Posted inଖେଳ

ପ୍ରିମିୟର ଲିଗ୍‌: ମାଞ୍ଚେଷ୍ଟର ସିଟିର ପ୍ରଥମ ପରାଜୟ

ଲଣ୍ଡନ,୧୫।୯(ଏଏଫ୍‌ପି)- ଜାନୁୟାରୀ ପରେ ପ୍ରିମିୟର ଲିଗ୍‌ରେ ମାଞ୍ଚେଷ୍ଟର ସିଟ୍‌ ତା’ର ପ୍ରଥମ ପରାଜୟ ବରଣ କରିଛି। ଶନିବାର ଅନୁଷ୍ଠିତ ମୁକାବିଲାରେ ନରଓ୍ବିଚ୍‌ ସିଟି ୩-୨ ଗୋଲରେ ମାଞ୍ଚେଷ୍ଟର ସିଟିକୁ ହରାଇଛି। ନରଓ୍ବିଚ୍‌ ତରଫରୁ କେନି ମ୍ୟାକଲିନ୍‌ ୧୮ ତମ ମିନିଟ୍‌ରେ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାପରେ ଟୋଡ କାଣ୍ଟଓ୍ବେଲ୍‌ ୨୮ତମ ମିନିଟ୍‌ରେ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ମାଞ୍ଚେଷ୍ଟର ତରଫରୁ ୪୫ତମ ମିନିଟ୍‌ରେ ସର୍ଗିଓ ଅଗୁଏରୋ ଗୋଲ ସ୍କୋର କରିଥିଲେ। ତେବେ ୫୦ତମ ମିନିଟ୍‌ରେ ଟିମୁ ପୁକ୍କି ନରଓ୍ବିଚ୍‌ ପାଇଁ ତୃତୀୟ ଗୋଲ ଦେଇଥିଲେ। ଶେଷରେ ରୋଡ୍ରିଗୋ ଡେର୍ନାଣ୍ଡିଜ୍‌ କାସକାଣ୍ଟ ୮୮ତମ ମିନିଟ୍‌ରେ ଗୋଲ ଦେଇ ପରାଜୟ ବ୍ୟବଧାନକୁ କମାଇଥିଲେ। ଏହି ପରାଜୟ ମାଞ୍ଚେଷ୍ଟର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପ୍ରିମିୟର ଲିଗ୍‌ ତାଲିକାରେ ମାଞ୍ଚେଷ୍ଟର ୫ଟି ମ୍ୟାଚ୍‌ ଖେଳି ୩ ବିଜୟ, ଗୋଟିଏ ଡ୍ର ଓ ଗୋଟିଏ ପରାଜୟ ସହ ୧୦ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଲିଭରପୁଲ ୫ଟି ମ୍ୟାଚ୍‌ ଖେଳି ୫ଟି ବିଜୟ ସହ ୧୫ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କରୋନା ଭାଇରସ୍‌: ଫ୍ରେଞ୍ଚ୍‌ ଓପନ କ୍ୱାଲିଫାଇଂରୁ ୫ଖେଳାଳି ବାଦ୍‌

ପ୍ୟାରିସ, ୨୨ା୯ (ଏପି)-ଫ୍ରେଞ୍ଚ୍‌ ଓପନ୍‌ ପାଇଁ କ୍ୱାଲିଫାଇଂ ରାଉଣ୍ଡ ପୂର୍ବରୁ ଦୁଇ ଖେଳାଳି କରୋନା ପଜିଟିଭ ହୋଇଥିବା ଫ୍ରେଞ୍ଚ ଟେନିସ୍‌ ଫେଡେରେଶନ (ଏଫ୍‌ଟିଏଫ୍‌) କହିଛି। ଅନ୍ୟପକ୍ଷରେ...

ସନ୍ୟାସକୁ ନେଇ ଏଭଳି କହିଲେ ଶାମି: ଚର୍ଚ୍ଚାରେ ଏବେ ବୟାନ

ନୂଆଦିଲ୍ଲୀ,୧।୪: ଅଭିଜ୍ଞ ଖେଳାଳି ସନ୍ୟାସ ନେବା ପରେ ଦଳରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥାଏ। ହେଲେ ବର୍ତ୍ତମାନର ଭାରତୀୟ ଟିମ୍‌କୁ ଦେଖିଲେ ଭବିଷ୍ୟତରେ ସେଭଳି ଅସୁବିଧା...

ଟି୨୦ ବିଶ୍ୱକପ୍‌ ଘୁଞ୍ଚିଲେ ଆଇପିଏଲ୍‌ ଖେଳିବି: ସ୍ମିଥ୍‌

ସିଡନୀ,୧।୬(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ଆସନ୍ତା ଅକ୍ଟୋବର- ନଭେମ୍ବରରେ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଘୁଞ୍ଚିବାର ସମ୍ଭାବନା ସୃଷ୍ଟି ହୋଇଛି। ଏପରି ହେଲେ...

ସୁଯୋଗ ପାଇବା ପୂର୍ବରୁ ବାଦ୍‌ ପଡ଼ିଲେ

ମୋହାଲି,୭।୩: ଭାରତୀୟ ମ୍ୟାନେଜମେଣ୍ଟ ଚାଇନାମ୍ୟାନ୍‌ ସ୍ପିନର କୁଲଦୀପ ଯାଦବଙ୍କୁ ଦଳରୁ ରିଲିଜ କରିଛି। ଅଲରାଉଣ୍ଡର ଅକ୍ଷର ପଟେଲ ସମ୍ପୂର୍ଣ୍ଣ ଫିଟ୍‌ ହେବା ପରେ ଏଭଳି ନିଷ୍ପତ୍ତି...

ପିତାଙ୍କ ହତ୍ୟାରେ ଭାଙ୍ଗି ପଡି ନ ଥିଲେ ବିଶ୍ୱର ନଂ ୧ ମହିଳା ରେସଲର୍‌

ଭାରତର ତାରକା ରେସଲର ଭିନେଶ ଫୋଗେଟ ମାଟିଓ ପାଲିକନ ର଼୍ୟାଙ୍କିଙ୍ଗ ରେସଲିଂ ସିରିଜରେ କ୍ରମାଗତ ଦ୍ୱିତୀୟ ସ୍ବର୍ଣ୍ଣ ଜିତିଛନ୍ତି। ଏକମାତ୍ର ଭାରତୀୟ ମହିଳା ରେସଲର ଭାବେ...

କୋହଲି-ଡି’ଭିଲର୍ସଙ୍କ ଟିମ୍‌ରେ ଧୋନୀ ଅଧିନାୟକ

ନୂଆଦିଲ୍ଲୀ, ୨୬।୪- ଅନ୍ତର୍ଜାତୀୟ କ୍ରିକେଟରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲର୍ସ ଦୁଇ ବନ୍ଧୁଭାବେ ବେଶ୍‌ ପରିଚିତ। ଦୁହେଁ...

କୋହଲି, ସ୍ମିଥଙ୍କ ରେକର୍ଡ ଭାଙ୍ଗିଲେ ନେପାଳ ଅଧିନାୟକ

କାଠମାଣ୍ଡୁ ,୩୦।୯: ନେପାଳ କ୍ରିକେଟ ଦଳର ଅଧିନାୟକ ପାରସ ଖାଡ୍‌କା ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହାଇଛନ୍ତି। ଶନିବାର ସିଙ୍ଗାପୁର ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ଶତକ...

୭ ରନ୍‌ରେ ୬ ଉଇକେଟ୍‌ ନେଇ ଐତିହାସିକ ମୁଲାଗ ପଦକ ଜିତିଲେ ଏହି କ୍ରିକେଟର୍‌

ମେଲବୋର୍ନ,୨୮।୧୨: ଅଷ୍ଟ୍ରେଲିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ପ୍ରଥମ ଟେଷ୍ଟ ଖେଳୁଥିବା ଫାଷ୍ଟ ବୋଲର ସ୍କଟ ବୋଲାଣ୍ଡ ମାତ୍ର ସାତ ରନ ଦେଇ ୬ଟି ଉଇକେଟ ନେଇଥିଲେ।...

Advertisement
Archives

Model This Week