ପ୍ରଧାନମନ୍ତ୍ରୀକୁଁ ଦୁଇ ବହେନ୍‌କଁର ଚିଠି ଘଟ୍‌ନା: ପାଏନ୍‌ ନମୁନା ଠୁଲାଲା ଜଳଯୋଗାଣ ବିଭାଗ

ଅମରପାଲି, ୧୩।୩ (ଡି.ଏନ୍‌.ଏ.)- ନିଜର ଅଂଚଲରେ ବହପୁଥିବାର କିଡ୍‌ନୀ ରୋଗ୍‌ର ପରତିକାର ଆର ନିରମଲ ପିଇଲା ପାଏନ୍‌ ଯୁଗେଇ ଦେବାକେ ମାର୍ଚ୍ଚ ୩ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁଁ ଚିଠି ଲେଖିଥିଲେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧୀନ ଅମରପାଲି ଗଁ।ର ପ୍ରାଣବନ୍ଧୁ ସାହୁକଁର ଦୁଇ ଝି’ ଇପ୍ସିତା ଅନନ୍ୟା(୧୧) ଆର ଆରାଧ୍ୟା ଅନୁଭା(୭)। ଇ ଖବର ଜାନଲା ଉତାରୁ ବୁଧୁବାର ବେଲବୁଡ଼େ ଦୁଇ ବହେନ୍‌କର ଘରେ ପୁହୁଁଚିଥିଲା ଆରଡବ୍ଲୁଏସ୍‌ଏସ୍‌ ବିଭାଗର ଗୁଟେ ଦଲ୍‌। ଇ ବାବ୍‌ଦେ ଦୁଇ ବହେନ୍‌, ତାକର ବାପା ଆର ଥାନୀଅ ସମିତି ସଭିଅ, ଗଁାବାସୀକର ସଂଗେ ଆଲୋଚନା କରିଥିଲା ବିଭାଗ। ଇତାର ବାହାରେ ଅମରପାଲି ଗଁାର ନଲ୍‌ଚୁଅଁାମାନକରୁ ପାଏନ୍‌ ନମୁନା ଠୁଲେଇ ପରୀକ୍ଷା ଲାଗି ପଠେଇଥିଲା ଗ୍ରାମ୍ୟ ଜଳଯୋଗାଣ ବିଭାଗ।
ସୂଚନା ଅନ୍‌ସାରେ ବୀରମହାରାଜପୁର ବ୍ଳକ ଅମରପାଲି ଗଁାର ପ୍ରାଣବନ୍ଧୁ ସାହୁକଁର ଦୁଇ ଝି’ ଇପ୍ସିତା ଅନନ୍ୟା(୧୧) ଆର ଆରାଧ୍ୟା ଅନୁଭା(୭) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁଁ ଗୁଟେ ଚିଠି ଲେଖିଥିଲେ। ଚିଠିରେ ସେମାନେ ବୀରମହାରାଜପୁର ବ୍ଲକର ବହଳପଦର ଆର ଦୁର୍ଜନତୈଳା ପଁଚେତ୍‌ର ଅମରପାଲି, ଦାଦରପାଲି ଲେଖେଁ ଆସରପାସର ଗଁାମାନକେ କିଡ୍‌ନୀ ରୋଗ ବହପୁଛେ ବଲି ଲେଖିଛନ୍‌। ଚିକିଛିତ ହେଉଥିବାର ରୁଗୀମାନକୁ ଡାକ୍‌ତର ପିଇଲା ପାଏନ୍‌ ଲାଗି ଇ ରୋଗ୍‌ ବହପୁଥିବାର କହୁଛନ୍‌। ଇଥିରଲାଗି ଅଂଚଲରେ ଅନେକ ଲୋକ୍‌ ରୋଗ୍‌ରେ ପଡ଼ି ମରିଥିଲାବେଲେ ଶତାଧିକ୍‌ ଲୋକ୍‌ ଆକ୍‌ରଁାତ ହେଇ ଚିକିଛିତ ହେଉଛନ୍‌। ଦୁଇ ବହେନ୍‌ ଇ ଘଟନା ଖବର କାଗଜରୁ ଜାନବାର ସଂଗେ ନିଜର ଅଁାଖିରେ ରୁଗୀକଁର ଗୁଲ୍‌ଗୁଲା ଦେଖି ପରତିକାର ବେବସ୍‌ତା ଲାଗି ସେମାନେ ପ୍ରଧାନମନ୍ତ୍ରୀକୁଁ ଚିଠି ଲେଖିଥିଲେ। ଇ ଖବର ପାଏଲା ଉତାରୁ ଆରଡବ୍ଲୁଏସ୍‌ଏସ୍‌ ବିଭାଗର ନିର୍ବାହୀ ଯନ୍ତ୍ରୀ ବିପିନବିହାରୀ ଦାଶକଁର ମଂଗୁଆଲତିରେ ଗୁଟେ ଦଲ ଆସି ଅମରପାଲି ଗଁାରୁ ପାଏନ୍‌ ନମୁନା ପରୀକ୍ଷା ଲାଗି ଠୁଲେଇଛନ୍‌। ଇ ଦଲରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସମିର ସୋରେଙ୍ଗ, ଲାବୋରେଟୋରୀ ଆସିଷ୍ଟାଣ୍ଡ ମୁନିତା ଠାକୁର, ବିଶ୍ୱାମିତ୍ର ପୂଜାହାରୀ ପରମୁଖ ଗଁାକେ ଆସିଥିଲେ। ପାଏନ୍‌ ଲାଗି ଇ ରୋଗ୍‌ ହେଉଛେ କି କିଛି ଅଲଗ କାରନ୍‌ ଅଛେ ପାଏନ୍‌ ପରୀକ୍ଷାରୁ ଜନାପଡ଼ବା ବଲି ନିର୍ବାହୀ ଯନ୍ତ୍ରୀ ଦାଶ କହିଛନ୍‌। ଇତାର ବାହାରେ ସେମାନେ ଗଁାବାସୀକର ସଂଗେ ପିଇଲା ପାଏନ୍‌ ସମସିଆ ଉପରେ ଆଲୋଚନା କରିଥିଲେ। ସମିତି ସଭିଅ ପୀତାମ୍ବର ସାହୁ, ଗଁା ସୁଆସ୍‌ତିଅ ସମୀକ୍ଷକ ଚନ୍ଦ୍ରଶେଖର ପତି, ଅଶୋକ ସାହୁ, ସୁରେନ୍ଦ୍ର ଷାଣ୍ଢ, ବିମ୍ବାଧର ସାହୁ, ତନ୍ମୟ ପତି, ସନ୍ତୋଷ ପଧାନ, ଜ୍ଞାନରଞ୍ଜନ ସାହୁ ପରମୁଖ ବିଭାଗୀୟ ଅଧ୍‌କାରୀକଁର ସଂଗେ ଆଲୋଚନା କରିଥିଲେ। ଇତାର ସଂଗେ ଗଁାରେ ଅଚଲ ହେଇ ପଡ଼ିଥିବାର ନଲ୍‌ଚୁଅଁା ମରାମତି ନାଇଁ ହେଉଥିବାର, ଠିକ୍‌ ହିସାବେ ପିଇଲା ପାଏନ୍‌ ପ୍ରକଳ୍ପ ନାଇଁ ଚାଲୁଥିବାର, ପାଇପ ଲାଇନ ଫାଟିଥିଲେ ବି ମରାମତି ନାଇଁ ହେଉଥିବାର ଘଟନା ସବୁକେ ନେଇ ଲୋକ ଅଭିଯୋଗ କରିଥିଲେ। ନିର୍ବାହୀ ଯନ୍ତ୍ରୀ ଦାଶ ଯେତେ ଜଲଦି ହେବା ନଲ୍‌ଚୁଅଁା ସବୁ ମରାମତି ସଂଗେ ପାଇପ୍‌ ଲାଇନ୍‌ ମରାମତି କରବାକେ ଗଁାବାସୀକୁ କଥା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀରେ ଖବର ପ୍ରକାଶ ପରେ ଚେତିଲା ବିଭାଗ: ୩ ମାସ ପରେ କାର୍ଯ୍ୟକ୍ଷମ ହେଲା ଖଣ୍ଡହତା ପାନୀୟ ଜଳ ପ୍ରକଳ୍ପ

ଅମରପାଲି,୧୭ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପ୍ରାୟ ତିନି ମାସ ଧରି ଅଚଳ ହୋଇ ପଡ଼ିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

ବାଇକରେ ଆସି ଛେଳି ଗୁହାଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଅମରପାଲି, ୧୭।୦୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତର ଦୁର୍ଗାଦେବୀପାଲି ଗ୍ରାମରେ ଜଣେ ଚାଷୀଙ୍କ ଛେଳି ଗୁହାଳରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିବା…

ବୀରମହାରାଜପୁରରେ ପେଟ୍ରୋଲ-ଡିଜେଲ ଅଭାବ; ଅଧା ପମ୍ପ ବନ୍ଦ, ଅଧାରେ ଲମ୍ବା ଲାଇନ୍

ଅମରପାଲି,୧୫।୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଅଞ୍ଚଳରେ ହଠାତ୍ ପେଟ୍ରୋଲ ଓ ଡିଜେଲ ଅଭାବ ଦେଖାଦେବାରୁ ସ୍ଥାନୀୟ ଜନଜୀବନରେ ଭାରୀ ପ୍ରଭାବ ପଡ଼ିଛି। ଅନେକ ପେଟ୍ରୋଲ ପମ୍ପ…

ମାସେ ହେଲା ଅଚଳ ଜଳ ଯୋଗାଣ ପ୍ରକଳ୍ପ: ଚୁବୁକାଦାଦର ଗାଁରେ ପାନୀୟ ଜଳ ସମସ୍ୟା

ଅମରପାଲି,୧୪ା୫(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଚୁବୁକାଦାଦର ଗଁାରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

ବନ୍ଦ ଅଛି କୁଞ୍ଜାମହୁଲ ପ୍ରାଥମିକ ବିଦ୍ୟାଳୟ: ପୁନଃ ଖୋଲିବା ପାଇଁ ଗ୍ରାମବାସୀଙ୍କ ଦାବି

ଅମରପାଲି, ୧୩।୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ କ୍ଲଷ୍ଟରର କୁଞ୍ଜାମହୁଲ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟଟି ଦୀର୍ଘ ଦିନ ହେବ ବନ୍ଦ…

କାର ଭର୍ତ୍ତି ଗଞ୍ଜେଇ ଗଞ୍ଜେଇ ଜବତ

ଡୁଙ୍ଗୁରିପାଲି,୯।୫(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ବେହେରାମାଳ ପଞ୍ଚାୟତ ଲଙ୍ଗଳକଟା ଗାଁରୁ ପୋଲିସ ଶନିବାର ୨ କୁଇଣ୍ଟାଲ ୭୨ କିଗ୍ରା ୨୦୦ ଗ୍ରାମ ଗଞ୍ଜେଇ ଜବତ…

ବରଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ: ଗଛମୂଳରେ ପଡ଼ିଛି ଚପଲ-ବ୍ୟାଗ୍‌, ବଢୁଛି ସନ୍ଦେହ

ସୋନପୁର,୭l୫(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅନ୍ତର୍ଗତ ଗୁଲୁଣ୍ଡା-ସିଲାଟି ରାସ୍ତାରେ ଏକ ବରଗଛ ଡାଳରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ତେବେ ଏହା ଆତ୍ମହତ୍ୟା ନା…

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଲକ ଅଧ୍ୟକ୍ଷାଙ୍କୁ ଭେଟିଲେ ଗ୍ରାମବାସୀ: ଦେଲେ ଦାବିପତ୍ର

ଅମରପାଲି,୫।୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଗ୍ରାମ ପଞ୍ଚାୟତର ଭୁତିଆପାଲି ଗ୍ରାମବାସୀ ଗ୍ରାମର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri