Posted inଖେଳ

ଫାଙ୍କା ଷ୍ଟାଡିୟମରେ ଆଇପିଏଲ୍‌ ଖେଳାଯାଇପାରିବ : ହରଭଜନ

ମୁମ୍ବାଇ, ୮।୪ (ପି.ଟି.): କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଦେଶ ତଥା ବିଶ୍ୱରେ ପ୍ରାୟ ସବୁ କ୍ରୀଡ଼ା ଇଭେଣ୍ଟକୁ ବାତିଲ୍‌ କିମ୍ବା ସ୍ଥଗିତ ରଖାଯାଇଥିବା ବେଳେ ପୂର୍ବତନ ଭାରତୀୟ ଅଫ୍‌ ସ୍ପିନର ହରଭଜନ ସିଂ କିନ୍ତୁ ଭିନ୍ନ ମତ ପୋଷଣ କରିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଆୟୋଜନ ସପକ୍ଷରେ ସେ ମତ ଦେଇଛନ୍ତି। ଯଦି ଦର୍ଶକଙ୍କ ଅନୁପସ୍ଥିତିରେ ଆଇପିଏଲ୍‌ ଫାଙ୍କା ଷ୍ଟାଡିୟମରେ ଖେଳାଯାଏ ତେବେ କୌଣସି ସମସ୍ୟା ନାହିଁ। ଅର୍ଥାତ ସେ ଫାଙ୍କା ଷ୍ଟାଡିୟମରେ ଆଇପିଏଲ ଆୟୋଜନ କରିବାକୁ କହିଛନ୍ତି। କୋଭିଡ୍‌-୧୯ ନିୟନ୍ତ୍ରଣକୁ ଆସିଛି। ପୁଣି କେତେକ ଆଇପିଏଲ୍‌କୁ ନେଇ ଗୁଜୁରାଣ ମେଣ୍ଟାଉଥିବାରୁ ଏହି ଟୁର୍ନାମେଣ୍ଟ ଆୟୋଜନ ହେବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି।
କ୍ରିକେଟରେ ଦର୍ଶକ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଯଦି ପରିସ୍ଥିତି ଅଲଗା ହୁଏ ତା’ହେଲେ ବିନା ଦର୍ଶକରେ ଖେଳିବାରେ କୌଣସି ଅସୁବିଧା ନାହିଁ। ତେବେ ସବୁ ଦର୍ଶକ ଟିଭିରେ ଆଇପିଏଲ୍‌ ମ୍ୟାଚ୍‌ ଦେଖିପାରିବେ। ହରଭଜନ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଖେଳୁଛନ୍ତି। ତେବେ ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଅଗ୍ରାଧିକାର ଦିଆଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ମ୍ୟାଚ୍‌ ଭେନ୍ୟୁ, ଟିମ୍‌ ହୋଟେଲ, ଫ୍ଲାଇଟକୁ ଠିକ୍‌ ଭାବେ ସାନିଟାଇଜ କରିବାର ଆବଶ୍ୟକତା ରହିଛି। ସବୁକିଛି ଠିକ୍‌ଠାକ କରିବା ପରେ ଯାଇ ଏ ବିଷୟରେ ଚିନ୍ତା କରିବା ଠିକ୍‌ ହେବ ବୋଲି ହରଭଜନ କହିଛନ୍ତି।
କରୋନା ଭାଇରସ ସଂକ୍ରମଣ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଇପିଏଲ୍‌କୁ ଏପ୍ରିଲ-୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ତେବେ ଦେଶରେ ଚାଲିଥିବା ଲକ୍‌ଡାଉନ ଓ ତତ୍‌ ସଂକ୍ରାନ୍ତ ପରିସ୍ଥିତି ଯୋଗୁ ଆଇପିଏଲ୍‌ ଆୟୋଜନ ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଫିଟ୍‌ନେସ ବଜାୟ ଉପରେ ହରଭଜନ ଏବେ ଗୁରୁତ୍ୱ ଦେଉଛନ୍ତି। ଆଇପିଏଲ୍‌ ଶୀଘ୍ର ଆରମ୍ଭ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି। ତେବେ ସେପର୍ଯ୍ୟନ୍ତ ନିଜକୁ ଫିଟ୍‌ ରଖିବା ପାଇଁ ପ୍ରୟାସ ଜାରି ରଖିବି ବୋଲି ୧୦୩ଟି ଟେଷ୍ଟ ଖେଳିଥିବା ୩୯ ବର୍ଷୀୟ ହରଭଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ଉଇକେଟ ଆଭେଶଙ୍କ ସ୍ବପ୍ନ ଥିଲା

ମୁମ୍ବାଇ, ୧୩ା୪ (ପି.ଟି.)- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଆଇପିଏଲ୍‌ ଓପନରରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂଙ୍କ ଧୋନୀଙ୍କ ଉଇକେଟ ହାସଲ ଦ୍ୱାରା...

ବ୍ଲକସ୍ତରୀୟ ଶାରଦୀୟ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

ରିଷିଡା,୨୧।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅଲାତରା ପଞ୍ଚସଖା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶାରଦୀୟ କ୍ରୀଡ଼ା ଉତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୧୫୧ଜଣ ପ୍ରତିଯୋଗୀ...

ପ୍ରଥମ ଅର୍ଦ୍ଧଶତକ ସହ ମାଇଲଷ୍ଟୋନ ହାତେଇଲେ ଶାର୍ଦ୍ଦୁଳ

ପାର୍ଲ,୨୦।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ବଲ ସହ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ଭାରତୀୟ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ନିମ୍ନକ୍ରମରେ ବ୍ୟାଟିଂ କରିବାକୁ...

ଇତିହାସ ରଚିଲେ ସୁନା ପୁଅ

ନୂଆଦିଲ୍ଲୀ,୯।୯: ଜୁରିଚରେ ଡାଏମଣ୍ଡ ଲିଗ୍‌ ଫାଇନାଲରେ ପ୍ରଥମ ସ୍ଥାନ ଅଧିକାର କରି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ଡାଏମଣ୍ଡ ଟ୍ରଫି ଜିତିବାରେ ନୀରଜ ଚୋପ୍ରା...

୬ ବଲ୍‌ରେ ୬ ଛକା: ଯୁବରାଜଙ୍କ ପରେ ଉପଲବ୍ଧି ହାସଲ କଲେ ଏହି ଓ୍ବେଷ୍ଟଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୪।୩: ନୂଆ ରେକର୍ଡ କରିଛନ୍ତି ଓ୍ବେଷ୍ଟଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌ କିରୋନ ପୋଲାର୍ଡ। ଓ୍ବେଷ୍ଟଇଣ୍ଡିଜ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍‌ରେ ସେ ଲଗାତାର ୬ ଛକା ମାରିଛନ୍ତି। ତାଙ୍କ...

ପନ୍ତଙ୍କୁ ସ୍ବତନ୍ତ୍ର ପୁରସ୍କାର

ଦୁବାଇ, ୮ା୨- ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସୋମବାର ପ୍ରଥମ ଖେଳାଳି ଭାବେ ଚଳିତ ମାସର ଶ୍ରେଷ୍ଠ ଆଇସିସି ଖେଳାଳି ସମ୍ମାନ ପାଇଛନ୍ତି।...

ଆଇପିଏଲ୍‌ ‘ନେଟ୍‌ ବୋଲର’ ତାଲିକାରେ ସଙ୍ଗଓ୍ବାନ, ସୁୟଲ

ନୂଆଦିଲ୍ଲୀ, ୨୨ା୮(ପି.ଟି.)-ଠିକ୍‌ ୧୩ବର୍ଷ ପୂର୍ବେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଏବଂ ଆଇପିଏଲ୍‌ର ପ୍ରଥମ ସଂସ୍କରଣରେ ପ୍ରଭାବୀ ସୁଇଂ ବୋଲିଂ କରିଥିବା ପ୍ରଦୀପ ସାଙ୍ଗଓ୍ବାନ ସଂଯୁକ୍ତ...

‘ଧୋନୀଙ୍କ ଅନୁପସ୍ଥିତିରେ ଖୋଜିବାକୁ ପଡ଼ିବ ସଫଳତାର ବାଟ’

ନୂଆଦିଲ୍ଲୀ,୧୬।୭: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅନୁପସ୍ଥିତିରେ ଚାଇନା ମ୍ୟାନ ସ୍ପିନର କୁଲଦୀପ ଯାଦବଙ୍କୁ ସଫଳ ହେବାର ବାଟ ଖୋଜିବାକୁ ପଡ଼ିବ। ଏଭଳି ମନ୍ତବ୍ୟ...

Advertisement
Archives

Model This Week