ପ୍ରଦୂଷିତ ହୋଇପଡୁଛି ଉଦୟପୁର ବେଳାଭୂମି

ଭୋଗରାଇ, ୧୫।୭(ଡି.ଏନ.ଏ.)-ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ପ୍ରାକୃତିକ ଶୋଭା ଉଦୟପୁର ବେଳାଭୂମି ଦିନକୁ ଦିନ ପ୍ରଦୂଷିତ ହୋଇପଡୁଛି। ଏଠିକାର ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି କଡାକଡି ନିୟମ ନ ଥିବାରୁ ପର୍ଯ୍ୟଟକମାନେ ନିଜ ସାଙ୍ଗରେ ଆଣୁଥିବା ଖାଦ୍ୟ ସାମଗ୍ରୀ, ପଲିଥିନ ଆଦି ମନଇଚ୍ଛା ଫିଙ୍ଗୁଛନ୍ତି। ଏହାଛଡା କେତେକ ଯୁବକ ମଧ୍ୟ ମଦ୍ୟପାନ କରି ବୋତଲ ସେହିଠାରେ ହିଁ ପକାଉ ଦେଉଛନ୍ତି। ଉଦୟପୁରଠାରୁ ତାଳସାରୀ ପର୍ଯ୍ୟନ୍ତ ୩କି.ମି. ନାଲିକଙ୍କଡ଼ା ପାଇଁ ବନବିଭାଗ ସାଇଲେଣ୍ଟ ଜୋନ୍‌ ଘୋଷଣା କରିଥିଲେ ମଧ୍ୟ ସ୍ଥାନୀୟ ଯୁବକ ଏହି ନିୟମକୁ ବେଖାତିର୍‌ କରି ପର୍ଯ୍ୟଟକମାନଙ୍କୁ ବାଇକ୍‌ରେ ବୁଲାଉଛନ୍ତି। ଫଳରେ ବିରଳ ନାଲି କଙ୍କଡ଼ା ଆଉ ଦେଖିବାକୁ ମିଳୁନାହଁି।
ପଶ୍ଚିମବଙ୍ଗ ସରକାର ଦୀଘା ବେଳାଭୂମିକୁ ସ୍ବଚ୍ଛ ଓ ସତେଜ ରଖିବା ପାଇଁ ନିୟମ କଡ଼ାକଡ଼ି କରିଥିବା ବେଳେ ସେଠିକାର ଚୋରା ମଦ ବେପାରୀମାନେ ଏବେ ଉଦୟପୁର ବେଳାଭୂମିକୁ ଆଡ୍ଡାସ୍ଥଳୀ କରିଛନ୍ତି। ଫଳରେ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏଠାରେ ସୁରକ୍ଷିତ ମଣୁନାହାନ୍ତି। ସେମାନେ ପ୍ରଶାସନକୁ ଦାୟୀ କରିଛନ୍ତି। ଅବକାରୀ ବିଭାଗ, ସ୍ଥାନୀୟ ପୋଲିସ ଜାଣି ମଧ୍ୟ ଅଜଣା ସାଜିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଓଡ଼ିଶାର ଉଦୟପୁର ବେଳାଭୂମି ନିଜ ସ୍ବତନ୍ତ୍ରତା ହରାଉଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ସାମାଜିକ କର୍ମୀ ଭଗବାନ ବେହେରା ଅଭିଯୋଗ କରିଛନ୍ତି। ବେଳାଭୂମିର ପରିବେଶ ପ୍ରତି ଧ୍ୟାନ ଦିଆଯାଉ ନ ଥିବାରୁ ପର୍ଯ୍ୟଟକମାନେ ଏଠାକୁ ଆସିବାକୁ ଅମଙ୍ଗ ହେଉଛନ୍ତି ବୋଲି ଶିକ୍ଷକନେତା ସୁଶାନ୍ତ କୁମାର ବେହେରା ଅଭିଯୋଗ କରିଛନ୍ତି। ମେରାଇନ୍‌ ଥାନା ଅଧିକାରୀ ତୁଶାଲ ମାଝି କହିଛନ୍ତି ଯେ, ଉଦୟପୁର ବେଳାଭୂମିରେ ଚୋରା ମଦ କାରବାର ଚାଲିଥିବା ଅଭିଯୋଗ ଆସିଛି। ଏଥିପାଇଁ ଏକ ସ୍ବତନ୍ତ୍ର ସ୍କ୍ବାଡ଼୍‌ ଗଠନ କରିବାକୁ ଅବକାରୀ ବିଭାଗକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?