Posted inଖେଳ

ଫିଞ୍ଚଙ୍କ ମୁଣ୍ଡରେ ବାଜିଲ ବଲ

ମେଲବୋର୍ନ,୩୦।୧୧(ଏଏଫ୍‌ପି)- ଅଷ୍ଟ୍ରେଲିଆର ଦିନିକିଆ ଓ ଟି୨୦ ଦଳର ଅଧିନାୟକ ଆରୋନ ଫିଞ୍ଚ ଶନିବାର ଶେଫିଲ୍ଡ ଶିଲ୍ଡ ଟୁର୍ନାମେଣ୍ଟରେ ଆହତ ହୋଇଛନ୍ତି। ଭିକ୍ଟୋରିଆ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଫିଞ୍ଚଙ୍କ ହେଲମେଟରେ ବଲ ବାଜିଛି। ଏଥିଯୋଗୁ କନକୁଶନ ନିୟମ ଯୋଗୁ ତାଙ୍କ ବଦଳରେ ଟ୍ରାଭିସ ହେଡଙ୍କୁ ଖେଳାଯାଇଛି। ନ୍ୟୁ ସାଉଥ ଓ୍ବଲ୍ସ ଷ୍ଟିଭ ଓ କଫେ ଦ୍ୱିତୀୟ ଦିନର ପ୍ରଥମ ସେଶନରେ ଜେମ୍ସ ପାଟିନଶନଙ୍କ ବଲକୁ ଘୁରାଇ ମାରିଥିଲେ। ମାତ୍ର ବଲ ଶର୍ଟ ଲେଗ୍‌ ଅଞ୍ଚଳରେ ଫିଲ୍ଡିଂ କରୁଥିବା ୩୩ ବର୍ଷୀୟ ଫିଞ୍ଚଙ୍କ ହେଲମେଟରେ ବାଜିଥିଲା। ମେଡିକାଲ ଟିମ୍‌ ତାଙ୍କ ଅବସ୍ଥା ଯାଞ୍ଚ କରିବା ପରେ ମଧ୍ୟ ଅଷ୍ଟ୍ରେଲିଆନ ଓପନର ଫିଲ୍ଡିଂ ଜାରି ରଖିଥିଲେ। ଲଞ୍ଚ ବ୍ରେକବେଳେ କନକୁଶନର ଲକ୍ଷଣ ଦେଖାଯାଇଥିବା କ୍ରିକେଟ ଭିକ୍ଟୋରିଆ ପକ୍ଷରୁ ବିବୃତିରେ ପ୍ରକାଶ ପାଇଥିଲା। ଏହା ୫ ବର୍ଷ ତଳେ ଫିଲିପ୍ସ ହ୍ୟୁଗ୍ସଙ୍କ ସହ ଘଟିଥିବା ଘଟଣା କଥା ମନେ ପକାଇ ଦେଇଥିଲା। ଉଲ୍ଲେଖଥାଉ କି, ମୁଣ୍ଡରେ ବଲ ବାଜି ହମରେଜ ହେବାରୁ ହ୍ୟୁଗ୍ସ ୨୭ ନଭେମ୍ବର ୨୦୧୪ରେ ପ୍ରାଣ ହରାଇ ଥିଲେ। ଶେଫିଲ୍ଡ ଟୁର୍ନାମେଣ୍ଟରେ ଖେଳାଳିଙ୍କ ମୁଣ୍ଡରେ ବଲ ବାଜିବା ପରେ ତାଙ୍କ ବଦଳରେ ଅନ୍ୟ ଖେଳାଳି ଚୂଡ଼ାନ୍ତ ଏକାଦଶରେ ଖେଳିବା ନିୟମ ୨୦୧୭-୧୮ଠାରୁ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ଶର୍ମା କଲେ ଏମିତି କାମ, ପ୍ରଶଂସକ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ଜୟପୁର,୧୮।୧୧: ରୋହିତ ଶର୍ମା ଟି -୨୦ ଅଧିନାୟକ ଭାବରେ ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ଉଇକେଟ୍‌ରେ ଜିତିଥିଲା। ଏହାସହ ତିନି ମ୍ୟାଚ ବିଶିଷ୍ଟ...

୨ ଉଇକେଟ ଦୂରରେ ଅଶ୍ୱିନ

ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ରେ ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହେବା ପାଇଁ ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଦରକାର ଆଉ...

ଦେଶର ଅନ୍ତର୍ଜାତୀୟ ଶୁଟିଂ ସେଣ୍ଟରରେ ନାହିଁ ଶୁଟରଙ୍କ ରହଣି ବ୍ୟବସ୍ଥା

ନୂଆଦିଲ୍ଲୀ,୭।୯- ଦେଶର ଜଣାଶୁଣା ଅନ୍ତର୍ଜାତୀୟ ଶୁଟିଂ ସେଣ୍ଟର ଡ. କାର୍ନି ସିଂ ଶୁଟିଂ ରେଞ୍ଜଠାରେ ଭାରତୀୟ ଶୁଟରଙ୍କ ଲାଗି ରହଣି ବ୍ୟବସ୍ଥା ନାହିଁ। ଏଥିଯୋଗୁ ଅଲିମ୍ପିକ୍ସ...

ଜୀବିତ ଅଛନ୍ତି ଦ ରକ୍‌

ଲଣ୍ଡନ,୧୬।୧୧- ପୂର୍ବତନ ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର ଦ ରକ୍‌ ଭାବେ ପରିଚିତ ଡ୍ବେନ ଜନସନ ଏବେ ଜୀବିତ ଅଛନ୍ତି। ଅପ୍‌କମିଂ ଫିଲ୍ମ ଶୁଟିଂବେଳେ ତାଙ୍କର ମୃତ୍ୟୁ ଘଟିଥିବା...

ଭାରତୀୟ ଖେଳାଳୀଙ୍କ ‘ଫିମେଲ୍‌ ଭର୍ସନ’: କୋହଲି-ଧୋନୀଙ୍କୁ ଚିହ୍ନିବା ମୁସ୍କିଲ, ମନ ଜିଣୁଛନ୍ତି ଭୁବନେଶ୍ୱର

ନୂଆଦିଲ୍ଲୀ,୨୩।୬: ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ ନିଜର ଇନ୍‌ଷ୍ଟାଗ୍ରାମ ପୃଷ୍ଟାରେ ଶେୟାର କରିଥିବା ଏକ ଫଟୋ ଏବେ ଚର୍ଚ୍ଚାରେ। ଏହା ପଛରେ ଥିବା କାରଣଟି...

ଡି’କକ୍‌ ଦକ୍ଷିଣ ଆଫ୍ରିକା ଦିନିକିଆ ଅଧିନାୟକ

ଜୋହାନ୍ସବର୍ଗ, ୨୨ା୧ (ଏଏଫ୍‌ପି)-ଏକ ଦୀର୍ଘ ମିଆଦି ଯୋଜନା ପରିପ୍ରେକ୍ଷୀରେ କ୍ୱିଣ୍ଟନ ଡି’କକ୍‌ଙ୍କୁ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଟିମ୍‌ର ଅଧିନାୟକ ମନୋନୀତ କରାଯାଇଛି। ନିଯୁକ୍ତି...

ଟୋକିଓ ଫ୍ଲାଇଟ୍‌ ମିସ୍‌ କଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୨୭।୭: ଅଲିମ୍ପିକ୍ସରେ ଭାରତର ସବୁଠୁ ବଡ଼ ପଦକ ଆଶା କୁହାଯାଉଥିବା ରେସଲର ଭିନେଶ ଫୋଗଟ ବିଳମ୍ବରେ ପହଞ୍ଚିବେ ଟୋକିଓରେ। ତାଙ୍କୁ ମଙ୍ଗଳବାର ଫ୍ରାଙ୍କଫର୍ଟରୁ ଟୋକିଓ ଫ୍ଲାଇଟ୍‌...

ଆଇପିଏଲ୍‌ ୨୦୨୧: ଜାଣନ୍ତୁ ଫାଇନାଲ୍‌ ପରେ କାହାକୁ ମିଳିଲା କେଉଁ ପୁରସ୍କାର, କେତେ ରାଶି…

ଦୁବାଇ,୧୬।୧୦: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌)ର ୧୪ ତମ ସଂସ୍କରଣ ଶୁକ୍ରବାର ଦୁବାଇରେ ଶେଷ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) କୋଲକାତା ନାଇଟ ରାଇଡର୍ସ...

Advertisement
Archives

Model This Week