Posted inଖେଳ

ଫାଇନାଲରେ ସେରେନା-ଆଣ୍ଡ୍ରିସ୍କୁ

ନ୍ୟୁୟର୍କ,୬।୯:କାନାଡାର ଟିନ୍‌ ଏଜ୍‌ ଖେଳାଳି ବିୟାଙ୍କା ଆଣ୍ଡ୍ରିସ୍କୁଙ୍କ ସଫଳତାର ଦୌଡ଼ ଏଠାରେ ଚାଲିଥିବା ୟୁଏସ୍‌ ଓପନରେ ଜାରି ରହିଛି। ସେ ସେମିଫାଇନାଲରେ ବେଲିଣ୍ଡା ବେନକିକ୍‌ଙ୍କୁ ୭-୬ (୭/୩), ୭-୫ ସେଟ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ଚଳିତ ସିଜନରେ ଇଣ୍ଡିଆନ ଓ୍ବେଲ୍ସ ଓ ଟରଣ୍ଟୋରେ ଟାଇଟଲ ହାସଲ କରିଥିବା ଆଣ୍ଡ୍ରିସ୍କୁ ଶନିବାର ଖେଳାଯିବାକୁ ଥିବା ଫାଇନାଲରେ ନିଜ ଆଇଡଲ ସେରେନା ଓ୍ବିଲିୟମ୍ସଙ୍କୁ ଭେଟିବେ। ସେରେନା ଫାଇନାଲ ଜିତି କ୍ୟାରିୟରର ୨୪ଥର ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ହାତେଇବା ଲକ୍ଷ୍ୟରେ ରହିଛନ୍ତି। କାନାଡାର ଆଣ୍ଡ୍ରିସ୍କୁ ଜନ୍ମହେବା ପୂର୍ବରୁ ଆମେରିକାନ ଷ୍ଟାର ସେରେନା ୧୯୯୯ରେ ପ୍ରଥମ ୟୁଏସ୍‌ ଓପନ ଜିତିସାରିଥିଲେ। ଗତ ଥର ରୋଜର୍ସ କପ୍‌ରେ ଦୁଇ ଷ୍ଟାର ପରସ୍ପରକୁ ଭେଟିଥିଲେ। ହେଲେ ଆଣ୍ଡ୍ରିସ୍କୁ ୩-୧ ବ୍ୟବଧାନରେ ଆଗୁଆ ଥିବାବେଳେ ୩୭ ବର୍ଷୀୟା ଓ୍ବିଲିୟମ୍ସ ଆହତଜନିତ ସମସ୍ୟା ଯୋଗୁ ମ୍ୟାଚ୍‌ରୁ ଓହରିଯାଇଥିଲେ। ଫାଇନାଲରେ ବିପର୍ଯ୍ୟୟ ଘଟାଇବାରେ ସଫଳ ହେଲେ ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୯ମ ସ୍ଥାନ ହାସଲ କରିବେ। ଏବେ ସେ ର଼୍ୟାଙ୍କିଙ୍ଗ୍‌ର ୧୭୮ ତମ ସ୍ଥାନରେ ଅଛନ୍ତି। ମହିଳା ସିଙ୍ଗଲ୍ସର ଅନ୍ୟ ଏକ ସେମିଫାଇନାଲରେ ସେରେନା ୬-୩, ୬-୧ ସେଟ୍‌ରେ ଏଲିନା ସ୍ବିତୋଲିନାଙ୍କୁ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏକାଠି ଖେଳିବେ ସଞ୍ଜୁ ସାମସନ-ବୈଭବ ସୂର୍ଯ୍ୟବଂଶୀ? ଜଣେ ଖେଳାଳିଙ୍କୁ ଦେବାକୁ ପଡିବ ‘ବଳିଦାନ’

ନୂଆଦିଲ୍ଲୀ,୮।୭: ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ସଂଘର୍ଷ କରୁଛି, ପ୍ରଥମ ତିନୋଟି ମ୍ୟାଚରେ ବିଜୟ ହାସଲ କରିପାରି ନାହିଁ। ମଙ୍ଗଳବାର ରାତିରେ ଇଂଲଣ୍ଡ ଭାରତକୁ…

‘ରିସେଟ’ର ମୂଲ୍ୟ ଦେଉଛି ଟିମ ଇଣ୍ଡିଆ? ଲଗାତାର ପରାଜୟ ଉପରେ ନୀରବତା ଭାଙ୍ଗିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୭: ଇଂଲଣ୍ଡ ବିପକ୍ଷରେ ୧୨୫ ରନର ଦମ ଦାର ପରାଜୟ ପରେ ଏହା କ୍ରମାଗତ ଚତୁର୍ଥ ଟି-୨୦ ପରାଜୟ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

Vaibhav Sooryavanshi: ଲଗାତାର ଦୁଇଟି ମ୍ୟାଚରେ ବିଫଳ, ଟିମ୍‌ରୁ ବାହାରି ଯିବେ ବୈଭବ ସୂର୍ଯ୍ୟବଂଶୀ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୭: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି, ଲଗାତାର ଦୁଇଟି ମ୍ୟାଚରେ ବ୍ୟାଟରେ ବିଫଳ ହୋଇଛନ୍ତି। ପ୍ରଶଂସକମାନେ ଟିମ ଇଣ୍ଡିଆ ପାଇଁ ତାଙ୍କର…

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଧୋନୀଙ୍କୁ ଘେରିଗଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ଟ୍ରେଣ୍ଟ ବ୍ରିଜ,୮।୭: ଟ୍ରେଣ୍ଟ ବ୍ରିଜରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ…

ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ଏହି ୫ ଜଣ ସାଜିଲେ ଦଳର ସବୁଠୁ ବଡ଼ ‘ଭଲେନ’! ବୈଭବ-ଆୟରଙ୍କ ସହ…

ନୂଆଦିଲ୍ଲୀ, ୮।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ତାର ଟି-୨୦ ଇତିହାସର ସବୁଠାରୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଛି। ତୃତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡ ହାତରୁ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri