ପ୍ରେମ, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: ୨ ଗିରଫ

ଗଞ୍ଜାମ,୫ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ରମ୍ଭା ଜଗନ୍ନାଥ ମହାବିଦ୍ୟାଳୟ ଡେମୋନଷ୍ଟ୍ରେଟର ଅଶ୍ୱିନି ମିଶ୍ର ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ପୋଲିସ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମଧୁରଚୁଅଁା ଗ୍ରାମର ଜନାର୍ଦ୍ଦନ ନାହାକ ଓରଫ ଦନା (୪୧) ଓ ସହଯୋଗୀ ଉକ୍ତ କଲେଜର ପୂର୍ବତନ ଛାତ୍ର ବୁରୁଡ଼ି ଗ୍ରାମର ଦୀପକ ନାହାକ (୧୮)ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଗୁରୁବାର ଖବରଦାତା ସମ୍ମିଳନୀରେ ଛତ୍ରପୁର ଏସ୍‌ଡିପିଓ ଉତ୍କଳ କେଶରୀ ଦାସ ଏହି ସୂଚନା ଦେଇଛନ୍ତି। ପ୍ରେମ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଏସ୍‌ଡିପିଓ ସ୍ପଷ୍ଟ କରିଛନ୍ତି।
ଏସ୍‌ଡିପିଓଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ଡେମୋନଷ୍ଟ୍ରେଟର ଅଶ୍ୱିନୀ ଦୀର୍ଘଦିନ ହେଲା ପରିବାରଠାରୁ ଅଲଗା ହୋଇ ରମ୍ଭା ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲେ। ନିକଟରେ ଦନା ଜଣେ ମହିଳାଙ୍କ ସହ ରହୁଥିଲେ। ସମ୍ପୃକ୍ତ ମହିଳାଙ୍କ ସହ ଅଶ୍ୱିନୀଙ୍କର ସମ୍ପର୍କ ନିବିଡ ହୋଇଥିଲା। ଏହାକୁ ଦନା ବାରଣ କରିବାରୁ ପ୍ରାୟ ମାସେ ତଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେହିଦିନଠାରୁ ଦନା ଅଶ୍ୱିନୀଙ୍କୁ ହତ୍ୟା କରିବାକୁ ସ୍ଥିର କରିଥିଲା। ଅଶ୍ୱିନୀଙ୍କ ସହ ଦୀପକଙ୍କର ଭଲ ସମ୍ପର୍କ ଥିବା ସେ ଜାଣି ପାରିଥିଲେ। ଅଶ୍ୱିନୀଙ୍କୁ ହତ୍ୟା କରିବାକୁ ଦୀପକଙ୍କୁ ମୋଟା ଅଙ୍କର ଅର୍ଥଲୋଭ ଦେଖାଇ ରାଜି କରାଇଥିଲେ। ଗତ ୨୯ରେ ଦନା ଓ ଦୀପକ ଯୋଜନା ପ୍ରସ୍ତୁତ କରିଥିଲେ। ଦୀପକ ନିଜ ମୋବାଇଲଫୋନ ବ୍ୟବହାର ନକରି ଅନ୍ୟଏକ ମୋବାଇଲଫୋନରେ ଅଶ୍ୱିନୀଙ୍କୁ ଫୋନ କରି ଡାକିଥିଲେ। ସେ ପହଞ୍ଚତ୍ବା ପରେ ଉଭୟ ଏକ ଢାବାରେ ମଦ୍ୟପାନ କରିଥିଲେ। ରାତି ପ୍ରାୟ ସାଢ଼େ ଗୋଟାଏବେଳେ ଏକ ବୁଲେଟ ଯୋଗେ ଉଭୟେ ବାହାରିଥିଲେ। ବିରୁଳିଗଡ଼ ରାସ୍ତା ପଣସଢ଼ଇ ସାଉକାର ପୋଖରୀ ପୂର୍ବରୁ ଦନା ଅପେକ୍ଷା କରିଥିଲା। ଅଶ୍ୱିନୀ ପହଞ୍ଚତ୍ବା କ୍ଷଣି ଏକ କାଠ ଫାଳିଆରେ ଆକ୍ରମଣ କରିଥିଲେ। ପରେ ଅଭିଯୁକ୍ତ ଦ୍ୱୟ ଦୁର୍ଘଟଣାର ରୂପ ଦେବାକୁ ମୃତଦେହକୁ ଗାଡ଼ି ପାଖରେ ଫୋପାଡ଼ି ମୃତକଙ୍କ ମୋବାଇଲ ଫୋନ ନେଇ ଚାଲି ଯାଇଥିଲେ। ମୃତ ଅଶ୍ୱିନୀଙ୍କ ଫୋନ କଲ ଯାଞ୍ଚବେଳେ ଶେଷ କଲ ଦୀପକର କରିଥିବା ପୋଲିସ ଜାଣିପାରିଥିଲା। ପରେ ଦୀପକକୁ ବୁରୁଡିରୁ କାବୁ କରିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ପ୍ରେମ ସମ୍ପର୍କକୁ ନେଇ ହତ୍ୟା କରିଥିବା ସ୍ବୀକାର କରିଥିଲେ ବୋଲି ଏସ୍‌ଡିପିଓ ଦାସ ସୂଚନା ଦେଇଛନ୍ତି। ସେମାନଙ୍କ ଠାରୁ ମୋବାଇଲ, ବାଇକ ଓ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆ ଜବତ କରାଯାଇଥିବା ଛତ୍ରପୁର ଆଇଆଇସି ଛଟରାଏ କହିଛନ୍ତି।
ପ୍ରକାଶ ଯେ, ଗତ ୨୯ ସକାଳେ ବିରୁଳିଗଡ଼ ରାସ୍ତା ପଣସଢ଼ଇ ସାଉକାର ପୋଖରୀ ନିକଟ ରାସ୍ତା କଡରେ ଏକ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ରମ୍ଭା ଥାନାକୁ ଖବର ଦେଇଥିଲେ। ଛତ୍ରପୁର ଏସ୍‌ଡିପିଓ ଏବଂ ଛତ୍ରପୁର ଆଇଆଇସି ପ୍ରିୟସ ରଞ୍ଜନ ଛଟରାଏ ଘଟଣାସ୍ଥଳକୁ ଆସିବା ପରେ ମୃତକଙ୍କ ପରିଚୟ ମିଳିଥିଲା। ସେ ରମ୍ଭା ଜଗନ୍ନାଥ ମହାବିଦ୍ୟାଳୟ ଡେମୋନଷ୍ଟ୍ରେଟର ଅଶ୍ୱିନୀ ବୋଲି ଜଣାପଡ଼ିଥିଲା। ମୃତକଙ୍କ ଭାଇ ରେବନଙ୍କ ଏତଲା ପ୍ରକାରେ ନଂ.୧୨୭/୧୯ରେ ମାମଲା ରୁଜୁ କରି ପାଲିସ ତଦନ୍ତ ଚଳାଇଥିଲା।
(((((ଫଟୋ-ବିଏମ-୪-୬-ଗିରଫ ଦୁଇ ଅଭିଯୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଭାଲୁକୁ ପିଟି ପିଟି ହତ୍ୟା, ବନ୍ଧା ହେଲେ ୫ ଅଭିଯୁକ୍ତ

ମାଲକାନଗିରି,୨୦ା୬(ଦୁର୍ଯ୍ୟୋଧନ ପାତ୍ର)- ମାଲକାନଗିରି ଜିଲା ମାଥିଲି ବନାଞ୍ଚଳ ଅଧୀନ ଢାଇଗୁଡା ଗ୍ରାମ ନିକଟରେ ଭାଲୁକୁ ଆକ୍ରମଣ କରିଥିବା ୫ ଅଭିଯୁକ୍ତଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି।…

ମାନସିକ ସୁସ୍ଥତା ପାଇଁ ଯୋଗ ଓ ପ୍ରାଣାୟାମ

ଦିଗପହଣ୍ଡି,୨୦|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ପରିସରରେ  ଜାତୀୟ ସେବା ଯୋଜନା ୟୁନିଟ, ରେଡକ୍ରସ୍ ଏବଂ…

ବିକାଶଧାରା ଓଡ଼ିଶା ସାରା ମହାସମାବେଶ: ସରକାରଙ୍କ ୨ ବର୍ଷର ଶାସନ ପୂର୍ତ୍ତି ଅବସରରେ ଜନସମ୍ପର୍କ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି, ୨୦।୬ (ଅରୁଣ ସାହୁ): ଓଡ଼ିଶାରେ ଭାଜପା ସରକାରଙ୍କ ଦୁଇ ବର୍ଷର ଶାସନ ପୂର୍ତ୍ତି ଅବସରରେ ବ୍ୟାପକ ଜନସମ୍ପର୍କ ଓ ସଚେତନତା କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି…

ଠିକା କାମକୁ କେନ୍ଦ୍ର କରି ମାଡ଼ପିଟ, ଭାଜପା କର୍ମୀ ଗଲେ ଜେଲ

ରିଷିଡା, ୨୦।୬ (ସୁଶାନ୍ତ ମଲ୍ଲିକ): ଏକ ଠିକା କାମକୁ କେନ୍ଦ୍ର କରି ହୋଇଥିବା ଗଣ୍ଡଗୋଳ ଓ ମାଡ଼ପିଟ ଘଟଣାରେ ଜଣେ ଭାଜପା କର୍ମୀ ଜେଲ ଯିବା ଘଟଣା…

ଭଗବାନଙ୍କୁ ଅଜବ ଗୁହାରି: ଦାନବାକ୍ସରେ ୨୦ ଟଙ୍କିଆ ନୋଟରେ ଲେଖାହୋଇଛି…

ନୂଆଦିଲ୍ଲୀ,୨୦।୬: ଆନ୍ଧ୍ରପ୍ରଦେଶର ଅନନ୍ତପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏକ ମନ୍ଦିରର ଦାନ ବାକ୍ସରୁ ମିଳିଥିବା ଏକ ୨୦ ଟଙ୍କାର ନୋଟ୍ ଚର୍ଚ୍ଚାର ବିଷୟ ପାଲଟିଛି…

ରେଞ୍ଜ ଅଫିସରଙ୍କ ବଦଳି ବାତିଲ ଦାବିରେ ଗ୍ରାମବାସୀଙ୍କ ଧାରଣା

ରାଜନଗର,୨୦ା୬(ଭାସ୍କର ରାଉତରାୟ): ଭିତରକନିକା ଜାତୀୟ ଉଦ୍ୟାନ ଦାୟିତ୍ୱରେ ଥିବା ରେଞ୍ଜ ଅଧିକାରୀ ମାନସ ଦାସଙ୍କ କଟକ ଡିଭିଜନକୁ ବଦଳି ହୋଇଛି। ଆସନ୍ତା ୧ ତାରିଖରେ ସେ ନୂତନ…

ପଶ୍ଚିମବଙ୍ଗ ଦିବସରେ ବଡ଼ କଥା କହିଦେଲେ ମୋଦି, ଗୌରବ ଫେରି ଆସୁଛି…

ନୂଆଦିଲ୍ଲୀ,୨୦।୬: ପଶ୍ଚିମବଙ୍ଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଦିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ବଙ୍ଗଳାର ବାୟୁମଣ୍ଡଳରେ ଏବେ ଏକ ନୂତନ ସତେଜତା…

ହଠାତ୍ ହେଲା ବଜ୍ରପାତ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଛେଳି

ଭଞ୍ଜନଗର,୨୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାତାରସିଂ ଥାନା ଅନ୍ତର୍ଗତ କୁଟୁଣୀକୁମ୍ପା ଗ୍ରାମ ନିକଟରେ ଶନିବାର ଅପରାହ୍ନରେ ବଜ୍ରପାତ ମାରିବାରୁ ୧୭ଟି ଛେଳି ମୃତ୍ୟୁବରଣ କରିଛି। କ୍ଷତିଗ୍ରସ୍ତ ଚାଷୀମାନେ ଗରିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri