Posted inଜାତୀୟ

ପ୍ରିୟଙ୍କାଙ୍କ ପଛଘୁଞ୍ଚା ରଣନୀତି

ନୂଆଦିଲ୍ଲୀ,୨୭ା୪: ପ୍ରଥମେ କଳ୍ପନାଜଳ୍ପନା, ପରେ ନିଜେ ସଙ୍କେତ ଦେଇଥିଲେ ‘ରାହୁଲ କହିଲେ ଲଢ଼ିବି’ ଆଉ ଶେଷରେ ପଛଘୁଞ୍ଚା। ଦେଶର ସବୁଠୁ ହଟ୍‌ ସିଟ୍‌ କୁହାଯାଉଥିବା ଉତ୍ତରପ୍ରଦେଶ (ୟୁପି)ର ବାରାଣସୀ ଲୋକ ସଭା ଆସନରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପ୍ରାର୍ଥତ୍ତ୍ୱକୁ ନେଇ ଏଭଳି ଯବନିକା ପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରିୟଙ୍କା ପ୍ରତିଦ୍ୱନ୍ଦ୍ୱିତା ନ କରିବାର କାରଣକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏହା ପଛରେ ଏଆଇସିସିର ଭିନ୍ନ ରଣନୀତି ଥିବା କୁହାଯାଉଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୟୁପିର ଅମେଠି ଓ କେରଳର ଓ୍ବାୟନାଡ୍‌ ଆସନରେ ବିଜୟୀ ହେଲେ ଦୁଇଟିରୁ ଗୋଟିଏ ଆସନ ଭଉଣୀ ପ୍ରିୟଙ୍କାଙ୍କୁ ଛାଡ଼ିଦେବେ। ସେଠାରେ ଉପନିର୍ବାଚନ ହେଲେ ପ୍ରିୟଙ୍କା ସହଜରେ ବିଜୟୀ ହୋଇ ଆନୁଷ୍ଠାନିକ ଭାବେ ନିଜ ରାଜନୈତିକ କ୍ୟାରିୟରର ମୂଳଦୁଆ ପକାଇବାରେ ସକ୍ଷମ ହେବେ ବୋଲି କଂଗ୍ରେସ ହାଇକମାଣ୍ଡ ବିଚାର କରୁଛନ୍ତି। କାରଣ ବାରାଣସୀରେ ମୋଦି ଏକପ୍ରକାର ଅପରାଜେୟ ହୋଇଥିବାରୁ ସେଠାରେ ପ୍ରିୟଙ୍କା ବିଫଳତାର ସ୍ବାଦ ଚାଖି ରାଜନୈତିକ ଜୀବନ ଆରମ୍ଭ କରନ୍ତୁ ବୋଲି ଉଭୟ ଭାଇ ରାହୁଲ ଓ ମା’ ସୋନିଆ ଗାନ୍ଧୀ ଚାହୁଁ ନ ଥିବା ବିଶ୍ଳେଷକମାନେ ମତ ଦେଇଛନ୍ତି।
୨୦୧୪ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରାଣସୀରେ ପ୍ରତିଦ୍ୱନ୍ଦ୍ୱିତା କରି ତୃତୀୟ ସ୍ଥାନରେ ରହିଥିଲେ କଂଗ୍ରେସ ନେତା ଅଜୟ ରାୟ। ଏପରି କି ତାଙ୍କ ଅମାନତ ମଧ୍ୟ ରହି ନ ଥିଲା। ମୋଦି ୫,୮୧,୦୨୨ ଭୋଟ ପାଇ ବିଜୟୀ ହୋଇଥିବାବେଳେ ଅଜୟ ମାତ୍ର ୭୫,୬୧୪ ଭୋଟ ହାସଲ କରି ଶୋଚନୀୟ ପରାଜୟବରଣ କରିଥିଲେ। ୨,୦୯,୨୩୮ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ଏଏପି ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହେବା ତାଙ୍କର ଭୁଲ ଥିଲା ବୋଲି ସ୍ବୀକାର କରିଥିଲେ। ଏପରି ସ୍ଥଳେ ପୂର୍ବରୁ କେବଳ ରାହୁଲଙ୍କ ଅମେଠି ଓ ସୋନିଆଙ୍କ ରାଏବରେଲି ଲୋକ ସଭା ଆସନରେ ପ୍ରଚାରରେ ସୀମିତ ରହୁଥିବା ପ୍ରିୟଙ୍କା ଗତ ଫେବୃୟାରୀ ୪ରେ ପୂର୍ବ ୟୁପି ସାଧାରଣ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ। ସେବେଠୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ତାଙ୍କର ଆକ୍ରମଣାମତ୍କ ମନ୍ତବ୍ୟ ଓ ପ୍ରଚାର ଶୈଳୀକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା ଯେ, ପ୍ରିୟଙ୍କା ଏଥର ମୋଦିଙ୍କ ବିପକ୍ଷରେ ବାରାଣସୀରୁ ଲଢ଼ିବେ। ଏହାକୁ ନେଇ ରାହୁଲ ଗାନ୍ଧୀ ‘ସସ୍‌ପେନ୍ସ ଇଜ୍‌ ଗୁଡ୍‌’ ବୋଲି କହିବା ପରେ ସମସ୍ତେ ଭାବିଥିଲେ ପ୍ରିୟଙ୍କା ସେଠାରୁ ହିଁ ପ୍ରାର୍ଥୀ ହେବେ। କେହି କେହି ପ୍ରିୟଙ୍କାଙ୍କୁ କଂଗ୍ରେସର ତ୍ରାଣକର୍ତ୍ତା ମନେକରୁଥିଲେ ତ ପୁଣି କେତେକେ ତାଙ୍କୁ ଭାବୀ ପ୍ରଧାନମନ୍ତ୍ରୀ ଭାବେ ଅଭିହିତ କରିବାରେ ଲାଗିଥିଲେ। ହେଲେ ଶେଷରେ ମୋଦି ନାମାଙ୍କନପତ୍ର ଦାଖଲ ଲାଗି ବାରାଣସୀରେ ମେଗା ରୋଡ୍‌ ଶୋ କରିବାର କିଛି ସମୟ ପୂର୍ବରୁ ପୂର୍ବତନ ବିଧାୟକ ତଥା ବାହୁବଳୀ ନେତା ଅଜୟ ରାୟଙ୍କୁ କଂଗ୍ରେସ ସେଠାରେ ପୁଣିଥରେ ପ୍ରାର୍ଥୀ କରି ପ୍ରଧାନମନ୍ତ୍ରୀଙ୍କ ବିଜୟକୁ ସୁନିଶ୍ଚିତ କରିଛି ବୋଲି ଆଲୋଚନା ହେଉଛି। ସମ୍ଭବତଃ ଏଇଥିପାଇଁ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅରୁଣ ଜେଟ୍‌ଲୀ ନିଜ ବ୍ଲଗ୍‌ରେ ଲେଖିଛନ୍ତି, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭୟଭୀତ ହୋଇ ପ୍ରତିଦ୍ୱନ୍ଦ୍ୱିତାରୁ ବାହାରି ଯାଇଛନ୍ତି। ଏବେ ନିର୍ବାଚନର ଅବଶିଷ୍ଟ ପର୍ଯ୍ୟାୟଗୁଡ଼ିକରେ କଂଗ୍ରେସର ନିଜ ଗୋଲ୍‌ରୁ ଭାଜପାକୁ ଫାଇଦା ମିଳିବାକୁ ଯାଉଛି। ବିଶେଷକରି ୟୁପିର ଅବଶିଷ୍ଟ ଆସନଗୁଡ଼ିକରେ, ଯେଉଁଠି ସମ୍ଭବତଃ ୨୦୧୯ର ବିଜେତା ସ୍ଥିର ହେବ।
ବାରାଣସୀ ଆସନ ବିରୋଧୀ ମହାମେଣ୍ଟର ସମାଜବାଦୀ ପାର୍ଟି (ଏସ୍‌ପି) ଭାଗରେ ପଡ଼ିଛି। ଏଠାରେ ଶାଳିନୀ ଯାଦବଙ୍କୁ ଏସ୍‌ପି ଟିକେଟ ଦେଇଛି। ପ୍ରିୟଙ୍କା ବାରାଣସୀରୁ ନାମାଙ୍କନପତ୍ର ଦାଖଲ କରିଥିଲେ ମୋଦିଙ୍କୁ ହରାଇବା ପାଇଁ ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ହୁଏତ ଖୁସିରେ ଶାଳିନୀଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ କହିଥାନ୍ତେ। ତେବେ ପ୍ରିୟଙ୍କା ନିର୍ବାଚନ ଲଢ଼ିବା ନେଇ ବାହାରେ ଯେତେ କହୁଥିଲେ ମଧ୍ୟ ସୋନିଆ ଓ ରାହୁଲ ଏନେଇ ଗମ୍ଭୀରତା ସହ ଚିନ୍ତା କରିନାହାନ୍ତି ବୋଲି ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି। ଏବେ ୟୁପିର ଯେଉଁ ୧୮ ଆସନରେ କଂଗ୍ରେସର ସ୍ଥିତି ଅପେକ୍ଷାକୃତ ଭଲ ଅଛି, ସେହି ସିଟ୍‌ଗୁଡ଼ିକରେ ପ୍ରିୟଙ୍କା ଧୂଆଁଧାର ପ୍ରଚାର କରି ଭାଜପାର ଷ୍ଟାର କ୍ୟାମ୍ପେନର ମୋଦିଙ୍କୁ ବାରାଣସୀରେ ବାନ୍ଧିରଖିବାକୁ ଉଦ୍ୟମ କରିବେ। ମେ ୨୩ରେ ନିର୍ବାଚନ ଫଳ ଆସିବା ପରେ କଂଗ୍ରେସ ହାଇକମାଣ୍ଡ ବିଚାର କରିବେ ରାହୁଲ ଅମେଠି କିମ୍ବା ଓ୍ବାୟନାଡ୍‌ କେଉଁ ଆସନରୁ ପ୍ରତିନିଧିତ୍ୱ କରିବେ ଓ କେଉଁ ଆସନ ପ୍ରିୟଙ୍କାଙ୍କ ପାଇଁ ଛାଡ଼ିଦେବେ। ଆସନ ଛାଡ଼ିବାର ୬ ମାସ ମଧ୍ୟରେ ଉପନିର୍ବାଚନ ହେବ। ସେତେବେଳେ ପ୍ରିୟଙ୍କାଙ୍କ ବିରୋଧରେ ଭାଜପା କାହାକୁ ପ୍ରାର୍ଥୀ କରିବ ତାହା ଉପରେ ପ୍ରିୟଙ୍କାଙ୍କ ରାଜନୈତିକ ଭବିଷ୍ୟତ ନିର୍ଭର କରିବ ବୋଲି ବିଶ୍ଳେଷକମାନେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆ ଛାଡିବେ ମୋଦି: ଟ୍ରେଣ୍ଡ କରୁଛି ‘ହାସ ନୋସାର୍‌’

ନୂଆଦିଲ୍ଲୀ,୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସୋସିଆଲ ମିଡିଆ ଛାଡିବା କଥା ଚିନ୍ତା କରୁଛନ୍ତି ବୋଲି କହିଥିଲେ। ଟୁଇଟ୍‌ କରି ସେ ଫେସବୁକ୍‌, ଟୁଇଟର, ଇନଷ୍ଟାଗ୍ରାମ...

ପବଜୀ ପାଇଁ ପରିବାର ଲୋକଙ୍କ ସହ କଳି କରି ଏମିତି ପଦକ୍ଷେପ ନେଲେ ଛାତ୍ର

ଜଲନ୍ଧରଭାରତୀୟ ବଜାରରେ ସବୁଠାରୁ ଲୋକପ୍ରିୟ ସ୍ମାର୍ଟଫୋନ ଖେଳ ଭାବେ ପବଜୀ ବେଶ୍‌ ଲୋକପ୍ରିୟ ହୋଇଛି। ଆଜିର ଯୁବଗୋଷ୍ଠୀ ଏହି ଖେଳ ପାଇଁ ପୂରା ପାଗଳ। ଏହାର...

ଫଡନାଭିସ- କୋଶୟାରୀଙ୍କ ସହିତ ମେମନ ସମ୍ପୃକ୍ତି ନେଇ ଉଦ୍ଧବ ସମର୍ଥକ ଭାଜପାକୁ ଘେରିଲେ…

ମୁମ୍ବାଇ, ୧୦।୯ : ମହାରାଷ୍ଟ୍ରର ୟାକୁବ ମେମନଙ୍କ କବରକୁ ମଜାର ଆକାର ଦେବାକୁ ଚେଷ୍ଟା କରିବା ବର୍ତ୍ତମାନ ଏକ ନୂଆ ରାଜନୈତିକ ମୋଡ଼ ନେଇଛି। ଏହାକୁ...

୧୦ ଲକ୍ଷ ଟପିଲା ଭାରତ

ନୂଆଦିଲ୍ଲୀ, ୧୮।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଶନିବାର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଟପିଛି। ଏବେ ଦେଶରେ...

ଗୋଗ୍ରା, ହଟ୍‌ ସ୍ପ୍ରିଙ୍ଗ୍‌ସରୁ ହଟିବାକୁ ମନାକଲା ଚାଇନା

ନୂଆଦିଲ୍ଲୀ, ୧୧।୪: ଭାରତ ଓ ଚାଇନା ସୈନ୍ୟବାହିନୀର ୧୧ତମ କମାଣ୍ଡର ସ୍ତରୀୟ ଆଲୋଚନା ଶୁକ୍ରବାର ଆରମ୍ଭ ହୋଇଥିଲା। ପୂର୍ବ ଲଦାଖର ଗୋଗ୍ରା ଏବଂ ହଟ୍‌ ସ୍ପ୍ରିଙ୍ଗସ...

ବସ୍‌ରେ ଦିଲ୍ଲୀରୁ ଲଣ୍ଡନ ଯାତ୍ରା ଏବେ ହେବ ସହଜ

ନୂଆଦିଲ୍ଲୀ/ଲଣ୍ଡନ, ୨୨।୮: ବସ୍‌ରେ ଦିଲ୍ଲୀରୁ ଲଣ୍ଡନ ଯାତ୍ରା ଏବେ ସମ୍ଭବ ହୋଇପାରିବ। ଏନେଇ ଗୁଡ଼ଗାଓ୍ବଁର ଏକ ଘରୋଇ ଟ୍ରାଭେଲ୍‌ କମ୍ପାନୀ ଅଗଷ୍ଟ ୧୫ଠାରୁ ଏକ ବସ୍‌ର...

ଲାଲୁଙ୍କ ପରିବାର ସହ ଜଡିତ ସମ୍ପତ୍ତି ଜବତ, ଜମି ବଦଳରେ ଚାକିରି ଦେବା ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ

ପାଟନା,୩୧।୭: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଏବଂ ଅନ୍ୟମାନଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୂଚନାନୁସାରେ, ଜମି ବଦଳରେ ଚାକିରି ଦେବା...

ବ୍ରିଜରୁ ଖସି ପଡିଲା କାର: ବିଧାୟକଙ୍କ ପୁଅ ସହ ୭ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ୱାର୍ଡ଼(ମହାରାଷ୍ଟ୍ର),୨୫।୧: ମହାରାଷ୍ଟ୍ରର ସେଲସୁରା ନିକଟରେ ସାମବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଭାଜପା ବିଧାୟକ ବିଜୟ ରାହଙ୍ଗଦେଲଙ୍କ ପୁଅ ଅଭିଷେକ...

Advertisement
Archives

Model This Week