ପ୍ରଶାସନ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ଉଠା ଦୋକାନୀ: ବିରକ୍ତି ପ୍ରକାଶ କଲେ ଜିଲାପାଳ

ଜଟଣୀ,୨୫।୩(ଡି.ଏନ୍‌.ଏ.): କରୋନା(କୋଭିଡ୍‌-୧୯) ଭାଇରସ୍‌ ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ତେବେ ଜଟଣୀର କେତେକ ବଜାରରେ ବୁଧବାର ସକାଳେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ସ୍ଥାନୀୟ ସୀତାରାମ ଛକ, ବଡ଼ବଜାର, ରେଲ୍‌ୱେ ମାର୍କେଟ, ଦୁର୍ଗା ମାର୍କେଟରେ ସକାଳୁ ମାଳ ମାଳ ବାଇକ୍‌ ସହିତ ବିଭିନ୍ନ ସାମଗ୍ରୀ କିଣିବାକୁ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ଏହାକୁ ହଟାଇବା ପାଇଁ ପୋଲିସ ଓ ପ୍ରଶାସନକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ସ୍ଥିତି ପରଖିବା ପାଇଁ ଜିଲାପାଳ ସୀତାଂଶୁ ରାଉତ ମଙ୍ଗଳବାର ଜଟଣୀ ଆସିଥିବା ବେଳେ ଏପରି ଗହଳି ଦେଖି ବିରକ୍ତି ପ୍ରକାଶ କରିଥିଲେ। ସେଥିପାଇଁ ପନିପରିବା, ଫଳ, ମାଛ, ମାଂସ, ଅଣ୍ଡା ଆଦି ଉଠା ଦୋକାନକୁ ସ୍ଥାନୀୟ ନୂଆ ବସ୍‌ଷ୍ଟାଣ୍ଡ ପରିସରକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୁଧବାର କେହି ପ୍ରଶାସନର ନିର୍ଦ୍ଦେଶକୁ ନ ମାନି ପୂର୍ବ ସ୍ଥାନରେ ପସରା ମେଲାଇ ଗହଳି ଜମାଇଥିଲେ। ପୋଲିସ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପହଞ୍ଚି କଡ଼ା ଆଭିମୁଖ୍ୟ ଗ୍ରହଣ କରି ଉଠା ଦୋକାନୀଙ୍କୁ ଉଠାଇବା ସହ ଗହଳି କମାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବର୍ଷ ବଡ଼ଦାଣ୍ଡରେ ଗଡ଼ିବନି ରଥ: ଗଜପତି କହିଲେ ‘ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ମାନିବାକୁ ପଡ଼ିବ’

ପୁରୀ ଅଫିସ,୧୮।୬: କିଛିଦିନ ଧରି ରଥଯାତ୍ରାକୁ ନେଇ ଯେଉଁ ଆଶା ଆଶଙ୍କା ଲାଗି ରହିଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ହୋଇଥିବା...

ମହାନଦୀ ଜଳ ବିବାଦ ମାମଲା ଶୁଣାଣି ସ୍ଥଗିତ

କଟକ ଅଫିସ,୭।୫: ଆସନ୍ତାକାଲି ଅର୍ଥାତ୍‌ ଶନିବାର ହେବାକୁ ଥିବା ମହାନଦୀ ଜଳ ବିବାଦ ମାମଲା ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଏନେଇ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର...

୨ ସେବାୟତଙ୍କୁ କରୋନା

ପୁରୀ ଅଫିସ,୨୦ା୭:ରଥଯାତ୍ରା ପରେ କରୋନା ସଂକ୍ରମଣ ସ୍ଥିତି ଜାଣିବା ପାଇଁ ସେବାୟତମାନଙ୍କର ତୃତୀୟ ପର୍ଯ୍ୟାୟ କୋଭିଡ୍‌ ଟେଷ୍ଟ କରାଯାଇଥିଲା। ମୋଟ ୨,୬୩୬ ସେବାୟତଙ୍କ ସ୍ବାବ୍‌ ସଂଗ୍ରହ...

ପୂର୍ବତନ ପଞ୍ଚାୟତ ସମ୍ପାଦକଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ ଅଫିସ, ୨୦ା୮-ଚାଉଳ ହେରଫେର ମାମଲାର ବିଚାର କରି ସୋମବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଭଗବାନ ପ୍ରଧାନ ପୂର୍ବତନ ପଞ୍ଚାୟତ ସମ୍ପାଦକଙ୍କୁ ୩ ବର୍ଷ...

ଜଳାଶୟ ଏବେ ଜଙ୍ଗଲ

ଭୁବନ, ୨୮।୫ କେବେ ଏଠାରେ ଲହଡ଼ି ଖେଳୁଥିଲା କାଚକେନ୍ଦୁ ଭଳି ପାଣି। କେବଳ ଗାଧୁଆପାଧୁଆ ଭଳି ଦୈନନ୍ଦିନ କାର୍ଯ୍ୟ ନୁହେଁ, ସ୍ଥାନୀୟ ବାସିନ୍ଦାଙ୍କ ଜଳକଷ୍ଟ ମଧ୍ୟ...

ନାଉଗାଁ ବ୍ଲକରେ ବସୁଧା ଯୋଜନା ଦିଗହରା

ନାଉଗାଁ,୨ା୧ (ସ୍ବ.ପ୍ର.):ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପ୍ରତି ଘରକୁ ବସୁଧା ଯୋଜନା ମାଧ୍ୟମରେ ପାଇପ ସଂଯୋଗ କରାଯାଇ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା...

ନିଃଶୁଳ୍କ ସ୍ଵାସ୍ଥ୍ୟସେବା ଯୋଜନା ବାଟବଣା

ବାଲେଶ୍ୱର ଅଫିସ, ୪।୬ ବାଲେଶ୍ୱର ଫକୀରମୋହନ ମେଡ଼ିକାଲ୍‌ କଲେଜ ହସପିଟାଲରେ ନିଯୁକ୍ତି ପାଇଥିବା କେତେକ ବିଶେଷଜ୍ଞ ଡାକ୍ତର ନିଜର କର୍ତ୍ତବ୍ୟରେ ଅବହେଳା କରି ଘରୋଇ ଚିକିତ୍ସା...

ଅଖିମୁଠି ଅନୁକୂଳ କଲେ ଚାଷୀ

ବରଗଡ଼ ଅଫିସ୍‌,୨୬।୪: ବରଗଡ଼ ଜିଲା କୃଷକ ସଂଗଠନ ସମନ୍ବୟ ସମିତି ପକ୍ଷରୁ ରବିବାର ଅକ୍ଷୟ ତୃତୀୟା ପାଳିତ ହୋଇଛି। ଜିଲାର ଚକରକେନ୍ଦଠାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ...

Advertisement
Archives

Model This Week