ଫୁଲବାଣୀ ଅଫିସ, ୨୬ା୨-କନ୍ଧମାଳ ଜିଲା ଫୁଲବାଣୀ ସହରରେ ମଙ୍ଗଳବାର ସକାଳେ ପ୍ରବଳ ବର୍ଷା, ପବନ ହୋଇଥିଲା। ସକାଳ ପ୍ରାୟ ସାଢ଼େ ୭ଟାରେ ପବନ ବହିବା ଆରମ୍ଭ କଲା ା ପରେ ପରେ ମାତ୍ର ୫ରୁ ୭ ମିନିଟ ମଧ୍ୟରେ ପ୍ରବଳ ବର୍ଷା ପବନରେ ସହରର ଚିତ୍ର ବଦଳିଗଲା ା ପ୍ରାୟ ୧୫୦ କି.ମି. ବେଗରେ ପବନ ବହିବା ଯୋଗୁ ସହରର ମୁଖ୍ୟରାସ୍ତା କଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିବା ବେଳେ ଗଛ ଡ଼ାଳ ସବୁ ଭାଙ୍ଗି ପଡ଼ିଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟ ପାଖରୁ ଜିଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ବଡ଼ ବଡ଼ ଡ଼ାଳ ଭାଙ୍ଗିପଡ଼ି ରାସ୍ତା ଅବରୋଧ ହୋଇଥିଲା। କେତେକ ସ୍ଥାନରେ ଗଛପଡ଼ି ଘର ମଧ୍ୟ ଭାଙ୍ଗିଛି ା ଏଥିରେ ଏକ ସ୍କୁଲର ୮ ଶିଶୁଙ୍କ ସମେତ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।
କଲେଜ ଛକ, ମାଦିକୁନ୍ଦା ଛକ, ଜିରିଙ୍ଗିପଡା, ଟାଉନ ଥାନା, ଜିଲାପାଳଙ୍କ ଅଫିସ, ଏସ୍ପି ଅଫିସ, ଏଜେଓ ହାଇସ୍କୁଲ, ମେଡିକାଲ ଛକ ପର୍ଯ୍ୟନ୍ତ ରାସ୍ତାରେ ଗଛପଡ଼ି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ା ଏସ୍ପି ପ୍ରତୀକ ଗୀତା ସିଂ ତୁରନ୍ତ ପୋଲିସ ବାହିନୀକୁ କାର୍ଯ୍ୟରେ ଲଗାଇବା ସହ ନିଜେ ରାସ୍ତା ସଫା କରିବାରେ ଲାଗି ପଡ଼ିଥିଲେ। ସେହିପରି ଅଗ୍ନିଶମ କର୍ମଚାରୀମାନେ ଆସି ଗଛ କାଟିବା ଆରମ୍ଭ କରିଥିଲେ। ଟିମ୍ ହ୍ୟୁମାନିଟିର ସଦସ୍ୟମାନେ ଏଥିରେ ସାମିଲ ହୋଇ ସହଯୋଗ କରିଥିଲେ ା ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ହେବାରୁ ପୂର୍ବାହ୍ନ ୧୦ଟା ସୁଦ୍ଧା ସମସ୍ତ ରାସ୍ତା ସଫା ହୋଇଥିଲା।
ବିଦ୍ୟୁତ୍ ବିଭାଗ ସୂଚନା ଅନୁଯାୟୀ, ସହର ମଧ୍ୟରେ ଥିବା ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗପଡ଼ିଛି। ୧୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ମରାମତି କାର୍ଯ୍ୟରେ ଲାଗିଛନ୍ତି। ଏବେ ମାଟ୍ରିକ୍ ପରୀକ୍ଷା ଚାଲିଥିବାରୁ ଯଥାଶୀଘ୍ର ବିଦ୍ୟୁତ୍ ସେବା ସ୍ବାଭାବିକ କରିବାକୁ କାମ ଚାଲିଛି ବୋଲି ସାଉଥକୋର ନିର୍ବାହୀ ଯନ୍ତ୍ରୀ ମନୋଜ ମହାନ୍ତି। ପ୍ରକାଶ କରିଛନ୍ତି। ପେଞ୍ଜି ସାହିରେ ଏକ ଏନଜିଓ ପକ୍ଷରୁ ଚାଲିଥିବା ସ୍କୁଲ ଉପରେ ଗଛ ଭାଙ୍ଗି ପଡ଼ିବାରୁ ସେଠାରେ ପଢୁଥିବା ୮ ଶିଶୁ ଓ ଶିକ୍ଷୟିତ୍ରୀ ଆହତ ହୋଇଛନ୍ତି। ସେହିପରି ପିଅନପଡ଼ା କାଳିମନ୍ଦିର ସାହିର ଏକ ଘର ଉପରେ ଗଛପଡ଼ି ୨ ଜଣ ଓ ମେଡିକାଲ ଛକରେ ପରିବା ବିକ୍ରି କରୁଥିବା ବେଳେ ଡାଳ ପଡ଼ି ଜଣେ ମହିଳା ଗୁରୁତର ହୋଇଛନ୍ତି। ଅନେକ କାର, ବାଇକ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସହରରେ ୨୦ ଘର ଭାଙ୍ଗିଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଥିବା ଫୁଲବାଣୀ ତହସିଲଦାର ଦୀନମଣି ନାୟକ ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, କନ୍ଧମାଳ View All
ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା
ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…
ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ
ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…
ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…
ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…
୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା
ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…
ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….
ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…
ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ
ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…
ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ
ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…
ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ
ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…
Archives

