ସୋରଡା,୧୨ା୨(ଡି.ଏନ୍.ଏ.)- ସୋରଡା-ଶିଙ୍ଗିପୁର ରାସ୍ତାା କେଶରା ଗ୍ରାମ ନିକଟରୁ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୨ଟାରେ ଏକ ଅର୍ଥଲଗାଣକାରୀ ସଂସ୍ଥାର ୨ କ୍ଷେତ୍ର କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ୧ଲକ୍ଷ ୩୮ ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ସୋରଡା ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଚଳାଇଛି।
ପ୍ରକାଶ ଯେ, କ୍ଷେତ୍ର କର୍ମଚାରୀ ପ୍ରହଲ୍ଲାଦ ଜେନା, ଅନିଲ କୁମାର ବେହେରା ବିଭିନ୍ନ ଗ୍ରାମର ଅର୍ଥ ଆଦାୟ କରି ବାଇକ ଯୋଗେ ଉକ୍ତ ରାସ୍ତାରେ ଫେରୁଥିଲେ। କେଶରା ନିକଟରେ ୨ଜଣ ଦୁର୍ବୃତ୍ତ ଏମାନଙ୍କ ବାଇକକୁ ଅଟକାଇଥିଲେ। ବାଇକ ରଖିବା ପରେ ପ୍ରହଲ୍ଲାଦଙ୍କ ବେକରେ କାତି ଲଗାଇ ଟଙ୍କାବ୍ୟାଗ ମାଗିଥିଲେ। ସେ ବ୍ୟାଗ ଦେଇଦେଇଥିଲେ। ପରେ ଅନିଲଙ୍କୁ ଧକ୍କା ଦେଇ ମୋବାଇଲ ନେଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ। ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ପହଞ୍ଚତ୍ ମୋବାଇଲ ଟ୍ରାକିଂ କରିବା ପରେ ଭାଲିଆଗୋଚ୍ଛା ନିକଟସ୍ଥ ଏକ ବୁଦାମୂଳରୁ ମିଳିଛି। ରାତିରେ ପ୍ରହଲ୍ଲାଦ ଓ ଅନିଲ ଥାନାରେ ଏତଲା ଦେଇଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ View All

ପ୍ରବାସୀଙ୍କୁ ଘାରିଛି ରୋଜଗାର ଚିନ୍ତା: ଜିଲାର ଅଧା ଚାଷଜମିକୁ ଜଳସେଚନ ବ୍ୟବସ୍ଥା ନାହିଁ
କେନ୍ଦ୍ରାପଡ଼ା ଅଫିସ, ୧୫ା୫: ତାଲାବନ୍ଦ ଯୋଗୁ କର୍ମନିଯୁକ୍ତି ହରାଇ ଦେଶ ବିଦେଶରୁ ବହୁ ସଂଖ୍ୟାରେ ପ୍ରବାସୀ ଜିଲାକୁ ଫେରିବାରେ ଲାଗିଛନ୍ତି। ଏମାନଙ୍କୁ ଏବେ ରୋଜଗାର ଚିନ୍ତା...

ଅସୁସ୍ଥତା ଯୋଗୁ ସ୍ତ୍ରୀଙ୍କ ମୃତ୍ୟୁ ଘଟଣା: ୧୭ ଦିନ ପରେ ଆତ୍ମହତ୍ୟା କଲେ ସ୍ବାମୀ
ରତ୍ନଗିରି,୨୦ା୬(ଡି.ଏନ.ଏ.): ବରୀ ବ୍ଲକ ଅଧୀନ ଗୋଳକୁଣ୍ଡ ପଞ୍ଚାୟତ ମେଣ୍ଢ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ରଞ୍ଜନ ଦଳେଇ (୨୩) ସ୍ତ୍ରୀଙ୍କ...

ତହସିଲଦାରଙ୍କ କ୍ୱାର୍ଟର୍ସ ପରିସରରୁ ଚନ୍ଦନ ଗଛ ଚୋରି
ବାଲିଗୁଡା,୨୦ା୩(ଡି.ଏନ୍.ଏ.) – ବାଲିଗୁଡା ତହସିଲଦାର କ୍ଷୀରାବ୍ଧି ତନୟା ସାହୁଙ୍କ ବାସଭବନ ପରିସରରୁ ଦୁର୍ବୃତ୍ତମାନେ ଗୁରୁବାର ରାତିରେ ଏକ ଚନ୍ଦନ ଗଛ କାଟି ନେଇଛନ୍ତି। ତହସିଲଦାରଙ୍କ ଅଭିଯୋଗ...

ଅଦିନିଆ ବର୍ଷା, କୁଆପଥର ମାଡ ଫସଲ ଉଜାଡିଲା
ସୁନ୍ଦରଗଡ, ୨୭ା୪ (ଡି.ଏନ୍.ଏ.) ଲକ୍ଡାଉନ ଯୋଗୁଁ ଚାଷୀଙ୍କ ପନିପରିବା ବିକ୍ରୀ ହୋଇ ନ ପାରି ନଷ୍ଟ ହେଉଛି। ଏହିସ୍ଥିତିରେ ଗତ ଦୁଇଦିନ ହେଲା ସୁନ୍ଦରଗଡ ଜିଲାରେ...

ଟ୍ରେନ୍ରୁ ଖସି ପଡ଼ି କଟିଲା ଗୋଡ଼
ଧର୍ମଶାଳା,୫ା୧୦(ଡି.ଏନ୍.ଏ.): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡ଼ମଧୁପୁର ଷ୍ଟେଶନ ନିକଟରେ ଶୁକ୍ରବାର ଟ୍ରେନ୍ରୁ ଖସିପଡି ଜଣେ ବ୍ୟକ୍ତିଙ୍କ ୨ ଗୋଡ କଟିଯାଇଛି। ସେ ହେଉଛନ୍ତି ଧର୍ମଶାଳା ବ୍ଲକ...

ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହେଲେ ଯବାନ
ବଡ଼ସାହି,୧୫ା୨(ସ୍ବ.ପ୍ର)- ଡ୍ୟୁଟି ସମୟରେ ନିଶାଗ୍ରସ୍ତ ଅବସ୍ଥାରେ ପାଟିତୁଣ୍ଡ କରିବା ସହ ଅଶ୍ରାବ୍ୟ ଭାଷା ପ୍ରୟୋଗ କରିଥିବା ଅଭିଯୋଗରେ ଓଡ଼ିିଶା ଅକ୍ଜୁଲେରୀ ପ୍ରୋଟେକ୍ସନ ଫୋର୍ସ (ଓଏପିଏଫ୍)ର ଜଣେ...

କାନ୍ଥରେ ଗୌରବ ଗାଥା
ଢେଙ୍କାନାଳ ଅଫିସ, ୧୬।୩: କାନ୍ଥ ବଖାଣୁଛି ଗୌରବ ଗାଥା। ଐତିହ୍ୟ, ସଂସ୍କୃତି, ପର୍ଯ୍ୟଟନ, ଲୋକକଳା, ସାହିତ୍ୟ, ବ୍ୟକ୍ତିତ୍ୱ ସବୁକିଛି ଝଲସି ଉଠିଛି କାନ୍ଥରେ। ସରକାରୀ ଦପ୍ତର, ଶିକ୍ଷାନୁଷ୍ଠାନର...

ବିଶ୍ୱ ମାନସିକତା ଦିବସ : ଆଧ୍ୟାତ୍ମିକ ମାର୍ଗ ଉପରେ ବିଶ୍ୱାସ ରଖିବାକୁ ସଚେତନତା ବାର୍ତ୍ତା ପ୍ରଚାର
କଣ୍ଟାପଡ଼ା,୧୦।୧୦(ଡି.ଏନ୍.ଏ.): ମାନସିକସ୍ତରରେ ଦୁର୍ବଳ ହୋଇ ଆତ୍ମହତ୍ୟା ବଢ଼ୁଥିବା ନେଇ ସାରାବିଶ୍ୱ ଚିନ୍ତିତ ହୋଇପଡ଼ିଛି। ଏଥିପାଇଁ ସାଧାରଣ ଲୋକଙ୍କୁ ମାନସିକସ୍ତରରେ ଦୃଢ଼ ହେବା ପାଇଁ ଏକ ସଚେତନତା...