ଫଟା ପାଇପ୍‌ରେ ପାନୀୟ ଜଳ ଯୋଗାଣ: ଲୋକଙ୍କୁ ମିଳୁନି, ରାସ୍ତାରେ ଭାସୁଛି

ପରଜଙ୍ଗ, ୧୦।୧(ଡି.ଏନ.ଏ.)- ‘ଜଳ ହିଁ ଜୀବନ’। ଜଳ ସଂରକ୍ଷଣ ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା। ହେଲେ ଗ୍ରାମାଞ୍ଚଳରେ ଏହା କେବଳ ଲୋକଦେଖାଣିଆ ପାଲଟିଛି। କେଉଁଠି ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି ତ ଆଉ କେଉଁଠି ଦାଣ୍ଡରେ ଭାସୁଛି ପିଇବା ପାଣି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡିହଡୋଳ ଗ୍ରାମରେ। ବିଭାଗୀୟ ଉଦାସୀନତା ଏବଂ ଅଧିକାରୀଙ୍କ ଅବହେଳା ଯୋଗୁ ଏପରି ଅବ୍ୟବସ୍ଥା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଡିହଡୋଳ ଗ୍ରାମର ପ୍ରଧାନ ସାହି, ନନ୍ଦି ସାହି, ମଙ୍ଗଳାବାଗ ସାହି, ତଳ ସାହି, ବଡ଼ ସାହିରେ ପାଇପ୍‌ ଫାଟି ଯାଇଥିବାରୁ ପିଇବା ପାଣି ରାସ୍ତାରେ ଲହଡ଼ି ଭାଙ୍ଗୁଛି। ଅନ୍ୟପଟେ ଲୋକଙ୍କୁ ଆବଶ୍ୟକତା ଅନୁଯାୟୀ ପାଣି ମିଳୁ ନ ଥିବାରୁ ସାହିବାସୀ ଭାଗବାଣ୍ଟି ୩-୪ ଗରା ଲେଖାଏ ପାଣି ନେଉଛନ୍ତି। ଲୋକଙ୍କ କହିବା କଥା, ସମ୍ପୃକ୍ତ ସାହିଗୁଡ଼ିକରେ ୧୦୦ରୁ ଊର୍ଦ୍ଧ୍ୱ ପରିବାର ବାସ କରୁଛନ୍ତି। ସେମାନଙ୍କୁ ହାତପାହାନ୍ତରେ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ଗ୍ରାମରେ ୨ଟି ଗଭୀର ବୋରଓ୍ବେଲ ଖୋଳାଯିବା ସହ ନିର୍ମିତ ହୋଇଛି ପାଣି ଟାଙ୍କି। ଲୋକଙ୍କ ଆବଶ୍ୟକତା ମେଣ୍ଟାଇବାକୁ ପର୍ଯ୍ୟାପ୍ତ ପାଣି ଯୋଗାଣ ବି ହେଉଛି। ହେଲେ ପାଇପ୍‌ ଫାଟି ଯାଇଥିବାରୁ ଲୋକେ ସମସ୍ୟା ଭୋଗୁଛନ୍ତି। ବର୍ଷେ ହେଲା ପୁରୁଣା ପାଇପ ବଦଳାଇବାକୁ ଯୋଜନା କରାଯାଇଛି। ତାହା ବି ଅଧାପନ୍ତରିଆ ହୋଇ ରହିଛି। ଯେଉଁ କେତେକ ସ୍ଥାନରେ ନୂଆ ପାଇପ୍‌ ବିଛାଯାଇଛି, ସେଠାରେ ଷ୍ଟାଣ୍ଡପୋଷ୍ଟ ତିଆରି କରାଯାଉନାହିଁ। ଫଳରେ ବିଭାଗ ପକ୍ଷରୁ ଖର୍ଚ୍ଚ କରାଯାଉଥିବା ଲକ୍ଷାଧିକ ଟଙ୍କା ଜନହିତରେ ଆସୁ ନ ଥିବା ସାହିବାସୀ କହିଛନ୍ତି। ଅନ୍ୟପଟେ ରାସ୍ତାରେ ପାଣି ଭାସି କାଦୁଅ ହେଉଛି। ପାଣିକାଦୁଅରେ ଚାଲି ଚାଲି ଯାଉଥିବାରୁ ଚର୍ମ ରୋଗ ବ୍ୟାପୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଆଗକୁ ଖରାଦିନ ଥିବାରୁ ଅଞ୍ଚଳବାସୀ ଭୟଙ୍କର ଜଳକଷ୍ଟ ଭୋଗିବା ଆଶଙ୍କା ରହିଛି। ଏ ନେଇ ବାରମ୍ବାର ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ଦୀର୍ଘଦିନ ଧରି ସମସ୍ୟାର ବାଟ ଫିଟୁନାହିଁ। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଏ ନେଇ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ (୧) ତ୍ରିଲୋଚନ ପ୍ରଧାନ କୁହନ୍ତି, ସମସ୍ୟା ପ୍ରତି ଦୃଷ୍ଟି ଦିଆଯିବ। ଶୀଘ୍ର ଏହାର ସମାଧାନ କରିବାକୁ ଚେଷ୍ଟା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମରାମତି ହେଲାନି ରତ୍ନଭଣ୍ଡାର

ପୁରୀ ଅଫିସ,୬ା୭: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିଛି ମହାପ୍ରଭୁଙ୍କ ବହୁ ଦୁର୍ମୁଲ୍ୟ ରତ୍ନ ଅଳଙ୍କାର। ବାହାର ରତ୍ନଭଣ୍ଡାର ବର୍ଷକୁ ଏକାଧିକ ଥର ଖୋଲାଯାଇଥାଏ। କିନ୍ତୁ ଶେଷଥର ପାଇଁ...

ଲୋକଙ୍କ ମାଡ଼ରେ ଚାଲିଗଲା ଲୁଟେରାଙ୍କ ଜୀବନ

ନୟାଗଡ଼ ଅଫିସ,୧।୩: ନୟାଗଡ଼ ସଦର ଥାନା ଅନ୍ତର୍ଗତ ବାଲୁଗାଁ ପୋତା ଶଙ୍ଖ ନଦୀଠାରେ ସୋମବାର ସକାଳୁ ମର୍ନିଂଓ୍ବାକ୍‌ କରିବାକୁ ବାରବାଟୀ ଗାଁର ଅରକ୍ଷିତ ଭଟ୍ଟ ଯାଇଥିଲେ।...

ଓଡ଼ିଶା ଅଭିମୁଖେ ଜଗା-କାଳିଆ

ଭୁବନେଶ୍ୱର, ୬-୯(ବ୍ୟୁରୋ): କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଦୁଇଜଣ ଡାକ୍ତର ଗୁରୁବାର ଦିଲ୍ଲୀରେ ପହଞ୍ଚି ଜଗା-କାଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି। ଡାକ୍ତର...

ଅନୁଗୋଳ ଜିଲା ପରିଷଦର ୪୯ତମ ସାଧାରଣ ବୈଠକ: ଅଧାରୁ ଗୃହ ବର୍ଜନ କଲେ ସଦସ୍ୟ

ଅନୁଗୋଳ ଅଫିସ,୨୧।୮: ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ୪୯ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଠମଲ୍ଲିକ ବିଧାୟକ ରମେଶ ସାଏ,...

ଚାଷୀଙ୍କ ସମସ୍ୟା ଦୂର କରିବ ନୂଆ ମାର୍ଗଦର୍ଶିକା

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଦେଶବ୍ୟାପୀ ଲକ୍‌ଡାଉନ ବିଭିନ୍ନ ବର୍ଗର ଲୋକଙ୍କୁ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେଇଛି। ଚାଷୀମାନେ ତାଙ୍କ କଷ୍ଟ ଉତ୍ପାଦିତ ପନିପରିବା ଲୋକଙ୍କ ନିକଟରେ ପହଞ୍ଚାଉଥିଲେ ମଧ୍ୟ ଉଚିତ୍‌...

ରାସ୍ତାକଡ଼ରେ ବିକୁଥିଲେ କେନ୍ଦୁ: ମାଡ଼ିଗଲା ଟ୍ରକ୍‌,୨ ମୃତ; ୪ ଆହତ

କେନ୍ଦୁଝର,୧୧ା୫(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ନିପୋ ଗ୍ରାମ ନିକଟସ୍ଥ କାଞ୍ଜିପାଣି ଘାଟି ଏନ୍‌ଏଚ୍‌ ୪୯ରେ ସଡ଼କ ଦୁର୍ଘଟଣାରେ ଜଣେ କେନ୍ଦୁ ବିକାଳିଙ୍କ ସମେତ...

ଭୋଟ ଲାଗି ନକଲି ଭତ୍ତା ବହି ବଣ୍ଟନ

ଦଶରଥପୁର,୧୮ା୨ (ଡି.ଏନ୍‌.ଏ.): ଯାଜପୁର ଜିଲା ଦଶରଥପୁର ବ୍ଲକ୍‌ରେ ଶୁକ୍ରବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏହି ପରିପ୍ରେକ୍ଷୀରେ ବ୍ଲକର ଥାଲକୁଡି ପଞ୍ଚାୟତରେ...

ଆଦିବାସୀ ଛାତ୍ରୀ ହଷ୍ଟେଲ ଛାଡ଼ିବା ଘଟଣା: ତଦନ୍ତ କଲେ ଉପଜିଲାପାଳ

ପାଲଲହଡା,୧୩।୧୧(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ନଗିରା ପଞ୍ଚାୟତରେ ଥିବା ସିବିଡ଼ା ଶିକ୍ଷା ନିକେତନର ୧୫୦ରୁ ଊର୍ଦ୍ଧ୍ୱ ଆଦିବାସୀ ଛାତ୍ରୀ ସୋମବାର ହଷ୍ଟେଲ ଛାଡିବା ଘଟଣାରେ...

Advertisement
Archives

Model This Week