ପ୍ରସ୍ତୁତି ଲାଗି ଯଥେଷ୍ଟ ସମୟ ଥିଲା

ନୂଆଦିଲ୍ଲୀ,୨୫ା୩: ଭାରତରେ ଏବେ ଚାରିଆଡ଼େ ଭୟ ଓ ଆତଙ୍କର ପରିବେଶ। ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ଭାଇରସ୍‌ରେ ୫୧୧ ଆକ୍ରାନ୍ତ ହେବା ପରେ ଯୁଦ୍ଧକାଳୀନ ଭିତ୍ତିରେ ସବୁ ଚାଲିଛି। ହେଲେ ବହୁ ଆଗରୁ ଏସବୁ ହୋଇପାରିଥାନ୍ତା। ପ୍ରସ୍ତୁତି ଲାଗି ଯଥେଷ୍ଟ ସମୟ ଥିଲା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି। ହରିୟାଣାର ସରକାରୀ ଡାକ୍ତର କାମନା କକ୍କରଙ୍କ ଟୁଇଟ ଉପରେ ସେ ଏଭଳି ମତ ଦେଇଛନ୍ତି। ହସ୍ପିଟାଲରେ ଅତ୍ୟାବଶ୍ୟକ ମାସ୍କ, ଗ୍ଲୋଭ୍‌ସ ଆଦି ସାମଗ୍ରୀର ଅଭାବ ପରିଲକ୍ଷିତ ହେଉଥିବା ଡାକ୍ତର ଦର୍ଶାଇଥିଲେ। କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ପ୍ରୋଟେକ୍ଟିଭ୍‌ ଇକ୍ୱିପ୍‌ମେଣ୍ଟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ନ ରହିବା ଦୁଃଖର ବିଷୟ ବୋଲି ରାହୁଲ କହିଛନ୍ତି।
କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ରାହୁଲ ଫେବୃୟାରୀ ୧୨ରେ ଏନେଇ ସତର୍କ କରାଇଥିବା ବେଳେ ସରକାର ଏହାକୁ ଖାମ୍‌ଖିଆଲ ଭାବେ ନେଇଥିଲେ। ଭେଣ୍ଟିଲେଟର, ସର୍ଜିକାଲ ମାସ୍କ ଭଳି ଲାଇଫ୍‌ ସେଭିଂ ଇକ୍ୱିପ୍‌ମେଣ୍ଟଗୁଡ଼ିକର ରପ୍ତାନି ଉପରେ କଟକଣା ଲଗାଇବାରେ ବିଳମ୍ବ ଯୋଗୁ ମଧ୍ୟ ରାହୁଲ ସରକାରଙ୍କ ଉପରେ ବର୍ଷିଛନ୍ତି। ପର୍ଯ୍ୟାପ୍ତ ମାସ୍କ ଓ ଭେଣ୍ଟିଲେଟର ମହଜୁଦ ନ ରଖି ବାହାରକୁ ପଠାଯିବାର ମାନେ କ’ଣ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଏବେ ଭାରତରେ କରୋନାକୁ ନେଇ ଲୋକେ ଭୟଭୀତ। ସେମାନଙ୍କୁ ମାସ୍କ ମିଳୁନାହିଁ। ଏଭଳି ଷଡ଼ଯନ୍ତ୍ର ପଛରେ କାହାର ହାତ ଅଛି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି କରୋନା ଲକ୍‌ଡାଉନ୍‌ରେ ପ୍ରଭାବିତ ଅସଙ୍ଗଠିତ ଶ୍ରମିକ, ନିର୍ମାଣ ଶ୍ରମିକ ଆଦିଙ୍କ ଲାଗି ରିଲିଫ୍‌ ଯୋଜନା ଘୋଷଣା କରିବା ଲାଗି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟ ନ ଆସିଲେ ରଦ୍ଦ ହେବ ଲାଇସେନ୍ସ

ନୂଆଦିଲ୍ଲୀ,୧୫ା୧୧: ଓଡ଼ିଶାର ବିଭିନ୍ନ ଜିଲା ବାର୍‌ ଆସୋସିଏଶନ ଆନ୍ଦୋଳନରେ ସାମିଲ ହୋଇଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବୁଧବାର ସୁଦ୍ଧା ଆନ୍ଦୋଳନ ପ୍ରତ୍ୟାହାର ନ କଲେ...

ଇଣ୍ଡିଗୋ ବିମାନର ଏୟାର ହୋଷ୍ଟେସଙ୍କୁ ଦୁର୍ବବ୍ୟହାର

ନୂଆଦିଲ୍ଲୀ,୯ ।୧: ଏୟାର ଇଣ୍ଡିଆର ବିମାନରେ ଜଣେ ବରିଷ୍ଠ ମହିଳାଙ୍କୁ ଦୁର୍ବବ୍ୟହାର ପରେ ଏବେ ଜଣେ ଏୟାରହୋଷ୍ଟେସଙ୍କୁ ଦୁର୍ବବ୍ୟହାର ମାମଲା ସାମ୍ନାକୁ ଆସିଛି । ଇଣ୍ଡିଗୋ...

କୁତବ ମିନାର ପରିସରରେ ପୂଜା ଅଧିକାର, ୯ ଜୁନରେ ରାୟ…

ନୂଆଦିଲ୍ଲୀ, ୨୪।୫ : ଦେଶର ରାଜଧାନୀ ଦିଲ୍ଲୀର ମେହେରୁଲିଠାରେ କୁତବ ମିନାର କମ୍ପ୍ଲେକ୍ସରେ ୨୭ଟି ହିନ୍ଦୁ ଏବଂ ଜୈନ ମନ୍ଦିରର ପୁନରୁଦ୍ଧାର ସମ୍ପର୍କିତ ଏକ ଆବେଦନ...

ପି. ଚିଦାମ୍ବରମଙ୍କୁ ମିଳିଲାନି ଆଗୁଆ ଜାମିନ୍‌

ନୂଆଦିଲ୍ଲୀ, ୨୦।୮: ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରରଙ୍କୁ ଝଟକା ଲାଗିଛି। ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ...

କୈଳାଶ ଏଏପିର ନୂଆ କ୍ଷମତା କେନ୍ଦ୍ର…

ନୂଆଦିଲ୍ଲୀ,୧।୩ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଦିଲ୍ଲୀ ସରକାରରେ ବର୍ତ୍ତମାନ ପର୍ଯ୍ୟନ୍ତ ତୃତୀୟ ବଡ଼ ମନ୍ତ୍ରୀ ଥିବା କୈଳାଶ ଗେହଲୋଟ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ...

ଘର ବଜେଟ ବି ବିଗାଡ଼ି ଦେଲେ ମୋଦି ସରକାର

ନୂଆଦିଲ୍ଲୀ, ୬।୨: ଦେଶରେ ବଢୁଥିବା ମହଙ୍ଗା ସ୍ଥିତିକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛି। ଏସମ୍ପର୍କରେ କଂଗ୍ରେସ ପକ୍ଷରୁ ରାହୁଲ...

ପ୍ରିୟଙ୍କା ଗାନ୍ଧୀଙ୍କ ଜନ୍ମଦିନରେ ଭାବପ୍ରବଣ ହେଲେ ସ୍ବାମୀ

ନୂଆଦିଲ୍ଲୀ,୧୨ା୧: ଆଜି ହେଉଛି କଂଗ୍ରେସ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ଜନ୍ମଦିନ। ପ୍ରିୟଙ୍କା ୧୨ ଜାନୁୟାରୀ ୧୯୭୨ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଏହି ଅବସରରେ ସ୍ବାମୀ ରବର୍ଟ...

ଗଲ୍‌ଓ୍ବାନରେ ଭାରତର ୪୨୩ ମିଟର ଭିତରକୁ ପ୍ରବେଶ କରିଛି ଚାଇନା

ନୂଆଦିଲ୍ଲୀ,୩୦ା୬: ଚାଇନା ସୈନ୍ୟ ଗଲ୍‌ଓ୍ବାନ ଉପତ୍ୟକାରେ ଭାରତୀୟ ଅଞ୍ଚଳ ମଧ୍ୟକୁ ୪୨୩ ମିଟର ପ୍ରବେଶ କରିବା ସହ ଉକ୍ତ ଅଞ୍ଚଳକୁ ଅକ୍ତିଆର କରି ରଖିଛି। ସାଟେଲାଇଟ୍‌...

Advertisement
Archives

Model This Week