ପ୍ରୋତ୍ସାହନ ଅଭାବ: ଦୁର୍ଦ୍ଦିନରେ ପଥର କାରିଗର

ଗଞ୍ଜାମ,୧୭ା୩(ଡି.ଏନ୍‌.ଏ.)ଗଞ୍ଜାମ ବ୍ଲକ କୁଶପଲି ଦଳିତ ସାହି ଓ ଆଖପାଖ ଅଞ୍ଚଳରେ ଥିବା ପଥର କାରିଗରମାନେ କିଛି ବର୍ଷ ଧରି ପଥରରେ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ତିଆରି କରି ବିକ୍ରି କରୁଥିଲେ। ପଥର ତିଆରି ଶିଳ, ଗୁଡୁପା, ଘୋରଣା, ପେଷଣା ଓ ଚନ୍ଦନ ପେଡି ଆଦିକୁ ଝିଅମାନେ ଶାଶୁଘର ଯିବା ସମୟରେ ସାଙ୍ଗରେ ନେଉଛନ୍ତି। ପୂର୍ବରୁ ଏଗୁଡ଼ିକର ବହୁଳ ବ୍ୟବହାର ହେଉଥିବା ବେଳେ ବର୍ତ୍ତମାନ ବିଜ୍ଞାନ ଯୁଗରେ ତାହା କିନ୍ତୁ କେତେକ ମାତ୍ରାରେ କମିଯାଇଛି। ଅତ୍ୟାଧୁନିକ ଯୁଗରେ ବେସର କିମ୍ବା ଚାଉଳ, ମାଣ୍ଡିଆ ଆଦି ବାଟିବା ପାଇଁ ପଥରରେ ନିର୍ମିତ ଶିଳ ଅପେକ୍ଷା ଗ୍ରାଇଣ୍ଡରକୁ ଲୋକେ ଅଧିକ ପସନ୍ଦ କରିଥାନ୍ତି। ତଥାପି ଏବେ ମଧ୍ୟ ଗ୍ରାମାଞ୍ଚଳଗୁଡ଼ିକରେ ବିବାହ କାର୍ଯ୍ୟରେ କେତେକ ପରିବାରରେ ଝିଅମାନଙ୍କୁ ପଥରରେ ତିଆରି ବିଭିନ୍ନ ସାମଗ୍ରୀ ଦେଉଥିବା ଦେଖିବାକୁ ମିଳିଛି।
ଅନ୍ୟପଟେ ଏହି ପଥର କାରିଗରଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁ ନ ଥିବା କୁଶପଲି ଦଳିତ ସାହିର ବଳରାମ ଦାସ କହିଛନ୍ତି। ସେ କହିଛନ୍ତି, ଯେତେ ଇଲେକ୍ଟ୍ରୋନିକ ମେଶିନ ବାହାରିଥିଲେ ମଧ୍ୟ ବିବାହ ସିଜନରେ ଲୋକମାନେ ଏହା କିଣିବାକୁ ଆସିଥାନ୍ତି। କିନ୍ତୁ ପଥର ଅଭାବ ଯୋଗୁ ସେମାନଙ୍କୁ ଆମେ ଫେରାଇବାକୁ ବାଧ୍ୟ ହେଉଛୁ। ଏଥିସହ ସ୍ଥାନୀୟ ଜଙ୍ଗଲ ଲିଜ୍‌ ହେଉନି। ପାହାଡରୁ ପଥର ନେବାକୁ ବନ ବିଭାଗ ପକ୍ଷରୁ ବାରଣ କରାଯାଇଛି। ଫଳରେ ଆମେ କୌଳିକ ବୃତ୍ତିରୁ ମୁହଁ ଫେରାଇବାକୁ ବାଧ୍ୟ ହେଉଛୁ ବୋଲି କୁଶପଲି ଦଳିତ ସାହିର ପଥର କାରିଗର ସୀମା ଦାସ, କୃଷ୍ଣ ଦାସ, ଚରଣ ଦାସ ପ୍ରମୁଖ କହିଛନ୍ତି।
ଉକ୍ତ ସାହିରେ ୬୦ ରୁ ୭୦ ପରିବାର ରହୁଛନ୍ତି। ସମସ୍ତେ ପଥର କାରିଗର। କିନ୍ତୁ କେତେକ କଟକଣା ଯୋଗୁ କୌଳିକ ବୃତ୍ତି ଛାଡ଼ିବାକୁ ବାଧ୍ୟ ହେଉଛୁ ବୋଲି ସେମାନେ କହିଛନ୍ତି। ଏ ସମ୍ପର୍କରେ ବିଡିଓ ଜ୍ୟୋତି ଶଙ୍କର ରାଏଙ୍କୁ ପଚାରିବାରୁ ଓଡ଼ିଶା ଜୀବିକା ମିଶନ କର୍ମଚାରୀ ପଠାଇ ତଦନ୍ତ ପରେ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଛତ୍ରପୁରରେ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ଆକର୍ଷଣ ସାଜିଛି ପାରମ୍ପରିକ ବାଘ ବେଶ

ଛତ୍ରପୁର (ଦିଲୀପ ସାମଲ), ୨୩।୫: ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅବସରରେ ଏବେ ସାରା ସହର ଉତ୍ସବମୁଖର ହୋଇଉଠିଛି।…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ସନାତନ ଧର୍ମକୁ ଅପମାନ ବିରୋଧରେ ବଲାଙ୍ଗୀରରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ: ଉଦୟନିଧି ଷ୍ଟାଲିନଙ୍କ ଗିରଫଦାରୀ ଦାବି

ବଲାଙ୍ଗୀର,୨୩।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସଂଧ୍ୟାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା, ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ…

ଭଞ୍ଜନଗର ଯାତ୍ରାରେ ଆତଙ୍କ ମାମଲାରେ ୪ ଗିରଫ, ମ୍ୟୁନିସିପାଲଟି ଅଧ୍ୟକ୍ଷଙ୍କ ଘରକୁ ବୋମା ମାଡ଼ ଘଟଣାରେ ଅଭିଯୁକ୍ତ…

ଭଞ୍ଜନଗର,୨୩।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ଠାକୁରାଣୀ ଯାତ୍ରା ଚାଲିଥିବା ସମୟରେ ଗତ ୧୭ ତାରିଖ ରାତିରେ ସହରର ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ତଗୋଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri