Posted inଖେଳ

ଫାଇନାଲରେ ଲକ୍ଷ୍ୟ

ସାରବ୍ରୁକେନ(ଜର୍ମାନୀ),୩।୧୧- ଦେଶର ଉଦୀୟମାନ ବ୍ୟାଡ୍‌ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ ଅନ୍ୟ ଭାରତୀୟ ଖେଳାଳି କିରେନ ଜର୍ଜଙ୍କୁ ୨୧-୧୩, ୧୪-୨୧, ୨୧-୯ ଗେମ୍‌ରେ ହରାଇ ଏଠାରେ ଚାଲିଥିବା ସାରଲରଲକ୍ସ ଓପନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୮ମ ସିଡ୍‌ ଲକ୍ଷ୍ୟଙ୍କୁ ମ୍ୟାଚ୍‌ ଜିତିବା ପାଇଁ ମାତ୍ର ୩୭ ମିନିଟ୍‌ ସମୟ ଲାଗିଥିଲା। ଉଭୟ ଭାରତୀୟ ଖେଳାଳି ୫ ଥର ପରସ୍ପରକୁ ଏପର୍ଯ୍ୟନ୍ତ ଭେଟିଥିଲେ ହେଁ ସବୁଥର ଲକ୍ଷ୍ୟ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ବିଶ୍ୱର ୧୫୬ତମ ର଼୍ୟାଙ୍କପ୍ରାପ୍ତ ଜର୍ଜ ଚଳିତ ଟୁର୍ନାମେଣ୍ଟର ସେମିଫାଇନାଲ ପୂର୍ବରୁ ସମସ୍ତ ମ୍ୟାଚ୍‌କୁ ସିଧାସଳଖ ଗେମ୍‌ରେ ଜିତିଥିଲେ। ତାଙ୍କୁ ହରାଇ ୫୧ତମ ର଼୍ୟାଙ୍କ୍‌ଧାରୀ ଲକ୍ଷ୍ୟ ସିନିୟର ବର୍ଗରେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ୧୮ ବର୍ଷୀୟ ଖେଳାଳି କ୍ରମାଗତ ଦ୍ୱିତୀୟ ସୁପର ୧୦୦ ଟାଇଟଲ ଜିତିବା ଆଶାରେ ରହିଛନ୍ତି। ସେ ଗତ ଅକ୍ଟୋବରରେ ଡଚ୍‌ ଓପନ୍‌ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବନମାଳୀପୁର ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଖଣ୍ଡପଡା,୫ା୧୦(ସ୍ବ.ପ୍ର.): ଆଞ୍ଚଳିକ ସ୍ପୋଟର୍‌ସ କ୍ଲବ ବନମାଳୀପୁର ଆନୁକୂଲ୍ୟରେ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବନମାଳୀପୁର ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ୩୨ ତମ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର...

ଭେଣ୍ଟିଲେଟରରେ ପୂର୍ବତନ ଭାରତୀୟ କ୍ରିକେଟର୍‌ ଚେତନ ଚୌହାନ

ଲକ୍ଷ୍ନୌ, ୧୫।୮: ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ବର୍ତ୍ତମାନ ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ଚେତନ ଚୌହାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି। କରୋନା...

ଗୋଟିଏ ମ୍ୟାଚ୍‌ରେ ୧୧ ଉଇକେଟ; ଅଧିନାୟକ କୋହଲି କହିଲେ ‘ ଏ ବାପୁ….’

ଅହମ୍ମଦାବାଦ,୨୬।୨: ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ‘ପ୍ଲେୟର ଅଫ୍‌ ଦ ମ୍ୟାଚ୍‌’ ହୋଇଛନ୍ତି ଅକ୍ଷର ପଟେଲ। ସେ ମ୍ୟାଚ୍‌ରେ କେବଳ ୭୦ରନ୍‌ ଦେଇ...

ଆସିଲା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ

ବ୍ୟାଙ୍ଗକକ୍‌,୭।୩ : ଗତ ଶୁକ୍ରବାର ପ୍ରାଣ ହରାଇଥିବା ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଶେନ ଓ୍ବର୍ନଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡ଼ିଛି। ତାଙ୍କ ମୃତ୍ୟୁର କାରଣ...

୨୨ ବର୍ଷରେ ପନ୍ତ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଶୁକ୍ରବାର ୨୨ ବର୍ଷରେ ପାଦ ଦେଇଛନ୍ତି। ୪ ଅକ୍ଟୋବର ୧୯୯୭ରେ ଜନ୍ମ ହୋଇଥିବା ଏହି ଖେଳାଳି...

ଓଭାଲ ଟେଷ୍ଟ: ଇଂଲଣ୍ଡକୁ ହରାଇଲା ଟିମ୍‌ ଇଣ୍ଡିଆ

ଲଣ୍ଡନ,୬।୯: ପ୍ରଥମ ଇନିଂସରେ ୯୯ ରନ୍‌ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଶେଷରେ ବାଜିମାତ୍‌ କରିଛି। ଓଭାଲ ଟେଷ୍ଟର ପଞ୍ଚମ ଦିନରେ ୧୫୭ ରନ୍‌ରେ ଇଂଲଣ୍ଡକୁ...

ଆଇପିଏଲ୍‌ ଗଭର୍ନିଂ କାଉନ୍ସିଲକୁ ପ୍ରଜ୍ଞାନ ମନୋନୀତ

ନୂଆଦିଲ୍ଲୀ, ୨୪।୧୨ (ପି.ଟି.)- ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ (ଆଇସିଏ)ର ପ୍ରତିନିଧିଭାବେ ଆଇପିଏଲ୍‌ ଗଭର୍ନିଂ କାଉନ୍‌ସିଲ୍‌କୁ ମନୋନୀତ ହୋଇଛନ୍ତି ଭାରତର ତାରକା ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା।...

ପୂର୍ବତନ ପ୍ରେମିକା ଏବଂ ସ୍ତ୍ରୀଙ୍କ ସହ ଗୋଟିଏ ଫ୍ରେମ୍‌ରେ ନଜର ଆସିଲେ ଯୁବରାଜ ସିଂ

କ୍ରିକେଟରୁ ଅବସର ନେବା ପରେ ଯୁବରାଜ ସିଂ ମାୟାନଗରୀ ମୁମ୍ବାଇରେ ଏକ ପାର୍ଟିର ଆୟୋଜନ କରିଥିଲେ। କ୍ରିକେଟ ଜଗତଠାରୁ ଆରମ୍ଭ କରି ବଲିଉଡ କଳାକାର ଏହି...

Advertisement
Archives

Model This Week