ଫୁଲବାଣୀରେ ୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ତୁଷାରପାତ

ଫୁଲବାଣୀ ଅଫିସ/ ଦାରିଙ୍ଗବାଡି, ୧୩ା୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲାରେ ହାଡଭଙ୍ଗା ଶୀତ। ଶନିବାର ରାତିରୁ ରବିବାର ସକାଳ ସୁଦ୍ଧା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ଏବଂ ଦାରିଙ୍ଗିବାଡିରେ ୭.୨ ଡିଗ୍ରୀ ରେକର୍ଡ କରାଯାଇଛି। ଆଭ୍ୟନ୍ତରୀଣ ତୁମୁଡିବନ୍ଧ, କୋଟଗଡ, ରାଇକିଆ, ଚକାପାଦ ଆଦି ଅଞ୍ଚଳରେ ୫ ଡିଗ୍ରୀ ପାଖାପାଖି ତାପମାତ୍ର ରହିଛି ା କୋହଲା ପବନ ଶୀତକୁ ଦ୍ୱିଗୁଣିତ କରୁଛି। ଆଗାମୀ ଦିନରେ ତାପମାତ୍ରା ଆହୁରି ତଳକୁ ଖସିବ ବୋଲି ଅନୁମାନ କରାଯାଉଛି ା ଶୀତ ପୁଣି ଫେରିଥିବାରୁ ଲୋକେ କାମଧନ୍ଦାକୁ ଯାଇପାରି ନ ଥିବା ଜଣାପଡିଛି। ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଅଁା ପୋଇଁବା ସହ ଅତି ଆବଶ୍ୟକ ନ ହେଲେ ଘରୁ ପଦାକୁ ବାହାରୁ ନାହାନ୍ତି।
ଦାରିଙ୍ଗବାଡ଼ି ଅଞ୍ଚଳରେ ରବିବାର ପୁଣି ତୁଷାରପାତ ହୋଇଛି। ଦାରିଙ୍ଗବାଡି ସମେତ ଦାସିଂବାଡି, କାଣ୍ଡାପା, ସିମନବାଡି, କିଲାବାଡି, ଲଦପଙ୍କା, ଗ୍ରୀନବାଡି, ଦାସିକେତା, ପ୍ଲିହେରୀ ଆଦି ଅଞ୍ଚଳରେ ତୁଷାରପାତ ହୋଇଥିବା ଜଣାପଡିଛି। ଦାରିଙ୍ଗବାଡିରେ ରାତ୍ରୀଯାପନ କରିଥିବା ପର୍ଯ୍ୟଟକ ଏହାର ମଜା ନେଇଥିଲେ। ଶନିବାର ପାଗ ଶୁଖିଲା ସହ ସକାଳୁ ଘନ କୁହୁଡି ଆଚ୍ଛାଦିତ ହୋଇଥିଲା। ଅପରାହ୍ନଠାରୁ ଶୀତର ପ୍ରକୋପ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଖୋଲିବ SEBI କାର୍ଯ୍ୟାଳୟ

ଭୁବନେଶ୍ୱର,୧୮।୫: SEBI ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ SEBIର ଏକ ବ୍ରାଞ୍ଚ ଅଫିସ ଖୋଲିବା ନେଇ ସେ…

ଶିଶୁ ନିର୍ଯାତନା ନେଇ ସଚେତନ କାର୍ଯ୍ୟକ୍ରମ, ସୁରକ୍ଷିତ ଶୈଶବ….

ପୁରୁଷୋତ୍ତମପୁର,୧୮।୫( ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ସୋମବାର ହିନ୍ଦି ପ୍ରଚାସଭା ପରିଷରରେ ସୁରକ୍ଷିତ ଶୈଶବ,…

ଭୁବନେଶ୍ବରରେ ତେଲ ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ବଡ଼ ସୂଚନା, କାଲିଠୁ….

ଭୁବନେଶ୍ବର,୧୮।୫: ରାଜ୍ୟରେ ତେଲ ସଂକଟ ଭିତରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ବୟାନ ସାମ୍ନାକୁ ଆସିଛି । ତୈଳ ସ୍ଥିତିକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା…

ଯୁକ୍ରେନ ଡ୍ରୋନ ମାଡ଼ରେ ମାଧବନ୍ଧର ଓଡ଼ିଆ ଯୁବକ ମୃତ, ଚାକିରି କରିବାକୁ ରୁଷିଆ ଯାଇଥିଲେ ରାମେୟା

ଚିକିଟି,୧୮।୫(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ମାଧବନ୍ଧ ଗ୍ରାମର ଜଣେ ଯୁବକ ଯୁକ୍ରେନର ଡ୍ରୋନ ମାଡ଼ରେ ପ୍ରାଣ ହରାଇଛନ୍ତି । ଶନିବାର ତାଙ୍କର…

କ୍ରାଇମବ୍ରାଞ୍ଚ DGଙ୍କ ବଡ଼ ବୟାନ: ସୌମ୍ୟ ହତ୍ୟାର ସବୁ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର,୧୮।୫: କ୍ରାଇମବ୍ରାଞ୍ଚ DG ବିନୟତୋଷ ମିଶ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ସବୁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା DG ମିଶ୍ର…

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri