ଫନୀ କ୍ଷତିଗ୍ରସ୍ତ ସ୍କୁଲ ସ୍ଥିତିର ସମୀକ୍ଷା ପ୍ରତି ବ୍ଲକରେ ହେବ ମଡେଲ ହାଇସ୍କୁଲ

ପୁରୀ ଅଫିସ, ୮ା୧୨:

ବାତ୍ୟା ଫନୀରେ ପୁରୀ ଜିଲାରେ ବହୁ ସ୍କୁଲ କ୍ଷତିଗ୍ରସ୍ତ ହୋଇଥିଲା। ସେହି ସ୍କୁଲଗୁଡ଼ିକର ବର୍ତ୍ତମାନ ସ୍ଥିତି ଏବଂ କ’ଣ ଆବଶ୍ୟକତା ରହିଛି ତା’ର ସମୀକ୍ଷା କରିଛନ୍ତି ଜିଲାପାଳ। ଏ ନେଇ ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପୁରୀ ଜିଲାର ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଓ ବୈଷୟିକ ପରାମର୍ଶଦାତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବଲୱନ୍ତ ସିଂ ଅଧ୍ୟକ୍ଷତା କରିଥିବାବେଳେ ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟ ମଞ୍ଜରୀ ଦାସଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ସମଗ୍ର ଶିକ୍ଷା ତରଫରୁ ବାତ୍ୟାରେ କ୍ଷତିଗ୍ରସ୍ତ ବିଦ୍ୟାଳୟଗୁଡ଼ିକର ମରାମତି ପାଇଁ ଆସିଥିବା ଅନୁଦାନର ସୁବିନିଯୋଗ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ସମଗ୍ର ଶିକ୍ଷା ଦ୍ୱାରା ଅନୁମୋଦିତ ବିଦ୍ୟାଳୟଗୁଡ଼ିକୁ ପର୍ଯ୍ୟବେକ୍ଷଣ କରି ଆବଶ୍ୟକତା ଅନୁଯାୟୀ ମରାମତି ଅଟକଳ ପ୍ରସ୍ତୁତ କରିବା ଲାଗି ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଓ ବୈଷୟିକ ପରାମର୍ଶଦାତାଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷା ଅଧିକାର ଆଇନ ଅନୁଯାୟୀ, ସମ୍ପୃକ୍ତ ବିଦ୍ୟାଳୟର ଆବଶ୍ୟକତାକୁ ପ୍ରାଥମିକତା ଦେଇ ଶ୍ରେଣୀଗୃହ, ଶୌଚାଳୟ, ପାନୀୟଜଳ, ବିଦ୍ୟୁତୀକରଣ, ଶୈକ୍ଷିକ ଆସବାବପତ୍ର ଆଦିର ଅଟକଳ ପ୍ରସ୍ତୁତ କରିବା ଲାଗି ସେମାନଙ୍କୁ କୁହାଯାଇଥିଲା। ଏଥିସହିତ ପ୍ରତି ବ୍ଲକରେ ଗୋଟିଏ ଲେଖାଏ ମଡେଲ ହାଇସ୍କୁଲ ପ୍ରସ୍ତୁତ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏତଦ୍‌ବ୍ୟତୀତ ଜିଲାପାଳ ସିଂ ରୋଷଗୃହର ଆବଶ୍ୟକତା ଓ ନିର୍ମାଣ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ପଞ୍ଚାୟତିରାଜ ବିଭାଗ ତରଫରୁ ଚାଲୁଥିବା ଉନ୍ନତିକରଣ କାମର ତଦାରଖ କରିବା ପାଇଁ ବୈଷୟିକ ପରାମର୍ଶଦାତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକରେ ବିଭିନ୍ନ ବିଦ୍ୟାଳୟକୁ ରନ୍ଧନ ଗ୍ୟାସ୍‌ ଯୋଗାଣ, ପାଚିକା ଏବଂ ସହାୟିକାଙ୍କ କାର୍ଯ୍ୟଶୈଳୀ ନିର୍ଦ୍ଧାରଣ କରିବା, ବିଦ୍ୟାଳୟର ପରିବେଶ ନିର୍ମଳ ରଖିବା ଲାଗି ନିୟମିତ ସଫେଇ ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ମୋ’ ପାଇଁ ସ୍ବତନ୍ତ୍ର: ନବୀନ

ଭୁବନେଶ୍ୱର (ବ୍ୟୁରୋ)/ପାରଳାଖେମୁଣ୍ଡି (ଡି.ଏନ୍‌.ଏ.)୫। ୧୦:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଗଜପତି ଜିଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ...

ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ: ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଲୋକପ୍ରିୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ରବିବାର ପରଲୋକ ଘଟିଛି । ସୁନନ୍ଦାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି...

ଅର୍ଦ୍ଧଗଣେଶ୍ୱର ମୂର୍ତ୍ତି ଆକର୍ଷଣ

ବନ୍ତ, ୩।୯ (ସ୍ବ.ପ୍ର./ଡି.ଏନ.ଏ.)- ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ ହୋଇଛି। ଆଗରପଡ଼ା ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ ଓ ଯୁବକ ସଂଘରେ ପୂଜାର୍ଚ୍ଚନା...

ପିଲାଙ୍କ ରଥଯାତ୍ରା, ନିଆରା ପରମ୍ପରା

ବରଗଡ଼ ଅଫିସ୍‌,୫।୭-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ ହେଉଛି । ତେବେ ବରଗଡ଼ ନାଏକପଡ଼ାର ଶିଶୁଙ୍କ ରଥଯାତ୍ରା ପାଳନ ସମ୍ପୂର୍ଣ୍ଣ ନିଆରା । ପିଲାମାନେ...

କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା

ପୁରୀ ଅଫିସ/ଖୋର୍ଦ୍ଧା ଅଫିସ/ ନିରାକାରପୁର/ ନିମାପଡ଼ା/ଗୋପ/ କୋଣାର୍କ/ଡେଲାଙ୍ଗ/ପିପିଲି, ୨୭।୧୧(ଡି.ଏନ୍‌.ଏ.)କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ପ୍ରତିବାଦରେ ଗୁରୁବାର କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଡାକରା ଦିଆଯାଇଥିବା...

କରୋନା ସହ ଲଢ଼େଇର ଏବେ ଚତୁର୍ଥ ପର୍ଯ୍ୟାୟ: ମୁଖ୍ୟ କର୍ଣ୍ଣଧାର ହେବେ ପ୍ରତି ଘରର ସଦସ୍ୟ

ଭୁବନେଶ୍ୱର,୬।୬(ବ୍ୟୁରୋ): କରୋନା ମୁକାବିଲା କ୍ଷେତ୍ରରେ ପ୍ରଥମ ତିନୋଟି ପର୍ଯ୍ୟାୟର ମୁଖ୍ୟ କର୍ଣ୍ଣଧାର ଥିଲେ ସରକାର ଅର୍ଥାତ ପ୍ରଶାସନ। ଏବେ ଜୁନ୍‌ ମାସ ଚତୁର୍ଥ ପର୍ଯ୍ୟାୟର ସମୟ।...

ହୋଟେଲ ଖୋଲିବାକୁ ଅନୁମତି ମାଗିଲା ଏଚ୍‌ଆର୍‌ଏଓ

ଭୁବନେଶ୍ୱର,୨୬ା୫ (ବ୍ୟୁରୋ): ଗତ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ହେଲା ବନ୍ଦ ହୋଇ ପଡ଼ିଥିବା ହୋଟେଲ ଶିଳ୍ପକୁ ପୁନର୍ବାର ଖୋଲିବା ପାଇଁ ଦାବି ହୋଇଛି। ସୋମବାରଠାରୁ ଦେଶରେ...

ସରଳ ହେବ ଆମ୍ବୁଲାନ୍ସ ସେବା

ଭୁବନେଶ୍ୱର, ୨୦ା୧୦ (ବ୍ୟୁରୋ): ରାଜ୍ୟରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାଗୁଡିକର ଆମ୍ବୁଲାନ୍ସ ସେବା ଗୋଟିଏ କଲ୍‌ ସେଣ୍ଟର ଦ୍ୱାରା ପରିଚାଳିତ ହେବ। ମୁଖ୍ୟ...

Advertisement
Archives

Model This Week