ପ୍ରସିଦ୍ଧ ଲକ୍ଷ୍ମୀପୂଜା ଆଦ୍ୟପର୍ବ ଆରମ୍ଭ:ରାଧାଷ୍ଟମୀରେ ଅନୁକୂଳ ହେଲା ମାଟି

ଢେଙ୍କାନାଳ ଅଫିସ, ୭।୯

ପବିତ୍ର ରାଧାଷ୍ଟମୀରେ ମାଟି ଅନୁକୂଳ ସହ ଆରମ୍ଭ ହୋଇଛି ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜାର ଆଦ୍ୟପର୍ବ। ମୀନାବଜାର ଶ୍ରୀଶ୍ରୀ ମଉଡ଼ମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ଏବଂ ଗଣେଶ ବଜାର ଲକ୍ଷ୍ମୀପୂଜା ପ୍ରତିଷ୍ଠାନ ପକ୍ଷରୁ ଧନର ଦେବୀଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ ପାଇଁ ମାଟି ଅନୁକୁଳ କରାଯାଇଛି।
ପୂର୍ବାହ୍ନ ୮ଟାରେ ମୀନାବଜାର ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ପୂଜାମଣ୍ଡପଠାରୁ ଶୋଭାଯାତ୍ରାରେ ବାହାରି ବଡ଼ଯୋରା ନାଳ ନିକଟରେ ପହଞ୍ଚତ୍ଥିଲେ। ସେଠାରେ ବିଧିବଦ୍ଧଭାବେ ପୂଜାର୍ଚ୍ଚନା କରାଯିବା ପରେ ଶୁଭମାଟି ଉଠାଯାଇଥିଲା। ଘଣ୍ଟ, ଶଙ୍ଖ, ବାଦ୍ୟର ତାଳେତାଳେ ଅନୁକୁଳ ହୋଇଥିବା ମାଟିକୁ ମଣ୍ଡପକୁ ଅଣାଯାଇଥିଲା। ସେହିପରି ଗଣେଶ ବଜାର ଶ୍ରୀଶ୍ରୀ ସୌଭାଗ୍ୟଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ଚଳିତବର୍ଷ ବ୍ରାହ୍ମଣୀ ନଦୀରୁ ମାଟି ଅନୁକୁଳ କରାଯାଇଛି। ଲକ୍ଷ୍ମୀପୂଜାକୁ ମାତ୍ର ମାସେ ଥିବାବେଳେ ମା’ଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ଶୁଭଲଗ୍ନ ସ୍ଥିର କରାଯାଇଥିବା ଗଣେଶ ବଜାର ପୂଜା କମିଟି ସମ୍ପାଦକ ବିଶ୍ୱନାଥ ବେହେରା ସୂଚନା ଦେଇଛନ୍ତି।
ପବିତ୍ର ସୁନିଅଁା ଅବସରରେ ଆସନ୍ତା ୧୦ ତାରିଖରେ ଅନ୍ୟ ପୂଜା ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ମାଟି ଅନୁକୂଳ କରାଯିବ। ଏହାକୁ ନେଇ ପ୍ରସ୍ତୁତି ଜୋର୍‌ ଧରିଛି। ଅପରପକ୍ଷେ ମାଟି ଅନୁକୂଳ ପରେ ଲକ୍ଷ୍ମୀପୂଜାକୁ ନେଇ ସହରବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଉଦ୍ଦୀପନା ପରିଲକ୍ଷିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏୟୁସିସିବି ଏଟିଏମ୍‌ ସମ୍ମୁଖ ପାଲଟିଛି ପାର୍କିଂ ଜୋନ୍‌: ଉଦ୍‌ଘାଟନ ପରଠାରୁ ଅଚଳ

ପରଜଙ୍ଗ, ୨।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗସ୍ଥିତ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ (ଏୟୁସିସିବି) ଏଟିଏମ୍‌ ଉଦ୍‌ଘାଟନ ପରଠାରୁ କାମରେ ଆସୁନାହିଁ। ପରିଚାଳନାଗତ ଅବ୍ୟବସ୍ଥାରେ ଏପରି ସମସ୍ୟା...

ପାଠ୍ୟପୁସ୍ତକରେ ବାଲୁକା ଶିଳ୍ପୀ ସୁଦର୍ଶନ

ପୁରୀ ଅଫିସ, ୯ା୧୨:ବାଲୁକା କଳାକୁ ନେଇ ଓଡ଼ିଶାର ଯେଉଁ କେତେଜଣ ବେଶ୍‌ ପ୍ରସିଦ୍ଧି ଲାଭ କରିଛନ୍ତି ସେମାନଙ୍କ ମଧ୍ୟରୁ ପ୍ରମୁଖ ହେଉଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ...

ରାଜଧାନୀରୁ ୧ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ: ଜଣେ ଗିରଫ

ଭୁବନେଶ୍ୱର, ୩୧।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶନିବାର ସକାଳେ ପ୍ରାୟ ୧ କେଜି ୧୭୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି। ଏହି କାରବାରରେ ସମ୍ପୃକ୍ତ ଜଣଙ୍କୁ ଗିରଫ...

ଏନ୍‌ଏଚ୍‌ରେ ପଡ଼ି ରହିଛି ଦୁର୍ଘଟଣାଗ୍ରସ୍ତ ଟ୍ରକ

ଘସିପୁରା,୧୧ା୧୦(ଡି.ଏନ.ଏ): ୨୦ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଅକାଳରେ ଯାଉଛି ଅନେକଙ୍କ ଜୀବନ। ଦୁର୍ଘଟଣା ଏଡ଼ାଇବା ପାଇଁ ସଚେତନତା ଠାରୁ ଆରମ୍ଭ...

ନୂଆବର୍ଷ ଆରମ୍ଭରୁ ହୋଇପାରେ ଟିକାକରଣ

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ)- ନୂଆବର୍ଷ ଆରମ୍ଭରୁ ରାଜ୍ୟରେ କରୋନା ଟିକାକରଣ ହୋଇପାରେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଆସିଲେ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ବୁଧବାର...

ଐତିହ୍ୟ ସ୍ଥଳ ନିକଟରେ ବେଆଇନ ନିର୍ମାଣ

ପୁରୁଣା ଭୁବନେଶ୍ୱର,୨୧ା୩ (ଡି.ଏନ.ଏ.): ରାଜଧାନୀକୁ ସରସ ସୁନ୍ଦର ରୂପେ ଗଢି ତୋଳିବାର ଦାୟିତ୍ୱ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେଶନ(ବିଏମସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଙ୍କର ରହିଛି।...

ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮ା୧୦(ବ୍ୟୁରୋ): ମାନବ ସମାଜ ଓ ବନ୍ୟପ୍ରାଣୀ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ମଣିଷ ପରି ପ୍ରତ୍ୟେକ ଜୀବଜନ୍ତୁଙ୍କର ମଧ୍ୟ ସୁସ୍ଥ ପରିବେଶରେ ବଞ୍ଚତ୍ବାର ସମାନ ଅଧିକାର...

୪ ଜୀବନ ନେଲା ଦୁର୍ଘଟଣା

ଭଞ୍ଜନଗର/ବାଲିଗୁଡ଼ା,୧୦ା୭: ଗଞ୍ଜାମ ଓ କନ୍ଧମାଳ ଜିଲାରେ ବାଇକ୍‌ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଗଞ୍ଜାମ ଜିଲା ଭଞ୍ଜନଗର ଖ୍ରୀଷ୍ଟିୟାନ ସାହିର ଅଭିଷେକ୍‌...

Advertisement
Archives

Model This Week