‘ପ୍ରବୃତ୍ତି ନୁହେଁ, ବୃତ୍ତିକୁ ଅଗ୍ରାଧିକାର ଦିଆଯାଏ’

ଜଗତ୍‌ସିଂହପୁର ଅଫିସ,୨୩ା୨: ପ୍ରବୃତ୍ତି ଅପେକ୍ଷା ବୃତ୍ତିକୁ ସର୍ବଦା ଅଗ୍ରାଧିକାର ଦିଆଯାଏ। କାରଣ କରଦାତାଙ୍କ କରରେ ସରକାରୀ କର୍ମଚାରୀ ଦରମା ପାଇଥାନ୍ତି। ତେଣୁ ସେମାନଙ୍କ ବୃତ୍ତି ପାଇଁ ନିଷ୍ଠା ଓ ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ୱ ରହିବା ଦରକାର। ବୃତ୍ତିରେ ଶତପ୍ରତିଶତ ସଫଳତା ପାଇବା ଜରୁରୀ। ଶନିବାର ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ସାରସ୍ବତ ବାତାୟନର ୫ମ ବୈଠକରେ ମୁଖ୍ୟଅତିଥିଭାବେ ଯୋଗଦେଇ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ନିର୍ଦ୍ଦେଶକ ଡ. ଦେବାଶିଷ ପାଣିଗ୍ରାହୀ ଏହା କହିଛନ୍ତି। ବାତାୟନର ବିଷୟ ଥିଲା ବୃତ୍ତି ଓ ପ୍ରବୃତ୍ତି। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡ. ପାଣିଗ୍ରାହୀ ତାଙ୍କ ଅତୀତର କଥା ବଖାଣି କହିଥିଲେ, ଯେତେବେଳେ ୟୁପିଏସ୍‌ସି (ୟୁନିୟନ ପବ୍ଲିକ ସର୍ଭିସ କମିଶନ) ପରୀକ୍ଷା ଦେବାକୁ ଚାହିଁଥିଲେ ଓଡ଼ିଆ ଭାଷାକୁ ବାଛିଥିଲେ। ସେ ଓଡ଼ିଆରେ ସ୍ନାତକ କିମ୍ବା ସ୍ନାତକୋତ୍ତର କରି ନ ଥିଲେ ସୁଦ୍ଧା ପରୀକ୍ଷା ଦେବାର ୪ ମାସ ପୂର୍ବରୁ ଏହି ଭାଷା ବାଛି ପରୀକ୍ଷା ଦେବାକୁ ପ୍ରସ୍ତୁତ ହୋଇଥିଲେ। ଫଳ ପ୍ରକାଶ ପାଇଲା ପରେ ସେ ୬୦% ମାର୍କ ରଖିଥିବାବେଳେ ସାରା ଦେଶରେ ୯୬ତମ ର଼୍ୟାଙ୍କରେ ରହିଥିଲେ। ଓଡ଼ିଆରେ ସେତେବେଳେ ୬୦% ମାର୍କ ରଖିବା ସହଜ କଥା ନ ଥିଲା, ଯେଉଁ କାରଣରୁ ଦୀର୍ଘ ବର୍ଷ ପର୍ଯ୍ୟନ୍ତ କେହି ତାଙ୍କ ରେକର୍ଡ ଭାଙ୍ଗିପାରି ନ ଥିଲେ। କହିବାକୁ ଗଲେ କେବଳ ଓଡ଼ିଆ ଯୋଗୁ ସେ ଏହି ସଫଳତା ପାଇ ପାରିଥିଲେ। ଏଠି ପ୍ରବୃତ୍ତି ତାଙ୍କୁ ବୃତ୍ତି ଦେଇଥିବା ଡ. ପାଣିଗ୍ରାହୀ କହିବା ନିଆରା ପରିବେଶ ସୃଷ୍ଟି କରିଥିଲା। ନିଜର ବୃତ୍ତି ଓ ପ୍ରବୃତ୍ତିକୁ ନେଇ ସେ ତୁଳନାତ୍ମକ ଉପସ୍ଥାପନ କରିଥିଲେ। ଯେହେତୁ ପୋଲିସ ବିଭାଗରେ ଚାକିରି କରିଛନ୍ତି, ତେଣୁ ବୃତ୍ତିରେ ଧୂଷର ରଙ୍ଗର ପୋଷାକ ପିନ୍ଧୁଛନ୍ତି। କିନ୍ତୁ ପ୍ରବୃତ୍ତି ସାହିତ୍ୟ ରଚନା, ଯାହାର ରଙ୍ଗ ହେଉଛି ସବୁଜ। ସବୁଜ ଓ ଧୂଷର ମଧ୍ୟରେ ସମନ୍ବୟ ରହିବା ଜରୁରୀ। ଯଦିଓ ବୃତ୍ତି ଓ ପ୍ରବୃତ୍ତି ମଧ୍ୟରେ ବିଛିନ୍ନତା ରହିଛି, କିନ୍ତୁ ଏହା ଶତପ୍ରତିଶତ ନୁହେଁ। ଅନେକ ସମୟରେ ଗୋଟିଏ ଅନ୍ୟ ଭିତରେ ଅନୁପ୍ରବେଶ କରିବାର ମଧ୍ୟ ନଜିର ରହିଛି। ଅନେକ ବ୍ୟକ୍ତି ବୃତ୍ତି ଅପେକ୍ଷା ପ୍ରବୃତ୍ତିରେ ସୁନାମ ଅର୍ଜନ କରିଛନ୍ତି। ସେମାନଙ୍କ ମଧ୍ୟରେ ଶିବବ୍ରତ ଦାଶଙ୍କ କଥା ଆଲୋଚନା କରାଯାଇପାରେ। ଦାଶ ପୋଲିସ ଅଧିକାରୀ ହୋଇ ମଧ୍ୟ ଜଣେ ସୁନାମଧନ୍ୟ ଗୀତିକାର ହୋଇ ପାରିଥିଲେ। ତାଙ୍କ ରଚିତ ନଦୀର ନାଁ ଅଳସ କନ୍ୟା…ଭଳି ଲୋକପ୍ରିୟ ଗୀତ ଅକ୍ଷୟ ମହାନ୍ତି ଗାଇଥିଲେ। ସେହିପରି ବଙ୍କିମଚନ୍ଦ୍ର, ଫକୀରମୋହନ ସେନାପତି, ଗୋପୀନାଥ ମହାନ୍ତି, ସଚ୍ଚି ରାଉତରାୟ, ଅଖିଳ ମୋହନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ଅକ୍ଷୟ ମହାନ୍ତିଙ୍କ ପର୍ଯ୍ୟନ୍ତ ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରି ପାରିଥିଲେ ସୁଦ୍ଧା ସେମାନଙ୍କ ବୃତ୍ତି ନିଆରା ଥିଲା। କିନ୍ତୁ ସାହିତ୍ୟ ସାଧନା ଥିଲା ସେମାନଙ୍କ ପ୍ରବୃତ୍ତି। ଏହି ପ୍ରବୃତ୍ତି ଅନେକ ସମୟରେ ବୃତ୍ତି ଉପରେ ଭାରି ପଡିଥାଏ। ମନ ଯାହା ଚାହେଁ ତାହା ସବୁ ସମୟରେ ସମସ୍ତଙ୍କୁ ମିଳେନା। ପ୍ରବୃତ୍ତିକୁ ଚାହିଁ ବୃତ୍ତିରେ ରହିବା ଉଚିତ। କିନ୍ତୁ ସମ୍ପ୍ରତ୍ତି ଚାକିରି ସମସ୍ୟା ଏଥିରେ ବାଧକ ସାଜିଛି। ବ୍ୟକ୍ତି ହିସାବରେ ଘଟଣା ପ୍ରବାହରେ କାହାନେଇ ମର୍ମାହତ ବା କ୍ଷତାକ୍ତ ହୋଇପାରନ୍ତି। ମନ ବ୍ୟଥିତ ହୋଇପାରେ। ମାତ୍ର ପ୍ରଶାସନରେ ଏଭଳି ସମ୍ବେଦନଶୀଳତାର ସ୍ଥାନ ନାହିଁ। ଯାହା କର୍ମ ତାହା କରବା ଉଚିତ ବୋଲି ଡ. ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ। ରେଭେନ୍ସାରେ ପଢିଲାବେଳେ ଡ. ପାଣିଗ୍ରାହୀଙ୍କ ସହ କାଟିଥିବା ଯୁବ ବୟସର ସାହିତ୍ୟ ଆସରର ସ୍ମୃତିଚାରଣ କରିଥିଲେ ଜିଲାପାଳ ମହାପାତ୍ର। ବୈଠକରେ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିବାବେଳେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ପି ପ୍ରକାଶ ଆର୍‌, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତିଙ୍କ ସମେତ ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀମାନେ ଯୋଗଦେଇ ଅନ୍ତରଙ୍ଗ ଆଳାପରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାନୁନାହାନ୍ତି ସାମାଜିକ ଦୂରତା

ଆଠମଲ୍ଲିକ ୬।୪(ଡି.ଏନ.ଏ.)- ଆଠମଲ୍ଲିକ ସହରର ବିଭିନ୍ନ କଣ୍ଟ୍ରୋଲ ଦୋକାନରେ ଚାଉଳ, ଗହମ ଓ ସରକାରଙ୍କ ଆର୍ଥିକ ସହାୟତା ନେବାକୁ ସୋମବାର ଭିଡ ଲାଗିଥିବା ଦେଖାଯାଇଥିଲା। ଏପରି...

ଗାଡ଼ିରେ ଛାଡ଼ିଦେଲେ, ଆଣିଲେନି

ଅନୁଗୋଳ ଅଫିସ, ୧୯।୫ ମହାମାରୀ କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲାରେ ୧୮୬ ପାରା ମେଡିକାଲ ଷ୍ଟାଫ୍‌ଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରେ ୪୦...

ସମ୍ବଲପୁର-ସୋନପୁର ସୀମାକୁ ସିଲ୍‌ କଲା ଧମା ପୋଲିସ

ଧମା, ୧।୪ (ଡି.ଏନ.ଏ.)-ରାଜ୍ୟ ସରକାରଙ୍କ କୋଭିଡ- ୧୯ ସୁରକ୍ଷା କଡାକଡିକୁ ନେଇ କରାଯାଇଥିବା ନିଷ୍ପତ୍ତି ପରେ ସମସ୍ତ ରାଜ୍ୟ ଓ ଜିଲା ସୀମାକୁ ସିଲ କରାଯାଇଛି...

ଭୁଶୁଡ଼ିଲା ବ୍ରିଜ୍‌ ସେଣ୍ଟ୍ରିଂ, ଚାଲିଗଲା ଶ୍ରମିକଙ୍କ ଜୀବନ

ମାଲକାନଗିରି,୨୧ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ବ୍ରିଜ୍‌ର ସେଣ୍ଟ୍ରିଂ କାମ ଚାଲିଥିବା ବେଳେ ଏହା ଭୁଶୁଡ଼ି ପଡ଼ିବାରୁ...

ଗ୍ୟାସ୍‌ ଟାଙ୍କି ବିସ୍ଫୋରଣରେ ଜଳିଗଲା ଦୋକାନ

ଜଳେଶ୍ୱର,୧୮।୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ଜଳେଶ୍ୱର ନିକଟ ଲକ୍ଷ୍ମଣନାଥଠାରେ ବୁଧବାର ଏକ ଗ୍ରସରୀ ଦୋକାନରେ ଗ୍ୟାସ୍‌ ଟାଙ୍କି ବିସ୍ଫୋରଣ ଘଟିଥିଲା। ଏଥିରେ...

ଜଣେ ଏସିପି, ୭ ଇନ୍ସପେକ୍ଟର, ୪୪ ଏସ୍‌ଆଇ, ୪ ଏଏସ୍‌ଆଇଙ୍କ ବଦଳି

କଟକ ଅଫିସ,୨୧ା୪: କମିଶନରେଟ୍‌ ପୋଲିସରେ ବୁଧବାର ଜଣେ ଏସିପିଙ୍କ ସମେତ ୭ ଇନ୍ସପେକ୍ଟର, ୪୪ ସବ୍‌ଇନ୍ସପେକ୍ଟର ଓ ୪ ଜଣ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟରଙ୍କ ବଦଳି କମିଶନରେଟ...

୧୬୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଜେଲ ଗଲେ

ଖୋର୍ଦ୍ଧା ଅଫିସ,୧୮।୧୧: କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଖୋର୍ଦ୍ଧା ଆଦର୍ଶ ଥାନା ଶ୍ରୀବିହାରରୁ ଆନନ୍ଦ ପଶ୍ଚିମ କବାଟ(୪୬)ଙ୍କଠାରୁ ୧୬୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ...

ଆନନ୍ଦପୁର ପୌରପାଳିକାରେ ସ୍ବାୟତ୍ତ ଶାସନ ଦିବସ

ଆନନ୍ଦପୁର,୩୧।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ପୌର ଅଧିକାରୀ ହିତାଂଶୁ ଶେଖର ସାମଲଙ୍କ ସଂଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ...

Advertisement
Archives

Model This Week