ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି: ନେତା, ଅଫିସର ଅଭିଯୁକ୍ତ: ଅଯୋଗ୍ୟ ହିତାଧିକାରୀ ଖୋଜା ଜୋରଦାର

କଟକ ଅଫିସ, ୨୯ା୧୦: କଟକ ଜିଲାର ମାହାଙ୍ଗା ଓ ବଡମ୍ବା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି। ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ତଦନ୍ତ କରାଯିବା ପରେ ଏହି ଦୁଇଟି ବ୍ଲକରେ ହୋଇଥିବା ଦୁର୍ନୀତି ସାମ୍ନାକୁ ଆସିଛି। ବଡ଼ମ୍ବା ଘଟଣାରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଗତ ଶୁକ୍ରବାର ସ୍ଥାନୀୟ ଥାନାରେ ଏତଲା ଦିଆଯାଇଛି। ଏତଲାକୁ ଭିତ୍ତି କରି ବିଡିଓ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ, ଶଙ୍ଖାମାରୀ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି। ସେହିପରି ମାହାଙ୍ଗା ବ୍ଲକର ଜଣେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରିବା ପାଇଁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଗ୍ରାମାଞ୍ଚଳ ଏସ୍‌ପିଙ୍କୁ ଚିଠି ଲେଖାଯାଇଛି। ଅର୍ଥାତ୍‌ ନିର୍ବାଚିତ ଲୋକ ପ୍ରତିନିଧିମାନେ ସରକାରୀ ଯୋଜନାରୁ ଫାଇଦା ହାତେଇବା ପାଇଁ ବ୍ୟସ୍ତ ଥିବାବେଳେ ସରକାରୀ ଅଧିକାରୀମାନେ ଏହି କାର୍ଯ୍ୟରେ ସେମାନଙ୍କୁ ପ୍ରଚ୍ଛନ୍ନ ସହାୟତା ଯୋଗାଉଛନ୍ତି। ଫଳରେ ଯୋଗ୍ୟ ହିତାଧିକାରୀମାନେ ଯୋଜନାରୁ ବାଦ ପଡୁଥିବାବେଳେ ଅନେକ ଅଯୋଗ୍ୟ ହିତାଧିକାରୀ ଯୋଜନାରୁ ଲାଭବାନ ହେଉଛନ୍ତି। ହେଲେ ଦୁଇ ବ୍ଲକର ଦୁର୍ନୀତି ଜଣାଡ଼ିବା ପରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ସମଗ୍ର ଜିଲାରେ ଖୋଳତାଡ଼ ଆରମ୍ଭ ହୋଇଛି। କେଉଁ ବ୍ଲକରେ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ଲାଭବାନ ହୋଇଛନ୍ତି ତା’ର ତଦନ୍ତ ଜୋରଦାର ହୋଇଛି। ନଭେମ୍ବର ୫ ସୁଦ୍ଧା ତଦନ୍ତ ରିପୋର୍ଟ ପହଞ୍ଚତ୍ବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରାଜ ବିବେକାନନ୍ଦ ନାୟକ କହିଛନ୍ତି।
୨୦୧୯-୨୦ ମସିହାରେ କଟକ ଜିଲାରେ ପ୍ର୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୧,୫୫୩ ଘର ନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ସେଥିମଧ୍ୟରୁ ୧୦,୫୩୪ ହିତାଧିକାରୀଙ୍କ ନାମ ପଞ୍ଜୀକୃତ ହୋଇଥିଲା। ସୋମବାର ସୁଦ୍ଧା ଏହି ହିତାଧିକାରୀମାନଙ୍କ ମଧ୍ୟରୁ ୯୭୭୨ ଜଣଙ୍କୁ ଗୃହ ନିର୍ମାଣ ବାବଦକୁ ପ୍ରଥମ କିସ୍ତି ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ ୩୧୩୮ ଜଣଙ୍କୁ ଦ୍ୱିତୀୟ କିସ୍ତି, ୬୯୭ ଜଣଙ୍କୁ ତୃତୀୟ କିସ୍ତି, ୩୮ ଜଣଙ୍କୁ ଚତୁର୍ଥ କିସ୍ତି ପ୍ରଦାନ କରାଯାଇଛି। ମୋଟାମୋଟି ଭାବେ ଜିଲାରେ ୧୬୭ ଜଣ ହିତାଧିକାରୀ ଘର ନିର୍ମାଣ ସମ୍ପୂର୍ଣ୍ଣ କରିଥିବା ତଥ୍ୟରୁ ଜଣାପଡ଼ିଛି। ଆର୍ଥିକବର୍ଷ ଆରମ୍ଭ ହେବାକୁ ଇତିମଧ୍ୟରେ ୭ ମାସ ବିତିଥିଲେ ମଧ୍ୟ ଗୃହ ନିର୍ମାଣ ହାର କଟକ ଜିଲାରେ ମାତ୍ର ୧.୪୫ ପ୍ରତିଶତ ରହିଛି। ଜିଲାର ବଡ଼ମ୍ବା, ବାଙ୍କୀ, ବାରଙ୍ଗ, କଣ୍ଟାପଡ଼ା, ନିଆଳି ଓ ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ଅଦ୍ୟାବଧି ଗୋଟିଏ ଘର ବି ନିର୍ମାଣ ଶେଷ ହୋଇନାହିଁ।
ଯୋଜନାକୁ ସରକାରୀ ସ୍ତରରେ କଦର୍ଥ କରାଯାଉଥିବା କେତେଜଣ ହିତାଧିକାରୀ ନାମ ଗୋପନ ରଖି କହିଛନ୍ତି। ପଞ୍ଚାୟତ ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀମାନେ ହିତାଧିକାରୀଙ୍କ ଘର ବୁଲି ଦେଖିଯିବା ପରେ ମଧ୍ୟ ହାତଗୁଞ୍ଜା ନ ପାଇବା ପର୍ଯ୍ୟନ୍ତ କିସ୍ତି ଟଙ୍କା ଆକାଉଣ୍ଟକୁ ପଠାଉନାହାନ୍ତି। ମାହାଙ୍ଗା ବ୍ଲକ ଅଞ୍ଚଳର ଜଣେ ହିତାଧିକାରୀ ନାମ ଗୋପନ ରଖି କହିଛନ୍ତି, ଗୃହ ନିର୍ମାଣ କାର୍ଯ୍ୟାଦେଶ ମିଳିବାଠୁ ଆରମ୍ଭ କରି ଚୂଡ଼ାନ୍ତ ବିଲ୍‌ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ ନିର୍ବାହୀ ଅଧିକାରୀଙ୍କୁ ୧ହଜାର ଲେଖାଏ ଟଙ୍କା ଦେବାକୁ ପଡ଼ିଥାଏ। ହାତଗୁଞ୍ଜା ନ ଦେଲେ କିସ୍ତି ଟଙ୍କା ମିଳିବା ଅସମ୍ଭବ। ସେହିପରି ମାହାଙ୍ଗା ବ୍ଲକର ଉଷୁମା ପଞ୍ଚାୟତ ଅଧିବାସୀ ଶରତ ସ୍ବାଇଁ କୁହନ୍ତି, ସେ ଜଣେ ପାନ ଦୋକାନୀ। ଦୁଇ ବଖରା ଆଜବେଷ୍ଟସ ଘରେ ତାଙ୍କ ପରିବାର ରୁହନ୍ତି। ବାତ୍ୟା ଫନୀ ରେ ଘରର ଆଜବେଷ୍ଟସ୍‌ ଭାଙ୍ଗିଯିବାରୁ ସେଥିରେ ସେ ପଲିଥିନ ପକାଇ ରହୁଛନ୍ତି। ଗତ ଲଘୁଚାପ ବର୍ଷାରେ ଘର ଭିତରେ ବର୍ଷାପାଣି ଲହଡି ମାରିଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବାକୁ ହେଲେ ତାଙ୍କୁ ୧୦ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ବ୍ଲକର ଜଣେ ଅଧିକାରୀ କହିଥିଲେ। ଫଳରେ ଶରତ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ନାୟକ କହିଛନ୍ତି, ବେଆଇନ ଭାବେ ଯିଏବି ଯୋଜନାରୁ ଲାଭବାନ ହୋଇଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri