ପ୍ରଶାସନ ଖାମଖିଆଲରୁ ହାତୀନଦୀରେ କୃତ୍ରିମ ବନ୍ୟା: ରାଜରାସ୍ତାକୁ ଓହ୍ଲାଇବାକୁ ଚାଷୀଙ୍କ ଚେତାବନୀ

ଭବାନୀପାଟଣା,୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଚାଷୀଙ୍କ ପାଇଁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଯେତେ ସୁଖ ଦେଇଛି, ତାଠୁ ଦେଉଛି ଅଧିକ ଦୁଃଖ ା ସୂଚନା ନ ଦେଇ ହାତୀନଦୀରେ ପାଣି ଛାଡି କୃତ୍ରିମ ବନ୍ୟା ସୃଷ୍ଟି କରି ଲୋକଙ୍କୁ ଆତଙ୍କିତ କରିଦେଇଛି ପ୍ରଶାସନ । ଗତ ୫ ତାରିଖ ଇନ୍ଦ୍ରାବତୀ ବିଦ୍ୟୁତ୍‌ ପ୍ରକଳ୍ପରୁ ୬୦୦ ମେଗାୱାଟ୍‌ ବିଦ୍ୟୁତ ଉପତ୍ାଦନ କରାଯାଇଥିଲା । ଏଥିସହ ୩୨୦.୬୫ କ୍ୟୁସେକ୍‌ ଜଳ ହାତୀନଦୀରେ ଛଡାଯାଇଥିଲା। ହଠାତ୍‌ ଏଭଳି ପଦକ୍ଷେପ ଯୋଗୁ କଲମପୁର ବ୍ଲକରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଫଳରେ ଚାଷୀଙ୍କ ସମେତ ବନ୍ୟା ପ୍ରପୀଡିତ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଦିନ ୨ ଟା ପରେ ୨୭୮.୪ କ୍ୟୁସେକ୍‌ ପାଣି ହାତୀନଦୀରେ ପ୍ରବାହିତ ହୋଇ ଚାଷ ଜମି ନଷ୍ଟ କରିଥିଲ॥ ଅନେକ ଚାଷୀଙ୍କ ବିଦ୍ୟୁତ୍‌ଚାଳିତ ପାଣି ପମ୍ପ, ଚାଷୋପକରଣ ଯନ୍ତ୍ରପାତି ବନ୍ୟା ପାଣିରେ ନଷ୍ଟ ହୋଇଯାଇଛିା ବିରିପୁର ମାଟିଖାଲ ରାସ୍ତାରେ ୩ ଫୁଟ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେବା ଯୋଗୁ ତଳିଆ ଅଞ୍ଚଳରେ ପାଣି ପଶିଯାଇଥିଲା। କଲମପୁର ତହସିଲଦାର ୨୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ । ରାସ୍ତା ଉପରେ ୨ ଫୁଟ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ଯୋଗୁ ନିର୍ମାଣାଧୀନ ରାସ୍ତାର ମାଟି ଚାଷ ଜମିକୁ ଧୋଇଯାଇଛିା ବର୍ଷା ପରିମାଣ କଲମପୁରରେ ୪୨ ଏବଂ ଥୁଆମୂଳ ରାମପୁରରେ ୯୨ ମିମି ହୋଇଛି। ଭବିଷ୍ୟତରେ ପ୍ରଶାସନର ଏଭଳି ଖାମଖିଆଲ ପଦକ୍ଷେପ ସୃଷ୍ଟିହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହକୁ ଜୀବିତ ଭାବି ଜୁଇରୁ ଫେରାଇ ଆଣିଲେ ଆତ୍ମୀୟସ୍ବଜନ: ମୃତ ଘୋଷଣା କଲେ ଡାକ୍ତର

ହାତୀଓଟ,୧୭।୧୧(ଡି.ଏନ୍‌.ଏ.): କିଛିଦିନର ବ୍ୟବଧାନ ପରେ ପୁଣି ଗଞ୍ଜାମ ଜିଲାରେ ସୃଷ୍ଟି ହୋଇଛି ଗୁଜବ। ମୃତଦେହ ଶ୍ମଶାନରେ ଚେଇଁ ଉଠିଛି। ଶ୍ମଶାନକୁ ନେଇଥିବା ବନ୍ଧୁ ପରିଜନ ଜୀବିତ...

