ପ୍ରବାସୀ ଶ୍ରମିକଙ୍କୁ ଟଙ୍କା ନ ମିଳିବାରୁ ପଞ୍ଚାୟତ ଅଫିସରେ ଉତ୍ତେଜନା

ଚିତ୍ରଡ଼ା,୫।୬(ଡି.ଏନ୍‌.ଏ.): ମୟୁରଭଞ୍ଜ ଜିଲାର ମୋରଡା ବ୍ଲକ ଅଧିନ ହଲଦୀପାଳ ପଞ୍ଚାୟତ ଅଫିସରେ ଶୁକ୍ରବାର ଅପରାହ୍ନରେ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ପାଟିତୁଣ୍ଡ କରିଥିବା ଦେଖିବାକୁ ମିଳିଛି। ଏହି ଘଟଣା ସମ୍ପର୍କରେ ସରପଞ୍ଚ ଜାଣି ମଧ୍ୟ ପଞ୍ଚାୟତ ଅଫିସକୁ ଆସି ନ ଥିବାରୁ ଲୋକମାନେ ଉତ୍‌କ୍ଷିପ୍ତ ହୋଇଥିଲେ। ଶେଷରେ ହଲଦୀପାଳ ପଞ୍ଚାୟତର ୪ନଂ ୱାର୍ଡର ୱାର୍ଡ ମେମ୍ବର ରାଧାରାଣୀ ମହାନ୍ତ ଆସି ଲୋକଙ୍କୁ ଶାନ୍ତ କରିଥିଲେ।

ଶ୍ରମିକମାନଙ୍କ କହିବା ଅନୁଯାୟୀ, ଯେଉଁ ପ୍ରବାସୀ ଶ୍ରମିକମାନେ ପୂର୍ବରୁ ରେଜିଷ୍ଟ୍ରେଶନ କରିବା ସହ ସରକାରଙ୍କ ନିୟମ ମାନି ୧୪ ଦିନ କ୍ୱାରାଣ୍ଟାଇନରେ ରହି ଘରକୁ ଫେରିବେ, ସେମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଥିଲେ ରାଜ୍ୟ ସରକାର। ସେମାନଙ୍କୁ ୨୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଥିଲା। ତେବେ ବିଭିନ୍ନ ରାଜ୍ୟରୁ ହଲଦୀପାଳ ପଞ୍ଚାୟତକୁ ଆସିଥିବା ପ୍ରାୟ ୬୦ରୁ ଊଦ୍ଧର୍‌ବ ପ୍ରବାସୀ ଶ୍ରମିକ ୧୪ ଦିନ କ୍ୱାରାଣ୍ଟାଇନ ରହି ଘରକୁ ଫେରିଥିଲେ। ଘରକୁ ଫେରିବାର ସାତ ଦିନ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇ ନାହିଁ। ପଞ୍ଚାୟତ ତରଫରୁ କୌଣସି ସୂଚନା ମଧ୍ୟ ତାଙ୍କୁ ଦିଆଯାଇ ନ ଥିଲା। ଏହି ଟଙ୍କା ସମ୍ପର୍କରେ ସରପଞ୍ଚଙ୍କୁ ପଚାରିଲେ ସେ ବିଡ଼ିଓଙ୍କୁ ପଚାରିବାକୁ କହୁଛନ୍ତି। ବିଡ଼ିଓଙ୍କୁ ପଚାରିଲେ ସେ ପିଇଓଙ୍କୁ ଦେଖାକରିବା ପାଇଁ କହୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଶୁକ୍ରବାର ବିଭିନ୍ନ ପଞ୍ଚାୟତରେ ସରପଞ୍ଚ ଏବଂ ପିଇଓ ଲୋକଙ୍କ ଘରକୁ ଯାଇ ଟଙ୍କା ଦେଉଥିବା କଥା ଶୁଣି ପ୍ରାୟରୁ ୬୦ ଊଦ୍ଧର୍‌ବ ଶ୍ରମିକମାନେ ଆସି ବାଧ୍ୟହୋଇ ହଲଦୀପାଳ ପଞ୍ଚାୟତ ଅଫିସରେ ପିଇଓ ହରିଶ୍ଚନ୍ଦ୍ର ମହାନ୍ତଙ୍କୁ ପାଟିତୁଣ୍ଡ କରୁଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣା ସମ୍ପର୍କରେ ସରପଞ୍ଚ ଜାଣି ମଧ୍ୟ ପଞ୍ଚାୟତ ଅଫିସକୁ ଆସି ନ ଥିବାରୁ ଲୋକମାନେ ଉତ୍‌କ୍ଷିପ୍ତ ହୋଇଥିଲେ। ଶେଷରେ ହଲଦୀପାଳ ପଞ୍ଚାୟତର ୪ନଂ ୱାର୍ଡର ୱାର୍ଡ ମେମ୍ବର ରାଧାରାଣୀ ମହାନ୍ତ ଆସି ଲୋକଙ୍କୁ ଶାନ୍ତ କରିଥିଲେ।

ଏନେଇ ପିଇଓ ହରିଶ୍ଚନ୍ଦ୍ର ମହାନ୍ତଙ୍କୁ ପଚାରିବାରୁ ଟଙ୍କା ଚାରି ଦିନ ହେବ ବ୍ଲକରୁ ଛଡା ହୋଇଥିଲା। ଗୁରୁବାର ପଞ୍ଚାୟତର ପାସ୍‌ ବହି ଅପ୍‌ଡେଟ୍‌ କରିବାରୁ ଟଙ୍କା ଲାଗିଥିବା ଜଣା ପଡିଥିଲା। ପରେ ବିଡିଓଙ୍କ ନିର୍ଦ୍ଦେଶ କ୍ରମେ ଯେଉଁ ପ୍ରବାସୀ କ୍ୱାରାଣ୍ଟାଇନରେ ଥିଲେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠଯିବ। ହେଲେ ସମସ୍ତେ ପାସବହି ଦେଇ ନ ଥିଲେ। ତେଣୁ ଟଙ୍କା ଛଡା ଯାଇ ନଥିଲା। ଲୋକମାନେ ହାତରେ ଟଙ୍କା ନେବେ ବୋଲି ଜିଦ କରୁଛନ୍ତି। ତେଣୁ ବ୍ୟାଙ୍କରୁ ଟଙ୍କା ଉଠାଇ ସମସ୍ତଙ୍କୁ ଦିଆଯିବ ବୋଲି ସେ କହିଛନ୍ତି। ସେହିଭଳି ଏନେଇ ସରପଞ୍ଚ ଅଞ୍ଜନା ସରେନଙ୍କୁ ଯୋଗାଯୋଗ କରିବାରୁ ପିଇଓ ଟଙ୍କା ଉଠାଇବା ପାଇଁ ଯାଇଛନ୍ତି। ଟଙ୍କା ଆଣିଲେ ସମସ୍ତଙ୍କୁ ଦେଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେପରୁଆ ଭାବେ ଚାଲିଛି ଗଣ୍ଡିବେଡ-ଔପଦା ରାସ୍ତା

ଖଇରା/ଔପଦା, ୨୭।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକରେ ପୂର୍ତ୍ତ ବିଭାଗ ଅଧୀନରେ ବିଭିନ୍ନ ସ୍ଥାନରେ ଚାଲିଥିବା କାର୍ଯ୍ୟକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ବିଶେଷ...

ଶ୍ରାବଣ ଶେଷ ସୋମବାର : ଶୈବ ପୀଠରେ ଭକ୍ତଙ୍କ ଭିଡ଼

ଭଦ୍ରକ ଅଫିସ,୧୨ା୮: ଶ୍ରାବଣ ଶେଷ ସୋମବାର ଉପଲକ୍ଷେ ଭଦ୍ରକ ଜିଲାର ଶୈବ ପୀଠଗୁଡ଼ିକରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି l ଜିଲାର ବିଭିନ୍ନ...

ନକଲି ଔଷଧ କାରବାର: ଔଷଧ ଯୋଗାଉଥିବା ୨ ବ୍ୟବସାୟୀ ଚିହ୍ନଟ

କଟକ ଅଫିସ,୨୪।୯: କଟକ ନକଲି ଔଷଧ କାରବାର ମାମଲାରେ ବିହାରର ଦୁଇ ବ୍ୟବସାୟୀଙ୍କୁ ପୋଲିସ ଚିହ୍ନଟ କରିଛି। ଏହି ୨ ଜଣ ନକଲି ଔଷଧ ଯୋଗାଉଥିବା...

ଖୁଣ୍ଟୁଣୀ ବନାଞ୍ଚଳରେ ପକ୍ଷୀଗଣନା: ୧୨ ପ୍ରଜାତିର ୩୦୨୧ ପକ୍ଷୀ ଚିହ୍ନଟ

ଖୁଣ୍ଟୁଣୀ,୪।୧(ଡି.ଏନ.ଏ.): ଖୁଣ୍ଟୁଣୀ ବନାଞ୍ଚଳରେ ରବିବାର ପକ୍ଷୀ ଗଣନା କରାଯାଇଥିଲା। ଏଥିରେ ମୋଟ୍‌ ୧୨ ପ୍ରଜାତିର ୩୦୨୧ ପକ୍ଷୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୮୮ ପକ୍ଷୀ ଇଣ୍ଡିଆନ...

ବାର୍‌ହା ପାଇଁ ବିଛା ଯାଇଥିଲା ଜାଲ: ଶିକାର ହେଲା ହାତୀ

ଢେଙ୍କାନାଳ ଅଫିସ,୧।୧୨: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ କଡ଼ାଲ ଗ୍ରାମ ନିକଟରୁ ଏକ ମୃତ ଦନ୍ତାହାତୀ ପଡ଼ିଥିବା ମଙ୍ଗଳବାର ସକାଳୁ ଦେଖିବାକୁ ମିଳିଛି। ହାତୀ ପାଖରେ...

ଡାକ୍ତର ନିଯୁକ୍ତି ପାଇଁ ୪୦ କି.ମି. ଚାଲିଲେ

ଭଦ୍ରକ ଅଫିସ, ୧୬।୧- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳର କେତେକ ଯୁବଗୋଷ୍ଠୀ ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଗୁରୁବାର...

ଆହତଙ୍କୁ ମେଡିକାଲ ନେଲେ ତହସିଲଦାର

ପୁରୁଷୋତ୍ତମପୁର,୧ା୧(ଡି.ଏନ.ଏ.): ପୁରୁଷୋତ୍ତମପୁର ଥାନା ଭାଟକୁମରଡା ନିକଟରେ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାରେ ବୁଧବାର ସନ୍ଧ୍ୟାରେ ଏକ ଅଟୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୨ଜଣ...

ନଅଙ୍କ ଦୁର୍ଭିକ୍ଷରେ ଭୋକ ମେଣ୍ଟାଉଥିଲା ସାରୁ ଫୁଲ

ମହାକାଳପଡ଼ା, ୧୩।୮(ଡି.ଏନ.ଏ.): ପୂର୍ବ ଭାରତରେ ଅନାବୃଷ୍ଟି ଯୋଗୁ ୧୮୬୬-୬୭ ମସିହାରେ ଭୟାବହ ନଅଙ୍କ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ...

Advertisement
Archives

Model This Week