Advertisement

ପ୍ଲାଷ୍ଟିକମୁକ୍ତ ହେବ ଏଭରେଷ୍ଟ୍‌

କାଠମାଣ୍ଡୁ: ଏଭରେଷ୍ଟ୍‌ରେ ପ୍ଲାଷ୍ଟିକ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଏହାକୁ ୨୦୨୦ ସୁଦ୍ଧା ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି ଖୁମ୍ବୁ ପାସଙ୍ଗଲାମୁୁ ରୁରାଲ୍‌ ମ୍ୟୁନିସିପାଲିଟି(ସୋଲୁଖୁମ୍ବୁ ଜିଲା, ନେପାଳ)ର କାର୍ଯ୍ୟନିର୍ବାହୀ ପରିଷଦ । ସେଠାରେ ପ୍ଲାଷ୍ଟିିକ ବ୍ୟାଗ୍‌,ଷ୍ଟ୍ର,ସୋଡା ଏବଂ ପାଣି ବୋତଲ ବ୍ୟବହାର ନିଷେଧ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ୨୦୨୦ ଜାନୁୟାରୀ ପହିଲାରୁ କାର୍ଯ୍ୟକାରୀ କରାଯିବ। ଆସନ୍ତା ବର୍ଷ ନେପାଳ ସରକାର ‘ଭିଜିଟ ନେପାଳ’ କ୍ୟାମ୍ପେନ କରୁଥିବାରୁ ୨ ମିଲିଅନ ପର୍ଯ୍ୟଟକ ନେପାଳକୁ ଆସିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଏଭରେଷ୍ଟ ଅଞ୍ଚଳକୁ ପ୍ରଦୂଷଣ ମୁକ୍ତ ରଖିିବା ପାଇଁ ରୁରାଲ ମ୍ୟୁନିସିପାଲିଟି ତପତ୍ରତା ପ୍ରକାଶ କରିଛି। ଏଥିପାଇଁ ଖୁମ୍ବୁ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ନିୟମିତ ବ୍ୟବହାର ପାଇଁ ବିଭିନ୍ନ ପ୍ରକାର ୫ଟି ପ୍ଲାଷ୍ଟିକ୍‌ ବ୍ୟାଗ ଦିଆଯାଇଛି । ଏହା ବ୍ୟତୀତ ସେମାନେ ଅନ୍ୟ କିଛି ବ୍ୟାଗ ବ୍ୟବହାର କରିପାରିବେନାହିଁ ବୋଲି କୁହାଯାଇଛି। ଏଭରେଷ୍ଟକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଏହି ନିଷ୍ପତ୍ତି ନୂଆ ନୁହେଁ। ୨୦୧୪ରେ ବି ଏଭରେଷ୍ଟ ଅଭିଯାନରେ ଯାଉଥିତ୍ବା ପର୍ବତାରୋହୀଙ୍କୁ ଫେରିବାବେଳେ ଅତି କମ୍‌ରେ ୮ କିଲୋଗ୍ରାମ ବର୍ଜ୍ୟବସ୍ତୁ ଆଣିବା ଲାଗି ନେପାଳ ସରକାର ନିୟମ କରିଥିଲେ। ଏଭରେଷ୍ଟ ଆରୋହଣ ପୂର୍ବରୁ ସେମାନଙ୍କୁ ୪ ହଜାର ଡଲାର ଜମା କରିବାକୁ ପଡୁଥିଲା ଓ ସେମାନେ ଫେରି ୮ କିଲୋ ବର୍ଜ୍ୟବସ୍ତୁ ଫେରାଇବା ପରେ ସେମାନଙ୍କୁ ଟଙ୍କା ଫେରାଇ ଦିଆଯାଉଥିଲା। ଏଭରେଷ୍ଟରେ ଶହ ଶହ ଟନ୍‌ ବର୍ଜ୍ୟବସ୍ତୁ ଠୁଳ ହୋଇ ରହିଥିବାରୁ ଏହା କିଭଳି ଆଉ ବୃଦ୍ଧି ପାଇବନି ତାହା ଉପରେ ଚିନ୍ତା ପ୍ରକଟ କରାଯାଇ ମେ’ ମାସରେ ଏଭରେଷ୍ଟ ଅଞ୍ଚଳରୁ ୧୧ ଟନ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନରେ ରୋମାନ୍ସ କଲେ ମଡେଲ, ୪୫ ମିନିଟ୍‌ ପାଇଁ ଦେଲେ ଏତିକି ଟଙ୍କା

ମୁମ୍ବାଇ: ଦୁନିଆରେ ଅନେକ ଲୋକଙ୍କର ଅଜବ ସଉକ ସବୁ ରହିଛି। ଅଧିକାଂଶ ଲୋକ ଭାବନ୍ତି ଅଧିକ ରୋଜଗାର କଲେ ବିଳାସପୂର୍ଣ୍ଣ ଜୀବନ ବିତାଇବେ। ନିଜର ଇଚ୍ଛା...

