Posted inଖେଳ

ଫିଟ୍‌ନେସ ପ୍ରମାଣ ଦେଲେ ହାର୍ଦ୍ଦିକ, ଭୁବି, ଧାଓ୍ବନ

ନବି ମୁମ୍ବାଇ,୨୯ା୨- ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ସିମର ଭୁବନେଶ୍ୱର କୁମାର, ଓପନର ଶିଖର ଧାଓ୍ବନ ଆହତ ସମସ୍ୟାରୁ ଫେରୁଛନ୍ତି। ସମସ୍ତେ ଡିଓ୍ବାଇ ପାଟିଲ ଟି୨୦ ଟୁର୍ନାମେଣ୍ଟରେ ରିଲାଏନ୍ସ ଓ୍ବାନ ପକ୍ଷରୁ ଶୁକ୍ରବାର ଖେଳିଥିଲେ। ସେମାନଙ୍କ ଫିଟ୍‌ନେସକୁ ଯାଞ୍ଚ କରିଥିଲେ ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସକେ ପ୍ରସାଦ। ପୂର୍ବତନ ଉଇକେଟକିପର ପ୍ରସାଦଙ୍କ କାର୍ଯ୍ୟକାଳରେ ବୃଦ୍ଧି ହୋଇପାରେ। ସେ ମାର୍ଚ୍ଚ ୧୨ ତାରିଖଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଲାଗି ଦଳ ଚୟନ କରିବେ। ହାର୍ଦ୍ଦିକ ଓ ଭୁବି ଭଲ ବୋଲିଂ କରୁଛନ୍ତି। ସମସ୍ତ ଖେଳାଳି ଫିଟ୍‌ ଲାଗୁଛନ୍ତି। ଗତବର୍ଷ ସେପ୍ଟେମ୍ବର ୨୨ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଣ୍ଡ୍ୟା ଅନ୍ତିମ ଥର ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। ତାଙ୍କ ଅଣ୍ଟାର ନିମ୍ନ ଭାଗରେ ସଫଳ ଅସ୍ତ୍ରୋପଚାର କରାଇଥିଲେ। ୫ ମାସ ପରେ ଗ୍ରାଉଣ୍ଡକୁ ଫେରିଥିବା ହାର୍ଦ୍ଦିକ ୪ର୍ଥ କ୍ରମରେ ବ୍ୟାଟିଂ କରିବାକୁ ଆସି ୨୫ ବଲରେ ୩୮ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ସାମିଲ ଥିଲା ୪ ଛକା। ଆଉ ପରେ ୩.୪ ଓଭର ବୋଲିଂ କରି ୨୬ ରନ୍‌ ଦେଇ ୩ ଉଇକେଟ ନେଇଥିଲେ। ପିଚ୍‌ରେ ଦୌଡ଼ିବାବେଳେ କିମ୍ବା ବୋଲିଂ ବେଳେ ତାଙ୍କର କୌଣସି ଅସୁବିଧା ହେଉ ନ ଥିଲା। ତାଙ୍କ ଯୋଗୁ ରିଲାଏନ୍ସ ଓ୍ବାନ ୨୫ ରନ୍‌ରେ ବ୍ୟାଙ୍କ ଅଫ୍‌ ବରୋଦାକୁ ହରାଇଥିଲା। ପାଣ୍ଡ୍ୟାଙ୍କ ବ୍ୟତୀତ ଅସ୍ତ୍ରୋପଚାର କରାଇଥିବା ଭୁବି ଓ ଧାଓ୍ବନ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ଲାଗି ଫିଟ୍‌ନେସ ପ୍ରମାଣ ଦେଇଛନ୍ତି। ସେମାନେ ଅନ୍ତର୍ଜାତୀୟ କ୍ରିକେଟ ଓ ଆଇପିଏଲରେ ଖେଳିପାରିବେ। ଧାଓ୍ବନ ମାତ୍ର ଗୋଟିଏ ଲେଖାଏ ଚୌକା ଓ ଛକା ବଳରେ ୧୪ ରନ୍‌ କରିଥିଲେ। ସେହିଭଳି ଭୁବି ୩ ଓଭର ବୋଲିଂ କରି ଗୋଟିଏ ହେଲେ ଉଇକେଟ ନେଇପାରି ନ ଥିଲେ। ମାତ୍ର ୧୪ ରନ୍‌ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କ ଅପରାଜିତ ଶତକ, ଶୁବମନ ୮୫

ସାଉଥାମ୍ପଟନ, ୧୩ା୬ (ପି.ଟି.)-ଏଠାରେ ଭାରତୀୟ କ୍ରିକେଟ ଦଳର ଇଣ୍ଟ୍ରା-ସ୍କ୍ବାଡ ମ୍ୟାଚ୍‌ରେ ରିଷଭ ପନ୍ତ ଅପରାଜିତ ଶତକ ହାସଲ କରିଥିବାବେଳେ ଓପନର ଶୁବମନ ଗିଲ୍‌ ଆକର୍ଷଣୀୟ ୮୫ରନ...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଭାରତ-ଜାପାନ ସେମିଫାଇନାଲ

ଭୁବନେଶ୍ୱର, ୧୩।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଭାରତ ସେମିଫାଇନାଲରେ ଏସୀୟ ଚାମ୍ପିୟନ ଜାପାନକୁ ଭେଟିବ। ବୁଧବାର ଅନୁଷ୍ଠିତ...

ଦଳ ଛାଡ଼ିଲେ ଦୀପକ ହୁଡା

ନୂଆଦିଲ୍ଲୀ, ୧୫।୭: ଅଲରାଉଣ୍ଡର ଦୀପକ ହୁଡା ଭଦୋଦ୍ରା କ୍ରିକେଟ ଆସୋସିଏଶନ (ବିସିଏ) ଠାରୁ ଦୂରେଇ ଯାଇଛନ୍ତି। ଆଗାମୀ ଘରୋଇ ସିଜନରେ ସେ ରାଜସ୍ଥାନ ପାଇଁ ଖେଳିବେ।...

ବକ୍ସିଂ ଡେ ଟେଷ୍ଟ: ହେଡ୍‌ଙ୍କ ଶତକ, ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼

ମେଲବୋର୍ନ.୨୭।୧୨(ଏଏଫ୍‌ପି)- ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡଙ୍କ ଶତକ ଓ ପରେ ବୋଲରଙ୍କ ପ୍ରାରମ୍ଭିକ ସଫଳତା ସହାୟତାରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ...

ସିନ୍ଧୁ ପ୍ରି-କ୍ୱାର୍ଟରରେ

ଟୋକିଓ, ୨୯।୭ (ପି.ଟି.)- ବିଶ୍ୱ ଚାମ୍ପିୟନ ପି. ଭି. ସିନ୍ଧୁ ଅଲିମ୍ପିକ୍ସ ମହିଳା ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପ୍ରି-କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିବାବେଳେ ପୁରୁଷ ବିଭାଗରେ ବି....

ଅହମଦାବାଦରେ ଖେଳିବାକୁ ଚାହୁଁନାହିଁ ପାକିସ୍ତାନ: ପିସିବି

କରାଚୀ,୮ା୬: ଭାରତରେ ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ ବ୍ୟତୀତ ଅହମଦାବାଦରେ ଅନ୍ୟ କୌଣସି ମ୍ୟାଚ ଖେଳିବାକୁ ଚାହୁଁନାହିଁ ପାକିସ୍ତାନ।...

ମୁମ୍ବାଇ ସମର୍ଥନରେ ବାହାରିଲା ଆର୍‌ସିବି; ପ୍ରଶଂସକ କହିଲେ ‘ଓଭରଆକ୍ଟିଂ ପାଇଁ…

ମୁମ୍ବାଇ,୨୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ। ହେଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ପାଇଁ ଏହି...

୨୦୦ କୋଟି ଟଙ୍କାର ସମ୍ପତ୍ତି; ୩ କୋଟିର କାର୍‌; ଏଭଳି ବିଳାସପୂର୍ଣ୍ଣ ଜୀବନ ବିତାଇଥାନ୍ତି ରୋହିତ ଶର୍ମା…

ନୂଆଦିଲ୍ଲୀ,୨୯।୧୦: ୨୦୦୭ରେ ଭାରତୀୟ ଟିମ୍‌ ପକ୍ଷରୁ ଡେବ୍ୟୁ କରିଥିଲେ ରୋହିତ ଶର୍ମା। ଏହାପରଠାରୁ ସେ ଜଣେ କ୍ରିକେଟରରୁ ଅଧିନାୟକ ହେବାରେ ସଫଳ ହୋଇଛନ୍ତି। ତେବେ ଏହି...

Advertisement
Archives

Model This Week