Posted inଖେଳ

ଫାଇନାଲରୁ ଓହରିଲେ ଦୀପକ ପୁନିଆ

ନୁର-ସୁଲତାନ(କାଜାଖସ୍ତାନ),୨୨।୯(ପି.ଟି.): ଯୁବ ଭାରତୀୟ କୁସ୍ତିଯୋଦ୍ଧା ଦୀପକ ପୁନିଆ ରବିବାର ବିଶ୍ୱ ଚାମ୍ପିୟନଶିପର ୮୬ କେଜି ବର୍ଗର ଫାଇନାଲରୁ ଓହରି ଯାଇଛନ୍ତି। ଫାଇନାଲରେ ସେ ଇରାନର କିମ୍ବଦନ୍ତୀ ହାଜସାନ ୟାଜଦାନିଙ୍କୁ ଭେଟିବାର ଥିଲା। କିନ୍ତୁ ସେମିଫାଇନାଲରେ ତାଙ୍କ ବାମଗୋଡ଼ ଗୋଇଠିରେ ଆଘାତ ଲାଗିଥିଲା। ଚାଲିବାବେଳେ ବାମ ପାଦରେ କଷ୍ଟ ଅନୁଭବ କରୁଛି। ଏଭଳି ସ୍ଥିତିରେ ଲଢ଼େଇ କରିବା କଷ୍ଟକର। ମୁଁ ଜାଣିଛି, ୟାଜଦାନିଙ୍କ ସହ ଲଢ଼ିବାକୁ ଏହା ସବୁଠୁ ବଡ଼ ସୁଯୋଗ। କିନ୍ତୁ ମୁଁ ଲଢ଼ି ପାରିବି ନାହିଁ ବୋଲି ଦୀପକ କହିଛନ୍ତି। ଫଳରେ ୨୦ ବର୍ଷୀୟ ରେସଲରଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସୁଇଜରଲାଣ୍ଡର ଷ୍ଟେଫାନ ରିଜମୁଥଙ୍କ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ ପରେ ଦୀପକ ଛୋଟେଇ ଛୋଟେଇ ମ୍ୟାଟରୁ ଫେରିଥିଲେ। ତାଙ୍କ ଆଖିରେ ମଧ୍ୟ ଆଘାତ ଲାଗିଥିଲା। ଉଲ୍ଲେଖଥାଉ କି ଦୁଇ ଥର ଅଲିମ୍ପିକ୍‌ ପଦକ ବିଜେତା ସୁଶୀଲ କୁମାର ଏକମାତ୍ର ଭାରତୀୟ ରେସଲର ଭାବେ ବିଶ୍ୱ ଚାମ୍ପିୟନ ଟାଇଟଲ ଜିତିଥିଲେ। ୨୦୧୦ ବିଶ୍ୱ ଚାମ୍ପିୟନଶିପ ମସ୍କୋଠାରେ ୬୬ କେଜି ବର୍ଗରେ ଏହି ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ଏମିତି ଥିଲା ଧୋନୀଙ୍କ ପ୍ରତିକ୍ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ସମସ୍ତଙ୍କ ଚକିତ କରିଛି। ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଜୀବନୀକୁ ନେଇ ନିର୍ମିତ ‘ଏମଏସ...

ଖାଦ୍ୟ ପାଇଁ ପ୍ରଯକ୍ତାଙ୍କ ସଂଘର୍ଷ

ନୂଆଦିଲ୍ଲୀ, ୧୪।୫ (ପି.ଟି.): କୋଭିଡ୍‌-୧୯ ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ପୂର୍ବତନ ୟୁନିଭର୍ସିଟି ଆଥଲେଟ୍‌ ପ୍ରଯକ୍ତା ଗୋଡ଼ବୋଲେ ନିଜ ପାଇଁ ଖାଦ୍ୟ ଯୋଗାଡ଼...

ବାର୍ସିଲୋନାକୁ ଟେବୁଲ ଟପ୍‌ରେ ପହଞ୍ଚାଇଲେ ମେସି

ମାଡ୍ରିଡ୍‌,୨।୧୨- ଷ୍ଟାର ଫୁଟବଲର ଲିଓନେଲ ମେସିଙ୍କ ଦମ୍‌ରେ ବାର୍ସିଲୋନା ଲା ଲିଗା ଲିଗ୍‌ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ବାର୍ସିଲୋନା ୧-୦...

ଜାତୀୟ ସିନିୟର ୫-ଏ-ସାଇଡ୍‌ ହକି: ଓଡ଼ିଶା ମହିଳା ଦଳର ପ୍ରଥମ ବିଜୟ

ଭୁବନେଶ୍ୱର, ୨୪।୯(କ୍ରୀଡ଼ା ପ୍ରତିନିଧି)- କାନପୁରର ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଚାଲିଥିବା ୪ର୍ଥ ହକି ଇଣ୍ଡିଆ ୫-ଏ-ସାଇଡ୍‌ ହକି ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୫-୦...

ଆଫ୍ରିଦୀଙ୍କ ବିବାଦୀୟ ବୟାନ: ହାରିବା ପରେ ପାକିସ୍ତାନ ନିକଟରେ କ୍ଷମା ମାଗୁଥିଲା ଭାରତ

କରାଚୀ, ୫।୭- ୨୦୧୬ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇସାରିଥିବା ପାକିସ୍ତାନର ଷ୍ଟାର୍‌ ଅଲ୍‌ରାଉଣ୍ଡର ଶାହିଦ୍‌ ଆଫ୍ରିଦୀ ନିଜର ବିବାଦୀୟ ବୟାନ ଲାଗି ସର୍ବଦା ଚର୍ଚ୍ଚାରେ ରହିଥାନ୍ତି।...

କଳିଙ୍ଗରେ ଓଡ଼ିଶା ଏଫ୍‌ସିର ବିଜୟ ଜାରି

ଭୁବନେଶ୍ୱର, ୭।୧ (ସ୍ପୋଟର୍‌ସ ବ୍ୟୁରୋ)- ଘରୋଇ କଳିଙ୍ଗ ଷ୍ଟାଡିୟମରେ ବିଜୟ ଅବ୍ୟାହତ ରଖିଛି ଓଡ଼ିଶା ଏଫ୍‌ସି ଟିମ୍‌। ଚଳିତ ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ସୋମବାର...

ଡବ୍ଲ୍ୟୁଟିଏ ର଼୍ୟାଙ୍କିଙ୍ଗ୍‌ : ଟପ୍‌ ୧୦ରେ କେନିନ

ପ୍ୟାରିସ, ୪ା୨(ଏଏଫ୍‌ପି)-ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ବିଜୟିନୀ ହେବା ପରେ ସୋଫିଆ କେନିନ ସଦ୍ୟ ପ୍ରକାଶିତ ଡବ୍ୟ୍ଲୁଟିଏ ର଼୍ୟାଙ୍କିଙ୍ଗ ତାଲିକାରେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ୭ମ...

ହାଡ଼ଭଙ୍ଗା ଶୀତ ସତ୍ୱେ ମୋହନ ବାଗାନର ବିଜୟ

ଶ୍ରୀନଗର, ୫ା୧ (ପି.ଟି.)-ହାଡ଼ଭଙ୍ଗା ଶୀତ ସତ୍ୱେ ଏଠାରେ ରବିବାର ଅନୁଷ୍ଠିତ ଏକ ଆଇ-ଲିଗ୍‌ ମ୍ୟାଚରେ ମୋହନ ବାଗାନ ୨-୦ ଗୋଲରେ ରିୟଲ କଶ୍ମୀରକୁ ପରାସ୍ତ କରିଛି।...

Coronavirus Update

Archives

Model This Week

Why Dharitri