Posted inରାଜ୍ୟ

ପ୍ରେମିକ ଗିରଫ: ଲୁଟ୍‌ ଟଙ୍କାରେ ପ୍ରେମିକାଙ୍କୁ ଦେଉଥିଲେ ଦାମୀ ଉପହାର

କେନ୍ଦ୍ରାପଡ଼ା ଅଫିସ୍‌, ୧୩ା୬: ଚୋରି, ଡକାୟତି ଟଙ୍କାରେ ପ୍ରେମିକାଙ୍କୁ ଉପହାର ଦେବା ଭଳି ବହୁ ଘଟଣା ଟିଭି ସିରିଏଲ ଓ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ହେଲେ ଏଭଳି ଏକ ସମାନ ଘଟଣା କେନ୍ଦ୍ରାପଡ଼ା ଜିଲାରେ ଘଟିଛି। ପ୍ରେମିକାକୁ ଖୁସି କରିବାକୁ ଯାଇ ଲୁଟ୍‌ ଟଙ୍କାରେ ସୁନା ଗହଣା କିଣି ଦେବା ପରେ ପୋଲିସ ଜାଲରେ ପଡ଼ିଛନ୍ତି ପ୍ରେମିକ। ପ୍ରେମିକା ଘରୁ ପୋଲିସ ଦାମୀ ଉପହାର ଜବତ କରିବା ସହ ପ୍ରେମିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ନେଇ ବୁଧବାର ସନ୍ଧ୍ୟାରେ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ନୀତିଶେଖର ସୂଚନା ଦେବା ପରେ ସବୁଆଡ଼େ ଏହି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅଭିଯୁକ୍ତ ହେଲେ ଡେରାବିଶ ଥାନା ସବଳଙ୍ଗ କଣିପଡ଼ାର ପ୍ରକାଶ ଦାସ। ସୂଚନା ମୁତାବକ, ଗତ ୪ ତାରିଖରେ ପ୍ରକାଶଙ୍କ ଗାଡ଼ି ଡିକିରୁ ୭, ୭୬, ୨୧୨ ଟଙ୍କା ଚୋରି ହୋଇଯାଇଥିବା ସେ ୭ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ସେ ଅଭିଯୋଗରେ ଦର୍ଶାଇଥିଲେ ଯେ, ସେ ତରାଣ୍ଡୋସ୍ଥିତ ଏନ୍‌ଟେକ୍ସ ଟ୍ରାନ୍ସପୋର୍ଟେଶନ ସର୍ଭିସର ସୁପରଭାଇଜର ଭାବେ କାର୍ଯ୍ୟ କରନ୍ତି। ଗତ ୪ ତାରିଖରେ ଅଫିସର ୭,୭୬,୨୧୨ ଟଙ୍କା ବ୍ୟାଙ୍କରେ ଜମା କରିବାକୁ ଯାଇଥିଲେ। ହେଲେ ସର୍ଭର ନ ଥିବାରୁ ସେଦିନ ଟଙ୍କା ଜମା ହୋଇପାରି ନ ଥିଲା। ବ୍ୟାଙ୍କରୁ ଫେରି ଅଫିସରେ ପହଞ୍ଚିବା ପରେ ଗାଡ଼ି ଡିକି ଖୋଲିବାବେଳକୁ ସେଥିରେ ଟଙ୍କା ନ ଥିବା ସେ ଜାଣିବାକୁ ପାଇଥିଲେ ବୋଲି ପ୍ରକାଶ ଅଭିଯୋଗପତ୍ରରେ ଦର୍ଶାଇଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଥିଲା। ତେବେ ସେ ଯେଉଁ ବାଇକ୍‌ ନେଇ ବ୍ୟାଙ୍କ ଯାଇଥିଲେ, ସେ ଗାଡ଼ିର ଡିକି ଭଙ୍ଗାଯାଇ ନ ଥିବା ଜଣାପଡ଼ିବା ପରେ ପୋଲିସର ପ୍ରକାଶଙ୍କ ଉପରେ ସନ୍ଦେହ ହୋଇଥିଲା। ତେବେ ତଦନ୍ତ ସମୟରେ ପ୍ରକାଶଙ୍କ ନିକଟରୁ ୪୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ସହ ଏକ ଆଲମିରା, ଏୟାରକୁଲର ଆଦି ପୋଲିସ ଜବତ କରିଥିଲା। ଏଥିସହ ସେହି ଲୁଟ୍‌ ଟଙ୍କାରେ ପ୍ରକାଶ ତାଙ୍କ ପ୍ରେମିକାଙ୍କୁ ଦେଇଥିବା ଦାମୀ ସୁନା ଅଳଙ୍କାର ମଧ୍ୟ ତଦନ୍ତବେଳେ ପୋଲିସ ହାତରେ ଲାଗିଥିଲା। ଫଳରେ ପୋଲିସ ପ୍ରକାଶଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଖବରଦାତା ସମ୍ମିଳନୀରେ ଏସ୍‌ପି ନୀତିଶେଖର ଓ ଥାନା ଅଧିକାରୀ କାବୁଲି ବାରିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଚ୍‌ଏସ୍‌ଆର୍‌ପି ନମ୍ବର ପ୍ଲେଟ୍‌: ୧୫ରୁ କଟିବ ଚାଲାଣ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ(ଏଚ୍‌ଏସ୍‌ଆର୍‌ପି) ନ ଥିଲେ ଚାଲାଣ କଟିବ । ଜାନୁଆରୀ ୧୫ ତାରିଖରୁ ଏହି ନିୟମ କଡ଼ାକଡ଼ି କରାଯିବ। ତେବେ...

ନୂଆଁଖାଇରେ ରାଜ୍ୟ ସରକାରଙ୍କ ଭେଟି, ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

ଭୁବନେଶ୍ୱର,୩୦।୮(ବ୍ୟୁରୋ): ଚାଷୀଙ୍କ ପାଇଁ ଖୁସି ଖବର। ନୂଆଁଖାଇ ଅବସରରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା। ପ୍ରତ୍ୟେକ ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏ ମିଳିବ। ଏହି...

ଆଣ୍ଡମାନ ଛୁଇଁଲା ମୌସୁମୀ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ଆଣ୍ଡମାନ ଛୁଇଁଲା ମୌସୁମୀ । ସୋମବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ସମେତ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର...

ଭାରତରେ ପ୍ରଥମଥର ପାଇଁ ଆରମ୍ଭ ହେବ ମସଲା କ୍ଲଷ୍ଟର

କଟକ ଅଫିସ, ୧୯ା୯:ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିକାଶ ପ୍ରତିଷ୍ଠାନ ପକ୍ଷରୁ କଲେଜଛକସ୍ଥିତ ଏମ୍‌ଏସ୍‌ଏମ୍‌ଇ ବିକାଶଭବନରେ ଗୁରୁବାର ମସଲା ଉଦ୍ୟୋଗପତିମାନଙ୍କୁ ନେଇ ଏକ ବୈଠକ...

ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଥିବା ଯୁବକଙ୍କୁ ଉଦ୍ଧାର ଘଟଣା: ହାବିଲଦାରଙ୍କୁ ସମ୍ମାନିତ କଲେ ପୋଲିସ କମିଶନର

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଟ୍ରେନ୍‌ରୁ ଖସି ପଡିଥିବା ଜଣେ ଯାତ୍ରୀଙ୍କୁ ବିଳମ୍ବିତ ରାତିରେ ଉଦ୍ଧାର କରିଥିବା ମଡର୍ନ କଣ୍ଟ୍ରୋଲ ରୁମ୍‌ର ହାବିଲଦାର ସୁଶାନ୍ତ କୁମାର ହାତୀଙ୍କୁ ପୋଲିସ କମିଶନର...

ସମୁଦ୍ର କୂଳ ଲଂଘୁଛି, ପ୍ରଶାସନ ସ୍ଥାଣୁ

ଏରସମା,୨୧ା୭(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳ ଭାବେ ସୁପରିଚିତ ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମି ଉଚ୍ଚ ଜୁଆର ପ୍ରଭାବରେ...

ଆକାଶଦୀପ ଵାଣ ଖସିପଡି ଗୋପଵନ୍ଧୁ ଙ୍କ ଷଠିଘରେ ଅଗ୍ନିକାଣ୍ଡ

ସାକ୍ଷୀଗୋପାଳ, ୨୪।୧୦ (ଡି. ଏନ୍. ଏ)ପୁରୀଜିଲ୍ଲା ସତ୍ୟଵାଦୀ ବ୍ଲକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘରେ ଦୀପାବଳୀ ସନ୍ଧ୍ୟାରେ ଆକଷ୍ମିକ ଅଗ୍ନିକାଣ୍ଡ ଘଟିଛି। ଦୀପାବଳିରେ ଅବସରରେ...

ବିପଦ ସଙ୍କେତ ଊର୍ଦ୍ଧ୍ୱରେ ଜଳକା: ତଳିଆ ଅଞ୍ଚଳ ସ୍ଥିତି ଉପରେ ନଜର

ବାଲେଶ୍ୱର ଅଫିସ/ବସ୍ତା,୨୭।୮(ସ୍ବ.ପ୍ର.)- ବାଲେଶ୍ୱର ଜିଲାର ବସ୍ତା ଅଞ୍ଚଳ ଦେଇ ପ୍ରବାହିତ ଜଳକା ନଦୀରେ ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ନଦୀ ତଳମୁଣ୍ଡର ବିଭିନ୍ନ ସ୍ଥାନରେ...

Advertisement
Archives

Model This Week