ପ୍ରସଙ୍ଗ, ପ୍ରାର୍ଥୀଙ୍କୁ ପରଖୁଛନ୍ତି ଭୋଟର

ପୁରୀ ଅଫିସ, ୨୦ା୪: ଚର୍ଚ୍ଚାରେ ପୁରୀ ଲୋକ ସଭା ନିର୍ବାଚନମଣ୍ଡଳୀ। ଶ୍ରୀମନ୍ଦିର, ବେଳାଭୂମି, ରତ୍ନଭଣ୍ଡାର, ମହାପ୍ରଭୁଙ୍କ ଅମୃତ ମଣୋହି ଜମି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସାଙ୍ଗକୁ ସିଦ୍ଧମହାବୀର ରେଲଓ୍ବେ ଓଭରବ୍ରିଜ୍‌ ନିର୍ମାଣ, ଡ୍ରେନେଜ ଆଦି ନାନା ସମସ୍ୟା ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ। ପ୍ରତିଦିନ ପ୍ରମୁଖ ତିନିଦଳ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ପରସ୍ପର ବିରୋଧୀ ବୟାନବାଜି ଚାଲିଛି। ଭାଜପାର ପ୍ରାର୍ଥୀ ସମ୍ବିତ୍‌ ପାତ୍ର ହୁଅନ୍ତୁ ଅବା ବିଜେଡିର ପିନାକୀ ମିଶ୍ର କିମ୍ବା କଂଗ୍ରେସର ସତ୍ୟପ୍ରକାଶ ନାୟକ ପ୍ରତ୍ୟେକେ ନିଜ ନିଜ ସ୍ତରରେ ବେଶ୍‌ ପ୍ରତିଷ୍ଠିତ ଚେହେରା। ଆସନ୍ତା ୨୩ରେ ହେବାକୁ ଥିବା ମତଦାନ ପାଇଁ ପ୍ରାର୍ଥୀମାନେ ପ୍ରଚାରକୁ ଜୋର୍‌ଦାର କରିଛନ୍ତି। ଲୋକ ସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗ କରି ଭାଜପା ଓ କଂଗ୍ରେସ ଭୋଟରଙ୍କ ପାଖକୁ ଯାଉଥିବାବେଳେ ବିଜେଡି ତା’ର ବିଜୟଧାରାକୁ ବଜାୟ ରଖିବ ବୋଲି ଆତ୍ମବିଶ୍ୱାସ ରଖିଛି। କିନ୍ତୁ ଏଥର ଭୋଟର ବେଶ୍‌ ସଚେତନ ଥିବା ଜଣାପଡୁଛି। କାହା କଥାରେ ଢଳି ନ ଯାଇ ନିର୍ବାଚନମଣ୍ଡଳୀର ବିକାଶ କ’ଣ ହୋଇଛି, କିଏ କ୍ଷମତାକୁ ଆସିଲେ ବିକାଶ ପ୍ରକ୍ରିୟା ଅଧିକ ତ୍ୱରାନ୍ବିତ ହେବ ଏବଂ ସେମାନଙ୍କ ସୁଖଦୁଃଖରେ କିଏ ଭାଗୀଦାର ହୋଇପାରିବେ ତାହାକୁ ପରଖି ଭୋଟ ଦେବେ ବୋଲି ମତ ରଖିଛନ୍ତି।

ପୁରୀ ଲୋକ ସଭା ଆସନ ୭ଟି ନିର୍ବାଚନମଣ୍ଡଳୀକୁ ନେଇ ଗଠିତ। ପୁରୀ ଜିଲାର ପୁରୀ, ସତ୍ୟବାଦୀ, ବ୍ରହ୍ମଗିରି, ପିପିଲି, ନୟାଗଡ଼ ଜିଲାର ରଣପୁର, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲାର ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଏହାର ସୀମା ନିର୍ଦ୍ଧାରଣ ହୋଇଛି। ଗତ ଦୁଇଟି ନିର୍ବାଚନରେ ଜିତିଥିବା ବିଜେଡିର ପିନାକୀ ମିଶ୍ରଙ୍କ ଉପରେ ଏଥର ବି ଆସ୍ଥା ପ୍ରକଟ କରିଛନ୍ତି ଦଳର ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡିର ବିକାଶମୂଳକ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ପିନାକୀଙ୍କ ପ୍ରଚାରର ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଏଥର ବିଜେଡି ସମସ୍ତ ୭ ନିର୍ବାଚନମଣ୍ଡଳୀରେ ଜିତିବ ଏବଂ ଲୋକ ସଭା ଆସନରେ ତାଙ୍କର ବିଜୟ ସୁନିଶ୍ଚିତ ବୋଲି ପିନାକୀ ଗଣମାଧ୍ୟମକୁ କହିଛନ୍ତି।

ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ପୁରୀ ଲୋକ ସଭା ଆସନ ହାତେଇବାକୁ ଅଣ୍ଟା ଭିଡ଼ିଛି ଭାଜପା। ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ଥୀ ହେଉଥିବା ବେଶ୍‌ କିଛିଦିନ ଆଞ୍ଚଳିକ ଏବଂ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ସେବେଠାରୁ ପୁରୀ ଆସନ ଭାଜପା ପାଇଁ ଏକ ସମ୍ମାନର ପ୍ରଶ୍ନ ହୋଇଯାଇଛି। ଯଦିଓ ମୋଦି ଏଠାରୁ ପ୍ରାର୍ଥୀ ହୋଇନାହାନ୍ତି କିନ୍ତୁ ଜଣେ ଜାତୀୟସ୍ତରୀୟ ଯୁବ ଚେହେରା ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍‌ ପାତ୍ରଙ୍କୁ ମଇଦାନକୁ ଓହ୍ଲାଇଛି ଦଳ। ସମ୍ବିତ୍‌ ମଧ୍ୟ ସବୁ ପ୍ରକାର ବଳ, କୌଶଳ ବାଜିରେ ଲଗାଇ ଦେଇଛନ୍ତି। ଗଁା ପରିବେଶରେ ରହି ନିଆରା ଢଙ୍ଗରେ ପ୍ରଚାର କରୁଛନ୍ତି। ତାଙ୍କର ନାରା ‘ଜଗନ୍ନାଥ ଡାକିଛନ୍ତି, ମୋଦି ପଠାଇଛନ୍ତି’ ଏବେ ସବୁଠି ଚର୍ଚ୍ଚାରେ। ସମ୍ବିତ୍‌ କହିଛନ୍ତି, ବିକାଶ ବାଟବଣା ହୋଇଛି। ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ମିଳୁନାହିଁ। ପୁରୀରେ ଭଲ ମେଡିକାଲଟିଏ ନ ଥିବାବେଳେ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଛି। ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢ଼ କରାଯାଉନାହିଁ। ନୟାଗଡ଼ରେ ଚିନିକଳ ଏବଂ ସତ୍ୟବାଦୀରେ ନଡ଼ିଆକତା ଶିଳ୍ପ ବନ୍ଦ ହୋଇପଡ଼ିଛି। ଭାଜପା ଏ ସବୁକୁ ଫୋକସ କରୁଛି ବୋଲି ସେ କହିଛନ୍ତି।

ସେହିପରି ରାଜନୀତିରେ ପୂର୍ବ ଅଭିଜ୍ଞତା ନ ଥିବା ସତ୍ୟପ୍ରକାଶଙ୍କୁ ଏଠାରୁ ପ୍ରାର୍ଥୀ କରିଛି କଂଗ୍ରେସ। ଗଣମାଧ୍ୟମର ଏହି ଚେହେରା ଆରମ୍ଭରୁ ଉଭୟ ବିଜେଡି ଓ ଭାଜପାକୁ ଟାର୍ଗେଟ କରିଛନ୍ତି। ବିଭିନ୍ନ ସାହି, ବସ୍ତିରେ ବୁଲି ପ୍ରଚାର ଚଳାଇଛନ୍ତି। ବିଜେଡି ଓ ଭାଜପା ମେଣ୍ଟ ସରକାରରେ ଥିବା ସମୟରେ ମହାପ୍ରଭୁଙ୍କୁ ଧୋକ୍କା ଦେଇଛନ୍ତି। ମହାପ୍ରଭୁଙ୍କ ଅମୃତ ମଣୋହୀ ଜମିକୁ ଶାଗମାଛ ଦରରେ ବେଦାନ୍ତ ହାତରେ ଟେକି ଦେଇଛନ୍ତି। ପୁରୀବାସୀଙ୍କ ବହୁଦିନର ଦାବି ସିଦ୍ଧମହାବୀର ରେଲଓ୍ବେ ଓଭରବ୍ରିଜ୍‌ ଏ ପର୍ଯ୍ୟନ୍ତ ହୋଇପାରିଲା ନାହିଁ ବୋଲି ସତ୍ୟପ୍ରକାଶ କହିଛନ୍ତି। ରାଜନୀତିରେ ଅଭିଜ୍ଞତା ନୁହେଁ, ଲୋକଙ୍କ ସେବା କରିବାର ଇଚ୍ଛାଶକ୍ତିକୁ ହିଁ ସଫଳତାର ମାପକାଠି ଭାବେ ସେ ଧରିଛନ୍ତି। ବିକାଶ ମୁହଁରେ ନୁହେଁ, ଲୋକଙ୍କୁ ସେବା ଯୋଗାଇବାରେ ପ୍ରତିଫଳିତ ହୋଇଥାଏ ବୋଲି କହିଛନ୍ତି ସତ୍ୟପ୍ରକାଶ।

ପୁରୀ ଲୋକ ସଭା ଅଧୀନ ୭ଟି ନିର୍ବାଚନମଣ୍ଡଳୀର ରାଜନୈତିକ ସ୍ଥିତି ଠିକ୍‌ ଭାବେ ଆକଳନ କରିବା କଷ୍ଟକର ମନେ ହେଉଛି। ଗତଥର ବିଜେଡି ୬ଟି ଆସନରେ ଜିତିଥିବାବେଳେ ଚିଲିକା ଆସନ ଭାଜପା ଖାତାକୁ ଯାଇଥିଲା। ଏଥର ସବୁଠି ଚିତ୍ର ଅସ୍ପଷ୍ଟ ରହିଛି। ଏଭଳିସ୍ଥିତିରେ ପୁରୀ ବିଧାନସଭା କ୍ଷେତ୍ରର ଭୋଟର ମହେନ୍ଦ୍ର ବିଶୋଇ କହିଛନ୍ତି, ପର୍ଯ୍ୟଟନ ମାନଚିତ୍ରରେ ପୁରୀର ଏକ ସ୍ବତନ୍ତ୍ରତା ରହିଛି। ଏଠାକୁ ଦେଶବିଦେଶର ପର୍ଯ୍ୟଟକ ଆସୁଛନ୍ତି। ହେଲେ ଏଠାରେ ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢ଼ ହୋଇପାରିଲା ନାହିଁ। ବେଳାଭୂମିର ବିକାଶ ହେଲା ନାହିଁ। ଉଠାଦୋକାନୀଙ୍କ କବ୍‌ଜାରେ ହଜିଯାଉଛି ବେଳାଭୂମିର ସୌନ୍ଦର୍ଯ୍ୟ। ମେଡିକାଲ କଲେଜ ଅଧାପନ୍ତରିଆ ଅବସ୍ଥାରେ ରହିଛି। ତେଣୁ କାହା କଥାରେ କିମ୍ବା ଅର୍ଥ ଲାଳସାରେ ନିଜ ଅଧିକାର ବିକ୍ରି ନ କରି ଭୋଟରମାନେ ଏଥର ସଚେତନ ହୋଇ ଭୋଟ ଦେବେ ବୋଲି ସେ ଆଶା କରୁଛନ୍ତି।

ସତ୍ୟବାଦୀ ନିର୍ବାଚନମଣ୍ଡଳୀର ମତଦାତା ଶ୍ୟାମସୁନ୍ଦର ମହାପାତ୍ର କହିଛନ୍ତି, ପିନାକୀ ମିଶ୍ରଙ୍କ ଉପରେ ଆଶା ରଖି ଭୋଟର ତାଙ୍କୁ ଜିତାଇଥିଲେ। କିନ୍ତୁ ସେ ସତ୍ୟବାଦୀର କୌଣସି ସମସ୍ୟା କିମ୍ବା ଲୋକଙ୍କ ସୁଖଦୁଃଖରେ ସାମିଲ ହେଲେ ନାହିଁ। ପ୍ରଚାରରୁ କଂଗ୍ରେସର ସ୍ଥିତି ଏତେଟା ସୁଦୃଢ ଜଣାପଡୁ ନ ଥିବା ବେଳେ ଭାଜପା ପ୍ରାର୍ଥୀ ସମ୍ବିତ୍‌ ପାତ୍ରଙ୍କ ପ୍ରଚାର ଶୈଳୀ ଭୋଟରଙ୍କୁ ବେଶ୍‌ ଆକୃଷ୍ଟ କରିଛି। ତେଣୁ ଏଥର ଫଳାଫଳ ନିଶ୍ଚିତ ଭିନ୍ନ ହୋଇପାରେ ବୋଲି ଆଶା କରାଯାଉଛି। ବ୍ରହ୍ମଗିରି ଅଞ୍ଚଳର ଭୋଟର ଲିଙ୍ଗରାଜ ବଡ଼ଜେନା କହିଛନ୍ତି, ଯାହା ଜଣାପଡୁଛି ଏଥର ଭାଜପା ଓ ବିଜେଡି ମଧ୍ୟରେ ମୁକାବିଲା ହେବ। ଭାଜପା ଏକ ଜାତୀୟ ଦଳ ହୋଇଥିବାବେଳେ ବିଜେଡି ଏକ ଆଞ୍ଚଳିକ ଦଳ। ବିଜେଡି ପ୍ରାର୍ଥୀ ବିଜୟୀ ହେଲେ କେନ୍ଦ୍ରରେ ସରକାର ଗଠନରେ ସେମାନଙ୍କ ଭୂମିକା କ’ଣ ରହିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ନାହିଁ। ତେଣୁ ଜାତୀୟ ଦଳ ପ୍ରାର୍ଥୀଙ୍କୁ ହିଁ ମୁଁ ପସନ୍ଦ କରିବି। କିନ୍ତୁ ରାଜ୍ୟର ପ୍ରଗତି ନେଇ ପ୍ରତ୍ୟେକ ଭୋଟର ସଚେତନ ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧୋକା ଖାଇବାରୁ…

ବିଜେଡି ପରାଜୟର ଗୁମର ଖୋଲିଲେ ଦଳୀୟ ବିଧାୟକ ଗୌତମବୁଦ୍ଧ ଦାସ, କହିଲେ ଅଧିକ…

ଭୁବନେଶ୍ୱର,୧୩ା୬: ପୁଣି ଥରେ ବିଜେଡି ପରାଜୟର କଥା ଦୋହରାଇଛନ୍ତି ବିଜେଡିର ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ। ନିଜ ନିର୍ବାଚନ ମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ବିଧାୟକ ବିଜେଡିର ପରାଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri