ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି: ନେତା, ଅଫିସର ଅଭିଯୁକ୍ତ: ଅଯୋଗ୍ୟ ହିତାଧିକାରୀ ଖୋଜା ଜୋରଦାର

କଟକ ଅଫିସ, ୨୯ା୧୦: କଟକ ଜିଲାର ମାହାଙ୍ଗା ଓ ବଡମ୍ବା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି। ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ତଦନ୍ତ କରାଯିବା ପରେ ଏହି ଦୁଇଟି ବ୍ଲକରେ ହୋଇଥିବା ଦୁର୍ନୀତି ସାମ୍ନାକୁ ଆସିଛି। ବଡ଼ମ୍ବା ଘଟଣାରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଗତ ଶୁକ୍ରବାର ସ୍ଥାନୀୟ ଥାନାରେ ଏତଲା ଦିଆଯାଇଛି। ଏତଲାକୁ ଭିତ୍ତି କରି ବିଡିଓ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ, ଶଙ୍ଖାମାରୀ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି। ସେହିପରି ମାହାଙ୍ଗା ବ୍ଲକର ଜଣେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରିବା ପାଇଁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଗ୍ରାମାଞ୍ଚଳ ଏସ୍‌ପିଙ୍କୁ ଚିଠି ଲେଖାଯାଇଛି। ଅର୍ଥାତ୍‌ ନିର୍ବାଚିତ ଲୋକ ପ୍ରତିନିଧିମାନେ ସରକାରୀ ଯୋଜନାରୁ ଫାଇଦା ହାତେଇବା ପାଇଁ ବ୍ୟସ୍ତ ଥିବାବେଳେ ସରକାରୀ ଅଧିକାରୀମାନେ ଏହି କାର୍ଯ୍ୟରେ ସେମାନଙ୍କୁ ପ୍ରଚ୍ଛନ୍ନ ସହାୟତା ଯୋଗାଉଛନ୍ତି। ଫଳରେ ଯୋଗ୍ୟ ହିତାଧିକାରୀମାନେ ଯୋଜନାରୁ ବାଦ ପଡୁଥିବାବେଳେ ଅନେକ ଅଯୋଗ୍ୟ ହିତାଧିକାରୀ ଯୋଜନାରୁ ଲାଭବାନ ହେଉଛନ୍ତି। ହେଲେ ଦୁଇ ବ୍ଲକର ଦୁର୍ନୀତି ଜଣାଡ଼ିବା ପରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ସମଗ୍ର ଜିଲାରେ ଖୋଳତାଡ଼ ଆରମ୍ଭ ହୋଇଛି। କେଉଁ ବ୍ଲକରେ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ଲାଭବାନ ହୋଇଛନ୍ତି ତା’ର ତଦନ୍ତ ଜୋରଦାର ହୋଇଛି। ନଭେମ୍ବର ୫ ସୁଦ୍ଧା ତଦନ୍ତ ରିପୋର୍ଟ ପହଞ୍ଚତ୍ବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରାଜ ବିବେକାନନ୍ଦ ନାୟକ କହିଛନ୍ତି।
୨୦୧୯-୨୦ ମସିହାରେ କଟକ ଜିଲାରେ ପ୍ର୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୧,୫୫୩ ଘର ନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ସେଥିମଧ୍ୟରୁ ୧୦,୫୩୪ ହିତାଧିକାରୀଙ୍କ ନାମ ପଞ୍ଜୀକୃତ ହୋଇଥିଲା। ସୋମବାର ସୁଦ୍ଧା ଏହି ହିତାଧିକାରୀମାନଙ୍କ ମଧ୍ୟରୁ ୯୭୭୨ ଜଣଙ୍କୁ ଗୃହ ନିର୍ମାଣ ବାବଦକୁ ପ୍ରଥମ କିସ୍ତି ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ ୩୧୩୮ ଜଣଙ୍କୁ ଦ୍ୱିତୀୟ କିସ୍ତି, ୬୯୭ ଜଣଙ୍କୁ ତୃତୀୟ କିସ୍ତି, ୩୮ ଜଣଙ୍କୁ ଚତୁର୍ଥ କିସ୍ତି ପ୍ରଦାନ କରାଯାଇଛି। ମୋଟାମୋଟି ଭାବେ ଜିଲାରେ ୧୬୭ ଜଣ ହିତାଧିକାରୀ ଘର ନିର୍ମାଣ ସମ୍ପୂର୍ଣ୍ଣ କରିଥିବା ତଥ୍ୟରୁ ଜଣାପଡ଼ିଛି। ଆର୍ଥିକବର୍ଷ ଆରମ୍ଭ ହେବାକୁ ଇତିମଧ୍ୟରେ ୭ ମାସ ବିତିଥିଲେ ମଧ୍ୟ ଗୃହ ନିର୍ମାଣ ହାର କଟକ ଜିଲାରେ ମାତ୍ର ୧.୪୫ ପ୍ରତିଶତ ରହିଛି। ଜିଲାର ବଡ଼ମ୍ବା, ବାଙ୍କୀ, ବାରଙ୍ଗ, କଣ୍ଟାପଡ଼ା, ନିଆଳି ଓ ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ଅଦ୍ୟାବଧି ଗୋଟିଏ ଘର ବି ନିର୍ମାଣ ଶେଷ ହୋଇନାହିଁ।
ଯୋଜନାକୁ ସରକାରୀ ସ୍ତରରେ କଦର୍ଥ କରାଯାଉଥିବା କେତେଜଣ ହିତାଧିକାରୀ ନାମ ଗୋପନ ରଖି କହିଛନ୍ତି। ପଞ୍ଚାୟତ ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀମାନେ ହିତାଧିକାରୀଙ୍କ ଘର ବୁଲି ଦେଖିଯିବା ପରେ ମଧ୍ୟ ହାତଗୁଞ୍ଜା ନ ପାଇବା ପର୍ଯ୍ୟନ୍ତ କିସ୍ତି ଟଙ୍କା ଆକାଉଣ୍ଟକୁ ପଠାଉନାହାନ୍ତି। ମାହାଙ୍ଗା ବ୍ଲକ ଅଞ୍ଚଳର ଜଣେ ହିତାଧିକାରୀ ନାମ ଗୋପନ ରଖି କହିଛନ୍ତି, ଗୃହ ନିର୍ମାଣ କାର୍ଯ୍ୟାଦେଶ ମିଳିବାଠୁ ଆରମ୍ଭ କରି ଚୂଡ଼ାନ୍ତ ବିଲ୍‌ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ ନିର୍ବାହୀ ଅଧିକାରୀଙ୍କୁ ୧ହଜାର ଲେଖାଏ ଟଙ୍କା ଦେବାକୁ ପଡ଼ିଥାଏ। ହାତଗୁଞ୍ଜା ନ ଦେଲେ କିସ୍ତି ଟଙ୍କା ମିଳିବା ଅସମ୍ଭବ। ସେହିପରି ମାହାଙ୍ଗା ବ୍ଲକର ଉଷୁମା ପଞ୍ଚାୟତ ଅଧିବାସୀ ଶରତ ସ୍ବାଇଁ କୁହନ୍ତି, ସେ ଜଣେ ପାନ ଦୋକାନୀ। ଦୁଇ ବଖରା ଆଜବେଷ୍ଟସ ଘରେ ତାଙ୍କ ପରିବାର ରୁହନ୍ତି। ବାତ୍ୟା ଫନୀ ରେ ଘରର ଆଜବେଷ୍ଟସ୍‌ ଭାଙ୍ଗିଯିବାରୁ ସେଥିରେ ସେ ପଲିଥିନ ପକାଇ ରହୁଛନ୍ତି। ଗତ ଲଘୁଚାପ ବର୍ଷାରେ ଘର ଭିତରେ ବର୍ଷାପାଣି ଲହଡି ମାରିଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବାକୁ ହେଲେ ତାଙ୍କୁ ୧୦ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ବ୍ଲକର ଜଣେ ଅଧିକାରୀ କହିଥିଲେ। ଫଳରେ ଶରତ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ନାୟକ କହିଛନ୍ତି, ବେଆଇନ ଭାବେ ଯିଏବି ଯୋଜନାରୁ ଲାଭବାନ ହୋଇଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ଭୟରେ ଲୋକେ…

ଶ୍ରୀନଗର,୧୨।୪: ଜମ୍ମୁ ଓ କଶ୍ମୀରର ଡୋଡା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ମାପ କରାଯାଇଛି। ଭୂକମ୍ପ ଅନୁଭୂତ ହେବାମାତ୍ରେ ଲୋକେ…

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ସରିଲା ବାହାର ରତ୍ନଭଣ୍ଡାର ଗଣତି: ଜାଣନ୍ତୁ କେତେ କ’ଣ ଅଛି

ପୁରୀ,୧୨ା୪ (ଅଜିତ୍‌ କୁମାର ମହାନ୍ତି):ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ଯ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri