Posted inଖେଳ

ଫେଡରରଙ୍କୁ ୧୦ମ ସୁଇସ୍‌ ଇନ୍‌ଡୋର୍ସ ଟାଇଟଲ

ବାସେଲ(ସୁଇଜରଲାଣ୍ଡ), ୨୮।୧୦- କିମ୍ବଦନ୍ତୀ ଟେନିସ ଖେଳାଳି ରୋଜର ଫେଡରର ରେକର୍ଡ ୧୦ମ ଥର ପାଇଁ ସୁଇସ୍‌ ଇନ୍‌ଡୋର୍ସ ଟାଇଟଲ ହାତେଇଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲରେ ଫେଡରର ୬-୨, ୬-୨ ଅଷ୍ଟ୍ରେଲିଆର ଆଲେକ୍ସ ଡେ ମିନାରଙ୍କୁ ହରାଇ ଦେଇଛନ୍ତି। ସର୍ବାଧିକ ୨୦ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ମ୍ୟାଚ୍‌ ଆରମ୍ଭରୁ ହିଁ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ। ପ୍ରତିପକ୍ଷ ଖେଳାଳି ଉଦ୍ୟମ କରିଥିଲେ ମଧ୍ୟ ଫେଲ୍‌ ମାରିଥିଲେ। ୩୮ ବର୍ଷୀୟ ଫେଡରରଙ୍କ କ୍ୟାରିୟରର ଏହା ୧୦୩ତମ ଟାଇଟଲ। ୧୦ମ ସୁଇସ୍‌ ଟାଇଟଲ ଜିତିବା ପରେ ଭାବବିହ୍ବଳ ଫେଡରର କହିଥିଲେ, ଏହା ମୋ ପାଇଁ ଅବିଶ୍ୱସନୀୟ ସଫଳତା। ଏଠାରେ ମୁଁ ଦିନେ ବଲ ବୟ ଭାବେ କାର୍ଯ୍ୟ କରୁଥିଲି। ଏବେ ଏଠାରେ ସର୍ବାଧିକ ସଂଖ୍ୟକ ଟାଇଟଲ ଜିତିଥିବା ଖେଳାଳି ହୋଇପାରିଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଦଳର ହିରୋ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତାଙ୍କ ନାତି

ନୂଆଦିଲ୍ଲୀ,୬।୨: ଭାରତୀୟ ଦଳ ତା’ର ପ୍ରାଧାନ୍ୟ ବଜାୟ ରଖି ରେକର୍ଡ ୫ମ ଥର ପାଇଁ ଜିତିଛି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌। ପୂରା ଟୁର୍ନାମେଣ୍ଟରେ ଅନେକ...

ଧୋନୀଙ୍କୁ ଟପି ପାରନ୍ତି ପନ୍ତ

ହାଇଦ୍ରାବାଦ,୫ା୧୨- ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ନିକଟରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଅତିକ୍ରମ କରିବାର ସୁଯୋଗ ରହିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ...

ମ୍ୟାକ୍ସଓ୍ବେଲଙ୍କୁ ଆରସିବିରେ ସାମିଲ କରିବାକୁ ଯୋଜନା କରିଥିଲେ କୋହଲି

ଚେନ୍ନାଇ, ୧୪ା୪- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲଙ୍କୁ ଦଳରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ। ଗତ ବର୍ଷ...

ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ: ଷ୍ଟୋକ୍ସଙ୍କ ସ୍ଥାନ ନେଲେ ଏହି ଖେଳାଳି

ସାଉଥାମ୍ପଟନ, ୧୨।୮- ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ସ୍ଥାନୀୟ ରୋଜ ବାଓଲ ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହେବ। ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ପ୍ରଥମ...

ସୁଷମା ସ୍ବରାଜଙ୍କ ବିୟୋଗ: ଶୋକାକୁଳ କ୍ରୀଡ଼ା ଜଗତ

ନୂଆଦିଲ୍ଲୀ,୭।୮- ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ତଥା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସୁଷମା ସ୍ବରାଜଙ୍କ ବିୟୋଗ ପରେ ଶୋକାକୁଳ ହୋଇପଡ଼ିଛି ଦେଶର କ୍ରୀଡ଼ା ଜଗତ। ମଙ୍ଗଳବାର ହୃଦ୍‌ଘାତ...

ପଦାର୍ପଣ ଧାଡ଼ିରେ ଆଉ ୩ ଖେଳାଳି

କଲମ୍ବୋ,୨୪।୭: ଚଳିତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ଭାରତୀୟ ଦଳ ପାଇଁ ୬ ଜଣ ଖେଳାଳି ପଦାର୍ପଣ କରିଥିଲେ। ହେଲେ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ,...

ଇତିହାସ ରଚିଲେ ଭାରତର ଭାବିନାବେନ

ଟୋକିଓ,୨୯।୮: ଇତିହାସ ରଚିଲେ ଭାରତର ମହିଳା ଟେବୁଲ ଟେନିସ ତାରକା ୩୪ ବର୍ଷୀୟା ଭାବିନାବେନ ପଟେଲ। ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ ଫାଇନାଲରେ ସେ ରବିବାର ରୌପ୍ୟ...

ତାମିମଙ୍କ ନାମରେ ସର୍ବାଧିକ ରନ୍‌ ରେକର୍ଡ

ମୀରପୁର, ୨।୨- ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ ତାମିମ୍‌ ଇକ୍‌ବାଲ ବାଂଲାଦେଶ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ମ୍ୟାଚ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ସୌଭାଗ୍ୟ ଲାଭ...

Advertisement
Archives

Model This Week