ଫିନଲାଣ୍ଡ୍‌ ତୃତୀୟ ଥର ପାଇଁ ସୁଖୀଦେଶ ତାଲିକାରେ ପ୍ରଥମ : ଭାରତରେ କମୁଛି ସୁଖୀଙ୍କ ସଂଖ୍ୟା

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ଦୁନିଆର ସୁଖୀ ଦେଶ ତାଲିକା ପ୍ରକାଶ ପାଇଛି। ଏଥିରେ ୧୫୬ ଦେଶ ମଧ୍ୟରେ ଫିନ୍‌ଲାଣ୍ଡ୍‌ ଲଗାତାର ତୃତୀୟଥର ପାଇଁ ପ୍ରଥମ ସ୍ଥାନ ହାସଲ କରିଛି। ଜାତିସଂଘର ସଷ୍ଟେନବୁଲ୍‌ ଡେଭଲପ୍‌ମେଣ୍ଟ୍‌ ସୁଲ୍ୟସନ୍‌ ନେଟ୍‌ଓ୍ବାର୍କ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ୬ଟି ମାନକ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଡେନମାର୍କ ରହିଛି। ତାଲିକାର ତୃତୀୟ ସ୍ଥାନରେ ସୁଇଜରଲାଣ୍ଡ ଅଛି। ଏଥିରେ ଭାରତ ୧୪୪ତମ ସ୍ଥାନରେ ରହିଛି। ଗତବର୍ଷଠାରୁ ଭାରତ ତାଲିକାରେ ୪ ସ୍ଥାନ ତଳକୁ ଖସି ଆସିଛି। ଗତବର୍ଷ ଏହାର ସ୍ଥାନ ୧୪୦ଥିଲା। ଭାରତରେ ସୁଖୀଲୋକଙ୍କ ସଂଖ୍ୟା ଧୀରେଧୀରେ କମୁଥିବା ରିପୋର୍ଟରେ ଦର୍ଶାଯାଇଛି। ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଏହା ହେଉଥିବା କୁହାଯାଉଛି। ତାଲିକାର ପ୍ରଥମ ୧୦ଟି ସୁଖୀ ଦେଶ ମଧ୍ୟରେ ୯ଟି ୟୁରୋପୀୟ ଦେଶ ରହିଥିବାବେଳେ ପ୍ରଥମ ୨୦ଟି ଦେଶ ମଧ୍ୟରେ ଏସିଆର କୌଣସି ଦେଶ ନାହିଁ। ତାଲିକାରେ ଚାଇନା ୯୪, ବାଂଲାଦେଶ ୧୦୭, ନେପାଳ ୯୨ ସ୍ଥାନରେ ରହିଛି। ତାଲିକାରେ ପାକିସ୍ତାନ ୬୬ ସ୍ଥାନରେ ରହିଛି। ଗତ ବର୍ଷ ଏହା ୬୭ସ୍ଥାନରେ ଥିଲା। ଏଠାକାର ଲୋକେ ଭାରତ ତୁଳନାରେ ଅଧିକ ସୁଖୀ ଥିବା ରିପୋର୍ଟରେ ପ୍ରକାଶ ପାଇଛି। ଭାରତ ଉପରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରୁଥିବା ଯୁଦ୍ଧଖୋର୍‌ ପାକିସ୍ତାନ ଗତ ଥର ମଧ୍ୟ ତାଲିକାରେ ଆଗରେ ଥିଲା। ଆମେରିକା ଆର୍ଥିକ ଦୃଷ୍ଟିରୁ ବିକଶିତ ଥିଲେ ମଧ୍ୟ ଏଠାରେ ସୁଖୀଙ୍କ ସଂଖ୍ୟା କମ୍‌ ଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। କମ୍‌ ସୁଖୀ ଦେଶ ମଧ୍ୟରେ ଆଫଗାନୀସ୍ତାନ, ଦକ୍ଷିଣ ସୁଦାନ ,ଜିମ୍ବାଓ୍ବେ, ରୁଓ୍ବାଣ୍ଡା ଆଦି ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନି ଲଣ୍ଡରିଂ ମାମଲାରେ ପରିବାର ସମେତ ଶହବାଜଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ

ଇସଲାମାବାଦ,୨୦।୭: ମନି ଲଣ୍ଡରିଂ ମାମଲାରେ ପାକିସ୍ତାନୀ କୋର୍ଟ ଗୁରୁବାର ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ସମେତ ତାଙ୍କ ପରିବାରକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଦୁର୍ନୀତି ନିବାରଣ ଏଜେନ୍ସି...

