Posted inଖେଳ

ଫର୍ମୁଲା ଓ୍ବାନ୍‌ ଆୟୋଜନରୁ ଓହରିବନି ମେକ୍ସିକୋ ସିଟି

ମେକ୍ସିକୋ ସିଟି, ୯ା୮ (ଏଏଫ୍‌ପି)- ମେକ୍ସିକୋ ସିଟି ୨୦୨୨ ପର୍ଯ୍ୟନ୍ତ ଫର୍ମୁଲା ଓ୍ବାନ କାର୍‌ ରେସ୍‌ ଗ୍ରାଁ ପ୍ରି ଆୟୋଜନ ଜାରି ରଖିବ। ଶୁକ୍ରବାର ଇଣ୍ଟରନ୍ୟାଶନାଲ ମୋଟରିଙ୍ଗ ଫେଡେରେଶନ (ଏଫ୍‌ଆଇଏ) ସହିତ ଏକ ଚୁକ୍ତି ସ୍ବାକ୍ଷର ହେବା ପରେ ଏହା ସ୍ପଷ୍ଟ ହୋଇଛି। ଭବିଷ୍ୟତରେ ମେକ୍ସିକାନ ଗ୍ରାଁ ପ୍ରି ଆୟୋଜିତ ହେବ କି ନା ସେ ନେଇ କିଛି ମାସ ହେଲା ଅନିଶ୍ଚିତା ଦେଖାଦେଇଥିଲା। ନୂଆ ଚୁକ୍ତି ଅନୁସାରେ ପ୍ରତିଯୋଗିତାରେ ସରକାରୀ ଅର୍ଥ ବ୍ୟୟ ହେବନାହିଁ। ମେକ୍ସିକୋ ସିଟି ମେୟର କ୍ଲାଉଡିଆ ଶିନବେମ୍‌ ଏକ ଖବରଦାତା ସମ୍ମିଳନୀରେ ଏକଥା ପ୍ରକାଶ କରିଛନ୍ତି। ମେକ୍ସିକାନ ଫର୍ମୁଲା ଓ୍ବାନ ପରିସଚଳାନା କରୁଥିବା କମ୍ପାନୀ ସିଆଇଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଲେଜାଣ୍ଡ୍ରୋ ସୋବେରନ କହିଛନ୍ତି, ଇଭେଣ୍ଟର ୨୦୨୦ ରୁ ୨୦୨୨ ସଂସ୍କରଣ ପର୍ଯ୍ୟନ୍ତ ଘରୋଇ ପୁଞ୍ଜି ବିନିଯୋଗ ସହ ‘ନ୍ୟୁ ଫାଇନାନ୍‌ସିଙ୍ଗ ମଡେଲ୍ସ’ ସହାୟତା ନିଆଯିବ। କେଉଁମାନେ ପୁଞ୍ଜି ବିନିଯୋଗ କରିବେ ସେ ସମ୍ପର୍କରେ କିନ୍ତୁ ଅଫିସିଆଲମାନେ କୌଣସି ସୂଚନା ଦେଇ ନାହାନ୍ତି। ତେବେ ସ୍ଥାନୀୟ ଏକ ଖବରକାଗଜ ରିପୋର୍ଟ ଅନୁସାରେ ଟେଲିକମ କମ୍ପାନୀ ପରିଚାଳନା କରୁଥିବା ମେକ୍ସିକୋର ସବୁଠାରୁ ଧନୀ ବ୍ୟକ୍ତି କାର୍ଲୋସ ସ୍ଲିମ ଏବଂ କୋକା-କୋଲା, ହିନେକେନ୍‌ ଏବଂ ସିଟିବାନାମେକ୍ସ ଭଳି କମ୍ପାନୀ ପୁଞ୍ଜି ଖଟାଇବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ପକ୍ଷରୁ ଟେନିସ ଖେଳିଛନ୍ତି ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ, ୨୨।୭: ଏକଦା ସୀମିତ ଓଭର କ୍ରିକେଟ୍‌ରେ ଭାରତୀୟ ଦଳର ଜଣେ ପ୍ରମୁଖ ସଦସ୍ୟ ରହିଥିବା ରବିନ୍‌ ଉଥ୍‌ପ୍ପା ମାର୍ଚ୍ଚ ୨୦୧୬ରେ ଶୀତଲ ଗୌତମଙ୍କୁ ଜୀବନ...

ନିଆରା ଢଙ୍ଗରେ ରାଜସ୍ଥାନ ରୟାଲ୍ସ:ଜର୍ସି ଉନ୍ମୋଚିତ

ଦୁବାଇ, ୧୧ା୯: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସ ସ୍କାଏ-ଡାଇଭିଂ ଷ୍ଟଣ୍ଟ୍‌ ଜରିଆରେ ଏକ ଅଭିନବ ଢଙ୍ଗରେ ଏହାର ଜର୍ସି ଉନ୍ମୋଚନ କରିଛି।...

ଗତ ଦଶନ୍ଧିରେ ଭାରତୀୟ ଫୁଟବଲ ଉନ୍ନତି କରିଛି: ଛେତ୍ରୀ

ନୂଆଦିଲ୍ଲୀ, ୩୧।୭(ପି.ଟି.)- ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଫୁଟବଲର ଉନ୍ନତି ହୋଇଛି ବୋଲି ତାରକା ଫୁଟବଲର ସୁନୀଲ ଛେତ୍ରୀ କହିଛନ୍ତି। ତେବେ ଅନ୍ୟ ଶକ୍ତିଶାଳୀ...

ସ୍ବର୍ଣ୍ଣ ପାଇଁ ଲଢ଼ିବେ ରବି

ଚିବା(ଜାପାନ),୫।୮: ଭାରତୀୟ ରେସ୍‌ଲର ରବି କୁମାର ଦହିୟା ଟୋକିଓ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି। ବୁଧବାର ସେ ୫୭ କେ.ଜି. ବର୍ଗ...

ଟାଇମ୍‌ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଦୂତୀ

ଭୁବନେଶ୍ୱର, ୧୪।୧୧(କ୍ରୀଡ଼ା ପ୍ରତିନିଧି)- ଟାଇମ୍‌ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଛନ୍ତି ଭାରତର ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ। ବିଜ୍‌ନେଶ, ମନୋରଞ୍ଜନ,...

ମା’ ଶ୍ରମିକ, ପୁଅ ଏବେ କ୍ରିକେଟରେ କରୁଛନ୍ତି ରାଜ୍‌

ଆଇପିଏଲ ୨୦୨୦ରେ ନିଜର ୟକର୍‌ ବଲରେ ବ୍ୟାଟ୍ସମ୍ୟାନଙ୍କ ମୁଣ୍ଡବିନ୍ଧା ସାଜିଥିବା ପେସର୍‌ ଟି.ନଟରାଜନ ଆଜି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ...

କରୋନା ମୁକ୍ତ ହକି ଖେଳାଳିଙ୍କ ଫିଟ୍‌ନେସ୍‌ ସ୍ତରରେ ଉନ୍ନତି

ନୂଆଦିଲ୍ଲୀ, ୨୭ା୯ (ପି.ଟି.)- ଗତ ମାସରେ କୋଭିଡ୍‌-୧୯ରେ ସଂକ୍ରମିତ ଭାରତର ୬ ଜଣ ପୁରୁଷ ହକି ଖେଳାଳି ଆରୋଗ୍ୟ ଲାଭ କରିବା ପରେ ଦଳର ଅବଶିଷ୍ଟ...

ପ୍ରଥମ ଦିନିକିଆ: ଶ୍ରୀଲଙ୍କାର ରୋମାଞ୍ଚକ ବିଜୟ

କଲମ୍ବୋ, ୨୩।୨- ସ୍ଥାନୀୟ ସିଂଘଳୀ ସ୍ପୋଟର୍‌ସ କ୍ଲବ ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଶ୍ରୀଲଙ୍କା ୫ଟି ବଲ୍‌ ବାକି ରଖି ୧ ଉଇକେଟରେ...

Advertisement
Archives

Model This Week