Posted inଫୁରସତ

ପ୍ରେମିକାଙ୍କୁ ମନାଇବା ପାଇଁ ଯବାନ କଲେ ଏମିତି, ଫଟୋ ଭାଇରାଲ

ମସ୍କୋ: ଋଷିୟାନ୍‌ ସେନାର ଜଣେ ଯବାନ ନିଜର ଗାର୍ଲଫ୍ରେଣ୍ଡଙ୍କୁ ମନାଇବା ପାଇଁ ଏମିତି କିଛି କରିଛନ୍ତି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ବାରମ୍ବାର ମନାଇବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ଶେଷରେ ଏମିତି କିଛି ପ୍ଲାନିଂ କଲେ ଯେଉଁଥିରେ ପ୍ରେମିକା ତାଙ୍କ ପ୍ରେମକୁ ଗ୍ରହଣ କରିନେବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି। ଋଷିୟାନ ସେନାର ପ୍ଲାଟୁନ୍‌ କମାଣ୍ଡର ଡେନିସ୍‌ କଞ୍ଜେଟସେବ୍‌ ୧୬ଟି ଟ୍ୟାଙ୍କରରେ ହାର୍ଟ ସେପ୍‌ କରି ତାଙ୍କ ପ୍ରେମିକାଙ୍କ ନିକଟରେ ପ୍ରେମ ଜାହିର କରିଛନ୍ତି। ଖାସ୍‌କରି ପ୍ରେମିକାଙ୍କୁ ମନାଇବା ପାଇଁ ଡେନିସ୍‌ ଏପରି ଭିନ୍ନ ତରିକା ଆପଣାଇଛନ୍ତି।

ଡେନିସ୍‌ ମସ୍କୋର ଏଲୋବିନୋ ଟ୍ରେନିଂ ଗ୍ରାଉଣ୍ଡ୍‌ରେ ଏହି ହାର୍ଟ ସେପ୍‌ ତିଆରି କରିବା ପାଇଁ ଟି-୭୨ ବି ୨ ଟ୍ୟାଙ୍କର ବ୍ୟବହାର କରିଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଡେନିସ୍‌ ତାଙ୍କ ୨୦ ବର୍ଷୀୟା ପ୍ରେମିକା ଆଲେକ୍‌ଜାଣ୍ଡ୍ରା କୋପିଟୋଭାଙ୍କୁ ଗ୍ରାଉଣ୍ଡ୍‌ ମଧ୍ୟକୁ ନେଇ ତାଙ୍କ ସାମ୍ନାରେ ହୃଦୟର କଥା କହୁଥିବା ଦେଖିବାକୁ ମିଳିଛି। ଏଥିରେ ଡେନିସ୍‌ ପ୍ରେମିକାଙ୍କୁ ପଚାରୁଛନ୍ତି ତୁମେ ମୋତେ ବିବାହ କରିବ କି ନାହିଁ? କୋପିଟୋଭା ବି ବେଶ୍‌ ରୋମାଣ୍ଟିକ୍‌ ମୁଡ୍‌ରେ ଉତ୍ତର ରଖିଛନ୍ତି, ଏହା ମୋ’ ଜୀବନର ସ୍ମରଣୀୟ ଦିନ। ମୁଁ ବି ମୋ’ ଭାବନାକୁ ଅଟକାଇ ପାରୁନାହିଁ।

ଡେନିସ୍‌ କୁହନ୍ତି, କୋପିଟୋଭାଙ୍କୁ ମନାଇବା ବହୁ କଷ୍ଟକର ଥିଲା। ଏହା ପୂର୍ବରୁ ସେ ବହୁବାର ଚେଷ୍ଟା କରି ବିଫଳ ହୋଇଥିଲେ। କାରଣ ତାଙ୍କ କଥାକୁ କୋପିଟୋଭା ଟାଳି ଚାଲିଥିଲେ। ଶେଷରେ ଏପରି ତରିକା ଆପଣାଇବାକୁ ପଡ଼ିଲା ବୋଲି କୁହନ୍ତି ଡେନିସ୍‌। ଆଉ ଏଥିରେ ସେ ସଫଳ ମଧ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷଠାରୁ କଦଳୀ ଛଡ଼ାଇ ନେଉଛି ହାତୀ, ଆଉ ତା ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ସୁଷମାଙ୍କ ସର୍ଜନା ସମ୍ଭାର

ଓଡ଼ିଆ ସାହିତ୍ୟ ଜଗତର ଜଣେ ସ୍ବନାମଧନ୍ୟ ବ୍ୟକ୍ତିତ୍ୱ ସେ, ଯିଏକି ନିଜ ସୃଷ୍ଟି ଓ ସର୍ଜନାରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସାହିତ୍ୟ କ୍ଷେତ୍ରରେ...

