Posted inଖେଳ

ପ୍ଲଙ୍କେଟ ଶିଲ୍ଡ ଟୁର୍ନାମେଣ୍ଟ ବାତିଲ, ଓ୍ବେଲିଂଟନ ଚାମ୍ପିୟନ

ଅକ୍‌ଲାଣ୍ଡ,୧୬।୩- କରୋନା ଭାଇରସର ଭୟବହତା ଯୋଗୁ ବହୁ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟ ବାତିଲ କିମ୍ବା ସ୍ଥଗିତ ହୋଇସାରିଛି। ଏହି ଧାରାରେ ଯୋଡ଼ି ହୋଇଛି ନ୍ୟୁଜିଲାଣ୍ଡର ପ୍ରଥମ ଶ୍ରେଣୀ କ୍ରିକେଟ ଟୁର୍ନାମେଣ୍ଟ ପ୍ଲଙ୍କେଟ ଶିଲ୍ଡ। ଇଭେଣ୍ଟର ଅନ୍ତିମ ଦୁଇ ରାଉଣ୍ଡ ମ୍ୟାଚ ବାତିଲ କରିଦିଆଯାଇଛି। ଏଥିସହ ଓ୍ବେଲିଂଟନ ଦଳକୁ ୨୦୧୯-୨୦ ସିଜନର ଚାମ୍ପିୟନ ଘୋଷଣା କରାଯାଇଛି। ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡ୍‌ସି) କାର୍ଯ୍ୟକାରୀ ମୁଖ୍ୟ ଭେଡିଡ ହ୍ବାଇଟ୍‌ ମେଡିକାଲ ଦଳର ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ଓ୍ବେଲିଂଟନ ଦଳ ପଏଣ୍ଟ ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ଦଳଠାରୁ ୨୬ ପଏଣ୍ଟ ଆଗରେ ଥିଲା। ଏଣୁ ଦଳକୁ ଚାମ୍ପିୟନ ଘୋଷଣା କରାଯାଇଛି। ନ୍ୟୁଜିଲାଣ୍ଡ କ୍ରିକେଟ ପରିବାର ଓ ଜନସାଧାରଣଙ୍କ ସ୍ବାସ୍ଥ୍ୟ ଜନିତ ସୁରକ୍ଷା ଲାଗି ଇଭେଣ୍ଟର ବଳକା ମ୍ୟାଚ୍‌ ବାତିଲ କରାଯାଇଛି। ଏହି ଭାଇରସକୁ ଗୁରୁତର ସହ ନେବାକୁ ମେଡିକାଲ ଟିମ୍‌ ପରାମର୍ଶ ଦେଇଛି ବୋଲି ହ୍ବାଇଟ୍‌ କହିଛନ୍ତି। ଏନ୍‌ଜେଡ୍‌ସି ନ୍ୟୁଜିଲାଣ୍ଡ କ୍ରିକେଟ ଆଓ୍ବଡର୍‌ସକୁ ମଧ୍ୟ ସ୍ଥଗିତ ରଖିଛି। ଏହି ଇଭେଣ୍ଟ ଆସନ୍ତା ୩୦ ତାରିଖରେ ହେବାର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟୋକିଓ ଅଲିମ୍ପିକ୍ସ: ଭାରତୀୟ ଦଳର ସଙ୍ଗୀତ ଉନ୍ମୋଚନ କଲେ କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଳୀ,୧୫।୭- ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ ଦଳର ଅଫିସିଆଲ ସଙ୍ଗୀତ ବା ଥିମ ସଙ୍ଗ୍‌ ଉନ୍ମୋଚନ କରାଯାଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର...

ବିବେକ କୋହଲି ସିଟିଟିଏଫ୍‌ ଅଧ୍ୟକ୍ଷ ନିର୍ବାଚିତ

କଟକ,୨୧।୭: ଭାରତର ବିବେକ କୋହଲି ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଫେଡେରେଶନ (ସିଟିଟିଏଫ୍‌) ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସେହିପରି ଏମ୍‌.ପି. ସିଂ ସିଟିଟିଏଫ୍‌ର ସାଧାରଣ ସମ୍ପାଦକ ଭାବେ...

ସମୁଦ୍ରକୂଳରେ ଜବରଦସ୍ତ ଡ୍ୟାନ୍ସ କରି ଚର୍ଚ୍ଚାରେ ଏହି କ୍ରିକେଟର୍‌ଙ୍କ ପ୍ରେମିକା

କରୋନା ଯୋଗୁ ଚଳିତ ବର୍ଷ ୟୁଏଇରେ ଆଇପିଏଲ ୨୦୨୦ ଖେଳାଯାଉଛି। ଏହି ଟୁର୍ନାମେଣ୍ଟ ପାଇଁ ଅଧିକାଂଶ ଖେଳାଳି ସେମାନଙ୍କ ପରିବାରକୁ ସାଙ୍ଗରେ ନେଇ ନାହାନ୍ତି। ତଥାପି,...

ଓ୍ବେଷ୍ଟଇଣ୍ଡିଜକୁ ଆଣ୍ଡରସନଙ୍କ ପ୍ରଶଂସା

ଲଣ୍ଡନ, ୧୨ା୬ (ଏପି)-କରୋନା ମହାମାରୀର ପ୍ରକୋପ ସତ୍ତ୍ୱେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ଲାଗି ବ୍ରିଟେନ ଆସିବା ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କ ନିଷ୍ପତ୍ତି ପ୍ରଶଂସାଯୋଗ୍ୟ...

ପ୍ରତିଶ୍ରୁତି ରକ୍ଷା କଲେ ଆନନ୍ଦ ମହିନ୍ଦ୍ରା: ନଟରାଜନଙ୍କୁ ମିଳିଲା ଥର ଏସ୍‌ୟୁଭି

ନୂଆଦିଲ୍ଲୀ,୩।୪: ମହିନ୍ଦ୍ରା ଗ୍ରୁପ୍‌ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଶେଷରେ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ଗତ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୨-୧ରେ ଟେଷ୍ଟ ସିରିଜ ଜିତିଥିଲା।...

ଜାଣନ୍ତୁ ଆଇପିଲ୍‌ରେ କାହାକୁ ମିଳିଲା କେତେ ପୁରସ୍କାର ରାଶି

ଦୁବାଇ, ୧୧।୧୧:ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୩ତମ ସଂସ୍କରଣରେ ଲଗାତର ଦ୍ୱିତୀୟଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ୍‌ ହୋଇଛି। ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଉଇକେଟରେ ପରାସ୍ତ...

ସୁନୀଲ ଜୋଶି, ହରବିନ୍ଦର ସିଂ ଭାରତୀୟ ଦଳର ଚୟନକର୍ତ୍ତା

ନୂଆଦିଲ୍ଲୀ,୪ା୩- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବୁଧବାର ସୁନୀଲ ଜୋଶି ଓ ହରବିନ୍ଦର ସିଂଙ୍କୁ ଭାରତୀୟ ଦଳର ଚୟନକର୍ତ୍ତା ଭାବେ ନିଯୁକ୍ତ କରିଛି। ସେମାନେ...

ବିଶ୍ୱ ବିଲିୟାଡର୍‌ସ ଚାମ୍ପିୟନଶିପ୍‌: ଗିଲଖ୍ରୀଷ୍ଟ ଚାମ୍ପିୟନ

ମେଲବୋର୍ନ,୧୩।୧୦(ପି.ଟି.)- ଏଠାରେ ଅନୁଷ୍ଠିତ ବିଶ୍ୱ ବିଲିୟାଡର୍‌ସ ଚାମ୍ପିୟନଶିପ୍‌ରେ ସିଙ୍ଗାପୁରର ପିଟର ଗିଲଖ୍ରୀଷ୍ଟ ଭାରତର ସୌରଭ କୋଠାରୀଙ୍କୁ ହରାଇ ଟାଇଟଲ ହାସଲ କରିଛନ୍ତି। କୋଠାରୀଙ୍କୁ ୧୩୦୭- ୯୬୭ରେ...

Ten Cric Info
Advertisement


Archives

Model This Week

Why Dharitri