Posted inଜାତୀୟ

‘ଫିଲ୍ମ ଶୁଟିଂ କରୁଥିଲେ ମୋଦି’

ଚଣ୍ଡିଗଡ଼, ୧୫।୨: ପୁଲଓ୍ବାମାରେ ଶହୀଦ ହୋଇଥିବା ୪୦ ସିଆର୍‌ପିଏଫ୍‌ ଯବାନଙ୍କ ବଳିଦାନକୁ ଆମେ ସାଲ୍ୟୁଟ୍‌ କରୁଛୁ। ଆକ୍ରମଣର ବର୍ଷେ ପରେ ବି ଅନେକ ପ୍ରଶ୍ନ ଅନୁତ୍ତରିତ ହୋଇ ରହିଛି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲ କହିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ ପ୍ରଶ୍ନ କରିଛନ୍ତି, ଆର୍‌ଡିଏକ୍ସ ଏବଂ ଆଇଇଡି ବୋଝେଇ କାର୍‌ କିପରି ଭାବେ ସୁରକ୍ଷା ଗାଡ଼ିକୁ ଆକ୍ରମଣ କରିପାରିଥିଲା? ଜମ୍ମୁ-କଶ୍ମୀରର ନିଲମ୍ବିତ ଡିଏସ୍‌ପି ଦାବିନ୍ଦର ସିଂଙ୍କ ଏହି ଆକ୍ରମଣରେ କି ଭୂମିକା ଥିଲା। ସେ ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରିଥିଲେ କି ବୋଲି ସୁର୍ଜଓ୍ବୋଲା ପ୍ରଶ୍ନ କରିଛନ୍ତି। ଏହାସହ ସେ କହିଛନ୍ତି, ପୁଲଓ୍ବାମା ଆକ୍ରମଣ ଘଟିଥିବା ଜାଣିସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିମ୍‌ କର୍ବେଟ ନ୍ୟାଶନାଲ ପାର୍କରେ ଫିଲ୍ମ ଶୁଟିଂ କରୁଥିଲେ। ସେ କ୍ୟାମେରା ସାମ୍ନାରେ ଚା ପିଇ ପକୋଡ଼ା ଖାଇ ନୌକାବିହାର କରୁଥିଲେ। ସ୍ବରାଷ୍ଟ୍ରମନ୍ତ୍ରୀ ସାମ୍ନାକୁ ଆସି ଏହି ଅନୁତ୍ତରିତ ପ୍ରଶ୍ନଗୁଡ଼ିକର ଉତ୍ତର ଦେଲେ ୪୦ ଶହୀଦଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୫।୯: ସାରା ଦେଶରେ ସେପ୍ଟେମ୍ବର ୫କୁ ଗୁରୁଦିବସ ଭାବେ ପାଳନ କରାଯାଇଥାଏ। ଏଥର ମଧ୍ୟ ଏହି ପବିତ୍ର ଦିବସକୁ ସାରା ଦେଶରେ ଗୁରୁବାର ପାଳନ କରାଯାଇଛି।...

ଷଡ଼ଯନ୍ତ୍ର ମୋତେ ରୋକି ପାରିବ ନାହିଁ: ମମତା

କୋଲକାତା,୧୬।୩: କୌଣସି ଷଡ଼ଯନ୍ତ୍ର ତାଙ୍କୁ ରାଜ୍ୟରେ ନିର୍ବାଚନ ପ୍ରଚାରରୁ ଅଟକାଇପାରିବ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ସୋମବାର...

ରାଗିଲେ ଦିଦି: ୪ଶହ ଲୋକଙ୍କ ପାଇଁ ୨ ଶୌଚାଳୟ

କୋଲକାତା,୨୦।୮: ଆଲୋଚନା ହେଉଛି ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପଡିଲାଣି ଷ୍ଟ୍ରାଟେଜି ମେକର ପ୍ରଶାନ୍ତ କିଶୋରଙ୍କ ଇଫେକ୍ଟ। କାରଣ ପ୍ରଶାନ୍ତ ଆସିଲେ ‘ଦିଦି...

ପାକିସ୍ତାନ ସତ୍‌ଲେଜ ନଦୀରୁ ଆସୁଛି ବିଷାକ୍ତ ପାଣି: ରୋଗରେ ପଡୁଛନ୍ତି ପଞ୍ଜାବ ଲୋକେ

ଚଣ୍ଡିଗଡ଼,୨୪।୮: ଭାରତ ବିରୋଧରେ ପାକିସ୍ତାନ ନୂଆ ନୂଆ ଷଡ଼ଯନ୍ତ୍ର ରଚିବାରେ ଲାଗିଛି। ପାକିସ୍ତାନର ଚମଡା କାରଖାନାରୁ ନିର୍ଗତ ହେଉଥିବା ଗନ୍ଧଯୁକ୍ତ ରାସାୟନିକ ପଦାର୍ଥ ଓ ଆବର୍ଜନା...

୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଏବେଠାରୁ ହେଲାଣି ଆକଳନ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ଆମ ଆଦମୀ ପାର୍ଟି(ଏଏପି) କାର୍ଯ୍ୟାଳୟରେ ଉତ୍ସବ ପାଳନ କରାଯାଇଛି। ଏଥିରେ କର୍ମୀଙ୍କ ଉତ୍ସାହ ଦେଖିବାକୁ...

ମୋଦିଙ୍କ ସହ ଏକାଠି ମଞ୍ଚରେ ବସିବେ ନାହିଁ ଦିଦି

କୋଲକାତା,୭ ।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିରୋଧ କରି ଭାରତୀୟ ଜନତା ପାର୍ଟି(ଭାଜପା) ରାଷ୍ଟ୍ରିୟ ଅଧ୍ୟକ୍ଷ ଜେବି ନଡ୍ଡା ଫେରିବାର ୨୪ ଘଣ୍ଟା ନ...

ଶିବସେନାରେ ଯୋଗଦେବେ ଉର୍ମିଳା!

ମୁମ୍ବାଇ,୩୦ ।୧୧: ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ମଙ୍ଗଳବାର ଶିବସେନାରେ ଯୋଗ ଦେଇ ପାରନ୍ତି ବୋଲି କହିଛନ୍ତି ଶିବସେନା ନେତା ତଥା ରାଜ୍ୟ ସଭା ଏମ୍‌ପି...

ଘରୋଇ ହିଂସା ଆଇନ: ବିଧବାଙ୍କୁ ଭରଣପୋଷଣ ଦେବେ ସ୍ବାମୀଙ୍କ ଭାଇ

ନୂଆଦିଲ୍ଲୀ,୨୭ା୫(ପି.ଟି.): ଘରୋଇ ହିଂସା ଆଇନ ଅନୁଯାୟୀ ଜଣେ ବିଧବା ମହିଳାଙ୍କୁ ଭରଣପୋଷଣ ଦେବାକୁ ତାଙ୍କ ଦେଡଶୁର କିମ୍ବା ଦିଅରଙ୍କୁ ନିର୍ଦ୍ଦେଶ ଦିଆଯାଇପାରିବ ବୋଲି ସୁପ୍ରିମକୋର୍ଟ ଏକ...

Advertisement


Archives

Model This Week

Why Dharitri