ବାଣ ଫୁଟାଇବାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମୁହାଁମୁହିଁ ଯୁବକଙ୍କୁ ଭୁଜାଲିରେ ହାଣି ମୁଣ୍ଡକୁ ଛେଚି ହତ୍ୟା

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର(ଡି.ଏନ୍‌.ଏ.): ଏୟାରଫିଲ୍ଡ ଥାନାଠାରୁ ମାତ୍ର ଶହେ ମିଟର ଦୂର ଭୀମଟାଙ୍ଗୀସ୍ଥିତ ଏକାମ୍ର କଲେଜ ପଛପାର୍ଶ୍ୱରେ ରବିବାର ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ବାଣଫୁଟାକୁ ନେଇ ସନ୍ଧ୍ୟାରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିବାବେଳେ ବିଳମ୍ବିତ ରାତିରେ ଘଟିଛି ସଂଘର୍ଷ। ଗୋଟିଏ ଗୋଷ୍ଠୀର ଯୁବକମାନେ ପ୍ରତିପକ୍ଷର ଜଣେ ଯୁବକଙ୍କୁ ଭୁଜାଲିରେ ହାଣି ମୁଣ୍ଡକୁ ଛେଚି ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ଖଣ୍ଡୁଆଳ ଛକ ନିକଟରେ ରହୁଥିବା ଅମରେଶ ନାୟକ(୨୭)। ପୋଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ମୃତକଙ୍କ ମାଆ ରତ୍ନ ମଞ୍ଜରୀଙ୍କ ଅଭିଯୋଗକ୍ରମେ ପୋଲିସ୍‌ ଆଇପିସି ଦଫା ୩୦୨ ଓ ୩୪ରେ ମାମଲା ନଂ. ୧୯୬/୧୯ ରୁଜୁ କରି ତଦନ୍ତ ଚଳାଇଛି। ସୋମବାର ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ଓ ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ରକ୍ତ ନମୁନା ସଂଗ୍ରହ କରିଛି। ଏଥିସହ ସେଠାରୁ ୫ ବୋମା, କିଛି ମଦ ବୋତଲ ଜବତ କରିଛି। ଏହି ହତ୍ୟାକାଣ୍ଡରେ ସୁନ୍ଦରପଦା ଅଞ୍ଚଳର କେତେଜଣ ଯୁବକ ସମ୍ପୃକ୍ତ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ଅନ୍ୟପକ୍ଷରେ ସମସ୍ତ ଅଭିଯୁକ୍ତ ଫେରାର ଥିବାବେଳେ ପୋଲିସ ଉକ୍ତ ରାତିରେ ପୂର୍ବତନ କର୍ପୋରେଟର ମଣ୍ଟୁ ନନ୍ଦଙ୍କୁ ପଚରାଉଚରା ପାଇଁ ଥାନାକୁ ଆଣିଥିଲା। ଖବର ପାଇ ଶତାଧିକ ମହିଳା ଥାନା ଘେରାଉ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ପୋଲିସ ମଣ୍ଟୁଙ୍କୁ ଥାନାରୁ ଛାଡିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଏନେଇ ମଣ୍ଟୁ କହିଛନ୍ତି, ମୋର ଏହି ମାମଲାରେ କିଛି ସମ୍ପୃକ୍ତି ନାହିଁ। ମୋତେ ଅଯଥାରେ ଫସା ଯାଉଛି। ପୋଲିସ ମୋତେ ଫୋନ୍‌ କରି ଥାନାକୁ ଡାକି ଅଟକ ରଖିଥିଲା। ମୁଁ ପୋଲିସକୁ ଅନ୍ୟ ମାମଲାରେ ସହଯୋଗ କରେ। ତେଣୁ ଏହି ମାମଲାର ତଦନ୍ତରେ ସହଯୋଗ କରିବି ବୋଲି ସେ କହିଛନ୍ତି।
ପୋଲିସ ସୂଚନାନୁସାରେ, ରବିବାର ରାତି ପ୍ରାୟ ୭ଟାରେ ଜଣେ ଯୁବକ ଏକାମ୍ରକଲେଜ ପଛ ପଡିଆରେ ବସିଥିଲେ। ଏହି ସମୟରେ ମୃତ ଅମରେଶଙ୍କ କେତେଜଣ ସହଯୋଗୀ ସେଠାରେ ପହଞ୍ଚତ୍ ବାଣ ଫୁଟାଯିବ କହି ତାଙ୍କୁ ସେଠାରୁ ଉଠିଯିବାକୁ କହିଥିଲେ। କିନ୍ତୁ ସେ ଉଠି ନ ଥିଲେ। ଅମରେଶଙ୍କ ସହଯୋଗୀମାନେ ବାଣ ଫୁଟାଇବା ପରେ ଉକ୍ତ ଯୁବକ ଜଣକ ସେଠାରୁ ପଳାଇଥିଲେ। ଏହାର କିଛି ସମୟ ପରେ ଯୁବକଜଣକ ଅନ୍ୟ ୮ଜଣ ସହଯୋଗୀଙ୍କ ସହ ସେଠାରେ ପହଞ୍ଚତ୍ ଯୁକ୍ତିତର୍କ କରିବାରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଆପୋସ ସମାଧାନ ପରେ ଉକ୍ତ ଗୋଷ୍ଠୀ ସେଠାରୁ ଚାଲିଯିବା ପରେ ଅମରେଶ ଓ ସହଯୋଗୀମାନେ ପୁଣି ବାଣ ଫୁଟାଇବା ସହ ଭୋଜି କରିଥିଲେ। ରାତି ପ୍ରାୟ ୧୨ଟାରେ ସମସ୍ତେ ଭୋଜି ଖାଇ ଘରକୁ ଯାଇଥିଲେ। ହେଲେ ଅମରେଶ ଓ ଅନ୍ୟ ଦୁଇ ସାଙ୍ଗ ବାସନକୁସନ ଧୋଇ ନେବାକୁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ହଠାତ୍‌ ୨୫ରୁ ଊର୍ଦ୍ଧ୍ୱ ଯୁବକ ଶାବଳ, ଭୁଜାଲି, ହକି ଷ୍ଟିକ୍‌ ଓ ବନ୍ଧୁକ ଧରି ସେଠାରେ ପହଞ୍ଚତ୍ ଅତର୍କିତ ଆକ୍ରମଣ କରିଥିଲେ।

ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚତ୍ଗଲେ ଦୁଇ ସାଙ୍ଗ
ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ଅମରେଶ ଓ ଦୁଇ ସାଙ୍ଗଙ୍କୁ ନିସ୍ତୁକ ପିଟିଥିଲେ। ଦୁଇସାଙ୍ଗ ମାଡ଼ ଖାଇବା ପରେ ଜାଣିଶୁଣି ଅଚେତ ହେବା ଭଳି ପଡ଼ି ଯାଇଥିଲେ। ଫଳରେ ସେମାନଙ୍କୁ ଛାଡ଼ି ଯୁବକମାନେ ସଂଘବଦ୍ଧ ଭାବେ ଅମରେଶଙ୍କୁ ଘେରିଯାଇଥିଲେ। କିଏ ଭୁଜାଲିରେ ହାଣିଥିଲେ ତ ଆଉ କିଏ ଶାବଳ ଓ ଠେଙ୍ଗାରେ ପିଟି ପଥର ମାଡ଼ କରିଥିଲେ। ସେ ନିସ୍ତେଜ ହୋଇ ତଳେ ପଡିଯିବା ପରେ ମଧ୍ୟ ସେମାନେ ଛାଡ଼ି ନ ଥିଲେ। ଏପରି କି ଅଭିଯୁକ୍ତମାନେ ଯିବା ପୂର୍ବରୁ ଅମରେଶଙ୍କ ଉପରେ ଗାଡ଼ି ଚଢ଼ାଇ ନେଇଥିଲେ ବୋଲି ଅମରେଶଙ୍କ ସାଙ୍ଗ କିକି କହିଛନ୍ତି। ଅଭିଯୁକ୍ତମାନେ ଚାଲିଯିବା ପରେ କିକି ଓ ଅନ୍ୟଜଣେ ସାଙ୍ଗ ଉଠିପଡ଼ି ଅମରେଶଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୂର୍ବରୁ ଟାର୍ଗେଟରେ ଥିଲେ ଅମରେଶ
ମୃତ ଅମରେଶଙ୍କ ବାପା ବମ୍ବେରେ ବ୍ୟାଙ୍କ୍‌ ମ୍ୟାନେଜର ଥିବାବେଳେ ସେ ଇଞ୍ଜିନିୟରିଂ ପଢ଼ୁଥିଲେ। ହେଲେ ତାଙ୍କ ନାମରେ ବିଭିନ୍ନ ଥାନାରେ ହତ୍ୟା ଉଦ୍ୟମ, ଗଣ୍ଡଗୋଳ ଆଦି ୨୨ରୁ ଊର୍ଦ୍ଧ୍ୱ ମାମଲା ରହିଛି। ପୂର୍ବରୁ ମଧ୍ୟ ତାଙ୍କ ଗୋଷ୍ଠୀ ସହ ଅନ୍ୟ ଏକ ଗୋଷ୍ଠୀର ଶତ୍ରୁତା ଥିଲା। ଗତବର୍ଷ ଉକ୍ତ ଗୋଷ୍ଠୀ ଅମରେଶଙ୍କୁ ଖଣ୍ଡାରେ ୩୨ ଚୋଟ ହାଣିଥିଲେ ମଧ୍ୟ ସେ ବଞ୍ଚତ୍ୟାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri