Posted inଫୁରସତ

ଫେରୀଟେଲ ଭିଲେଜ୍‌

ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନ ସବୁବେଳେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ। ତେବେ ପୃଥିବୀରେ ଏଭଳି ଅନେକ ମନୁଷ୍ୟକୃତ ସ୍ଥାନ ରହିଛି, ଯାହା ଦେଖିବାକୁ ଖୁବ୍‌ ମନୋରମ ମଧ୍ୟ। ଏଭଳି ଏକ ସ୍ଥାନ ରହିଛି ଦକ୍ଷିଣ-ପୂର୍ବ ପୋଲାଣ୍ଡରେ। ଏଠାରେ ଥିବା ଜାଲିପି ନାମକ ଗାଁଟି ସମ୍ପୂର୍ଣ୍ଣ ଭାବେ ଚିତ୍ରିତ ହୋଇଛି ସୁନ୍ଦର ସୁନ୍ଦର ପେଣ୍ଟିଂରେ। ତେବେ ଲୋକଙ୍କ କହିବା ଅନୁଯାୟୀ ୧୯ଶ ଶତାବ୍ଦୀ ପ୍ରାରମ୍ଭରେ ସେଠାକାର ଘରଗୁଡିକରେ ବାୟୁ ଚଳାଚଳର ସୁବିଧା ନ ଥିଲା ଏବଂ ଘରର କାନ୍ଥଗୁଡିକ ଚିମିନି ଧୂଆଁର ଦାଗ ଲାଗି ବେରଙ୍ଗ ଦେଖାଯାଉଥିଲା। ତେଣୁ ପ୍ରତିକାର ସ୍ବରୂପ ଏଠାକାର ଜଣେ ବାସିନ୍ଦା ନିଜ ଘରକୁ ଏକ କଳାତ୍ମକ ସ୍ପର୍ଶ ଦେବାକୁ ଯାଇ ଘରର କାନ୍ଥରେ ବିଭିନ୍ନ ଫୁଲର ଚିତ୍ର ଆଙ୍କିଥିଲେ, ଯାହା କାନ୍ଥର ଦାଗ ଲୁଚାଇବା ସହ ଘରର ସୌନ୍ଦର୍ଯ୍ୟ ବଢାଇବାରେ ମଧ୍ୟ ସହାୟକ ହେଲା। ଏଥିରେ ଅନୁପ୍ରାଣିତ ହୋଇ ଗାଁର ଅନ୍ୟ ଅଧିବାସୀମାନେ ମଧ୍ୟ ନିଜ ଘରକୁ ସେହିଭଳି ପେଣ୍ଟିଂ କରିବାରେ ଲାଗିଲେ। ଫଳ ସ୍ବରୂପ ସମ୍ପୂର୍ଣ୍ଣ ଗାଁଟି ଚିତ୍ରିତ ହୋଇଗଲା ସୁନ୍ଦର ସୁନ୍ଦର ଫୁଲର ପେଣ୍ଟିଂରେ। ସେବେଠାରୁ ଏହି ପ୍ରଥା ପିଢି ପରେ ପିଢି ଚାଲି ଆସିଛି ଏବଂ ଏହି ଗାଁକୁ ଦେଖିବା ଲାଗି ପର୍ଯ୍ୟଟକଙ୍କ ବେଶ୍‌ ଭିଡ ମଧ୍ୟ ଜମୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହରେ ୪ଦିନ କାମ: ପରିଣାମ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ମାଲିକ

ସରକାରୀ ହେଉ କି ବେସରକାରୀ କମ୍ପାନୀଗୁଡିକରେ କାମ କରୁଥିବା କର୍ମଚାରୀଙ୍କୁ ସପ୍ତାହରେ ଗୋଟିଏ ଦିନ ସାପ୍ତାହିକ ଛୁଟି ମିଳିଥାଏ। ଆଜିକାଲି ବେସରକାରୀ କମ୍ପାନୀଗୁଡିକରେ କାର୍ଯ୍ୟ ଏତେ...

୧୧୨ ବର୍ଷ ତଳେ ଘଟିଥିଲା ଏପରି ଏକ ବିସ୍ଫୋରକ ଘଟଣା, ଯାହା ଉପରୁ ଆଜି ପର୍ଯ୍ୟନ୍ତ ହଟିନାହିଁ ପରଦା

ଋଷିଆର ସାଇବେରିଆ ଅଞ୍ଚଳରେ ୧୧୨ ବର୍ଷ ତଳେ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏହି ଘଟଣା ପୋଡେକାମେନାୟା ତୁଙ୍ଗୁସ୍କା ନଦୀ ନିକଟରେ ହୋଇଥିଲା। କୁହାଯାଏ, ଏହି...

ରେନିଡେ’ ଆଉଟିଂ

ବର୍ଷାଦିନିଆ କୋହଲା ପାଗ ସାଙ୍ଗକୁ ଥଣ୍ଡା ଥଣ୍ଡା ପବନରେ ବୁଲିବାର ମଜା ନେବାକୁ ବେଶ୍‌ ଆଗ୍ରହୀ ଯୁବପିଢ଼ି। ହେଲେ ଏମିତିରେ ସାମାନ୍ୟ ଅବହେଳା ସାଜିପାରେ ବିଭିନ୍ନ...

୩୦ ବର୍ଷ ହେଲା ନଖ କାଟୁନାହାନ୍ତି ଏହି ମହିଳା

ସାଧାରଣତଃ ପରିସ୍କାର ପରିଚ୍ଛନ୍ନ ରହିବା ପାଇଁ ନିର୍ଦ୍ଦିଷ୍ଟ ସମୟରେ ଲୋକେ ନଖ କାଟନ୍ତି। କେହି କେହି ଫ୍ୟାଶନ ପାଇଁ ଅଳ୍ପ ନଖ ବଢ଼ାଇଥାନ୍ତି। ଏହା ଅତି...

ମାଉଥ୍‌ ଓ୍ବାଶରେ ମରିଯିବ କରୋନା ଭୂତାଣୁ !

ମେଡିକାଲ ବିଶେଷଜ୍ଞଙ୍କ ଏକ ଦଳ ନିକଟରେ ଦାବି କରିଛନ୍ତି କି ମାଉଥ ଓ୍ବାଶରେ କରୋନା ଭୂତାଣୁକୁ ମାରିବାର କ୍ଷମତା ରହିଛି। ଏହା ଶରୀର ଭିତରକୁ ସଂକ୍ରମଣ...

ବହି ଦୋକାନ ଯେଉଁଠି ନାହାଁନ୍ତି କୌଣସି କର୍ମଚାରୀ…

ଦୁବାଇର ‘ବୁକ୍‌ ହିରୋ’ ନାମକ ଏକ ବହି ଦୋକାନ ରହିଛି। ଏଠାରେ କେବଳ ବହି ରହିଛି। ଲୋକେ ଦୋକାନକୁ ଯାଇ ନିଜ ପସନ୍ଦର ବହି କିଣି...

ପିଠିରେ ସିଗ୍ନେଚର ଟାଟୁ

ଫ୍ଲୋରିଡାର ଜୁଆନ୍‌ ମତାସ୍‌ ଓରଫ ଫଙ୍କି ମତାସ୍‌ ଏବେ ତାଙ୍କ ଟାଟୁକୁ ନେଇ ବେଶ୍‌ ଚର୍ଚ୍ଚିତ। ଏମିତି ତ ଅନେକ ଲୋକ ଟାଟୁ କରୁଛନ୍ତି। କିନ୍ତୁ...

ମା’ବାପାଙ୍କୁ ନିର୍ମମ ଭାବେ ହତ୍ୟାର ପ୍ରତିଶୋଧ: ୪୦ ତାଲିବାନ ଆତଙ୍କବାଦୀ ସହ ଏକ ଘଣ୍ଟା ଧରି ଲଢ଼ିଲେ ଏହି ଯୁବତୀ

ଅତୀତରେ ମଲାଲା ୟୁସୁଫଜାଇ ଆତଙ୍କବାଦ ବିରୋଧରେ ନିଜ ଲଢ଼େଇ ପାଇଁ ପ୍ରଶଂସାର ପାତ୍ର ହୋଇଥିଲେ। ଏବେ ସେଭଳି କିଛି କାମ କରି ଆଫଗାନିସ୍ତାନର ଜଣେ ୧୬...

Advertisement
Archives

Model This Week