Posted inଖେଳ

ଫୁଟ୍‌ବଲରୁ ରୋବେନଙ୍କ ଅବସର

ଦି ହେଗ୍‌ (ନେଦରଲାଣ୍ଡ୍ସ), ୫।୭ (ଏଏଫ୍‌ପି)- ନେଦରଲାଣ୍ଡ୍ସ ଫୁଟ୍‌ବଲ ଷ୍ଟାର୍‌ ଆର୍ଜେନ ରୋବେନ ଗୁରୁବାର ସମସ୍ତ ପ୍ରକାର ଫୁଟ୍‌ବଲରୁ ଅବସର ଘୋଷଣା କରିଛନ୍ତି। ଏଥିପୂର୍ବରୁ ୨୦୧୮ ଫିଫା ବିଶ୍ୱକପ୍‌କୁ ନେଦରଲାଣ୍ଡ୍ସ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହେବାପରେ ୩୫ ବର୍ଷୀୟ ରୋବେନ ଅନ୍ତର୍ଜାତୀୟ ଫୁଟ୍‌ବଲରୁ ସନ୍ନ୍ୟାସ ଗ୍ରହଣ କରିଥିଲେ। ଜର୍ମାନର ଜଣାଶୁଣା କ୍ଲବ ବେୟର୍ନ ମ୍ୟୁନିକ ପାଇଁ ସେ ୧୦ ବର୍ଷଧରି ଖେଳିଥିଲେ। ବେୟର୍ନ ମ୍ୟୁନିକ ସହ ତାଙ୍କ ଚୁକ୍ତି ଗତ ଜୁନ୍‌ ୩୦ରେ ସମାପ୍ତ ହୋଇଥିଲା। ଜାତୀୟ ଦଳ ପକ୍ଷରୁ ରୋବେନ ୯୬ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୩୭ ଗୋଲସ୍କୋର କରିଛନ୍ତି। ୨୦୧୦ ବିଶ୍ୱକପ୍‌ରେ ଦଳକୁ ଫାଇନାଲରେ ପହଞ୍ଚାଇବା ଏବଂ ୨୦୧୪ରେ ୩ୟ ସ୍ଥାନ ହାସଲ କରାଇବାରେ ତାଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଚେଲ୍‌ସା ପକ୍ଷରୁ ପ୍ରତିନିଧିତ୍ୱ କରି କ୍ୟାରିୟରରେ ସେ ୨ଥର (୨୦୦୫ ଓ ୨୦୦୬) ପ୍ରିମିୟର ଲିଗ୍‌ ଟାଇଟଲ୍‌ ଜିତିଥିଲେ। ଜୋଶ୍‌ ମୋରିନୋ ସେତେବେଳେ ଚେଲ୍‌ଶାର ମ୍ୟାନେଜର ତଥା ପ୍ରଶିକ୍ଷକ ରହିଥିଲେ। ଏଥିପୂର୍ବରୁ ସେ ରିୟଲ ମାଡ୍ରିଡ୍‌ ପକ୍ଷରୁ ଲା ଲିଗା ଟ୍ରଫି ମଧ୍ୟ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ଉପରେ ଆଇସିସି ଲଗାଇପାରେ ପ୍ରତିବନ୍ଧକ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୧।୩: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜର ଶେଷ ମ୍ୟାଚ୍‌ରେ ଅତିଥି ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ଜୋସ୍‌ ବଟଲରଙ୍କ ସହ ଯୁକ୍ତିତର୍କ...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ସ୍ତ୍ରୀ: ସ୍ବାମୀ କହିଲେ…

ବର୍ମିଂହାମ,୮।୮:: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିମାନେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି। ସ୍କ୍ବାସରେ ଭାରତର ତାରକା ଖେଳାଳି ସୌରଭ ଘୋଷାଲ ଏବଂ ଦୀପିକା ପାଲିକଲ କମନୱେଲଥ...

ଭାରତ ଓ ଶ୍ରୀଲଙ୍କା ପ୍ରଥମ ଟି୨୦ ମ୍ୟାଚ୍‌: ଟସ୍‌ ଜିତିଲା ଭାରତ

ଗୁଆହାଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆସାମର ଗୁଆହାଟୀଠାରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳ...

ଖେଳ ମଝିରେ ଇରଫାନ୍‌ଙ୍କୁ ଅପହରଣ କରିନେବାର ଧମକ ଦେଇଥିଲେ ଏହି ପାକିସ୍ତାନୀ ବୋଲର୍‌; ଧୋନୀ ସହ ମିଶି ଏପରି ଜବାବ…

ନୂଆଦିଲ୍ଲୀ,୯।୭: ଭାରତ-ପାକିସ୍ତାନ କ୍ରିକେଟ ଟିମ୍‌ ମଧ୍ୟରେ ଯେତେବେଳେ ବି କୌଣସି ମୁକାବିଲା ହୋଇଥାଏ ତାହା ରୋମାଞ୍ଚକର ହୋଇଥାଏ। ଉଭୟ ଦେଶର ପ୍ରଶଂସକଙ୍କ ମଧ୍ୟରେ ଏକପ୍ରକାର ପ୍ରତିନ୍ଦ୍ୱନ୍ଦିତା...

ଟି-୨୦ ସିରିଜରେ ଧଓ୍ବନଙ୍କ ସହ ପଡ଼ିଆକୁ ଓହ୍ଲାନ୍ତୁ କେ.ଏଲ୍‌ ରାହୁଲ: ଗାଭାସ୍କର

ନୂଆଦିଲ୍ଲୀ,୩।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଶେଷ ହେବା ପରେ ଏବେ ଟି-୨୦ ସିରିଜ ଉପରେ ସମସ୍ତଙ୍କ ନଜର। ୨-୧ରେ ଭାରତ ସିରିଜ ହାରିବା ପରେ...

କୋହଲିଙ୍କ ସହ ଓପନିଂକୁ ନେଇ ଏଭଳି କହିଲେ ‘ହିଟ୍‌ମ୍ୟାନ୍‌’: ଭଲ ପରିଣାମ ଆସିଲେ…

ଅହମ୍ମଦାବାଦ,୨୧।୩: ଇଂଲଣ୍ଡ ବିପକ୍ଷ ଶେଷ ଟି୨୦ରେ ଭାରତୀୟ କ୍ରିକେଟ ଟିମ୍‌ର ଉପଅଧିନାୟକ ରୋହିତ ଶର୍ମା ଅଧିନାୟକ ବିରାଟ କୋହଲିଙ୍କ ସହ ଓପନିଂ କରିଥିବା ଦେଖାଯାଇଥିଲା। ଲଗାତାର...

ଆଜି ଦ୍ୱିତୀୟ ଦିନିକିଆ: ଜାଣନ୍ତୁ ଆଜି କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଲଣ୍ଡନ,୧୪।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଆଜି ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯିବ। ରୋହିତ ଶର୍ମାଙ୍କ...

ଅଲିମ୍ପିକ୍ସ ଯୋଗ୍ୟତା ହାସଲ ବର୍ତ୍ତମାନ ପାଇଁ ସସ୍‌ପେଣ୍ଡ

ଲଣ୍ଡନ, ୮ା୪ (ପି.ଟି.)-କୋଭିଡ୍‌-୧୯ ସଂକ୍ରମଣ ଆଶଙ୍କାରେ ଓ୍ବାଲର୍‌ଡ ଆଥଲେଟିକ୍ସ ମଙ୍ଗଳବାର ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ ସମୟସୀମାକୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି।...

Advertisement
Archives

Model This Week