ଦୂର ହେଉନି ଦମକଳ ଦ୍ୱନ୍ଦ୍ୱ

ବଇଣ୍ଡା,୭।୯: ନିଆଁ ଗିଳୁଛି ଘର। ଆଖି ଆଗରେ ଜଳିଯାଉଛି ବର୍ଷ ବର୍ଷର ସମ୍ପତ୍ତି। ପ୍ରତିବର୍ଷ ସର୍ବସ୍ବାନ୍ତ ହେଉଛନ୍ତି ୫୦ରୁ ଊର୍ଦ୍ଧ୍ୱ ପରିବାର। ନିକଟରେ ଅଗ୍ନିଶମ କେନ୍ଦ୍ରଟିଏ...

ଘରୁ ଯାଇ ଆଉ ଫେରିଲେନି ବୃଦ୍ଧ: ଧଳା ନଦୀରୁ ମିଳିଲା ମୃତଦେହ

ପଦ୍ମପୁର,୧୯।୪(ଡି.ଏନ୍‌.ଏ): ଧଳା ନଦୀରେ ବୁଡ଼ି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତ ସାନ...

ଏମ୍‌କେସିଜିରେ ପୁଣି ଜଣେ କରୋନା ସନ୍ଦିଗ୍ଧ

ବ୍ରହ୍ମପୁର ଅଫିସ,୧୬।୩: କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ। ରାଜ୍ୟ ସରକାର ଏ ଦିଗରେ ବିଭିନ୍ନ ପଦକ୍ଷେପ ନେଇ ସଚେତନତା ଜାରି ରଖିଛନ୍ତି। ସମସ୍ତ ସ୍କୁଲ...

ମହିଳା ସରପଞ୍ଚଙ୍କୁ ମାଡ଼ : ଭିଡିଓ ଭାଇରାଲ

ପରଜଙ୍ଗ,୨୭।୬(ଡି.ଏନ୍‌.ଏ.): ସର୍ବ ସାଧାରଣରେ ମହିଳା ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଛି ପରଜଙ୍ଗ ବ୍ଲକ କଙ୍କିଳି ପଞ୍ଚାୟତରେ। ଗତ ବର୍ଷ...

ପୋଖରୀରେ ବୁଡ଼ି ନାବାଳିକା ମୃତ

ମହାକାଳପଡ଼ା,୫।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସୁନୀତି ପଞ୍ଚାୟତର ସ୍ଥାନୀୟ ବେଣାକନ୍ଧା ଗ୍ରାମରେ ବୁଧବାର ଏକ ଅଘଟଣ ଘଟିଛି। ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ...

ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ ଫାଇଲ ତଳେ ଚାପି ହୋଇଛି: ବର୍ଷାଦିନେ ଜଳବନ୍ଦୀ ସହରବାସୀ

କେନ୍ଦ୍ରାପଡ଼ା ଅଫିସ,୨୫ା୪: କେନ୍ଦ୍ରାପଡ଼ା ପୌର ପରିଷଦ ନିର୍ବାଚନ ଦୀର୍ଘ ୬ ବର୍ଷ ପରେ ଶେଷ ହୋଇଛି। ଏହି ପରିଷଦ ପାଇଁ ପୌରାଞ୍ଚଳ ଡ୍ରେନେଜ୍‌ ସିଷ୍ଟମର ପୁନରୁଦ୍ଧାର...

ଗୋଟିଏ କୋଠରିରେ ୧୫୦ କର୍ମଚାରୀ

ପାଲଲହଡା,୨୫ା୬(ଡି.ଏନ.ଏ.) ଅନୁଗୋଳରେ କାବୁକୁ ଆସିନି କରୋନା ସଂକ୍ରମଣ। ସେଥିପାଇଁ ଏହି ଜିଲାକୁ ରାଜ୍ୟ ସରକାର କାଟାଗୋରି-ବି’ରେ ରଖିଛନ୍ତି। ଅର୍ଥାତ୍‌ ପୂର୍ବପରି ଲଗାଯାଇଥିବା କଡ଼ା କଟକଣା ଏଠାରେ...

Advertisement
Archives

Model This Week