ହତ୍ୟାର ୭ ବର୍ଷ ପରେ ଫେରିଲେ ମହିଳା, ପୋଲିସର କାର୍ଯ୍ୟ ପ୍ରଣାଳୀ ଉପରେ ପ୍ରଶ୍ନ ଚିହ୍ନ, ୨ ନିର୍ଦ୍ଦୋଷ ୩ ବର୍ଷ ହେଲା ଜେଲରେ…

ଦୌସା/ଲକ୍ଷ୍ନୌ,୧୧।୧୨ : ରାଜସ୍ଥାନର ଦୌସା ଏକ ଆଶ୍ଚର୍ଯ୍ୟ ଜନକ ଫିଲ୍ମ ଷ୍ଟାଇଲର ଘଟଣା ଘଟିଛି। ଏଠାରେ ଜଣେ ମହିଳା ପୋଲିସକୁ ଆଶ୍ଚର୍ଯ୍ୟ କରିଛନ୍ତି। ଏହାର କାରଣ...

ପର୍ଯ୍ୟଟନ: ବୁଲି ଯାଆନ୍ତୁ ହଳଦୀ ଉତ୍ପାଦନର ସହର ଇରୋଡ; ଜାଣନ୍ତୁ କ’ଣ ଦେଖିବେ

ତାମିଲନାଡୁସ୍ଥିତ ଏକ ଛୋଟ ସହର ହେଉଛି ଇରୋଡ। କାବେରୀ ନଦୀର ତଟଦେଶରେ ଅବସ୍ଥିତ ଏହି ସହରରେ ଭଲ ହଳଦୀ ଚାଷ କରାଯାଇଥାଏ। ତା’ଛଡ଼ା ହ୍ୟାଣ୍ଡଲୁମ୍‌ ବସ୍ତ୍ରର...

ନୂଆବର୍ଷ ଆକର୍ଷଣ

ପୁରୁଣାବର୍ଷକୁ ବିଦାୟ ଦେଇ ୨୦୨୦କୁ ସ୍ବାଗତ କରିବା ପାଇଁ ଚାରିଆଡେ ଦେଖାଗଲାଣି ଉତ୍ସାହର ମାହୋଲ। କେବଳ ଅପେକ୍ଷା ଆଉ ଦିନ କେଇଟାକୁ। ଏହାପରେ ଆରମ୍ଭ ହୋଇଯିବ...

ଲିଙ୍ଗ ପରିବର୍ତ୍ତନ କରୁଛି ୫ ହଜାର ବର୍ଷ ତଳର ଗଛ

ସ୍କଟଲାଣ୍ଡର ପର୍ଥ ସହର ନିକଟରେ ଥିବା ଏକ ଚର୍ଚ୍ଚରେ ୫ହଜାର ବର୍ଷ ପୂର୍ବରୁ ଥିବା ଏକ ଗଛ ଏବେ ଲିଙ୍ଗ ପରିବର୍ତ୍ତନ କରୁଥିବା କୁହାଯାଉଛି। ଏଭଳି...

ଦୀର୍ଘ ୩୦ବର୍ଷ ହେବ ମହିଳା ବେଶରେ ରହୁଛନ୍ତି ଏହି ପୁରୁଷ

ଜୌନପୁର,୩।୧୧: ଉତ୍ତର ପ୍ରଦେଶ ଜୌନପୁରରେ ଚିନ୍ତାହରଣ ଚୌହାନ(୬୬) ନାମକ ଜାଣ ବୃଦ୍ଧ ଦୀର୍ଘ ୩୦ ବର୍ଷ ହେବ ନାରୀ ବେଶରେ ରହୁଛନ୍ତି। କଥାଟା କାହାଣୀ ଭଳି...

ସତର୍କତାର ସହ କାଠ ପୋଲ ପାରି ହେଉଛି ହାତୀ: ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

Advertisement
Archives

Model This Week