କରୋନାକୁ ହରାଇ ଘରକୁ ଫେରିଲେ ବୋରିସ୍‌ ଜନସନ୍‌: କିଛି ଦିନ ବିଶ୍ରାମ ପରେ କାର୍ଯ୍ୟରେ ଦେବେ ଯୋଗ

ଲଣ୍ଡନ,୧୨।୪: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ କରୋନାକୁ ପରାଜିତ କରି ସୁସ୍ଥ ହୋଇ ରବିବାର ଘରକୁ ଫେରିଛନ୍ତି। କିଛି ଦିନ ବିଶ୍ରାମ ପରେ ସେ କାର୍ଯ୍ୟରେ...

ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଚଢାଉ

ଓ୍ବାଶିଂଟନ୍‌,୯।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡାସ୍ଥିତ ତାଙ୍କ ମାର-ଏ-ଲାଗୋ ବାସଭବନରେ ଏଫବିଆଇ ଏଜେଣ୍ଟମାନେ ଚଢାଉ କରିଛନ୍ତି। ଏନେଇ ନିଜେ ଟ୍ରମ୍ପ ସୋସିଆଲ ମିଡିଆ...

ମଝି ସମୁଦ୍ରରେ ଓଲଟିଲା ଡଙ୍ଗା, ୨୫ ନିଖୋଜ…

ଜାକର୍ତ୍ତା, ୨୯।୫ : ଇଣ୍ଡୋନେସିଆର ସେଣ୍ଟ୍ରାଲ ସୁଲାୱେସି ପ୍ରଦେଶର ମାକାସର ଷ୍ଟ୍ରେଟରେ ଏକ ଡଙ୍ଗା ଓଲଟି ପଡ଼ିଛି। ଏହି ଘଟଣାରେ ୨୫ ଜଣ ନିୀଖୋଜ ଥିବାବେଳେ...

ନୂଆ ଇ-ମାର୍କେଟ ପ୍ଲାଟ୍‌ଫର୍ମ ଶୁଭାରମ୍ଭ

ଦୁବାଇ, ୩୦।୮(ପି.ଟି.): ୟୁଏଇ ପକ୍ଷରୁ ନୂତନ ଜ୍ଞାନକୌଶଳ ଆଧାରିତ କୃଷି ସାମଗ୍ରୀ ବ୍ୟବସାୟ ଓ ସଂଗ୍ରହ ଲାଗି ଇ-ମାର୍କେଟ ପ୍ଲାଟଫର୍ମ ‘ଏଗ୍ରିଓଟା’ର ଶୁଭାରମ୍ଭ କରାଯାଇଛି। ଏହା...

ବିହାର ନିର୍ବାଚନ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ମଜାଳିଆ ମେମ୍‌ସ

ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରିରହିଛି। ସମସ୍ତେ ଜାଣିବା ପାଇଁ ଚାହିଁ ବସିଛନ୍ତି ଯେ, ନୀତିଶ କୁମାର ନିଜର ଶକ୍ତି ରକ୍ଷା କରିପାରୁଛନ୍ତି...

ଦେଶର ୪ ରାଜ୍ୟର ବାଦୁଡ଼ିଙ୍କଠାରେ କରୋନା ଭୂତାଣୁ !

ନୂଆଦିଲ୍ଲୀ,୧୫।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଦେଶର ୫ଟି ରାଜ୍ୟରେ ବାଦୁଡ଼ିଙ୍କଠାରେ କରୋନା ଭୂତାଣୁ ଥିବା ଭାରତୀୟ ଗବେଷକ ସୂଚନା...

କରାଚି ଜେଲରେ ୩ଶହ କରୋନା ପଜିଟିଭ

କରାଚି,୨୩।୫: ପାକିସ୍ତାନର କରାଚି ସେଣ୍ଟ୍ରାଲ ଜେଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶନିବାର ମିଳିଥିବା ଖବର ଅନୁଯାୟୀ, ଏବେ କରାଚି ସେଣ୍ଟ୍ରାଲ୍‌ ଜେଲରେ କରୋନା...

Advertisement
Archives

Model This Week