‘ଫାୟାର ବାର୍ଡ’ର ସ୍ରଷ୍ଟା

ପେରୁମାଲ ମୁରୁଗାନ

ପରିବର୍ତ୍ତିତ ପୃଥିବୀରେ ମଣିଷ ନିଜର ସ୍ଥାୟିତ୍ୱ ବୁଝିବାରେ ଯେଭଳି ଅକ୍ଷମ। ମୁଥୁଙ୍କ ବିଶ୍ୱ ଭଙ୍ଗୁର ହୋଇଯାଉଛି ଯେତେବେଳେ ତାଙ୍କ ପିତା ପୈତୃକ ସମ୍ପତ୍ତିକୁ ଭାଗ କରିଦେଉଛନ୍ତି। ସବା ବଡ଼ ଭାଇ ଅସାଧୁ ଉପାୟ ଅବଲମ୍ବନ କରି ସାନ ଭାଇ ମୁଥୁଙ୍କୁୁ ଘରୁ ତଡ଼ିଦେବା ଭଳି ସ୍ଥିତି ସୃଷ୍ଟି କରିବା ପରେ ସେ ଅସହାୟ ହୋଇଯାଉଛନ୍ତି। ଶେଷରେ ଘର ଛାଡ଼ି ନୂତନ ଦୁନିଆରେ ନିଜ ସ୍ତ୍ରୀ ଓ ଛୁଆଙ୍କୁୁ ନେଇ ମୁଥୁ ବଞ୍ଚତ୍ବାକୁ ଚାଲିଯାଉଛନ୍ତି। ତାଙ୍କର ଅପୂରଣୀୟ କ୍ଷତିକୁ ବୁଝିବାକୁ କେହି ନାହାନ୍ତି। ଏଠାରେ ମୁଥୁ ତାଙ୍କ ସ୍ଥାୟୀ ଦୁନିଆକୁ ଛାଡ଼ି ସ୍ଥାନାନ୍ତରିତ ହେଉଥିବା ପକ୍ଷୀ ପରି ଅନ୍ୟତ୍ର ଯିବା ବେଳର ଦୃଶ୍ୟକୁ ଲେଖକ ବର୍ଣ୍ଣନା କରିଛନ୍ତି। ଚିନ୍ତା ଉଦ୍ରେକକାରୀ ‘ଫାୟାର ବାର୍ଡ’ ଉପନ୍ୟାସରେ ତାମିଲ ଔପନ୍ୟାସିକ ପେରୁମାଲ ମୁରୁଗାନ ସ୍ବାର୍ଥ ପାଇଁ ପାରିବାରିକ ବନ୍ଧନ କିଭଳି ଭାଙ୍ଗିଯାଉଛି, ତାହା ଏଥିରେ ଜଣାଇବାକୁ ପ୍ରୟାସ କରିଛନ୍ତି। ଏଭଳି ସମ୍ପର୍କକୁ ସେ ଏକ ରହସ୍ୟମୟ ପକ୍ଷୀର ଆଖ୍ୟା ଦେଇ ବଦଳୁଥିବା ବିଶ୍ୱରେ ସ୍ଥାୟିତ୍ୱ ପ୍ରତି ମଣିଷର ପ୍ରବଳ ଇଚ୍ଛାକୁ ପ୍ରକଟ କରିବାକୁ ଚେଷ୍ଟା କରିଛନ୍ତି। ଶାସ୍ତ୍ରୀୟ ସ୍ତରର ଏହି ଉପନ୍ୟାସ ପାଇଁ ମୁରୁଗାନ ସାହିତ୍ୟ କ୍ଷେତ୍ରରେ ଜେସିବି ପୁରସ୍କାର ୨୦୨୩ ପାଇଛନ୍ତି। ଏଥିସହିତ ତାଙ୍କ ପୁସ୍ତକକୁ ଇଂଲିଶ ଭାଷାରେ ଅନୁବାଦ କରିଥିବା ଜନନୀ କାନନ୍‌ ମଧ୍ୟ ପୁରସ୍କୃତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ସ୍ତରର ନିର୍ମାଣ ଉପକରଣ ସଂସ୍ଥା ‘ଜେସିବି’ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ଭାରତୀୟ ଲେଖକଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ଦେଇଥାଏ। ଏଥିରେ ମୂଳ ଲେଖକଙ୍କୁ ୨୫ ଲକ୍ଷ ଟଙ୍କା ଓ ଅନୁବାଦକଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯାଇଆସୁଛି।
ପେରୁମାଲ ମୁରୁଗାନ ୧୫ ଅକ୍ଟୋବର ୧୯୬୬ରେ ତାମିଲନାଡୁ ନମକ୍କଲ ଜିଲାର ଥିରୁଚ୍ଛେନ୍‌ଗୁଡେଠାରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଚାଷଜମି ଅଳ୍ପ ଥିବାରୁ ପିତା ଥିରୁଚ୍ଛେନ୍‌ଗୁଡେଠାରେ ଥିବା ଏକ ସିନେମା ଥିଏଟର ନିକଟରେ ସୋଡ଼ା ଦୋକାନ କରି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ମୁରୁଗାନ ଇରୋଡ୍‌ଠାରେ ତାମିଲ ସାହିତ୍ୟରେ ସ୍ନାତକ ଡିଗ୍ରୀ ଅର୍ଜନ କରିବା ପରେ କୋଏମ୍ବାଟୁରରୁ ସ୍ନାତକୋତ୍ତର ହାସଲ କରିଥିଲେ। ସେହି ତାମିଲ ସାହିତ୍ୟରେ ସେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ଏମ୍‌ଫିଲ୍‌ ଏବଂ ପିଏଚ୍‌.ଡି. ଡିଗ୍ରୀ ଅର୍ଜନ କରିଥିଲେ। ତାମିଲ ସାହିତ୍ୟର ପ୍ରଫେସର ମୁୁରୁଗାନ ତାଙ୍କ ଲେଖା ଓ ଗବେଷଣା ମାଧ୍ୟମରେ ତାମିଲ ଭାଷାକୁ ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ବିଶେଷକରି କୋଙ୍ଗୁନାଡୁ ଅଞ୍ଚଳର ଭାଷାକୁ ବଳିଷ୍ଠ କରିବା ଲାଗି ସେ ନୂଆ ଶବ୍ଦକୋଷ ସୃଷ୍ଟି କରିଛନ୍ତି। ନମକ୍କଲସ୍ଥିତ ଗଭର୍ନମେଣ୍ଟ ଆଟର୍‌ସ କଲେଜରେ ମୁରୁଗାନ ତାମିଲ ସାହିତ୍ୟର ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ବେଳେ ଦକ୍ଷିଣପନ୍ଥୀ ଗୋଷ୍ଠୀଙ୍କ ଆକ୍ରମଣର ଶିକାର ହୋଇଥିଲେ। ସ୍ଥିତି ଏଭଳି ହୋଇଥିଲ ଯେ ତାଙ୍କୁ ସେଠାରୁ ବଳପୂର୍ବକ ବିଦା କରି ଦିଆଯାଇଥିଲା। ତାଙ୍କ ଲେଖା ଦକ୍ଷିଣପନ୍ଥୀଙ୍କ କାର୍ଯ୍ୟକଳାପ ପ୍ରତି ଇଙ୍ଗିତ କରୁଥିବାରୁ ସେ ଅସହିଷ୍ଣୁତାର ଶିକାର ହୋଇଥିଲେ। ଫଳରେ ସେ ଅଟ୍ଟୁରସ୍ଥିତ ସରକାରୀ କଲେଜକୁ ଯାଇ ସେଠାରେ ତାମିଲ ଭାଷା ସାହିତ୍ୟର ବିଭାଗୀୟ ମୁଖ୍ୟ ହୋଇଥିଲେ। ତେବେ ଏହି ସମୟ ବ୍ୟବଧାନ ମଧ୍ୟରେ ସେ କିଛି କାଳ ଚେନ୍ନାଇସ୍ଥିତ ପ୍ରେସିଡେନ୍ସି କଲେଜରେ ଅଧ୍ୟାପନା କରିଥିଲେ।
ମୁରୁଗାନଙ୍କ ସାହିିତି୍ୟକ ଜୀବନ ଦେଖିଲେ ସେ ୧୨ ଉପନ୍ୟାସ, ୬ କ୍ଷୁଦ୍ରଗଳ୍ପ ଓ କବିତା ପୁସ୍ତକ ସହ ସାହିତ୍ୟ ଓ ଭାଷା କ୍ଷେତ୍ରରେ ୧୩ଟି ବହି ଲେଖି ପାଠକୀୟ ଆଦୃତି ପାଇଛନ୍ତି। ତାଙ୍କର ଅଧିକାଂଶ ଉପନ୍ୟାସ ଇଂଲିଶ ଭାଷାରେ ଅନୂଦିତ। ୧୯୮୮ରୁ ୧୯୯୧ ମଧ୍ୟରେ ତାମିଲ ଭାଷାର ବିଭିନ୍ନ ପତ୍ରିକାରେ ତାଙ୍କର କ୍ଷୁଦ୍ରଗଳ୍ପ ପ୍ରକାଶ ପାଇଥିଲା। ତାଙ୍କ ଲେଖାଗୁଡ଼ିକ ବରିଷ୍ଠ ସାହିତି୍ୟକଙ୍କ ଦ୍ୱାରା ସ୍ବୀକୃତ ହେବା ପରେ ସେ ଉପନ୍ୟାସ ଲେଖାରେ ହାତ ଦେଇଥିଲେ। ୧୯୯୧ରେ ତାଙ୍କ ପ୍ରଥମ ଉପନ୍ୟାସ ‘ଇରୁ ଭେୟିଲ୍‌’ ପ୍ରକାଶ ପାଇ ତାମିଲ ସାହିତ୍ୟରେ ଚହଳ ପକାଇଥିଲା। ତା’ ପରେ ସେ ଉପନ୍ୟାସ ପ୍ରତି ଅଧିକ ଧ୍ୟାନ ଦେଇଥିଲେ। ଫଳସ୍ବରୂପ ‘ଫାୟାର ବାର୍ଡ’ ଆଜି ତାଙ୍କୁ ସର୍ବାଧିକ ପାଠକୀୟ ସମ୍ମାନ ଦେଇଛି। ଏପରି କି ଓଡ଼ିଶାର ଫକୀରମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୨ରେ ତାଙ୍କୁ ଫକୀରମୋହନ ଜାତୀୟ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କ ରଚିତ ‘ପୁକୁଲି’ ଉପନ୍ୟାସ ଅନିରୁଦ୍ଧ ବସୁଦେବାନଙ୍କ ଦ୍ୱାରା ‘ପାୟର’ ନାମରେ ଅନୁବାଦିତ ହେବା ପରେ ଅନ୍ତର୍ଜାତୀୟ ବୁକର ପୁରସ୍କାର ୨୦୨୩ର ବିସ୍ତୃତ ତାଲିକାରେ ମନୋନୀତ ହେବା ମୁରୁଗାନଙ୍କ ସାହିତ୍ୟ ବ୍ୟାପକ ଆଦୃତିଲାଭ କରୁଥିବାର ଆଭାସ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri