ପ୍ୟାକ୍ସରେ ଦୁର୍ନୀତି, ପ୍ରିୟାପ୍ରୀତି ମାମଲା:୩ବର୍ଷ ହେବ ମହିଳା ଚାଷୀଙ୍କୁ ମିଳିନି ଋଣ

ଯାଜପୁର ଅଫିସ,୪-୯:ଯାଜପୁର ଜିଲାର ବିଭିନ୍ନ ପ୍ରାଥମିକ କୃଷି ସେବା ସମବାୟ ସମିତି(ପ୍ୟାକ୍ସ)ରେ ଦୁର୍ନୀତି ଓ ପ୍ରିୟାପ୍ରୀତିକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସିଛି। ଏବେ ପୁଣି ଚାଷୀଙ୍କୁ ୩ବର୍ଷ ହେଲା କୃଷି ଋଣ ମିଳୁ ନ ଥିବା ନେଇ ଅଭିଯୋଗ ହୋଇଛି। ଏହି ମର୍ମରେ ରାଜ୍ୟ ସେବାସମବାୟ ସମିତିର ଡେପୁଟି ରେଜିଷ୍ଟ୍ରାରଙ୍କ ପକ୍ଷରୁ ଯାଜପୁର ସହକାରୀ ନିବନ୍ଧକ ସମବାୟ ସମିତି ସମୂହ(ଏଆର୍‌ସିଏସ୍‌)ଙ୍କୁ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖରିଫ ଚାଷ ସମୟରେ ଜଣେ ଗରିବ ଚାଷୀଙ୍କୁ ମିଛମିଛି କା ଅଭିଯୋଗର ଦ୍ୱାହି ଦେଇ କୃଷି ଋଣ ନ ଦେବା କୃଷକଙ୍କ ପ୍ରତି ଅବହେଳାର ଦୃଷ୍ଟାନ୍ତ ବୋଲି ମତପ୍ରକାଶ ପାଉଛି । ଅନ୍ୟପକ୍ଷେ ମାର୍କଣ୍ଡପୁର ପ୍ୟାକ୍ସ ଦୁର୍ନୀତି ମାମଲାର ଆବଶ୍ୟକ ତଥ୍ୟ ମିଳି ସାରିଥିବାବେଳେ ୧୯ ଲକ୍ଷ ୪୬ ହଜାର ବ୍ୟାଙ୍କରେ ଜମା ହୋଇଥିବା ସୂଚନା ମିଳିଛି। ଆସନ୍ତା ୭ ତାରିଖରେ ଚୂଡ଼ାନ୍ତ ଶୁଣାଣି ହେବ ବୋଲି ଆଶା କରାଯାଇଛି।
କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟରତ ଯାଜପୁର ଜିଲାର ସମୁଦାୟ ୧୨୨ ପାକ୍ସଗୁଡିକରେ ରାଜ୍ୟ ସରକାରଙ୍କ ୫-ଟି ଆଇନ କାର୍ଯ୍ୟକାରୀ ନେଇ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ା ପୂର୍ବରୁ ଚାଷୀଙ୍କ ନାମରେ ଜାଲ କାଗଜପତ୍ର ପ୍ରସ୍ତୁତ କରି ଅଧିକ ଜମି ଦେଖାଇ କୋଟି କୋଟି ଟଙ୍କା ହଡ଼ପ ହୋଇଥିବା ନଜିର ରହିଛି ା ଏବେ ପୁଣି ଜଣେ ମହିଳା ଚାଷୀଙ୍କୁ ହଇରାଣ କରି କୃଷି ଋଣ ନ ଦେବା ଭଳି ଏକ ଗୁରୁତର ଅଭିଯୋଗ ହୋଇଛି ା ଅଭିଯୋଗ ଅନୁସାରେ ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ପ୍ୟାକ୍ସର ବିପିଏଲ ଶ୍ରେଣୀଭୁକ୍ତ ନାଜେରୁନ ସୁଲତାନା ୩୦ା୮ା୨୦୧୦ରେ ସଭ୍ୟା(ଚାଷୀ ସଂଖ୍ୟା ୨୨୪୫) ହୋଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ୨୦୧୫ରେ ପ୍ୟାକ୍ସରୁ ୨୦ହଜାର ଟଙ୍କା କୃଷି ଋଣ ଆଣିଥିଲେ। ପ୍ରତିବର୍ଷ ଋଣ ଆଦାନ ପ୍ରଦାନ ହେଉଥିଲା। ହେଲେ ୨୦୧୭ରେ ତତ୍କାଳୀନ ପ୍ୟାକ୍ସ ସମ୍ପାଦକ ତାଙ୍କ ଘରକୁ ଋଣ ଆଦାୟ କରିବାକୁ ଯାଇ କ୍ରେଡିଟ ଲିମିଟ ବିଚାର ଶେଷ ନ ହେବା ଯାଏ ଆଉ ଋଣ ମିଳିବ ନାହିଁ ବୋଲି କହିଥିଲେ। ସେହିଦିନଠାରୁ ତାଙ୍କୁ ଆଉ ଋଣ ମିଳୁନାହିଁ। ଏସଂକ୍ରାନ୍ତରେ ବହୁବାର ସମ୍ପାଦକଙ୍କ ସୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କିଛି ସୁଫଳ ମିଳୁନାହିଁ। ବର୍ତ୍ତମାନ ଖରିଫ ଚାଷ ପାଇଁ ତାଙ୍କୁ ଋଣର ଆବଶ୍ୟକ ପଡୁଥିବାବେଳେ କ୍ରେଡିଟ ଲିମିଟ୍‌ ନାମରେ ଜଣେ ମହିଳାଚାଷୀଙ୍କୁ ହଇରାଣ କରାଯାଉଛି। ନିୟମ ଅନୁସାରେ ବର୍ଷକୁ ୨ଥର ସମିତିର ସାଧାରଣ ସଭା ଅନୁଷ୍ଠିତ ହେବାର ନିୟମ ରହିଛି। ହେଲେ ବ୍ରହ୍ମବରଦା ପ୍ୟାକ୍ସରେ ଗତ ୧ ବର୍ଷରୁ ଅଧିକ ସମୟ ହୋଇଥିଲେ ହେଁ ବୈଠକ ହୋଇନାହିଁ। ଫଳରେ ସେ ବୈଠକରେ ଅଭିଯୋଗ କରିପାରି ନାହାନ୍ତି ା ତେଣୁ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ସତ୍ୟାସତ୍ୟ ଜଣାଇ ଋଣ ମଞ୍ଜୁର କରିବାକୁ ସେ ଅନୁରୋଧ କରିଛନ୍ତି। ଏହି ଅଭିଯୋଗ ଅନୁସାରେ ଆବଶ୍ୟକ ତଦନ୍ତ କରିବାକୁ ଡେପୁଟି ରେଜିଷ୍ଟ୍ରାର ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଯାଜପୁର ଜିଲା ମାର୍କଣ୍ଡପୁର ପ୍ୟାକ୍ସରେ ଏକ ପରିବାରର ଆବଶ୍ୟକ ଜମି ନ ଥାଇ ୧୧୧୨ କୁଇଣ୍ଟାଲ ଧାନ କିଣି ଅର୍ଥ ହରିଲୁଟ ମାମଲାର ବିଚାର ହୋଇ ପାରୁ ନାହିଁ। ବ୍ୟାଙ୍କ, ଯୋଗାଣ ବିଭାଗ ପ୍ରମୁଖ ସମ୍ପୃକ୍ତ ଅଧିକାରୀଙ୍କ ଅସହଯୋଗ ଯୋଗୁ ଏହି ମାମଲା ପଡ଼ି ରହିଥିଲା। ତେବେ ଆସନ୍ତା ୭ ତାରିଖରେ ଏହାର ପୁଣି ଶୁଣାଣି ହେବାକୁ ଦିନ ଧାର୍ଯ୍ୟ ହୋଇଛି ା ଇତିମଧ୍ୟରେ ଯୋଗାଣ ବିଭାଗ ଓ ବ୍ୟାଙ୍କରୁ ଆବଶ୍ୟକ ତଥ୍ୟ ମିଳିଯାଇଛି ା ଏହି ଦୁର୍ନୀତି ମାମଲାରେ ବ୍ୟାଙ୍କରେ ୧୯ ଲକ୍ଷ ୪୬ ହଜାର ଟଙ୍କା ଜମା ହୋଇଥିବା ସୂଚନା ମିଳିଛି ା ଏହାବାଦ ଯୋଗାଣ ବିଭାଗରେ ଆବଶ୍ୟକ ଜମି ନ ଥାଇ କିଭଳି ଭାବରେ ଏକ ପରିବାରର ୪ଜଣଙ୍କ ନାମରେ ପ୍ରାୟ ୯୨ ଏକର ଜମି ଦେଖାଇ କିଭଳି ଭାବରେ ଚାଷୀ ପଞ୍ଜିକରଣ ହୋଇଥିଲା ତାହାର ମଧ୍ୟ ରିପୋର୍ଟ ମିଳିଛି ା ତେଣୁ ଖୁବ୍‌ ଶୀଘ୍ର ପ୍ୟାକ୍ସ ଓ ଯୋଗାଣ ବିଭାଗର ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମାର୍କଣ୍ଡପୁର ପ୍ୟାକ୍ସରେ ୨୦୧୫-୧୬ ଖରିଫ ଧାନକିଣାରେ ଏକ ପରିବାରର ୪ ଜଣ ଚାଷୀଙ୍କ ନାମରେ ୧୧୧୨ କ୍ବିଣ୍ଟାଲ ଧାନ କିଣା ହୋଇଥିଲା ା ଏହି ମହାଘୋଟାଲା ସମ୍ପର୍କରେ ହାଇକୋର୍ଟରେ ଡବ୍ଲ୍ୟୁପି(ସି)/୧୪୨୩୧/୨୦୧୮ ରେ ଏକ ମାମଲା ରୁଜୁ ହୋଇଥିଲା। ୧୫ା୪ା୨୦୧୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସେବା ସମବାୟ ସମିତିକୁ ଆବଶ୍ୟକ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହିକ୍ରମରେ ଆସନ୍ତା ୭ ତାରିଖରେ ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ତେବେ ଆବଶ୍ୟକ ରିପୋର୍ଟ ମିଳିଯାଇ ଥିବାରୁ ଏଥର ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଆଶା କରାଯାଉଛି । ଏ ସଂକ୍ରାନ୍ତରେ ଯାଜପୁର ଏଆର୍‌ସିଏସ୍‌ ଶରତ ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି ଆବଶ୍ୟକ ରିପୋର୍ଟ ମିଳି ସାରିଛି। ଯୋଗାଣ ବିଭାଗର ସମ୍ପୃକ୍ତ କର୍ମଚାରୀଙ୍କୁ ଜେରା କରାଯାଇ ଶୁଣାଣି ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?