବର୍ଷର ଅନ୍ୟ ଦିନ ଅପେକ୍ଷା ବିଭିନ୍ନ ସାମଗ୍ରୀ ଉପରେ ବିଶେଷ ରିହାତି ମିଳୁଥିବାରୁ ଅନେକେ ଅଫର ହାତଛଡ଼ା ନ ହୋଇଯିବା ଲୋଭରେ କାଳ ବିଳମ୍ବ ନ କରି ଶୀଘ୍ର ଅଧିକ ସାମଗ୍ରୀ କିଣିନିଅନ୍ତି। ହେଲେ କେବେ କେବେ ଏଥିପାଇଁ ଆବଶ୍ୟକରୁ ଅଧିକ ଖର୍ଚ୍ଚ ହୋଇଯାଉଥିବା ବେଳେ ଆଉ କେବେ ଠକାମିର ବି ଶିକାର ହେବାକୁ ପଡ଼ିଥାଏ। ତେଣୁ ଫେଷ୍ଟିଭ୍‌ ସେଲ୍‌ ବେଳେ ଶପିଂ କରୁଥିଲେ କେତେକ ଦିଗ ପ୍ରତି ସଜାଗ ରହିବା ଆବଶ୍ୟକ…
ଶପିଂ ପ୍ଲାନ୍‌ କରନ୍ତୁ: ଯଦି ଫେଷ୍ଟିଭ୍‌ ସେଲ୍‌ ବେଳେ ଘରକରଣା ସାମଗ୍ରୀ, ଡ୍ରେସ୍‌, ଇଲେକ୍ଟ୍ରୋନିକ୍ସ ଆଦି ଭଳି ବିଭିନ୍ନ ଆଇଟମ୍‌ରେ ଭଲ ଡିସ୍‌କାଉଣ୍ଟ ମିଳୁଥିବାରୁ ଅଧିକାଂଶ ମହିଳା ଏହି ସମୟରେ ଶପିଂ କରିବାକୁ ଚାହିଁ ରହିଥାନ୍ତି। ଯଦି ଆପଣ ବି ଏପରି କରୁଛନ୍ତି ତେବେ ପ୍ରଥମେ ନିଜର ତଥା ପରିବାରର ଆବଶ୍ୟକତାକୁ ଆଖି ଆଗରେ ରଖି କ’ଣ ସବୁ କିଣିବେ ପ୍ଲାନ୍‌ କରନ୍ତୁ।
ବଜେଟ ସେଟ୍‌ କରନ୍ତୁ: ଆପଣ ପ୍ରଥମେ କେତେ ଟଙ୍କାର ଶପିଂ କରିବେ ଏକ ବଜେଟ ସେଟ୍‌ କରନ୍ତୁ। ସେତିକି ଟଙ୍କାରେ କ’ଣ କ’ଣ କିଣିବେ ସେଥିପାଇଁ ଏକ ଲିଷ୍ଟ ପ୍ରସ୍ତୁତ କରନ୍ତୁ। ନଚେତ୍‌ କମ୍‌ ଟଙ୍କା ଲୋଭରେ କିଣୁ କିଣୁ କେତେବେଳେ ଆବଶ୍ୟକରୁ ବହୁ ଅଧିକ ଖର୍ଚ୍ଚ ହୋଇଯିବ ଜଣାପଡ଼ିବ ନାହିଁ । ତେଣୁ ବଜେଟ ଅନୁୟାୟୀ ଶପିଂ କରନ୍ତୁ ଏବଂ ଯଦି ଟଙ୍କା କମ୍‌ ପଡ଼େ ତେବେ ଅତି ଆବଶ୍ୟକ ନ ଥିଲେ କେଉଁ ସାମଗ୍ରୀ କାଟିବେ ବିଚାର କରନ୍ତୁ।
ମନେରଖନ୍ତୁ
ସାମଗ୍ରୀରେ ଲାଷ୍ଟ ଡେଟ୍‌, ଲିମିଟେଡ୍‌ ଡିସ୍‌କାଉଣ୍ଟ ଅଫର, ବିଭିନ୍ନ ସାମଗ୍ରୀ ଉପରେ କିଛି ନିର୍ଦ୍ଦିଷ୍ଟ ପ୍ରତିଶତ ରିହାତି, ବାଏ ଓ୍ବାନ୍‌ ଗେଟ୍‌ ଓ୍ବାନ୍‌ ଫ୍ରି, ଲକି ଡ୍ର କୁପନ୍‌ ଭଳି ଅଫର ଦିଆଯାଉଛି। ଏହାକୁ ଦେଖି ଅନେକ ମହିଳା ଆଗ ପଛ ବିଚାର ନ କରି କିଣି ନିଅନ୍ତି ଏବଂ ପରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ସେଲ୍‌ରେ କିଛି ବି ସାମଗ୍ରୀ କିଣିବା ବେଳେ ପ୍ରଥମେ ଟର୍ମ ଆଣ୍ଡ କଣ୍ଡିଶନ ସମ୍ପର୍କରେ ପ୍ରଥମେ ଭଲ ଭାବେ ବୁଝିନିଅନ୍ତୁ।
ଅନେକ ମହିଳା ଅଫର ହାତଛଡ଼ା ନ ହୋଇଯିବା ଲୋଭରେ ଶୀଘ୍ର ଜିନିଷ କିଣିନିଅନ୍ତି। ହେଲେ କୌଣସି ବି ସାମଗ୍ରୀ କିଣିବା ବେଳେ ତରବର ଭାବେ ନିଷ୍ପତ୍ତି ନ ନେଇ ପ୍ରଥମେ ବିଚାରକରନ୍ତୁ। ଅନ୍ୟ ଦୋକାନରେ କିମ୍ବା ଅନ୍‌ଲାଇନରେ ଉକ୍ତ ସାମଗ୍ରୀର ଦାମ୍‌ କେତେ ଦେଖିବା ପରେ କିଣିପାରିବେ।
ବିଶେଷ କରି ଅନ୍‌ଲାଇନ ଶପିଂ ସାଇଟ୍‌ରେ କିଛି ଜିନିଷ କିଣୁଥିଲେ ଯେପରି ଠକାମିର ଶିକାର ନ ହୁଅନ୍ତି ସେଥିପାଇଁ ସତର୍କ ରହିବା ଦରକାର। ପ୍ରଥମେ ଜିନିଷ ପସନ୍ଦ ନ ହେଲେ ବଦଳାଇବାର ସୁବିଧା ଅଛିକି ନାହିଁ ଜାଣନ୍ତୁ। କାରଣ ସେଲ୍‌ ସମୟରେ ମିଳୁଥିବା ଅଧିକାଂଶ ସାମଗ୍ରୀରେ ଏକ୍ସଚେଞ୍ଜ ଅଫର ନ ଥାଏ। ତେଣୁ ପ୍ରଥମେ ଏହା ସମ୍ପର୍କରେ ଜାଣିବା ପରେ ସାମଗ୍ରୀ କିଣନ୍ତୁ ନଚେତ୍‌ ପରବର୍ତ୍ତୀ ସମୟରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ଶପିଂ ମଲ୍‌ରେ ପୂଜା ପାଇଁ ଲକି ଡ୍ର ସିଷ୍ଟମ ରଖାଯାଇଥାଏ। ଉଦାହରଣ ସ୍ବରୂପ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଶପିଂରେ ଗୋଟିଏ କାର୍ଡ ୨ ହଜାରରେ ୨ଟି , ୫ହଜାରରେ ୫ଟି କାର୍ଡ ମିଳିଥାଏ। ଏଥିରୁ କାର୍‌, ବାଇକ୍‌, ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ଭଳି ବିଭିନ୍ନ ଆକର୍ଷଣୀୟ ପ୍ରାଇଜ୍‌ ଥିବାରୁ ଅନେକେ ଜିତିବା ଲୋଭରେ ଆବଶ୍ୟକ ନ ଥିବା ଜିନିଷ ବି କିଣିଥାନ୍ତି। ହେଲେ ଏହାଦ୍ୱାରା ଯେ ସେମାନେ ଅଯଥା ଟଙ୍କା ନଷ୍ଟ କରୁଛନ୍ତି ଭୁଲିଯାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ-ଶୁକ୍ରଙ୍କ ଯୁତିରେ ଗଠନ ହେବ ଶୁକ୍ରାଦିତ୍ୟ ରାଜଯୋଗ; ଚମକିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ଯୁତିକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଦୁଇଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କଲେ ତାହାକୁ ଗ୍ରହ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!

ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?