Posted inଖେଳ

ଫର୍ମୁଲା ଓ୍ବାନ୍‌ ଆୟୋଜନରୁ ଓହରିବନି ମେକ୍ସିକୋ ସିଟି

ମେକ୍ସିକୋ ସିଟି, ୯ା୮ (ଏଏଫ୍‌ପି)- ମେକ୍ସିକୋ ସିଟି ୨୦୨୨ ପର୍ଯ୍ୟନ୍ତ ଫର୍ମୁଲା ଓ୍ବାନ କାର୍‌ ରେସ୍‌ ଗ୍ରାଁ ପ୍ରି ଆୟୋଜନ ଜାରି ରଖିବ। ଶୁକ୍ରବାର ଇଣ୍ଟରନ୍ୟାଶନାଲ ମୋଟରିଙ୍ଗ ଫେଡେରେଶନ (ଏଫ୍‌ଆଇଏ) ସହିତ ଏକ ଚୁକ୍ତି ସ୍ବାକ୍ଷର ହେବା ପରେ ଏହା ସ୍ପଷ୍ଟ ହୋଇଛି। ଭବିଷ୍ୟତରେ ମେକ୍ସିକାନ ଗ୍ରାଁ ପ୍ରି ଆୟୋଜିତ ହେବ କି ନା ସେ ନେଇ କିଛି ମାସ ହେଲା ଅନିଶ୍ଚିତା ଦେଖାଦେଇଥିଲା। ନୂଆ ଚୁକ୍ତି ଅନୁସାରେ ପ୍ରତିଯୋଗିତାରେ ସରକାରୀ ଅର୍ଥ ବ୍ୟୟ ହେବନାହିଁ। ମେକ୍ସିକୋ ସିଟି ମେୟର କ୍ଲାଉଡିଆ ଶିନବେମ୍‌ ଏକ ଖବରଦାତା ସମ୍ମିଳନୀରେ ଏକଥା ପ୍ରକାଶ କରିଛନ୍ତି। ମେକ୍ସିକାନ ଫର୍ମୁଲା ଓ୍ବାନ ପରିସଚଳାନା କରୁଥିବା କମ୍ପାନୀ ସିଆଇଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଲେଜାଣ୍ଡ୍ରୋ ସୋବେରନ କହିଛନ୍ତି, ଇଭେଣ୍ଟର ୨୦୨୦ ରୁ ୨୦୨୨ ସଂସ୍କରଣ ପର୍ଯ୍ୟନ୍ତ ଘରୋଇ ପୁଞ୍ଜି ବିନିଯୋଗ ସହ ‘ନ୍ୟୁ ଫାଇନାନ୍‌ସିଙ୍ଗ ମଡେଲ୍ସ’ ସହାୟତା ନିଆଯିବ। କେଉଁମାନେ ପୁଞ୍ଜି ବିନିଯୋଗ କରିବେ ସେ ସମ୍ପର୍କରେ କିନ୍ତୁ ଅଫିସିଆଲମାନେ କୌଣସି ସୂଚନା ଦେଇ ନାହାନ୍ତି। ତେବେ ସ୍ଥାନୀୟ ଏକ ଖବରକାଗଜ ରିପୋର୍ଟ ଅନୁସାରେ ଟେଲିକମ କମ୍ପାନୀ ପରିଚାଳନା କରୁଥିବା ମେକ୍ସିକୋର ସବୁଠାରୁ ଧନୀ ବ୍ୟକ୍ତି କାର୍ଲୋସ ସ୍ଲିମ ଏବଂ କୋକା-କୋଲା, ହିନେକେନ୍‌ ଏବଂ ସିଟିବାନାମେକ୍ସ ଭଳି କମ୍ପାନୀ ପୁଞ୍ଜି ଖଟାଇବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାୟିତ୍ୱ ନେଉ ନେଉ ଶିବ କୁମାରଙ୍କୁ ଶକ୍ତ ଧକ୍କା, ଅସନ୍ତୁଷ୍ଟ ମନ୍ତ୍ରୀଙ୍କ…

ବେଙ୍ଗାଲୁରୁ,୫।୬: କର୍ନାଟକ କ୍ୟାବିନେଟରେ ବିଭାଗ ବଣ୍ଟନ ପରେ କଂଗ୍ରେସ ସରକାର ଭିତରେ ଅସନ୍ତୋଷ ଖୋଲାଖୋଲି ଭାବରେ ଦେଖାଦେଇଛି। ବରିଷ୍ଠ ନେତା ରାମଲିଙ୍ଗା ରେଡ୍ଡୀ ଶୁକ୍ରବାର ମନ୍ତ୍ରୀ ପଦରୁ…

ମାତ୍ର ୧୫ ବର୍ଷ? ବୈଭବଙ୍କ ବୟସ ଦେଖି ତାଜୁବ ହେଲେ କୃଣାଲ ପାଣ୍ଡ୍ୟା, କହିଲେ ଏମିତି କଥା କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୫।୬: ବୈଭବ ସୂର୍ଯ୍ୟବଂଶୀ IPL ୨୦୨୬ରେ MVP (ମୋଷ୍ଟ ଭାଲ୍ୟୁଏବଲ ପ୍ଲେୟାର) ରହିଛନ୍ତି, ଯିଏ ଅରେଞ୍ଜ କ୍ୟାପ ସହିତ ଆହୁରି ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି। ପ୍ରଥମ…

ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟ୍‌ରେ ଏହି ଦେଶ; ରାଷ୍ଟ୍ରପତିଙ୍କ ଉପରେ ଲଗାଇଲେ ପ୍ରତିବନ୍ଧକ, ଭୟରେ ଛାନିଆ

ଓ୍‌ବାଶିଂଟନ୍‌ , ୫।୬: ଇରାନ ସହିତ ଶାନ୍ତି ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବାରେ ବ୍ୟସ୍ତ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପରବର୍ତ୍ତୀ ମିଶନ ବିଷୟରେ…

ମମତାଙ୍କୁ ମିଳିଲା ବଡ଼ ଅଫର୍‌: ଯାହାକୁ ଦଳରୁ ବିଦା କରିଥିଲେ, ସେ ହିଁ ଦେଲେ ଆଶ୍ୱାସନା

କୋଲକାତା,୫।୬: ପଶ୍ଚିମବଙ୍ଗରୁ ତୃଣମୂଳ କଂଗ୍ରେସ ସରକାର ହଟିବା ପରେ ଦଳରେ ଫାଟ ଦେଖାଦେଇଛି। ଅନେକ ନେତା ଦଳ ଛାଡୁଛନ୍ତି। ଦଳର ସୁପ୍ରିମୋ ମମନା ବାନାର୍ଜୀ ଏନେଇ ବେଶ୍‌…

ଆଜି ବିଶ୍ବ ପରିବେଶ ଦିବସ: ସବୁଜ ଯୋଦ୍ଧାଙ୍କୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା

ଗଛ କଟା, ପ୍ରଦୂଷଣ, ଜଳ ସଙ୍କଟ ଓ ବିଶ୍ୱ ତାପମାତ୍ରା ବୃଦ୍ଧି ମଣିଷ ଏବଂ ପ୍ରକୃତି ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଥିବାବେଳେ ପରିବେଶ ସୁରକ୍ଷା ଏବେ…

ପରଲୋକରେ ବରିଷ୍ଠ ଆଇନଜୀବୀ, ହଠାତ୍‌ ବିଳମ୍ବିତ ରାତିରେ…

କେନ୍ଦୁଝର,୫।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ ଆଇନଜୀବୀ ତଥା ଜିଲା ଓକିଲ ସଂଘର ପୂର୍ବତନ ସଭାପତି ବିଭୂତି ଭୂଷଣ ପ୍ରଧାନଙ୍କ ଗତ କାଲି ବିଳମ୍ବିତ ରାତିରେ ଦେହାନ୍ତ…

ତୁମେ ପାଗଳ ହୋଇଯାଇଛ…ଟ୍ରମ୍ପଙ୍କ ଭର୍ତ୍ସନା ପରେ ପ୍ରଥମ ଥର ମୁହଁ ଖୋଲିଲେ ନେତାନ୍ୟାହୁ, ସକାଳର ଝଗଡ଼ା…

ଜେରୁଜେଲମ,୫।୬: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ ବାର୍ତ୍ତାଳପ ନେଇ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି । ସେ ମନ୍ତବ୍ୟ…

ବିଦ୍ୟୁତ୍‌ ବିଭାଗର ଟାଳଟୁଳ ନୀତି, ସେବାରୁ ବଞ୍ଚିତ ଗ୍ରାମବାସୀ

ଅତାବିରା,୫ା୬(ଯୁଧିଷ୍ଠିର ମହାପାତ୍ର):ଗ୍ରୀଷ୍ମ ସମୟରେ ବିଦ୍ୟୁତ କାଟ ହେବ ନାହିଁ ବୋଲି ସରକାର କହୁଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବରଗଡ ଜିଲା ସରଣ୍ଡା ଅଞ୍ଚଳରେ l…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri