ପ୍ରୋତ୍ସାହନ ଅଭାବ: ଦୁର୍ଦ୍ଦିନରେ ପଥର କାରିଗର

ଗଞ୍ଜାମ,୧୭ା୩(ଡି.ଏନ୍‌.ଏ.)ଗଞ୍ଜାମ ବ୍ଲକ କୁଶପଲି ଦଳିତ ସାହି ଓ ଆଖପାଖ ଅଞ୍ଚଳରେ ଥିବା ପଥର କାରିଗରମାନେ କିଛି ବର୍ଷ ଧରି ପଥରରେ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ତିଆରି କରି ବିକ୍ରି କରୁଥିଲେ। ପଥର ତିଆରି ଶିଳ, ଗୁଡୁପା, ଘୋରଣା, ପେଷଣା ଓ ଚନ୍ଦନ ପେଡି ଆଦିକୁ ଝିଅମାନେ ଶାଶୁଘର ଯିବା ସମୟରେ ସାଙ୍ଗରେ ନେଉଛନ୍ତି। ପୂର୍ବରୁ ଏଗୁଡ଼ିକର ବହୁଳ ବ୍ୟବହାର ହେଉଥିବା ବେଳେ ବର୍ତ୍ତମାନ ବିଜ୍ଞାନ ଯୁଗରେ ତାହା କିନ୍ତୁ କେତେକ ମାତ୍ରାରେ କମିଯାଇଛି। ଅତ୍ୟାଧୁନିକ ଯୁଗରେ ବେସର କିମ୍ବା ଚାଉଳ, ମାଣ୍ଡିଆ ଆଦି ବାଟିବା ପାଇଁ ପଥରରେ ନିର୍ମିତ ଶିଳ ଅପେକ୍ଷା ଗ୍ରାଇଣ୍ଡରକୁ ଲୋକେ ଅଧିକ ପସନ୍ଦ କରିଥାନ୍ତି। ତଥାପି ଏବେ ମଧ୍ୟ ଗ୍ରାମାଞ୍ଚଳଗୁଡ଼ିକରେ ବିବାହ କାର୍ଯ୍ୟରେ କେତେକ ପରିବାରରେ ଝିଅମାନଙ୍କୁ ପଥରରେ ତିଆରି ବିଭିନ୍ନ ସାମଗ୍ରୀ ଦେଉଥିବା ଦେଖିବାକୁ ମିଳିଛି।
ଅନ୍ୟପଟେ ଏହି ପଥର କାରିଗରଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁ ନ ଥିବା କୁଶପଲି ଦଳିତ ସାହିର ବଳରାମ ଦାସ କହିଛନ୍ତି। ସେ କହିଛନ୍ତି, ଯେତେ ଇଲେକ୍ଟ୍ରୋନିକ ମେଶିନ ବାହାରିଥିଲେ ମଧ୍ୟ ବିବାହ ସିଜନରେ ଲୋକମାନେ ଏହା କିଣିବାକୁ ଆସିଥାନ୍ତି। କିନ୍ତୁ ପଥର ଅଭାବ ଯୋଗୁ ସେମାନଙ୍କୁ ଆମେ ଫେରାଇବାକୁ ବାଧ୍ୟ ହେଉଛୁ। ଏଥିସହ ସ୍ଥାନୀୟ ଜଙ୍ଗଲ ଲିଜ୍‌ ହେଉନି। ପାହାଡରୁ ପଥର ନେବାକୁ ବନ ବିଭାଗ ପକ୍ଷରୁ ବାରଣ କରାଯାଇଛି। ଫଳରେ ଆମେ କୌଳିକ ବୃତ୍ତିରୁ ମୁହଁ ଫେରାଇବାକୁ ବାଧ୍ୟ ହେଉଛୁ ବୋଲି କୁଶପଲି ଦଳିତ ସାହିର ପଥର କାରିଗର ସୀମା ଦାସ, କୃଷ୍ଣ ଦାସ, ଚରଣ ଦାସ ପ୍ରମୁଖ କହିଛନ୍ତି।
ଉକ୍ତ ସାହିରେ ୬୦ ରୁ ୭୦ ପରିବାର ରହୁଛନ୍ତି। ସମସ୍ତେ ପଥର କାରିଗର। କିନ୍ତୁ କେତେକ କଟକଣା ଯୋଗୁ କୌଳିକ ବୃତ୍ତି ଛାଡ଼ିବାକୁ ବାଧ୍ୟ ହେଉଛୁ ବୋଲି ସେମାନେ କହିଛନ୍ତି। ଏ ସମ୍ପର୍କରେ ବିଡିଓ ଜ୍ୟୋତି ଶଙ୍କର ରାଏଙ୍କୁ ପଚାରିବାରୁ ଓଡ଼ିଶା ଜୀବିକା ମିଶନ କର୍ମଚାରୀ ପଠାଇ ତଦନ୍ତ ପରେ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲରେ ଡାକ୍ତରଙ୍କ ଧୂମପାନ ଫଟୋ ଭାଇରାଲ

ପାତ୍ରପୁର,୨୭ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୪ଜଣ ଡାକ୍ତର ଏକାଠି ହୋଇ ଧୂମପାନ (ସିଗାରେଟ) କରୁଥିବା ଏକ ଫଟୋ ଶନିବାର ସାମାଜିକ ଗଣମାଧ୍ୟମରେ ଭାଇରାଲ...

ଦଶମ ଛାତ୍ରୀଙ୍କୁ ବଳାତ୍କାର

ବ୍ରହ୍ମପୁର ଅଫିସ,୪।୯: ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ବ୍ରହ୍ମପୁର ବଡବଜାର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ...

ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ ଅଫିସ,୨୪ା୫: ଆସନ୍ତା ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ଏଥିନିମନ୍ତେ ମେ’ ୨୬ରୁ ଜୁନ୍‌...

ଛତ୍ରପୁର ବଜାର ରାସ୍ତାରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଛତ୍ରପୁର,୧୭ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ସହର ବଜାର ମୁଖ୍ୟ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଫଳରେ ଦୀର୍ଘ ସମୟ ଧରି ଟ୍ରାଫିକ୍‌ ଜାମ୍‌...

ଛତୁ ଫାର୍ମରେ ପ୍ରସ୍ତୁତ ହେଉଥିଲା ଗୁଟ୍‌ଖା

ବ୍ରହ୍ମପୁର ଅଫିସ/କୁକୁଡାଖଣ୍ଡି,୧୬।୩: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଗଞ୍ଜାମ ଜିଲା କୁକୁଡାଖଣ୍ଡି ବ୍ଲକରେ ସକ୍ରିୟ ହେଇଛନ୍ତି ନକଲି ଗୁଟଖା ବେପାରୀ। ସୋମବାର ସନ୍ଧ୍ୟାରେ ବିଶ୍ୱସ୍ତ...

ପ୍ରେମ ବିବାଦର ସମାଧାନ କରିବାକୁ ଯାଇ ଅଡ଼ୁଆରେ ବିଧାୟକଙ୍କ ପୁଅ

କେନ୍ଦୁଝର/ଆନନ୍ଦପୁର,୧୬ା୬(ସ୍ବ.ପ୍ର.): ଏକ ପ୍ରେମ ବିବାଦର ସମାଧାନ କରିବାକୁ ଯାଇ କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ...

କଟକର ୩ ଶିକ୍ଷାନୁଷ୍ଠାନ ହଷ୍ଟେଲରେ ହେବ କ୍ୱାରାଣ୍ଟାଇନ ସେଣ୍ଟର

କଟକ ଅଫିସ, ୨୫।୩: କରୋନା(କୋଭିଡ୍‌-୧୯)କୁ ଦୃଷ୍ଟିରେ ରଖି କଟକ ସହରର ବିଭିନ୍ନ ସ୍ଥାନରେ କ୍ୱାରାଣ୍ଟାଇନ ସେଣ୍ଟର ଖୋଲାଯାଉଛି। କଟକର ୩ ଶିକ୍ଷାନୁଷ୍ଠାନ ହଷ୍ଟେଲରେ କ୍ୱାରାଣ୍ଟାଇନ ସେଣ୍ଟର...

ଆଉ ୪ ମାସ ମିଳିବ ମାଗଣା ଚାଉଳ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫ୍‌ଏସ୍‌ଏସ୍‌)ଅନ୍ତର୍ଗତ ହିତାଧିକାରୀମାନଙ୍କୁ ଆଉ ୪ ମାସ ଲାଗି ମାଗଣାରେ ଅଧିକ ୫ କିଲୋ ଚାଉଳ ମିଳିବ। ମୁଖ୍ୟମନ୍ତ୍ରୀ ନବୀନ...

Advertisement
Archives

Model This Week