ପ୍ରାଥମିକ ବିଦ୍ୟାଳୟକୁ ଆଉ ଆସୁନି ପାଠ୍ୟୋପକରଣ : ସରକାରଙ୍କ ଅଜବ ନୀତିରେ ନିରାଶ ଛାତ୍ରୀଛାତ୍ର

ଜଗତ୍‌ସିଂହପୁର ଅଫିସ,୧୧ା୮: ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରତି ପିଲାମାନଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ମାଗଣା ବହି, ପୋଷାକ ସାଙ୍ଗକୁ ମଧ୍ୟାହ୍ନ ଭୋଜନ ଦେଉଛନ୍ତି। ବିଦ୍ୟାଳୟରେ ନାମଲେଖା ଫି ମଧ୍ୟ ଛାଡ କରାଯାଇଛି। କିନ୍ତୁ ମଝିରେ ମଝିରେ କେତେକ ପାଠ୍ୟୋପକରଣ ପ୍ରଦାନ କରି ପରବର୍ତ୍ତୀ ସମୟରେ ସେସବୁ ବନ୍ଦ କରିଦେଉଥିବାରୁ ଛାତ୍ରୀଛାତ୍ର ନିରାଶ ହେଉଛନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ୨୦୧୭-୧୮ରେ ସରକାର ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍ଲେଟ, ଖଡି, ପେନ୍‌, ପେନ୍‌ସିଲ, ପେନସିଲ ବାକ୍ସ, ଇରେଜର, କଟର, ଓଡ଼ିଆ ହସ୍ତାକ୍ଷର ଖାତା, ମହମ ରଙ୍ଗ, ନୋଟ୍‌ କିମ୍ବା ଏକ୍ସରସାଇଜ୍‌ ଖାତା ଦେବା ବ୍ୟବସ୍ଥା କରିଥିଲେ। କିନ୍ତ ଏହାର ପରବର୍ଷଠାରୁ ଆଉ ସେସବୁ ଦିଆଯାଉନାହିଁ। କେଉଁ କାରଣରୁ ଏସବୁ ସାମଗ୍ରୀ ଦିଆଯାଉନାହିଁ, ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।

ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୭-୧୮ରେ ଜଗତ୍‌ସିଂହପୁର ଶିକ୍ଷା ଜିଲାର ବାଲିକୁଦା, ବିରିଡ଼ି, ଏରସମା, ଜଗତ୍‌ସିଂହପୁର, କୁଜଙ୍ଗ, ନାଉଗାଁ, ରଘୁନାଥପୁର, ତିର୍ତ୍ତୋଲ, ଜଗତ୍‌ସିଂହପୁର ପୌର ପରିଷଦ, ପାରାଦୀପ ପୌର ପରିଷଦ ଓ କଟକ ଜିଲାର କିଛି ଅଞ୍ଚଳରେ ୧ମରୁ ୫ମ ଶ୍ରେଣୀରେ ପଢୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ୧୦ ପ୍ରକାର ପଠନ ଓ ଲିଖନ ସାମଗ୍ରୀ ଆସିଥିଲା। ଛାତ୍ରୀଛାତ୍ର ସଂଖ୍ୟା ଦେଖି ବ୍ଲକ ଅନୁଯାୟୀ ଏସବୁ ସାମଗ୍ରୀ ଦିଆଯାଇଥିଲା। ୧ମ ଶ୍ରେଣୀରେ ପଢୁଥିବା ପିଲାଙ୍କୁ ସିଲଟ, ଖଡ଼ି, ପେନସିଲ୍‌, ପେନସିଲ୍‌ ବାକ୍ସ, ଇରେଜର୍‌, କଟ୍ଟର, ଓଡ଼ିଆ ହସ୍ତାକ୍ଷର ଖାତା ଏବଂ ମହମ ରଙ୍ଗ ଖଡି ଦିଆଯିବା ବ୍ୟବସ୍ଥା ହୋଇଥିଲା। ସେହିପରି ୨ୟରୁ ୫ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପେନ୍‌ସିଲ୍‌, ପେନସିଲ୍‌ ବାକ୍ସ, ଇରେଜର୍‌, କଟର, ମହମ ରଙ୍ଗଖଡି, କଲମ, ନୋଟ୍‌/ଏକ୍ସରସାଇଜ୍‌ ଖାତା ପ୍ରଦାନ କରାଯାଇଥିଲା। ଜଗତ୍‌ସିଂହପୁର ଶିକ୍ଷା ଜିଲା ପାଇଁ ମୋଟ ଉପରେ ୯,୭୫୦ ସିଲଟ, ୯,୭୫୦ ଖଡି (ସ୍ଲେଟ୍‌ ପେନ୍‌ସିଲ), ୯,୭୫୦ ଓଡ଼ିଆ ହସ୍ତାକ୍ଷର, ୫୧,୯୨୮ ପେନସିଲ୍‌ ବାକ୍ସ, ୫୧,୯୨୮ ପେନସିଲ୍‌, ୫୧,୯୨୮ ଇରେଜର୍‌, ୫୧,୯୨୮ କଟର, ୫୧,୯୨୮ ମହମ ରଙ୍ଗ ଖଡି, ୪୨,୧୪୫ ଏକ୍ସରସାଇଜ୍‌ ବହି ଓ ୪୨,୧୪୫ଟି କଲମ ପ୍ରଦାନ କରାଯାଇଥିଲା। ଏଥିପାଇଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଲାଭ କରୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏପରି କି ସେମାନଙ୍କ ଅଭିଭାବକମାନେ ମଧ୍ୟ ଖୁସି ହୋଇଥିଲେ। ପ୍ରତିବର୍ଷ ଏହିସବୁ ପଠନ ଓ ଲିଖନ ସାମଗ୍ରୀ ଦିଆଯିବ ବୋଲି ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକ ଆଶା କରିଥିଲେ। ଶିକ୍ଷୟିତ୍ରୀ, ଶିକ୍ଷକ ଓ ଶିକ୍ଷା ବିଭାଗର କର୍ମଚାରୀମାନେ ମଧ୍ୟ ଅନୁରୂପ ଆଶା ରଖିଥିଲେ। କିନ୍ତୁ ତା’ପରବର୍ଷ ଅର୍ଥାତ୍‌ ୨୦୧୮-୧୯ରେ ଆଉ ଏହା ଦିଆଗଲାନାହିଁ। ପିଲାମାନେ ଓ ସେମାନଙ୍କ ଅଭିଭାବକମାନେ ଅପେକ୍ଷା କରି ନିରାଶ ହେବାରୁ ଶିକ୍ଷକମାନଙ୍କୁ ପଚାରିଥିଲେ। ଯେହେତୁ ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟରୁ ଏହା ଆସିନାହିଁ, ତେଣୁ ସେମାନେ ନାଚାର ବୋଲି ଶିକ୍ଷକମାନେ କହି ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଅସନ୍ତୋଷ ସୃଷ୍ଟି ହୋଇଥିଲା। ୨୦୧୯-୨୦ରେ ଏହା ମିଳିବା ଆଶା ପୁଣି ଉଜ୍ଜୀବିତ ହୋଇଥିଲା। କିନ୍ତୁ ଅଦ୍ୟାବଧି ଏହା ପହଞ୍ଚତ୍ ପାରିନାହିଁ। ଏ ସମ୍ପର୍କରେ ବିଭିନ୍ନ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକମାନେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁନାହାନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ନାମ ଗୋପନ ରଖି କହିଛନ୍ତି, ବାସ୍ତବରେ ସରକାରଙ୍କ ଏଭଳି ନିଷ୍ପତ୍ତି ଠିକ ନୁହେଁ। ଯଦି କିଛି ଦିଆଯିବା କଥା ତେବେ ତାହା ନିୟମିତ ହେଉ। ଗୋଟିଏ ବର୍ଷ ଦେଇ ଅନ୍ୟବର୍ଷ ନ ଦେବା ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକଙ୍କୁ ନିରାଶ କରୁଛି । ଏଥିଯୋଗୁ ଶିକ୍ଷକମାନେ ମଧ୍ୟ ଅସୁବିଧାରେ ପଡୁଛନ୍ତି। କାରଣ ଅନେକ ଛାତ୍ରାଭିଭାବକ ବିଦ୍ୟାଳୟ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। ସେମାନଙ୍କ ସନ୍ଦେହ ଶିକ୍ଷକମାନେ ଏସବୁ ସାମଗ୍ରୀ ପିଲାଙ୍କୁ ନ ଦେଇ ବଜାରରେ ଚୋରାରେ ବିକ୍ରି କରି ଲାଭବାନ ହେଉଛନ୍ତି। ସେମାନଙ୍କୁ ବୁଝାଇବା ମଧ୍ୟ ସବୁ ସମୟରେ ସହଜ ହେଉନି। ଏ ସମ୍ପର୍କରେ ଡିପିସି ସପନ କୁମାର ଜେନାଙ୍କୁ ପଚାରିବାରୁ ସେ କହିଲେ ଯେ, ବାସ୍ତବରେ ଏନେଇ ଛାତ୍ରାଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଥିଲେ ସୁଦ୍ଧା ସେମାନେ କିଛି କରିବା ସମ୍ଭବ ନୁହେଁ। କାରଣ ଓପେପାରୁ ୨୦୧୭-୧୮ରେ ପାଠ୍ୟୋପକରଣ ସାମଗ୍ରୀ ଆସିଥିଲେ ସୁଦ୍ଧା ତା’ପରବର୍ଷଠାରୁ ବନ୍ଦ କରି ଦିଆଯାଇଛି। କେଉଁ କାରଣରୁ ଆସୁନାହିଁ ତାହା ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣା: ହତ୍ୟା ମାମଲା ରୁଜୁ କଲା ଜିଆର୍‌ପି ପୋଲିସ

ଭୁବନେଶ୍ୱର,୯।୭(ବ୍ୟୁରୋ): ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ପ୍ରଥମେ ଆଦିତ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ଗୁରୁବାର ଜିଆର୍‌ପି ଥାନାରେ...

ଏନ୍‌ଇଏସ୍‌ଟି ପରୀକ୍ଷାଫଳ ପ୍ରକାଶ, କାହ୍ନା ଜୈନ ଓଡ଼ିଶା ଟପ୍ପର

ଭୁବନେଶ୍ୱର,୧୯।୬(ବ୍ୟୁରୋ): ନ୍ୟାଶନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ (ଏନ୍‌ଇଏସ୍‌ଟି) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ପଶ୍ଚିମବଙ୍ଗର ପ୍ରଣୟ ଦେ ସର୍ବଭାରତୀୟ ସ୍ତରରେ ପ୍ରଥମ ହୋଇଥିବା ବେଳେ...

ଜୁଲାଇ ୪ରେ ରଥଯାତ୍ରା: ଅପରାହ୍ନ ୪ଟାରେ ରଥଟଣା

ପୁରୀ ଅଫିସ, ୫ା୬: ଆସନ୍ତା ଜୁଲାଇ ୪ତାରିଖରେ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା। ଏହାକୁ ସୁରୁଖୁରୁରେ ସମ୍ପନ୍ନ କରିବା ଲାଗି ଚଳିତବର୍ଷ ଶ୍ରୀମନ୍ଦିର ପ୍ରଶାସନ ସଅଳ ନୀତି...

ଗବେଷଣାରେ ସହଯୋଗ ଲାଗି ବୁଝାମଣାପତ୍ର; ଛାତ୍ରୀଛାତ୍ରଙ୍କ ବୌଦ୍ଧିକ ଜ୍ଞାନ ଓ ଦକ୍ଷତା ବୃଦ୍ଧିରେ ସହାୟକ ହେବ, ସୃଷ୍ଟି ହେବ ନୂଆ ଅଧ୍ୟାୟ

ବାଲେଶ୍ୱର ଅଫିସ, ୧୭।୧୧-ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଏବଂ ଦିଲ୍ଲୀସ୍ଥିତ କଳିଙ୍ଗ ଆନ୍ତର୍ଜାତୀୟ ପ୍ରତିଷ୍ଠାନ ମଧ୍ୟରେ ଶିକ୍ଷା, ସଂସ୍କୃତି ଏବଂ ଗବେଷଣାସ୍ତରରେ ସହଯୋଗ ବୃଦ୍ଧି ପାଇଁ ଏକ...

ମଧ୍ୟାହ୍ନ ଭୋଜନ ପରିବର୍ତ୍ତେ ଚକୋଲେଟ୍‌

ଆରଡି, ୨୦ା୧୧(ଡି.ଏନ.ଏ.)-ଗତ ଶିଶୁ ଦିବସ ଉତ୍ସବ ପାଳନ ବେଳେ ଭଦ୍ରକ ଜିଲା ତିହିଡି ବ୍ଲକର ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ତଳଦୁମୁକା ଉନ୍ନୀତ ଉପ୍ରା ବିଦ୍ୟାଳୟରେ ପିଲାଙ୍କୁ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୫୦ କରୋନା ଆକ୍ରାନ୍ତ, ଗଞ୍ଜାମର ସର୍ବାଧିକ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ରାଜ୍ୟରେ ଆଉ ୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୫୦ରୁ ସର୍ବାଧିକ ୨୨ଜଣ ଗଞ୍ଜାମ ଜିଲାର ରହିଛନ୍ତି। ସେହିଭଳି ବାଲେଶ୍ୱରରୁ ୧୫, ଭଦ୍ରକରୁ ୫,...

ଅନ୍ୟର ଚାପରେ ଅସହାୟ ମମତା

ବଲାଙ୍ଗୀର ଅଫିସ, ୨୯।୬:  ବଲାଙ୍ଗୀର ସଦର ବ୍ଲକ ଚୁଡାପାଲି ଗ୍ରାମର ମମତା ପଣ୍ଡା । ସେ ଜଣେ ଅଙ୍ଗନଓ୍ବାଡି କର୍ମୀ । ହେଲେ ଜନ୍ମରୁ ଦିବ୍ୟାଙ୍ଗ...

୨୫ ଓଏଏସ୍‌ ଅଫିସର୍‌ଙ୍କ ବଦଳି

ଭୁବନେଶ୍ୱର,୧।୯ (ବ୍ୟୁରୋ):  ରାଜ୍ୟ ସରକାର ସୋମବାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ୨୫ ଜଣ ଓଏଏସ୍‌ ଅଧିକାରୀଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି। ସେମାନଙ୍କ...

Play 250+ Trending Games
Archives

Model This Week

Why Dharitri