Posted inଖେଳ

ପ୍ରୋ କବାଡ଼ି ଲିଗ୍‌: ଷ୍ଟିଲର୍ସ, ପଲ୍‌ଟନ ବିଜୟୀ

ପୁନେ, ୧୫।୯ (ପି.ଟି.)- ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ରେ ଶନିବାର ଅନୁଷ୍ଠିତ ୨ଟି ମ୍ୟାଚ୍‌ରେ ହରିୟାଣା ଷ୍ଟିଲର୍ସ ଓ ପୁନେରୀ ପଲ୍‌ଟନ ବିଜୟୀ ହୋଇଛନ୍ତି। ଶ୍ରୀ ଶିବ ଛତ୍ରପତି ରେସ୍‌ଲିଂ ହଲ୍‌ରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ହରିୟାଣ ୪୩-୩୫ ପଏଣ୍ଟରେ ତାମିଲ ଥଲାଇଭାସକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ବିକାଶ କାଣ୍ଡୋଲା ସୁପର୍‌-୧୦ (୧୩ ପଏଣ୍ଟ) ହାସଲ କରିଥିଲେ। ପ୍ରତିପକ୍ଷ ତାମିଲ ପାଇଁ ରାହୁଲ ଚୌଧୁରୀ ସୁପର୍‌-୧୦ କରିଥିଲେ ମଧ୍ୟ ଦଳକୁ ଜିତାଇ ପାରି ନ ଥିଲେ। ତାମିଲର ଏହା ଲଗାତର ୭ମ ପରାଜୟ ଥିଲା। ଦଳ ୧୬ ମ୍ୟାଚ୍‌ରୁ ୨୭ ପଏଣ୍ଟ ପାଇ ୧୨ ଦଳୀୟ ଟେବୁଲ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଛି। ଅପରପକ୍ଷରେ ହରିୟାଣା ୧୫ ମ୍ୟାଚ୍‌ରୁ ୧୦ମ ବିଜୟ ସହ ୫୪ ପଏଣ୍ଟ ପାଇ ଟେବୁଲର ୩ୟ ସ୍ଥାନ ହାସଲ କରିଛି। ସେହିଭଳି ଦିବସରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍‌ରେ ପୁନେରୀ ପଲଟନ୍‌ ୪୩-୩୩ରେ ଗୁଜରାଟ ଫରଚ୍ୟୁନଜିଆଣ୍ଟ୍ସକୁ ପରାସ୍ତ କରିଛି। ଉଭୟ ସମାନ ୩୪ ପଏଣ୍ଟ ଲେଖାଏ ପାଇଥିଲେ ମଧ୍ୟ ସ୍କୋର ବ୍ୟବଧାନରେ ଗୁଜରାଟ ୮ମ ଓ ପୁନେରୀ ୯ମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାଜପାରେ ସାମିଲ ହେଲେ ଏହି ସ୍ବର୍ଣ୍ଣ ବିଜୟିନୀ ମହିଳା ଶୁଟର୍‌

ନୂଆଦିଲ୍ଲୀ, ୪।୧୦: ବିହାର ନିର୍ବାଚନ ପୂର୍ବରୁ ଦିଗଂବତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଗ୍‌ବିଜୟ ସିଂଙ୍କ ଝିଅ ତଥା ଜାତୀୟସ୍ତରର ମହିଳା ଶୁଟର୍‌ ଶ୍ରେୟାସୀ ସିଂ ଭାଜପାରେ ସାମିଲ...

କନ୍‌ଟାକ୍ଟ ଲେନ୍ସ ହଜି ଯିବାରୁ ଗୋଟିଏ ଆଖିରେ ଖେଳିଲେ ଗୋଲକିପର

ଲଣ୍ଡନ,୨।୧୨- ବୁଣ୍ଡେସ୍‌ଲିଗା ଚାମ୍ପିୟନ ବାୟର୍ନ ମ୍ୟୁନିକକୁ ୧-୨ ଗୋଲରେ ହରାଇଥିବା ବାୟର ଲେଭରକୁସେନ ଦଳ ପାଇଁ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ଗୋଲକିପର ଲୁକାସ ହରାଡେକି।...

ଭିଜନ୍‌ ୨୦୨୪

ରାଜ୍ୟରେ କ୍ରିକେଟକୁ ଆହୁରି କ୍ରିୟାଶୀଳ କରିବାକୁ ଓସିଏ ପ୍ରୟାସ ଆରମ୍ଭ କରିଛି। ତୃଣମୂଳସ୍ତରରେ କ୍ରିକେଟର ବିକାଶ କରିବାକୁ ଓସିଏ ଭିଜନ ୨୦୨୪ ପାଇଁ ବ୍ଲୁ ପ୍ରିଣ୍ଟ...

ଭୁବନେଶ୍ୱର ଆନ୍ତଃସ୍କୁଲ ଫୁଟବଲ ଆରମ୍ଭ

ଭୁବନେଶ୍ୱର, ୬।୮(କ୍ରୀଡ଼ା ପ୍ରତନିଧି)- ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ୩୦ତମ ଭୁବନେଶ୍ୱର ଆନ୍ତଃସ୍କୁଲ ଫୁଟବଲ ସୋମବାର ଆରମ୍ଭ ହୋଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ...

ଅଭ୍ୟାସ ପାଇଁ ସମୟ ନ ଥିବାରୁ ଚିନ୍ତିତ ନୁହେଁ : କୋହଲି

ମୁମ୍ବାଇ,୨।୬ : ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ। ଏଥି ପୂର୍ବରୁ ଅଭ୍ୟାସ...

କାହିଁକି ଭାରତୀୟ ପ୍ରଶଂସକଙ୍କ ମନ ଜିଣିଲେ ଆଫ୍ରିଦୀ

ନୂଆଦିଲ୍ଲୀ, ୩୦।୭: ପାକିସ୍ତାନ କ୍ରିକେଟ୍‌ ଦଳର ପ୍ରାକ୍ତନ ଅଧିନାୟକ ଶାହିଦ ଆଫ୍ରିଦୀ ଅଧିକାଂଶ ସମୟରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଥାନ୍ତି। ଯେଉଁଥି ପାଇଁ...

ଇଣ୍ଡିଆନ ସୁପର ଲିଗ୍‌ ଜାମସେଦପୁର- ମୁମ୍ବାଇ ମ୍ୟାଚ ଡ୍ର

ବାମ୍ବୋଲିମ୍‌, ୧୪।୧୨- ଇଣ୍ଡିଆନ ସୁପର ଲିଗ୍‌ରେ ସୋମବାର ଜାମସେଦପୁର ଏଫ୍‌ସି ଓ ମୁମ୍ବାଇ ସିଟି ଏଫ୍‌ସି ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। ଫଳରେ ଉଭୟ...

ସିରିଜ୍‌ କ୍ଲିନ ସୁଇପ ନିକଟତର ଭାରତ

କିଙ୍ଗ୍‌ଷ୍ଟନ,୨।୯: ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ସିରିଜ୍‌ କ୍ଲିନ ସୁଇପ କରିବାର ନିକଟତର ହୋଇଛି। ପ୍ରଥମ ଇନିଂସରେ ଭାରତ ୪୧୬...

Ten Cric Info
Advertisement


Archives

Model This Week

Why Dharitri