ପ୍ରଶଂସକଙ୍କୁ ଅମିର, ମଲିକଙ୍କ ନିବେଦନ

ମାଞ୍ଚେଷ୍ଟର,୧୮।୬(ପିଟି)- ଭାରତଠାରୁ ମିଳିଥିବା ପରାଜୟ ପରେ ପାକିସ୍ତାନ ଦଳର ପ୍ରଶଂସକମାନେ ନିଜ ଦଳକୁ ସମାଲୋଚନା କରିବା ସହ ଖେଳାଳିଙ୍କୁ ଓ ତାଙ୍କ ପରିବାରବର୍ଗଙ୍କୁ ଖରାପ ଭାଷାରେ ଗାଳି ଦେଉଛନ୍ତି। ଏଥିରୁ ବିରତ ରହିବାକୁ ପେସର ମହମ୍ମଦ ଅମିର ପ୍ରଶଂସକଙ୍କୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ପରିବାର ସଦସ୍ୟଙ୍କୁ ସମାଲୋଚନାରୁ ଦୂରେଇ ରଖିବାକୁ ଅନୁରୋଧ କରିଛନ୍ତି ସିନିୟର ଅଲରାଉଣ୍ଡର ଶୋଏବ ମଲିକ। ଭାରତ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ମଲିକ ଓ ତାଙ୍କ ପତ୍ନୀ ତଥା ଟେନିସ ଷ୍ଟାର ସାନିଆ ମିର୍ଜା ଏକ କାଫେରେ ମଜା କରୁଥିବାବେଳେ ଫଟୋ ସୋସିଆଲ ମିଡିଆ ଭାଇରାଲ ହୋଇଛି। ଏଥିଯୋଗୁ ପ୍ରଥମ ବଲରେ ଆଉଟ୍‌ ହୋଇଥିବା ମଲିକ ସମାଲୋଚନାର କେନ୍ଦ୍ର ବିନ୍ଧୁ ପାଲଟିଛନ୍ତି। ଆମ ପରିବାରବର୍ଗଙ୍କ ପ୍ରତି ଥିବା ସମ୍ମାନକୁ ବଜାୟ ରଖିବାକୁ ସମସ୍ତ ଖେଳାଳିଙ୍କ ପକ୍ଷରୁ ମୁଁ ଗଣମାଧ୍ୟମ ଓ ପ୍ରଶଂସକଙ୍କୁ ଅନୁରୋଧ କରୁଛି। ସେମାନଙ୍କୁ ଏହି ଆଲୋଚନା ମଧ୍ୟକୁ ଟଣା ଯିବା ଉଚିତ ନୁହେଁ। ଏହା କରିବା ଭଲ ନୁହେଁ ବୋଲି ମଲିକ ଟୁଇଟ୍‌ କରିଛନ୍ତି। ଚଳିତ ବିଶ୍ୱକପ୍‌ରେ ଖରାପ ପ୍ରଦର୍ଶନ ଯୋଗୁ ମଲିକଙ୍କୁ ଆଉ ବିଶ୍ୱକପ୍‌ରେ ଖେଳିବାକୁ ସୁଯୋଗ ନ ଦେବାକୁ ମହମ୍ମଦ ୟୁସୁଫଙ୍କ ଭଳି କିଛି ପୂର୍ବତନ ଖେଳାଳି କହିଛନ୍ତି। ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବ ଦିନର ନୁହେଁ ବୋଲି ପୂର୍ବତନ ପାକିସ୍ତାନ ଅଧିନାୟକ ମଲିକ ସ୍ପଷ୍ଟ କରିଛନ୍ତି। ପାକିସ୍ତାନ ଦଳ ୨୩ ତାରିଖରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଏ ପର୍ଯ୍ୟନ୍ତ ୫ ମ୍ୟାଚ୍‌ରୁ ଗୋଟିଏ ବିଜୟ ଯୋଗୁ ଦଳ ତଳଆଡ଼ୁ ଦ୍ୱିତୀୟ ସ୍ଥାନରେ ରହିଛି। ଏଣୁ ସେମିଫାଇନାଲରେ ପହଞ୍ଚତ୍ବା ଦଳ ପାଇଁ କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

୮ ବର୍ଷ ଲାଗି ବାସନ୍ଦ ହେଲେ ପୂର୍ବତନ ମହାନ ଖେଳାଳି

ଦୁବାଇ, ୧୪ା୪- ଜିମ୍ବାଓ୍ବେ ଦଳର ପୂର୍ବତନ ଅଧିନାୟକ ତଥା କୋଚ୍‌ ହେଥ ଷ୍ଟ୍ରେକଙ୍କୁ ସମସ୍ତ ପ୍ରକାର କ୍ରିକେଟ କାର୍ଯ୍ୟାକଳାପରୁ ୮ ବର୍ଷ ଲାଗି ବାସନ୍ଦ କରାଯାଇଛି।...

ଭାରତୀୟ ହକି ଗୋଲକିପରଙ୍କ ସ୍ବତନ୍ତ୍ର କ୍ୟାମ୍ପ୍‌

ନୂଆଦିଲ୍ଲୀ,୩୦।୬(ପିଟି)- ଭାରତୀୟ ହକି ଗୋଲକିପର ପି.ଆର. ଶ୍ରୀଜେଶ ଓ କ୍ରିଷ୍ଣା ବାହାଦୂର ପାଠକଙ୍କ ଭଳି ଦେଶର ଅନ୍ୟ ଗୋଲକିପରମାନଙ୍କ ଲାଗି ଏକ ସ୍ବତନ୍ତ୍ର କ୍ୟାମ୍ପ୍‌ ଆୟୋଜନ...

ସୁଇଜରଲାଣ୍ଡର ବିଜୟୀରେ ଖୁସି ମନାଇପାରି ନ ଥିଲେ ଇମ୍ବୋଲା

କାତାର, ୨୪।୧୧: ବ୍ରିଲ ଇମ୍ବୋଲାଙ୍କ ଗୋଲ ବଳରେ ସୁଇଜରଲାଣ୍ଡ ଚଳିତ ଫିଫା ବିଶ୍ୱକପ୍‌ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଅନୁଷ୍ଠିତ ଗ୍ରୁପ୍‌ ‘ଜି’...

ଆଇପିଏଲ୍‌ ପୂର୍ବରୁ ଚୌକା, ଛକା ଏହି ପ୍ରସିଦ୍ଧ କ୍ରିକେଟର୍‌: ଦେଖନ୍ତୁ ଭିଡିଓ

ୟୁଏଇ,୧୫।୯: ଆଇପିଏଲ୍‌ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ରୟାଲ୍ସ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ଅଭ୍ୟାସ କରୁଛି। ଏହି ସମୟରେ ଖେଳାଳିମାନେ ନିଜ ମଧ୍ୟରେ ୨ଟି ଦଳ କରି...

ଏମ୍‌ସିଏ ମୁଖ୍ୟଙ୍କୁ ଭେଟିବେ ସଚିନ

ମୁମ୍ବାଇ,୯।୧୦(ପି.ଟି.): କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଗୁରୁବାର ମୁମ୍ବାଇ କ୍ରିକେଟ ଏକାଡେମୀ (ଏମ୍‌ସିଏ) ସଭାପତି ବିଜୟ ପାଟିଲଙ୍କୁ ଭେଟିବେ। ମିଳିଥିବା ସୂଚନା ଅନୁଯାୟୀ, ଏମ୍‌ସିଏ ପକ୍ଷରୁ...

ଅମ୍ପାୟରଙ୍କ ଭୁଲ୍‌ ନିଷ୍ପତ୍ତି ପରେ ଗ୍ରାଉଣ୍ଡ ଛାଡ଼ିଲେ ନାହିଁ ୟୁସୁଫ ପଠାନ

ଭଦୋଦରା,୧୩।୧୨- କ୍ରିକେଟରେ ଅମ୍ପାୟରମାନେ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଦେବା ଏବେ କିଛି ନୂଆ ଘଟଣା ନୁହେଁ। ମାତ୍ର ଖେଳାଳିମାନେ ଏହାକୁ ବିରୋଧକରି ଗ୍ରାଉଣ୍ଡ ଛାଡ଼ିବାକୁ ମନାକରିବା ହୁଏତ...

ସାଇନା, ପ୍ରଣୟ ପଜିଟିଭ, ପରେ ନେଗେଟିଭ

ବ୍ୟାଙ୍କକ୍‌, ୧୩ା୧ (ପି.ଟି.)-ଭାରତର ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ଓ ଏଚଏସ୍‌ ପ୍ରଣୟଙ୍କର ମଙ୍ଗଳବାର ହୋଇଥିବା କୋଭିଡ୍‌ ଟେଷ୍ଟରେ ଫଳାଫଳ ନେଗେଟିଭ ଆସିଛି। ଫଳରେ...

ହରମନ୍‌ପ୍ରୀତ୍‌, ଲଭଲିନା ଧ୍ୱଜା ବାହକ

ନୂଆଦିଲ୍ଲୀ, ୨୧ା୯ (ପି.ଟି.):ଏସିଆନ୍‌ ଗେମ୍ସ ୨୦୨୩ ଚାଇନାର ହାଙ୍ଗଝୋରେ ଅନୁଷ୍ଠିତ ହେଉଛି। ସେପ୍ଟେମ୍ବର ୨୩ରୁ ଏହି ଇଭେଣ୍ଟ ଅନୁଷ୍ଠିତ ହେବାକୁ ଥିବା ବେଳେ ପୁରୁଷ ହକି...

Advertisement
Archives

Model This Week