Posted inଖେଳ

ଫୁଟ୍‌ବଲ ଖେଳିବେ ସିମେନ୍ୟା

ଜୋହାନ୍ସବର୍ଗ ୭ା୯ (ଏଏଫ୍‌ପି)-ଦୁଇ ଥର ଅଲିମ୍ପିକ ୮୦୦ ମିଟର ସ୍ବର୍ଣ୍ଣ ବିଜୟିନୀ କାଷ୍ଟର ସିମେନ୍ୟା ଦକ୍ଷିଣ ଆଫ୍ରିକାର ଏକ ମହିଳା ଫୁଟ୍‌ବଲ ଟିମ୍‌ରେ ଯୋଗ ଦେଇଛନ୍ତି। ଆଥଲେଟିକ୍ସ ଗଭର୍ନିଂବଡ଼ି ଆଇଏଏଏଫ୍‌ ହାର ନିୟମରେ ପରିବର୍ତ୍ତନ ପରେ ୨୮ ବର୍ଷୀୟା ସିମେନ୍ୟା ଚାହିଥିଲେ ଶରୀରରୁ ଟେଷ୍ଟୋଷ୍ଟେରନର ମାତ୍ରା ହ୍ରାସ କରି ପୁନର୍ବାର ଆଥଲେଟିକ୍ସରେ ଭାଗ ନେଇ ପାରିଥାନ୍ତେ। ମାତ୍ର ସେ ତାହା କରିନାହାନ୍ତି। ଫଳତଃ ଦୋହାଠାରେ ସେ ତାଙ୍କ ୮୦୦ ମିଟର ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ବଜାୟ ରଖିପାରିବେ ନାହିଁ। ବର୍ତ୍ତମାନ ସେ ଗଟେଙ୍ଗ୍‌ସ୍ଥିତ ମହିଳା ଫୁଟ୍‌ବଲ କ୍ଲବ ଜେଭିଡବ୍ଲ୍ୟୁ ସହିତ ଟ୍ରେନିଂ ନେଉଛନ୍ତି। ଦକ୍ଷିଣ ଆଫ୍ରିକା ମହିଳା ଫୁଟ୍‌ବଲ ଦଳର ବର୍ତ୍ତମାନ ଅଧିନାୟିକା ଜେନିନ୍‌ ଭାନ୍‌ ଓ୍ବିକ୍‌ ୨୦୧୩ରେ ଜେଭିଡବ୍ଲ୍ୟୁ ଫୁଟ୍‌ବଲ କ୍ଲବ ଗଠନ କରିଛନ୍ତି। ପ୍ରତିଭା ସମ୍ପନ୍ନ ମହିଳା ଫୁଟବଲ ଖେଳାଳିଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ବିକଶିତ କରିବା ସହ ଦକ୍ଷତା ପ୍ରତିପାଦନର ସୁଯୋଗ ପ୍ରଦାନ ହେଉଛି କ୍ଲବର ମୁଖ୍ୟ ଉଦ୍ଦେଶ୍ୟ। ଗଟେଙ୍ଗ ପ୍ରଦେଶରେ ହେଉଥିବା ଲିଗ୍‌ରେ ଜେଭିଡବ୍ଲ୍ୟୁକୁ ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଟିମ୍‌ ବିବେଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri