Posted inଖେଳ

ପ୍ରିମିୟର ଲିଗ୍‌ରେ ପାସ ମାଷ୍ଟର ରୋଡ୍ରିଙ୍କ ରେକର୍ଡ

ମାଞ୍ଚେଷ୍ଟର,୨୦।୨- ମାଞ୍ଚେଷ୍ଟର ସିଟି ଦଳର ମିଡ୍‌ଫିଲ୍ଡର ରୋଡ୍ରି ପ୍ରିମିୟର ଲିଗ୍‌ର ଏକ ରେକର୍ଡ ଅଧିକାରୀ ହୋଇଛନ୍ତି। ମାଞ୍ଚେଷ୍ଟର ସିଟି ୨-୦ ଗୋଲରେ ଓ୍ବେଷ୍ଟ ହାମକୁ ହରାଇ ଦେଇଛି। ଏହି ମ୍ୟାଚ୍‌ରେ ସ୍ପାନିଶ ମିଡ୍‌ଫିଲ୍ଡର ରୋଡ୍ରି ପ୍ରଥମ ଗୋଲ ଦେଇଥିଲେ। ଦ୍ୱିତୀୟାର୍ଦ୍ଧ ତଥା ୬୨ତମ ମିନିଟ୍‌ରେ କେଭିନ ଡେ ବ୍ରୁନେ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ପୂରା ମ୍ୟାଚ୍‌ରେ ରୋଡ୍ରି ୧୮୮ଟି ପାସ କରିଥିଲେ। ଏଥିରେ ୧୭୮ଟି ସଫଳ ହୋଇଥିଲା। ପ୍ରିମିୟର ଲିଗ୍‌ରେ ଜଣେ ଖେଳାଳି ଗୋଟିଏ ମ୍ୟାଚ୍‌ରେ ଏହା ସର୍ବାଧିକ ସଂଖ୍ୟକ ପାସ। ରୋଡ୍ରି ପୂରା ଓ୍ବେଷ୍ଟ ହାମ ଦଳଠାରୁ ଅଧିକ ସଂଖ୍ୟାରେ ପାସ କରିଥିଲେ। ଓ୍ବେଷ୍ଟ ହାମ ଦଳର ଖେଳାଳିମାନେ ମୋଟ ୧୬୯ ପାସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୁଲସେକରାଙ୍କ ଅବସର

କଲମ୍ବୋ,୨୪।୭- ପୂର୍ବତନ ଶ୍ରୀଲଙ୍କା ବୋଲର ନୂଆନ କୁଲସେକରା ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। କିମ୍ବଦନ୍ତୀ ପେସର ଲସିଥ ମାଲିଙ୍ଗା ବାଂଲାଦେଶ ବିପକ୍ଷ ପ୍ରଥମ...

ଆଜି ଦ୍ୱିତୀୟ ଟି୨୦: ଜାଣନ୍ତୁ କେବେ, କେଉଁଠି ଆଉ କେତେବେଳେ ଦେଖିବେ…

ନୂଆଦିଲ୍ଲୀ,୯।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦ ମୁକାବିଲା ଶନିବାର ଖେଳାଯିବ। ଭାରତ ତିନି ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜରେ ୧-୦ରେ ଆଗୁଆ ରହିଛି।...

ଦଳ ପାଇଁ ଓପନିଂ କରିବାକୁ ଚାହୁଁଛନ୍ତି ଚହଲ, ମନା କରିବାରୁ କୋଚଙ୍କ ଅବସ୍ଥା ହେଲା ଏମିତି

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍‌ର ସ୍ପିନ୍‌ ବୋଲର୍‌ ୟୁଜବେନ୍ଦ୍ର ଚହଲ କେବଳ ପଡିଆରେ ନୁହେଁ ବାହାରେ ମଧ୍ୟରେ ବେଶ୍‌ ଚର୍ଚ୍ଚାରେ ଥାନ୍ତି। ନିଜ ମଜାକିଆ ଅନ୍ଦାଜ...

କ୍ଲିନ୍‌ସୁଇପ୍‌ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭାରତ

ଡବଲିନ୍‌,୨୮।୬: ଭାରତ ଏବଂ ଆୟାରଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ ମଙ୍ଗଳବାର ଅର୍ଥାତ୍‌ ଆଜି ଖେଳାଯିବ। ଟିମ ଇଣ୍ଡିଆ ଏହି...

କୋରିଆ ଓପନ: ସିନ୍ଧୁ, ପ୍ରଣୀଥ ଆଉଟ୍‌

ଇଞ୍ଚୋନ,୨୫।୯(ପିଟି): ବିଶ୍ୱ ଚାମ୍ପିୟନ ପି. ଭି. ସିନ୍ଧୁ ଏଠାରେ ଚାଲିଥିବା କୋରିଆ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ପରାଜୟ ସହ ବିଦାୟ ନେଇଛନ୍ତି। ଅନ୍ୟପକ୍ଷରେ...

ଓଡ଼ିଶା ଓମେନ୍ସ ଲିଗ୍‌ରେ ୬ ଦଳ

ଭୁବନେଶ୍ୱର, ୨୮।୨(କ୍ରୀଡ଼ା ପ୍ରତିନିଧି)- * ପ୍ରତିଯୋଗିତାରେ ୩୦ ମ୍ୟାଚ * ଡବଲ୍‌ ହେଡର ଲିଗ୍‌ଭିତ୍ତିରେ ଖେଳ ହେବ * ଅଂଶଗ୍ରହଣକାରୀ ଦଳ: ସ୍ପୋଟର୍‌ସ ହଷ୍ଟେଲ, ସାଇ-ଏସ୍‌ଟିସି,...

ରୋହିତଙ୍କ ଓପନିଂ ପାର୍ଟନର କୋହଲି ନୁହନ୍ତି

ନୂଆଦିଲ୍ଲୀ,୯।୯: ଗତ ମାର୍ଚ୍ଚରେ ବିରାଟ କୋହଲି ସଫଳତାର ସହ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରେ ଓପନିଂ କରିଥିଲେ। ଆଉ ଟି୨୦ ବିଶ୍ୱକପ୍‌ରେ...

ରଣଜୀ କ୍ରିକେଟରଙ୍କୁ ମନ ଦେଇ ବସିଲେ ବେଦା

ନୂଆଦିଲ୍ଲୀ,୧୨।୯: ଭାରତୀୟ କ୍ରିକେଟର ବେଦା କ୍ରିଷ୍ଣାମୂର୍ତ୍ତି ଗତ କିଛି ଦିନ ହେବ ଦଳରୁ ବାଦ୍‌ ପଡିଛନ୍ତି। ସେ ଏବେ ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ...

Advertisement
Archives

Model This Week