ମାଛଧରା ପ୍ରତିଯୋଗିତାରେ ଆବୁଧାବି ଚାମ୍ପିୟନ: ୩୯ ଲକ୍ଷରେ ବିକ୍ରି ହେଲା ୩୦.୮୫ କିଗ୍ରା ଓଜନର ବଡ଼ମାଛ

ଆବୁଧାବି,୬।୨:ଅନ୍ତର୍ଜାତୀୟ ମାଛଧରା ପ୍ରତିଯୋଗିତାରେ ଆବୁଧାବି ଚାମ୍ପିୟନ୍‌ ହୋଇଛି। ଅନ୍ତର୍ଜାତୀୟ ମେରାଇନ୍‌ ସ୍ପୋର୍ଟ କ୍ଲବ୍‌ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଆବୁଧାବିର ହମଦାନ୍‌ ଅବଦୁଲା ଅଲ୍‌ଙ୍କୁ ବିଜେତା...

ବିଶ୍ୱର ପ୍ରଥମ ସୁପରସୋନିକ ବିମାନ ଉଡ଼ାଣ ଭରିବାକୁ ପ୍ରସ୍ତୁତ

ଓ୍ବାଶିଂଟନ୍‌,୨୮।୭: ନାସା X-୫୯ ନାମକ ଏକ ସୁପରସୋନିକ ବିମାନ ତିଆରି କରିଛି, ଯାହା ଉଡ଼ାଣ ଭରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ନାସା ଦାବି କରିଛି ଯେ X-୫୯...

ପ୍ରାଣୀ ପ୍ରେମରେ ଜାପାନବାସୀ

ଟୋକିଓ: ଜାପାନର ଯୁବପିଢ଼ିଙ୍କ ମଧ୍ୟରେ ବିବାହ ପ୍ରତି ବିତୃଷ୍ଣା ମନୋଭାବ ଦେଖିବାକୁ ମିଳିଛି। ଏହାର ପ୍ରଭାବ ପଡ଼ିଛି ଜନ୍ମହାର ଉପରେ। ଅବିବାହିତ ଯୁବତୀଯୁବକ ଏବଂ ନିଃସନ୍ତାନ...

ମୂଳ ଭାରତୀୟଙ୍କୁ ହାତେଇବାକୁ ଚେଷ୍ଟା କରୁଛନ୍ତି ବାଇଡେନ…

ଓ୍ବାଶିଂଟନ,୨୯।୪ : ଆମେରିକାରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ଅଛି। ଏହି ନିର୍ବାଚନରେ ସମୁଦାୟ...

ଡୁରାଣ୍ଡ ଲାଇନରେ ପାକିସ୍ତାନ-ଆଫଗାନିସ୍ତାନ ମୁହାଁମୁହିଁ…

ଇସଲାମାବାଦ,କାବୁଲ,୧୪।୧୧ : ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ଲାଇନରେ ଗୁଳି ବିନିମୟରେ ଜଣଙ୍କର ମୃତ୍ୟୁ ଘଟିଛିି। ଯାହା ପରେ ଦୁଇ ଦେଶ ମଧ୍ୟରେ ଏକ...

ଆଜି ଇମ୍ରାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ, ବିରୋଧୀଙ୍କୁ କରିବେ ସାମ୍ନା

ଇସଲାମାବାଦ,୨୫ା୩: ବିରୋଧୀଙ୍କ ଦ୍ୱାରା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଶୁକ୍ରବାର ପାକିସ୍ତାନରେ ଏକ ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ଏହି ପ୍ରସଙ୍ଗରେ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ...

ଏହି ଦେଶରେ ଏବେସୁଦ୍ଧା ଆରମ୍ଭ ହୋଇନି ଟିକାକରଣ

ସମଗ୍ର ବିଶ୍ୱରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି। ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଦେଶରେ ଟିକାକରଣ କାର୍ଯ୍ୟ ଜୋର୍‌ସୋରରେ ଚାଲିଛି।...

Advertisement
Archives

Model This Week